Skip to main content

ଦକ୍ଷିଣ ପୂର୍ବ ଏସିଆ ସହିତ ଭାରତ ଭାଗିଦାରୀକୁ ସୁଦୃଢ କରିଛି

ଭାରତ ଏହାର ଆକ୍ଟ ଇଷ୍ଟ ନୀତି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଆଭିମୁଖ୍ୟକୁ ଆଗକୁ ନେବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଆନ ସମ୍ମିଳନୀ ପାଇଁ ଥାଇଲ୍ୟାଣ୍ତ ଗସ୍ତ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦି ସେଠାରେ 16ତମ ଭାରତ-ଆସିଆନ ସମ୍ମିଳନୀ, 14ତମ ପୂର୍ବ ଏସିଆ ସମ୍ମିଳନୀ ଏବଂ ତୃତୀୟ ଆରସିଇପି ସମ୍ମିଳନୀରେ ଯୋଗ ଦେବା ସହିତ ବିଭିନ୍ନ ଦେଶର ମୁଖ୍ୟମାନଙ୍କ ସହିତ ଦ୍ଵିପକ୍ଷୀୟ ଆଲୋଚନା କରିଛନ୍ତି | ପୂର୍ବରୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଅଗଷ୍ଟରେ ବ୍ୟାଙ୍କକରେ ଆସିଆନ ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗ ଦେଇଥିଲେ |

16ତମ ଭାରତ ଆସିଆନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ପ୍ରଶାନ୍ତ୍ର ମହାସାଗରୀୟ ଆଇନ ଭିତ୍ତିରେ ଏକ ମୁକ୍ତ ଅବାଧ ଏବଂ ସମଷ୍ଟିଗତ ଦ୍ଵିପକ୍ଷୀୟ ସ୍ଵାର୍ଥ ସମ୍ଵଳିତ ବିଷୟ ଉପରେ ଗୁରୁତ୍ଵ ଦେଇଛନ୍ତି | ସେ ସାମୁଦ୍ରିକ ସହଯୋଗ, ଡିଜିଟାଲ ସଂଯୋଗ, ନୀଳ ଅର୍ଥନୀତି ଏବଂ ମାନବିୟ ସହାୟତା ଆଦି କ୍ଷେତ୍ରରେ ଭାରତର ଆଭିମୁଖ୍ୟକୁ ଷ୍ପଷ୍ଟ କରି ସହଯୋଗ ନିମନ୍ତେ ଆହ୍ଵାନ ଦେଇଛନ୍ତି | ଆସିଆନ ପାଇଁ ଭାରତ ଆସିଆନ ରେ ଯୋଗାଯୋଗ ପ୍ରକଳ୍ପ ପାଇଁ 1 ବିଲିୟନ ଡଲାରର ଋଣ ବ୍ୟବସ୍ଥା କରିଛି | ପୂର୍ବରୁ ଆସିଆନ ଦେଶମାନଙ୍କ ମଧ୍ୟରେ ରହିଥିବା ବାଣିଜ୍ୟିକ ଅସମତୁଲତାକୁ ଦୂର କରିବା ପାଇଁ ଦ୍ଵିପକ୍ଷିୟ ମୁକ୍ତ ବାଣିଜ୍ୟ ରାଜିନାମା ଉପରେ ସମୀକ୍ଷା କରିବାକୁ ଭାରତ ପଦକ୍ଷେପ ନେଇଥିଲା |

ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ଏସିଆ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ | ଏହି ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଥିବା ଭାରତ ଏହାକୁ ସୁଦୃଢ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ଵାନ ଦେବା ସହିତ ଭାରତର ପ୍ରତିବଦ୍ଧତା ଦୋହରାଇ ଥିଲେ | ଏହି ମଞ୍ଚ ସାମୁହିକ ସ୍ଵାର୍ଥ ସମ୍ଵଳିତ ବିଷୟ ଯେପରିକି ସାମୁଦ୍ରିକ ନିରାପତ୍ତା, ସନ୍ତ୍ରାସବାଦ ଆଦି ସହଯୋଗ ଉପରେ ଗୁରୁତ୍ଵ ଦେଇଥାଏ | ପୂର୍ବ ଏସିଆ ସମ୍ମିଳନୀ ବିକାଶ ପଦକ୍ଷେପ 2018-22 ଉପରେ ଫୋନୋମ ପେନ ଘୋଷଣାନାମାକୁ ଆଗେଇ ନେବା ପାଇଁ ମନିଲା କାର୍ଯ୍ୟନିର୍ବାହି ଯୋଜନା ଉପରେ ନେତାମାନେ ପରସ୍ପରର ଆନ୍ତରିକତା ଜାହିର କରିଛନ୍ତି |

ଆସିଆନ ସମ୍ମିଳନୀରେ ଚଳିତ ବର୍ଷ ଆଞ୍ଚଳିକ ବ୍ୟାପକ ଅର୍ଥନୀତି ଭାଗିଦାରୀ ବୁଝାମଣା(ଆରସିଇପି) ଉପରେ ଗୁରୁତ୍ଵ ଦେଇଛି | 16ଟି ଦେଶ ବିଶ୍ଵର 32 ଭାଗ ଜିଡିପି ହାସଲ କରିବା ଉପରେ ଏଥିରେ ଗୁରୁତ୍ଵ ଦିଆଯାଇଛି | ଆରସିଇପି ସମ୍ମିଳନୀରେ 15ଟି ଦେଶ ସମସ୍ତ 20ଟି ବିଷୟରେ ବିଶେଷକରି ବଜାର ଉନ୍ମୁକ୍ତତା ଉପରେ ଟେକ୍ସ ଭିତ୍ତିକ ବୁଝାମଣାରେ ସହମତ ହୋଇଥିବାବେଳେ ଭାରତ କିନ୍ତୁ ବାକି ରହିଥିବା ପ୍ରସଙ୍ଗର ସମାଧାନ ଉପରେ ଗୁରୁତ୍ଵ ଦେଇଛି | ଏଥିରେ କେତେକ ମନମାଳିନ୍ୟ ରହିଛି ଯେପରିକି ବଜାର ସୁଯୋଗ, ଅଣ ଶୁଳ୍କ ବାଧା, ମୂଳ ନୀୟମର ଅଣଦେଖା ଆଦି ଉପରେ ଭାରତ ଚିନ୍ତା ପ୍ରକଟ କରି ଏଥିରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି |

ଶ୍ରୀ ମୋଦି ଏହି ସମ୍ମିଳନୀ କାଳରେ ଜାପାନ, ଅଷ୍ଟ୍ରେଲିଆ, ଇଣ୍ତୋନେସିଆ, ଭିଏତନାମ, ଥାଇଲ୍ୟାଣ୍ତ ଏବଂ ମିଆଁମାର ସହିତ ଦ୍ଵିପକ୍ଷୀୟ ବାର୍ତ୍ତାଳାପ କରିଛନ୍ତି | ଭାରତ-ଆମେରିକା-ଜାପାନ ଏବଂ ଅଷ୍ଟ୍ରେଲିଆର ଅଧିକାରୀମାନେ ଯୋଗାଯୋଗ ଏବଂ ଭିତ୍ତିଭୂମି ବିକାଶ, ନିରାପତ୍ତା , ସନ୍ତ୍ରାସବାଦର ମୁକାବିଲା, ସାଇବର ଏବଂ ସାମୁଦ୍ରିକ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି | ଭାରତ ଏହାର ଆକ୍ଟ ଇଷ୍ଟ ନୀତିରେ ଦକ୍ଷିଣ ପୂର୍ବ ଏସିଆକୁ ବହୁ ଗୁରୁତ୍ଵ ଦେଇଛି | ଭାରତର ବିଭିନ୍ନ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ଏସିଆର ପ୍ରାୟ 10 ଜଣ ରାଷ୍ଟ୍ରାଧ୍ୟକ୍ଷଙ୍କୁ ଆମନ୍ତ୍ରଣ କରାଯାଇଛି ଏବଂ ସେମାନେ ଏହିସବୁ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି |ଏଥିରୁ କୁହାଯାଇ ପାରିବ ଯେ ଭାରତର ସଂପର୍କ ଆସିଆନ ଦେଶମାନଙ୍କ ସହିତ ଦିନକୁ ଦିନ ମଜବୁତ ହୋଇଚାଲିଛି |

ଆଲେଖ: ତିତଲି ବାସୁ

ଭାବାନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...