Skip to main content

ଏ ସପ୍ତାହରେ ପାର୍ଲାମେଣ୍ଟ

ମଙ୍ଗଳବାର ଦିନ ଦେଶ ନଭେମ୍ଵର 26କୁ ସମ୍ଵିଧାନ ଦିବସ ଭାବେ ପାଳନ କରିଛି | 1949 ମସିହା ଏହି ଦିନ କନଷ୍ଟିଚୁଏଣ୍ଟ ଆସେମ୍ଵ୍ଲି ଦ୍ଵାରା ଭାରତୀୟ ସମ୍ଵିଧାନ ପ୍ରଣୟନ କରାଯାଇଥିଲା | 1950 ଜାନୁୟାରୀ 26 ତାରିଖରେ ସମ୍ଵିଧାନ କାର୍ଯ୍ୟକାରୀ ହୋଇ ଭାରତୀୟ ସାଧାରଣତନ୍ତ୍ରରେ ଏକ ନୂଆ ଇତିହାସର ଅୟମାରମ୍ଭ ହୋଇଥିଲା | ଏହି ଉପଲକ୍ଷେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଉଭୟ ସଦନର ମିଳିତ ଅଧିବେଶନ ଅନୁଷ୍ଠିତ ହୋଇଥିଲା | ଏହି ମିଳିତ ବୈଠକକୁ ସଂମ୍ଵୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଅଧିକାର ଏବଂ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି ଏବଂ ପ୍ରତ୍ୟେକ ନାଗରିକଙ୍କୁ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ଦରକାର | ରାଷ୍ଟ୍ରପତି କହିଛନ୍ତି ଲୋକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ଏବଂ ସେଥିପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି ଯାହାଦ୍ଵାରା ଲୋକମାନେ ସେମାନହ୍କ ଅଧିକାରକୁ ସୁନିଶ୍ଚିତ କରିପାରିବେ | ସେ ରାଜ୍ୟ ସଭାର 250ତମ ଅଧିବେଶନ ପୂର୍ତ୍ତି ଉପଲକ୍ଷେ ଏକ ସ୍ମାରକ ମୁଦ୍ରା, ଡାକ ଟିକଟ ଏବଂ ରାଜ୍ୟ ସଭାର ଭୂମିକା ସଂପର୍କୀତ ପୁସ୍ତକ ବିମୋଚନ କରିବା ସହିତ ଏକ ଡିଜିଟାଲ ପ୍ରଦର୍ସନୀର ମଧ୍ୟ ଉଦଘାଟନ କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଵିଧାନ ନିର୍ମାତା ଭିମରାଓ ଆମ୍ଵେଦକରଙ୍କ ଆକାଂକ୍ଷାକୁ ସ୍ମରଣ କରିଛନ୍ତି | ସେ ସମ୍ଵିଧାନକୁ ଏକ ପବିତ୍ର ଗ୍ରନ୍ଥ ତଥା ଏକ ମାର୍ଗଦର୍ଶକ କହିଛନ୍ତି | ସେ ସମ୍ଵିଧାନର ଶକ୍ତିର ଉଲ୍ଲେଖ କରି କହିଛନ୍ତି ଯେ ନାଗରିକଙ୍କ ଅଧିକାର ତଥା କର୍ତ୍ତବ୍ୟକୁ ଦର୍ଶାଇଛନ୍ତି ଯାହା ସ୍ଵାଭାବିକ | ରାଜ୍ଯସଭାର ଅଧ୍ୟକ୍ଷ ଏମ. ଭେଙ୍କିୟା ନାଇଡୁ କହିଛନ୍ତି ଯେ ଗତ 70 ବର୍ଷରେ ଦେଶ ଗଣତାନ୍ତ୍ରୀକ ସମ୍ଵିଧାନର ପାଳନ କରିବା ସହିତ ଗଣତାନ୍ତ୍ରୀକ ମର୍ଯ୍ୟଦାକୁ ଗଭିର କରିବାରେ ପ୍ରଗତି ହାସଲ କରିଛି |

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବୁଧବାର ଦିନ ଲୋକସଭାରେ କହିଛନ୍ତି ଯେ ଭାରତ ଜମ୍ମୁ କଶ୍ମୀରର ପୁନର୍ଗଠନ ପରିପ୍ରେକ୍ଷିରେ ଏହି କ୍ଷେତ୍ରରେ ଏକ ଭୟାବହ ସ୍ଥିତି ଉତ୍ପନ୍ନ କରିବା ସଂପର୍କରେ ପାକିସ୍ତାନର ପ୍ରୟାସ ବିଫଳ କରିଛି | ସେ କହିଛନ୍ତି ଯେ ଜାତିସଂଘ, ମାନବଅଧିକାର ପରିଷଦ ତଥା ଇସଲାମିକ ସହଯୋଗ ସଂଗଠନ ପରି ଆନ୍ତର୍ଜାତୀୟ ମଞ୍ଚରେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉପରେ ପାକିସ୍ତାନ ଭାରତ ବିରୁଦ୍ଧରେ ବାରମ୍ଵାର ଭ୍ରମାତ୍ମକ ତଥା ବିଦ୍ଵେଷପୂର୍ଣ୍ଣ ପ୍ରଚାର କଲା କିନ୍ତୁ ଭାରତ ପାକିସ୍ତାନର ସବୁ ପ୍ରୟାସକୁ ବିଫଳ କରିଛି | ସେ କହିଛନ୍ତି ଯେ ଅନେକ ଦେଶ ପାକିସ୍ତାନକୁ ନିଜ ଦେଶମାନଙ୍କରେ କୌଣସି ପ୍ରକାର ସନ୍ତ୍ରାସବାଦ ପାଇଁ ପ୍ରଶ୍ରୟ ନଦେବାକୁ କହିଛନ୍ତି |

ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ କିଶନ ରେଡ୍ଡି ବୁଧବାର ରାଜ୍ୟ ସଭାରେ କହିଲେ ଯେ ବାଲାକୋଟ ଫେସିଲିଟିର ପ୍ରତିକ୍ରିୟା ସ୍ଵରୂପ ପାକିସ୍ତାନ ଆଧାରିତ ସନ୍ତ୍ରାସବାଦ ଗୋଷ୍ଠି ଆକ୍ରମଣର ପ୍ରଚେଷ୍ଟାରେ ରହିଛି | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶର ଅର୍ଥ ବ୍ୟବସ୍ଥାରେ କୌଣସି ପ୍ରକାର ଦେବାଳିଆ ନାହିଁ ତଥା ସରକାର ଏଥିରେ ପ୍ରଗତି ଆଣିବାରେ ପ୍ରଚେଷ୍ଟା କରୁଛନ୍ତି |

ଗୁରୁବାର ଦିନ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ବି ମୁରଲିଧରନ କହିଛନ୍ତି ଯେ ୟୁରୋପୀୟ ସଂସଦର ବିଭିନ୍ନ ଦଳର 27 ଜଣ ସଦସ୍ୟ ଦିଲ୍ଲୀ ଭିତ୍ତିକ ଏକ ସଂଗଠନର ଆମନ୍ତ୍ରଣ କ୍ରମେ ଅକ୍ଟୋବର 28ରୁ ନଭେମ୍ଵର 1 ଯାଏଁ ଭାରତ ଗସ୍ତରେ ଆସିଥିଲେ | ଭାରତକୁ ସନ୍ତ୍ରାସବାଦ କିପରି କ୍ଷତି କରୁଛି ତାହା ବୁଝିବା ପାଇଁ ଏହି ସଦସ୍ୟମାନେ କଶ୍ମୀର ଯାତ୍ରା କରିଥିଲେ | ମନ୍ତ୍ରୀ କହିଛନ୍ତି ଏପରି ସଂପର୍କର ଆଦାନ ପ୍ରଦାନ ଦ୍ଵାରା ସଂପର୍କ ଗଭିର ହୋଇଥାଏ ଏବଂ ଏହା ଭାରତର ବିଦେଶ ନୀତିର ମଧ୍ୟ ଅନୁକୂଳ |




ଆଲେଖ୍ୟ : ଭି. ମୋହନ ରାଓ

ଅନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...