Skip to main content

ପାକିସ୍ତାନରେ ଆହୁରି ପରିବର୍ତ୍ତନର ଆବଶ୍ୟକତା ଅଛି

ସମ୍ପ୍ରତ୍ତି ପାକିସ୍ତାନରେ ସଲିମ ସଫି ନାମକ ଜଣେ ବରିଷ୍ଠ ସାମ୍ବାଦିକ ‘ଡେଲି ଜଙ୍ଗ’ ପତ୍ରିକାରେ ଏକ ଲେଖା ଲେଖି ଦେଶରେ ଜାରି ରହିଥିବା ପରିସ୍ଥିତି ତଥା ପାକିସ୍ତାନକୁ ଏକ ନୂତନ ସାମାଜିକ ଅନୁବନ୍ଧକୁ ତତ୍କାଳ ବିକଶିତ କରିବାର ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇ କହିଥିଲେ ‘ଏବେ ନୁହେଁ ତ କେବେ ନୁହେଁ’ ......

ତାଙ୍କ ମତରେ ପାକିସ୍ତାନ ଏକ ଏପରି ସ୍ଥିତିରେ ପହଞ୍ଚିଛି ଯେଉଁଠି ରାଷ୍ଟ୍ରର ବିଭିନ୍ନ ପ୍ରତିଷ୍ଠାନ ପରସ୍ପର ମଧ୍ୟରେ ଟଣା ଓଟରା ହେଉଛନ୍ତି ଓ ପରସ୍ପର ପ୍ରତି ଉତ୍ତମ ହାବଭାବ ପ୍ରଦର୍ଶନ କରୁନାହାନ୍ତି ଏପରିକି ଗୋଟିଏ ଅନୁଷ୍ଠାନ ଅସୁବିଧାର ସମ୍ମୁଖୀନ ହେଲେ ଅନ୍ୟଟି ଖୁସି ହେଉଛି | ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଲେଖିଛନ୍ତି ଯେ ପାକିସ୍ତାନକୁ ଅତୀତରେ କରାଯାଇଥିବା ଭୁଲ ଗୁଡିକୁ ଅବଲୋକନ କରିବା ଓ ଭବିଷ୍ୟତରେ ରାଜନୀତି କ୍ଷେତ୍ରରେ ଏକ ନୂତନ ଦୃଷ୍ଟାନ୍ତ ବିକଶିତ କରିବା ପାଇଁ ଏକ ସତ୍ୟତା ଓ ପୁନଃସ୍ଥାପନ କମିଶନ ଗଠନ କରିବାର ଆବଶ୍ୟକତା ହେବ |

ଦେଶ ବର୍ତ୍ତମାନ ଅନେକ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହିପରି ବିଳାପ ପାକିସ୍ତାନରେ ସଂକ୍ରାମକ ଭଳି ବ୍ୟାପିଚାଲିଛି | ରାଜନୈତିକ ସ୍ତରରେ, ବିରୋଧୀ ନେତାମାନଙ୍କ ବିରୁଦ୍ଧରେ ତଦନ୍ତ ଚଳାଯାଉଥିବାରୁ, .ବିରୋଧୀ ପକ୍ଷର ଅଧିକାଂଶ ରାଜନୈତିକ ନେତା ମାନେ କ୍ଷମତାରେ ଥିବା ବେଳେ ଭ୍ରଷ୍ଟାଚାର, ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣରେ ଜଡିତ ଥିବା ଅଭିଯୋଗ ମାମଲାରୁ ନିଜକୁ ମୁକୁଳେଇବାରେ ଲାଗି ପଡିଛନ୍ତି |

ସାର୍ବଜନୀନ କାର୍ଯ୍ୟଳୟ ଗୁଡିକରେ କରାଯାଉଥିବା ଅନିୟମିତତା ନେଇ ଯାଞ୍ଚ କରିବା ଲାଗି ପାକିସ୍ତାନରେ ଜାତୀୟ ଉତ୍ତରଦାୟୀ ବ୍ୟୁରୋ (ଏନଏବି), ସ୍ଥାପନା କରାଯାଇଥିଲା ହେଲେ ତାହା ବିରୋଧୀ ପକ୍ଷକୁ ଭୟ ଦେଖେଇବା ଓ ସାର୍ବଜନୀନ ଧାରଣାରେ ସେମାନଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ଲାଗି ଏକ ଆୟୁଧ ଭାବେ ଉଭା ହୋଇଛି | ଏହାଦ୍ଵାରା ସରକାର ନିର୍ବିଘ୍ନରେ ଚାଲିବ ବୋଲି ଯେଉଁ ଭାବନା ଥିଲା ତାହା ବିଫଳ ହୋଇଛି | ଇମ୍ରାନ ଖାଁ ସରକାର ଅଣପ୍ରସଙ୍ଗ ଉପରେ ଧ୍ୟାନକେନ୍ଦ୍ରିତ କରି ପ୍ରତିଷୋଧମୂଳକ ରାଜନୀତି ଆରମ୍ଭ କରିଛନ୍ତି ଓ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ ନକରି କେବଳ ବୟାନବାଜିରେ ଲିପ୍ତ ରହିଥିବାରୂ ପାକିସ୍ତାନର ଗଣତନ୍ତ୍ର ଏକ ପରିହାସରେ ପରିଣତ ହୋଇଯାଇଛି । ପ୍ରକୃତ କଥା ହେଲା ସଂସଦରେ ସଂଖ୍ୟାଗରିଷ୍ଠତା ବିନା ସେ ଏହାକୁ ପରିଚାଳନା କରୁଛନ୍ତି, ଏହା ଏପରି ଏକ ଶକ୍ତିକୁ ଇଙ୍ଗିତ କରୁଛି ଯାହାଦ୍ଵାରା ତାଙ୍କ ସରକାର ଦୃଢତାର ସହ ଶାସନ କରୁଛି ।

ଦେଶରେ ଗଣତାନ୍ତ୍ରିକ ରାଜନୈତିକ ଆଦାନ ପ୍ରଦାନ ଅଭାବ ଯୋଗୁଁ ଏହି କ୍ଷମତାଶାଳି ପ୍ରତିଷ୍ଠାନକୁ ବର୍ତ୍ତମାନ ସରକାରଙ୍କ ମୁଖ୍ୟ ସମର୍ଥକ ରୂପରେ ମାନ୍ୟତା ଦିଆଯାଉଛି ଯିଏକି ସବୁ ସ୍ତରରେ ଦୋଦୋପାଞ୍ଚ ନୀତି ଅବଲମ୍ବନ କରୁଛି | ଏପରି ଅସ୍ଥିରତା ପାଇଁ ବିରୋଧୀ ପକ୍ଷରୁ ବିରୋଧ କରାଯାଉନାହିଁ ବରଂ ନିଜ ପ୍ରତିଷ୍ଠାନମାନଙ୍କ ଦ୍ଵାରା ଆପତ୍ତି ଅଭିଯୋଗ ଅଣାଯାଉଛି ଏବଂ କ୍ଷମତା ଜାହିର କରିବା ଲାଗି ଆନ୍ତଃ ଅନୁଷ୍ଠାନ ପ୍ରତିଦ୍ୱନ୍ଦିତା ମଧ୍ୟ ଦେଖାଦେଊଛି | ନଭେମ୍ବର ମାସରେ ନ୍ୟାୟପାଳିକା ସେନାଧ୍ୟକ୍ଷଙ୍କୁ ପୁନଃନିଯୁକ୍ତି କରିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ଏବଂ ଏକ ସ୍ଵତନ୍ତ୍ର ଅଦାଲତ ଦ୍ଵାରା ମୁସରଫଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ରାୟ ହେଉଛି ଏହାର ଅନ୍ୟ ଉଦାହରଣ । ସାଧାରଣତଃ ଅଦାଲତ ଏପରି ରାୟକୁ ଏଡେଇବା କଥ| କିନ୍ତୁ ବର୍ତ୍ତମାନ ଉଭା ହୋଇଥିବା ଚାଲେଞ୍ଜର ମୁକାବିଲା କରିବା ସହ ଦେଶର ଭାବମୂର୍ତ୍ତିକୁ ଜାଜ୍ଵଲ୍ୟମାନ କରିବା ଲାଗି ଇମ୍ରାନ ସରକାରଙ୍କୁ ବାଧ୍ୟ କରାଯାଉଛି |

ଏହା ଉଲ୍ଲେଖ ଯୋଗ୍ୟ ଯେ ଏହା ସତ୍ତ୍ୱେ ମଧ୍ୟ ବିରୋଧୀ ପକ୍ଷର ରାଜନୈତିକ ଗୋଷ୍ଠୀ ଗୁଡିକ ଏବେ ବି ଏହି ଶକ୍ତିଶାଳୀ ସଂସ୍ଥାର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ନାହାନ୍ତି | ଚଳିତ ମାସ 2 ତାରିଖରେ ମୁଖ୍ୟ ବିରୋଧୀ ଦଳ, ପିଏମଏଲ-ଏନ, ସରକାର ଦ୍ଵାରା ପ୍ରସ୍ତାବିତ ସେନାଧ୍ୟକ୍ଷଙ୍କୁ ପୁନର୍ବାର ନିଯୁକ୍ତି ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ କ୍ଷମତା ପ୍ରଦାନ କରିବା ବିଧେୟକକୁ ସମର୍ଥନ କରିଥିଲା | ଏହିପରି, ଆଗାମୀ ଦିନରେ ମୁସାରଫଙ୍କ ବିରୁଦ୍ଧରେ ରାୟ ଉପରେ ମଧ୍ୟ ସେନା ବାହିନୀକୁ ସନ୍ତୁଷ୍ଟ କରିବା ଲାଗି ସ୍ଥଗିତାଦେଶ ଜାରି କରିଦିଆଯାଇପାରେ |. ଏପରି ଅଗଣତାନ୍ତ୍ରିକ ରାଜନୀତିର ସିଧାସଳଖ ପ୍ରଭାବ ଦେଶ ଉପରେ ପଡିଥାଏ ଓ ଏକ ଭରସା ଯୋଗ୍ୟ ପ୍ରତିଷ୍ଠାନ ଭାବେ ପାକିସ୍ତାନର ସେନାବାହିନୀ ଉପରୁ ଲୋକମାନେ ଧୀରେ ଧୀରେ ବିଶ୍ୱାସ ହରେଇ ବସୁଛନ୍ତି | ପୂର୍ବ ତୁଳନାରେ ବର୍ତ୍ତମାନ ସେନାବାହିନୀ ଉପରେ ଅତ୍ୟଧିକ ପ୍ରତିକୂଳ ସ୍ଥିତି ଦେଖାଯାଉଛି ବୋଲି ଅନେକ ବିଶ୍ଳେଷକ ମତ ଦେଉଛନ୍ତି |

ପାକିସ୍ତାନରେ ବିରୋଧୀ ପକ୍ଷ ବର୍ତ୍ତମାନ ସ୍ଥିତିରୁ ଫାଇଦା ଉଠାଇବା ଲାଗି ଯଦି ପ୍ରୟାସ କରୁନାହାନ୍ତି ତେବେ ଏହା ମୁଖ୍ୟତଃ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଭୟରେ ଏପରି କରୁଛନ୍ତି | ବର୍ତ୍ତମାନ ସେମାନଙ୍କ ପ୍ରାଥମିକ ପ୍ରୟାସ ହେଲା କୌଣସି ପ୍ରଭାବଶାଳୀ ସଂସ୍ଥାକୁ ଦୁର୍ବଳ କରିବା ପରିବର୍ତ୍ତେ ଇମ୍ରାନ ସରକାରକୁ ଅବୈଧକରଣ କରିବା | ତେବେ ଏହି ପ୍ରକ୍ରିୟାରେ ପୁନର୍ବାର କ୍ଷମତାକୁ ଫେରି ଆସିବା ଲାଗି ସେନାବାହିନୀ ପାଖରେ ଯଥେଷ୍ଟ ସମୟ ଓ କ୍ଷମତା ରହିଛି | ସମ୍ପ୍ରତି ଅନ୍ୟ ସବୁ ରାଜନୈତିକ ଗୋଷ୍ଠୀ ତୁଳନାରେ ଇମ୍ରାନ ସରକାର ଓ ସେନାବାହିନୀ ମଧ୍ୟରେ ଅଧିକ ନିବିଡତା ରହିବାର ସମ୍ଭାବନା ରହିଛି | ଏଭଳି ସ୍ଥିତିରେ ପାକିସ୍ତାନରେ ଯେତେ ଅଧିକ ପରିବର୍ତ୍ତନ ହେଲେ ସୁଦ୍ଧା ସ୍ଥିତି ପୂର୍ବଭଳି ରହିବ ଏବଂ . ଏକ ନୂତନ ସାମାଜିକ ଅନୁବନ୍ଧ ନେଇ ସଫିଙ୍କ ଆଶା ଏକ ସ୍ଵପ୍ନ ହୋଇ ରହିଯିବ |

ମୂଳ ଲେଖା : ଡଃ ଅଶୋକ ବେହୁରିଆ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...