Skip to main content

ଇରାନରେ ବିକ୍ଷୋଭ

ଗତ ମାସ ଇରାନ ସରକାର ଏହାର ଗରିବ ନାଗରିକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅତିରିକ୍ତ ଅର୍ଥ ଆଦାୟ କରିବାକୁ ପେଟ୍ରୋଲର ସମଭାଜନ କରିବାକୁ ଘୋଷଣା କରିଥିଲେ ଏହି ଘୋଷଣା ପରେ ସେଠାରେ ହଠାତ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପାଇଥିଲା ଏବଂ ଏହାକୁ ନେଇ ବିକ୍ଷୋଭ ଆରମ୍ଭ ହୋଇଯାଇଥିଲା | ଏହି ବିକ୍ଷୋଭ ଧିରେ ଧିରେ ବିଭିନ୍ନ ସହରକୁ ବ୍ୟାପି ସରକାରଙ୍କ ସ୍ଥିରତା ପ୍ରତି ସଂକଟ ଦେଖାଦେଇଛି |

ଇରାନ ସରକାର ଏହି ବିକ୍ଷୋଭ ପଛରେ ବିଦେଶୀ ଶତୃମାନଙ୍କ ହାତ ଥିବା ଅଭିଯୋଗ କରିଛନ୍ତି | ବିକ୍ଷୋଭକୁ ଦୃଷ୍ଟିରେ ରଖି ସରକାର ସେଠାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ଯାହାଦ୍ବାରା ବିକ୍ଷୋଭ ଯେପରି ବ୍ୟାପକ ନହେଇପାରିବ | ଇରାନର ସାମରିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଇରାନର ଶତୃମାନେ ଏହା କରି ଇସଲାମ ରାଷ୍ଟ୍ର ପ୍ରତି ବିପଦ ସୃଷ୍ଟି କରିଛନ୍ତି |

ଏହି ବିକ୍ଷୋଭ କାରଣରୁ କେତେଲୋକ ହତାହତ ହୋଇଛନ୍ତି ସେନେଇ ଇରାନ ସରକାର କୌଣସି ସରକାରୀ ସଂଖ୍ୟା ଜାରି କରିନଥିଲେ ମଧ୍ୟ ସର୍ବକ୍ଷମା ଆନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏଥିରେ 208 ଜଣ ଲୋକ ପ୍ରାଣ ହରାଇଛନ୍ତି, 2000 ଲୋକ ଆହତ ହୋଇଛନ୍ତି ଏବଂ ପ୍ରାୟ 7,000 ଲୋକ ଗିରଫ ହୋଇଛନ୍ତି |

ଇରାନର ଗଣମାଧ୍ୟମ ହତାହତଙ୍କ ସଂଖ୍ୟା ନଦେଇ କହିଛି ଯେ ନିରାପତ୍ତା ବାହିନୀ ଦ୍ଵାରା କିଛି ଲୋକ ପ୍ରାଣ ହରାଇଛନ୍ତି.| ଗଣମାଧ୍ୟମ ବିକ୍ଷୋଭକାରୀଙ୍କୁ ସଶସ୍ତ୍ର ସନ୍ତ୍ରାସବାଦି କହିଥିବା ବେଳେ ନିରାପତ୍ତା ବାହିନୀକୁ ପ୍ରଶଂସା କରିଛି | ଇରାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ସିଆଇଏ ସହ ସଂପୃକ୍ତ କିଛି ବିକ୍ଷୋଭ କାରୀଙ୍କୁ ଗିରଫ କରାଯାଇଛି | ହିଂସା ବ୍ୟାପିବାର ଦୁଇ ସପ୍ତାହ ପରେ ଇରାନ ରାଷ୍ଟ୍ରପତି ହସନ ରୁହାନି ଏକ ଟେଲିଭିଜନ ସନ୍ଦେସରେ କହିଛନ୍ତି ଯେ ଗିରଫ ହୋଇଥିବା କେତେଜଣ ନିରିହ ଏବଂ ନିରସ୍ତ୍ର ଲୋକଙ୍କୁ ଛାଡି ଦିଆଯିବ |

ତେଣେ ଇରାନ ଉପରେ ଆମେରିକା କଡା ପ୍ରତିବନ୍ଧ ଲଗାଇଛି ପ୍ରତିବନ୍ଧକ କାରଣରୁ ଇରାନ ଏହାର ତୈଳ ରପ୍ତାନି ଠିକ ଭାବରେ କରିପାରୁ ନାହିଁ ଯେଉଁ କାରଣରୁ ଏହାର ଆର୍ଥିକ ସ୍ଥିତି ବିଗିଡି ଚାଲିଛି | ପେଟ୍ରୋଲ ମୂଲ୍ୟ ବୃଦ୍ଧି ସହିତ ବିକ୍ଷୋଭ ଏବଂ ପ୍ରତିବନ୍ଧକ ଇରାନ ଏବଂ ଆମେରିକା ମଧ୍ୟରେ ସଂପର୍କକୁ ଆହୁରି ଖରାପ କରିଛି ଯାହାକି ସମାଧାନ ପାଇଁ କଷ୍ଟକର ହୋଇପଡିଛି |

ଇରାନର ଅସ୍ଥିରତା କାହାର ହିତ ସାଧନ କରିବ ନାହିଁ ବିତ୍କ୍ଷୋଭକୁ ଦମନ କରିବା ଅଭିଯାନ ଦ୍ଵାରା ଖୁଜେସ୍ଥାନ, ସିସ୍ତାନ, ବାଲୁଚିସ୍ଥାନ ଏବଂ କୁର୍ଦିସ୍ଥାନରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟ ଅଧିକ ହିଂସାର ରାସ୍ତା ଆପଣାଇବାର ଆଶଙ୍କା ଦେଖାଦେଇଛି | ଅପରପକ୍ଷେ ଏମିତି ହେଲେ ସରକାର ଏହାକୁ ଦମନ କରିବାକୁ ଅଧିକ ଶକ୍ତି ପ୍ରୟୋଗ କରିପାରନ୍ତି ଯାହାକି ପରିସ୍ଥିତିକୁ ଆହୁରି ଖରାପ କରି ବୋଲି ଆଶଙ୍କା ରହୁଛି |

ଇରାନ ସହିତ ସମସ୍ତ ଉପସାଗରୀୟ ଦେଶମାନଙ୍କ ସହିତ ଭାରତର ସଂପର୍କ ଭଲ ରହିଛି | ଇରାନରେ ଭାରତ ଚବାହର ବନ୍ଦରର ବିକାଶ କରିଛି ଏହି ବିକ୍ଷୋଭ ଭାରତର ପୁଞ୍ଜିନିବେଶ ଉପରେ ପ୍ରଭାବ ପକାଇପାରେ |




ଆଲେଖ୍ୟ: ଆସିଫ ସୁଜା

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...