Skip to main content

ପାକିସ୍ତାନରେ ରାଜନୀତି ଯଥାପୂର୍ବଂ ତଥା ପରଂ

ଆନ୍ତ୍ରଜାତୀୟ ସମୁଦାୟ ପାଇଁ କଶ୍ମୀର ଏକ ମିମାଂସା ହୋଇଯାଇଥିବା ବିଷୟ ବୋଲି ପାକିସ୍ତାନ ଗ୍ରହଣ କରିବାକୁ ନାରାଜ | ଜମ୍ମୁ କଶ୍ମୀରରେ ସ୍ଵତନ୍ତ୍ର ଅନୁଚ୍ଛେଦ ହଟିବା ପରେ ପାକିସ୍ତାନ ଏହି ପ୍ରସଙ୍ଗକୁ ଉଠାଇ ଚାଲିଛି ଯଦିଓ ଭାରତ ଏହା ନିଜର ସମ୍ଵିଧାନ ଅନ୍ତର୍ଗତ କରିଛି ଏବଂ ଏହା ଭାରତର ସାର୍ବଭୌମତ୍ଵ ଅନ୍ତର୍ଗତ ହୋଇଛି ବୋଲି ବିଶ୍ଵ ସମୁଦାୟକୁ ଅବଗତ କରିସାରିଛି |

ଏବେ କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଏକଲା ପଡିଯାଇଥିବା ବେଳେ କଶ୍ମୀର, ଗିଲଗିଟ ଏବଂ ବାଲିସ୍ତାନ ବ୍ୟାପାର ସମ୍ଵନ୍ଧିୟ ଏହାର ମନ୍ତ୍ରୀ ଅଲ୍ଲି ଅମିନ ଗନ୍ଦପୁର ଧମକ ଦେଇ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଛନ କରିବ ତା ଉପରେ କ୍ଷେପମାସ୍ତ୍ର ମାଡ କରାଯିବ |

ଗନ୍ଦରପୁର ଏକ ସ୍ଥାନୀୟ ଟେଲିଭିଜନକୁ ସାକ୍ଷାତକାର ଦେଇ କହିଛନ୍ତି ଯେ କଶ୍ମୀରକୁ ନେଇ ଯଦି ଭାରତ ସହିତ ଉତ୍ତେଜନା ବଢେ ତେବେ ପାକିସ୍ତାନ ଯୁଦ୍ଧ କରିବ ଏବଂ ଯେଉଁମାନେ ଭାରତକୁ ସମର୍ଥନ କରିବେ ସେମାନେ ମଧ୍ୟ ପାକିସ୍ତାନର ଶତ୍ରୁ ହେବେ ଏବଂ ସେମାନଙ୍କ ଉପରେ କ୍ଷେପଣାସ୍ତ୍ର ମାଡ କରାଯିବ | ଗନ୍ଦରପୁର ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦଙ୍କ ପରି ନିର୍ବୋଧ ଏବଂ ଆଡବାଇଆ ମନ୍ତ୍ରୀ | ଏହିପରି ମନ୍ତ୍ରୀଙ୍କୁ ନେଇ ନୂଆ ପାକିସ୍ତାନର ନାରା ଦେଇଥିବା ଇମରାନ ଖାନଙ୍କ ସ୍ଵପ୍ନ ଏବେ ମାଟିରେ ମିଶିଯାଇଛି |

ଅନେକ ଘରୋଇ ସଂକଟ କାରଣରୁ ପାକିସ୍ତାନ ଏବେ ବିଭିନ୍ନ ପ୍ରକାର ସଂକଟମୂଳକ ପରିସ୍ଥିତି ଦେଇ ଗତି କରୁଛି | ଏଣୁ ଲୋକମାନଙ୍କ ଧ୍ୟାନ ହଟାଇବା ପାଇଁ ଇମରାନ ଖାନ ସରକାର କେବଳ ଭାରତ ବିରୋଧି ମନ୍ତବ୍ୟ ଦେଇ ସେଠାକାର ଲୋକମାନଙ୍କୁ ଭୁଆଁ ବୁଲାଉଛି |

ଏହା ସତ ଯେ ଇମରାନ ଖାନ ଏବେ କଶ୍ମୀର ପ୍ରସଙ୍ଗରେ ପଛରେ ପଡିଯାଇଛି ଏବଂ ପାକିସ୍ତାନର ବିଶ୍ଳଷକମାନେ ସ୍ପଷ୍ଟ ଭାବେ କହୁଛନ୍ତି ଯେ ଆନ୍ତର୍ଜାତୀୟ ସମୁଦାୟ କଶ୍ମୀରକୁ ଏକ ପ୍ରସଙ୍ଗ ବୋଲି ମଧ୍ୟ ଗ୍ରହଣ କରୁନାହାନ୍ତି | ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଜମ୍ମୁ କଶ୍ମୀର ଏବଂ ଲଦାଖ କରି ଏହାର ବିକାଶ କରିବାକୁ ଭାରତର ଆଭିମୁଖ୍ୟକୁ ବିଶ୍ଵ ସମୁଦାୟ ପ୍ରଶଂସା କରୁଛି | ଏବେ କଶ୍ମୀର ଉପତ୍ୟକାରେ ଏବଂ ଲଦାଖ ଓ ଜମ୍ମୁରେ ମଧ୍ୟ ବିଦେଶି ପୁଞ୍ଜିବିନିଯୋଗ ହେବାର ଯଥେଷ୍ଟ ସମ୍ଭାବନା ବଢିଯାଇଛି |

ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିବାବେଳେ ହଜାର ହଜାର ସରକାର ବିରୋଧି ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଇସ୍ତଫା ଦାବି କରୁଛନ୍ତି | ଇସଲାମାବାଦରେ ଏକତ୍ର ହେଉଥିବା ବିକ୍ଷୋଭକାରୀମାନଙ୍କ ନେତୃତ୍ଵ ନେଉଛନ୍ତି ଜମାତ ଉଲେମା ଇସଲାମ ଫଜଲର ସଭାପତି ମୌଲାନା ଫଜଲୁର ରହେମାନ |

ମୌଲାନାଙ୍କୁ ଏହି ଆନ୍ଦୋଳନରେ ନବାଜ ସରିଫଙ୍କ ପାର୍ଟି ପିଏମଏଲ-ଏନ ଏବଂ ପିପିପି ସମର୍ଥନ କରୁଛି | ପାକିସ୍ତାନର ରାଜନୈତିକ ବିଶ୍ଳେଷକ ସିରିଲ ଅଲମେଇଦା କହିଛନ୍ତି ଯେ ଏହି ଆନ୍ଦୋଳନ ଇମରାନ ଖାନଙ୍କୁ ବିବ୍ରତ କରିବ | ପାକିସ୍ତାନ ସରକାର ଅନଭିଜ୍ଞ ଏବଂ ଆନ୍ଦୋଳନର ଶାନ୍ତିପୂର୍ଣ୍ଣ ସମାଧାନ ଏବେ ପରୀକ୍ଷାର ବେଳ | ସରକାର ଯଦି ବିବ୍ରତ ହେବେ ତେବେ ହିଂସା ବଢିବ ଏବଂ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବ |




ଆଲେଖ: କୌଶିକ ରାୟ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...