Skip to main content

ପଡୋଶୀ ରାଷ୍ଟ୍ର ପ୍ରଥମେ ନୀତିକୁ ଭାରତ ଦୋହରାଇଛି

ଭାରତ ଏହାର ପଡୋଶୀ ରାଷ୍ଟ୍ର ପ୍ରଥମେ ନୀତି ପ୍ରତି ଦୃଢ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛି। ନରେନ୍ଦ୍ର ମୋଦି 2014 ମେ ମାସରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହି ନୀତିକୁ ବହୁବାର ଦୋହରାଇଛନ୍ତି। 2014 ମେ 26ରେ ତାଙ୍କର ଶପଥ ଗ୍ରହଣ ସମାରୋହକୁ ସେ ସାର୍କ ଦେଶର ମୁଖ୍ୟମାନଙ୍କୁ ଆମନ୍ତ୍ରଣ କରିଥିଲେ। ସେହି ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭୁଟାନ ଯାଇଥିଲେ। ଦାରିଦ୍ର, କୁପୋଷଣ ଓ ସର୍ବ ଶିକ୍ଷା ସମସ୍ୟା ଦୂର କରିବା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଶ୍ରୀ ମୋଦି ଦକ୍ଷିଣ ଏସିଆ ପଡୋଶୀ ରାଷ୍ଟ୍ରମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ପଡୋଶୀ ରାଷ୍ଟ୍ରଗୁଡିକର କଲ୍ୟାଣ ପାଇଁ ଭା4ରତ ତାର ଅଭିଜ୍ଞତା ଏବଂ ବିଶେଷ ଜ୍ଞାନ ଆଦାନପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି।

2020 ନୂଆ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆଭିମୁକ୍ୟକୁ ଆଗେଇ ନେବାକୁ ଯାଇ ଭୁଟାନର ରାଜା ଜିଗମେ କେଶର ନାମଗ୍ୟେଲ ୱାଙ୍ଗଚୁକ, ଭୁଟାନ ପ୍ରଧାନ ମନ୍ତ୍ରୀ ଡକ୍ଟର ଲୋଟେ ଶେରିଙ୍ଗ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି।

ଦେଶବାସୀ ଓ ନିଜ ତରଫରୁ ଏହି ନେତାମାନଙ୍କୁ ଶ୍ରୀ ମୋଦି ନୂଆ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ପଡୋଶୀ ରାଷ୍ଟ୍ର ପ୍ରଥମେ ନୀତିକୁ ପ୍ରାଧାନ୍ୟ ଦିଆଯାଉଥିବା ବିଷୟକୁ ଶ୍ରୀ ମୋଦି ସେମାନଙ୍କ ସହ କଥାବାର୍ତ୍ତା ବେଳେ ଦୋହରାଇଛନ୍ତି। ପଡୋଶୀ ରାଷ୍ଟ୍ରଗୁଡିକ ଶାନ୍ତି, ନିରାପତ୍ତା ଓ ପ୍ରଗତି ତଥା ସମୃଦ୍ଧି ହାସଲ କରନ୍ତୁ ବୋଲି ସେ କାମନା କରିଛନ୍ତି। ଭୁଟାନର ରାଜାଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ଗତବର୍ଷ ଗୁରୁତ୍ୱପୂର୍ଣ୍ଣ ସଫଳତାଗୁଡିକ ବିଷୟ ଉଲ୍ଲେଖ କରିଛନ୍ତି ଏବଂ ଭାରତ ଓ ଭୁଟାନ ମଧ୍ୟରେ ଏହି ସଫଳତା ଗୁଡିକ ସଂପର୍କକୁ ଆହୁରି ନିବିଡ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଗତ ବର୍ଷ ଭୁଟାନ ଯାଇଥିବାବେଳେ ତାଙ୍କୁ ସେଠାରେ ଦିଆଯାଇଥିବା ସମ୍ମାନ ସମ୍ୱର୍ଦ୍ଧନା ମନକୁ ଛୁଇଁ ପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦୁଇ ଦେଶର ଯୁବ ସଂପ୍ରଦାୟ ମଧ୍ୟରେ ଆଦାନପ୍ରଦାନ ବୃଦ୍ଧି ବିଷୟକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିବା ସଙ୍ଗେସଙ୍ଗେ ଭୁଟାନର ରାଜାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଶ୍ରୀ ମୋଦିଙ୍କ ଶୁଭେଚ୍ଛାକୁ ସାଦରେ ଗ୍ରହଣ କରିବା ସଙ୍ଗେସଙ୍ଗେ ନୂଆ ବର୍ଷରେ ଦୁଇ ଦେଶର ସଂପର୍କ ଆହୁରି ବୃଦ୍ଧି ପାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ମିଳିମିଶି କାମ କରିବା ପାଇଁ ଉଭୟ ନେତା ସେମାନଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି।

ମାଳଦ୍ୱୀପର ସର୍ବାଙ୍ଗିନ ଉନ୍ନତି ଓ ସେ ଦେଶର ଲୋକମାନଙ୍କର ସର୍ବବିଧ ମଙ୍ଗଳ ହେଉବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ କାମନା କରିଛନ୍ତି। ମାଳଦ୍ୱୀପ ରାଷ୍ଟ୍ରପତି ଶ୍ରୀ ଶୋଲି ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେସଙ୍ଗେ ଦୁଇ ଦେଶ ମଧ୍ୟରେ ବର୍ତ୍ତମାନର ସହଯୋଗକୁ ଆହୁରି ବୃଦ୍ଧି କରି ସଂପର୍କକୁ ନିବିଡ କରିବା ଏବଂ ମିଳିମିଶି କାମ କରିବା ପାଇଁ ନୂଆ ନୂଆ କ୍ଷେତ୍ରଗୁଡିକୁ ଚିହ୍ନଟ କରିବା ପାଇଁ ଇଛା ବ୍ୟକ୍ତ କରିଛନ୍ତି।

ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇବା ସହିତ ଭାରତରେ ବାଙ୍ଗଲାଦେଶର ପୂର୍ବତନ ହାଇକମିଶନର ସୟଦ ମୁଆଜେମ ଅଲ୍ଲିଙ୍କ ଅକାଳ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି। 2019ରେ ଭାରତ ଏବଂ ବାଙ୍ଗଲାଦେଶ ହାସଲ କରିଥିବା ପ୍ରଗତିକୁ ଶ୍ରୀ ମୋଦି ସ୍ମରଣ କରିଛନ୍ତି।ବଙ୍ଗବନ୍ଧୁଙ୍କ ଜନ୍ମ ଶତାବ୍ଦି ଏବଂ ବାଙ୍ଗଲାଦେଶ ମୁକ୍ତି ଆନ୍ଦୋଳନର 50 ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଦୁଇ ଦେଶର ସଂପର୍କ ଆହୁରି ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶା ପୋଷଣ କରିଛନ୍ତି।

2019ରେ ଭାରତ ନେପାଳ ସଂପର୍କରେ ସନ୍ତୋଷ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ମୋତିହାରୀ ଅମଲେଖଗଞ୍ଜ ପେଟ୍ରୋଲିୟମ ପ୍ରଡକ୍ଟ ପାଇପଲାଇନ ଧାର୍ଯ୍ୟ ସମୟରେ ସମାପନ ହେବା ଓ ଅନ୍ୟାନ୍ୟ ପ୍ରକଳ୍ପର ଅଗ୍ରଗତି ଉପରେ ଶ୍ରୀ ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ବିରାଟନଗର ସମନ୍ୱିତ ଯାଞ୍ଚ ଘାଟି ଖୁବ ଶିଘ୍ର ଉଦଘାଟନ କରିବାକୁ ଦୁଇ ନେତା ସହମତ ହୋଇଛନ୍ତି।


ଆଲେଖ୍ୟ: ପଦମ୍ ସିଂହ
ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...