Skip to main content

ପାକିସ୍ତାନରେ ନିମ୍ନଗାମିତାର ନୂଆ ସ୍ତର

ଗତ ଶୁକ୍ରବାର ଦିନ ପାକିସ୍ତାନ ସ୍ଥିତ ପବିତ୍ର ଶିଖ ପୀଠ ବିଶ୍ୱ ପ୍ରସିଦ୍ଧ ଗୁରୁଦ୍ୱାର ନାନକ ଶାହିବରେ ପ୍ରାୟ 400ରୁ ଅଧିକ ଉପଦ୍ରବି ଶିଖ ବିରୋଧି ସ୍ଲୋଗାନ ସହିତ ଉପଦ୍ରବ କରିଥିଲେ। ସେମାନେ ଗୁରୁଦ୍ୱାରକୁ ଘେରାଉ କରି ଟେକା ପଥର ଫିଙ୍ଗିଥିଲେ। ଏହି ଉପଦ୍ରବିମାନଙ୍କର ନେତୃତ୍ୱ ନେଇଥିଲା ମହମ୍ମଦ ହୋସେନର ପରିବାର ଯିଏକି ଗୁରୁଦ୍ୱାରର ପୂଜକଙ୍କ ଝିଅ ଜଗଜୀତ କୋରକୁ ଅପହରଣ କରି ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲା। ହସନର ଏହି କାର୍ଯ୍ୟକୁ ଶିଖ ସଂପ୍ରଦାୟ ବିରୋଧ କରିବା ପରେ ଏହି ଉପଦ୍ରବ କରାଯାଇଛି ।

ଏକ ଭିଡିଓରେ ଦେଖାଯାଇଛି ଯେ ଉପଦ୍ରବିମାନେ ଗୁରୁଦ୍ୱାର ନିକଟରେ ବିଭିନ୍ନ ଗାଳିଗୁଲଜ ସହିତ ନାନକ ଶାହିବ ସ୍ଥାନକୁ ପରିବର୍ତ୍ତନ କରି ଗୁଲାମେ ମୁସ୍ତଫା ନାମରେ ଖୁବ ଶିଘ୍ର ପରିବର୍ତ୍ତନ କରିବେ ବୋଲି ଧମକ ଦେଉଥିଲେ।

ଗୁରୁଦ୍ୱାର ମଧ୍ୟରେ ବହୁ ସଂଖ୍ୟାରେ ଶିଖ ଶ୍ରଦ୍ଧାଳୁମାନେ ଅଟକି ରହିଥିବା ଯୋଗୁଁ ପରିସ୍ଥିତି ଅତି ଗୁରୁତର ବୋଲି କୁହାଯାଇ ପାରିବ। ପାକିସ୍ତାନ ସରକାରଙ୍କ ପକ୍ଷରୁ ଅବହେଳା ଓ ନିଷ୍କ୍ରିୟତା ପାକିସ୍ତାନରେ ରହୁଥିବା ଶିଖ ସଂପ୍ରଦାୟର ଲୋକମାନଙ୍କ ନିରାପତ୍ତା ପ୍ରତି ଘୋର ପ୍ରଶ୍ନବାଚି ସୃଷ୍ଟି କରିଛି।

1469 ମସିହାରେ ଶିଖମାନଙ୍କର ପ୍ରଥମ ଗୁରୁ ଗୁରୁ ନାନକଦେବ ଜୀଙ୍କର ଜନ୍ମସ୍ଥାନ ନାନକନା ଶାହିବ ଗୁରୁଦ୍ୱାରକୁ ଏକ ପବିତ୍ର ସ୍ଥଳି ବୋଲି ଶିଖମାନଙ୍କର ବିଶ୍ୱାସ ରହିଛି। ଗତ ବର୍ଷ ସମଗ୍ର ବିଶ୍ୱରେ ଶିଖମାନେ ଗୁରୁ ନାନକଦେବଙ୍କର 550ତମ ଜୟନ୍ତି ପାଳନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶିଖମାନଙ୍କର ଦଶମ ଗୁରୁ ଗୁରୁ ଗୋବିନ୍ଦ ସିଂହଙ୍କର ଜୟନ୍ତି ପାଳନ କରାଯିବାର ଦିନକ ପରେ ନାନକନା ଶାହିବ ଗୁରୁଦ୍ୱାରରେ ଏଭଳି ଘଟଣା ଘଟିଛି।

ଗୁରୁଦ୍ୱାରରେ ଉପଦ୍ରବ ଘଟିବାର ତୁରନ୍ତ ପରେ ଭାରତ ଏହାକୁ ଦୃଢ ନିନ୍ଦା କରିଛି। ଜଗଜୀତ କୌରଙ୍କ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତି ଉପରେ ଏବଂ ଏହି ଉପଦ୍ରବ ଘଟଣାରେ ସଂପୃକ୍ତଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପାକିସ୍ତାନରେ ଥିବା ଶିଖ ସଂପ୍ରଦାୟର ନିରାପତ୍ତା ଓ ସୁରକ୍ଷା ନିମନ୍ତେ ଭାରତ ପାକିସ୍ତାନ ନିକଟରେ ଦାବି କରିଛି। ନାନକ ଶାହିବ ଗୁରୁଦ୍ୱାରର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଭାରତ ପାକିସ୍ତାନକୁ କହିଛି।

ନାନକ ଶାହିବ ଉପରେ ଆକ୍ରମଣ ଖବର ପାଇବା ମାତ୍ରେ ପଞ୍ଜାବ ମୁଖ୍ୟ ମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଗୁରୁଦ୍ୱାର ମଧ୍ୟରେ ଅଟକି ରହିଥିବା ଲୋକମାନଙ୍କୁ ସୁରକ୍ଷା ଦେବାକୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। କେନ୍ଦ୍ର ମନ୍ତ୍ରୀ ହରସିମ୍ରତ କୌର ବାଦଲ ମଧ୍ୟ ଆକ୍ରମଣକୁ ଦୃଢ ନିନ୍ଦା କରିବା ସହିତ ପାକିସ୍ତାନରେ ସଂଖ୍ୟାଲଘୁମାନେ କିପରି ଅବସ୍ଥାରେ ରହିଛନ୍ତି ତାହା ପ୍ରତିଫଳିତ ହେଉଛି। ଏହା ପାକିସ୍ତାନର ମୁଖା ଖୋଲିଛି ବୋଲି ସେ କହିଛନ୍ତି। ଘଟଣାର ନିନ୍ଦା କରିବାକୁ ଯାଇ ନୂଆ ଦିଲ୍ଲୀ ସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟକ ଲୋକ ଏକତ୍ର ହୋଇଥିଲେ।

ଏହି ଘଟଣାକୁ ନିନ୍ଦା କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଦୁଇ ଦିନ ପର୍ଯ୍ୟନ୍ତ ଅପେକ୍ଷା କଲେ। ଇମରାନ ଖାନ କହିଲେ ଏହା ପାକିସ୍ତାନର ନୀତି କିମ୍ୱା ଉଦ୍ଦେଶ୍ୟ ନୁହେଁ ଏବଂ ଏହାକୁ ବରଦାସ୍ତ କରିହେବ ନାହିଁ। କିନ୍ତୁ ଉପଦ୍ରବିମାନଙ୍କ ବିରୁଦ୍ଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଥିରୁ ପ୍ରମାଣିତ ହେଉଛି ଯେ ପାକିସ୍ତାନର ନେତୃତ୍ୱ ଉପଦ୍ରବକୁ ନିୟନ୍ତ୍ରଣ କରିବାରେ ଅକ୍ଷମ।

ଇମରାନ ଖାନଙ୍କ ବିବୃତ୍ତି ଆସିବା ପୂର୍ବରୁ ପାକିସ୍ତାନର ବୈଦେଶିକ ଅଫିସ କହିଛି ଯେ ନାନକ ଶାହିବ ଘଟଣା ମିଥ୍ୟା ଏବଂ ଏହା କେବଳ ଦୁଇ ଗୋଷ୍ଠି ମଧ୍ୟରେ ଏକ ଚା ଦୋକାନରେ ହୋଇଥିବା କଳହ ମାତ୍ର।

ପାକିସ୍ତାନର ସଂଖ୍ୟାଲଘୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସେ ଦେଶ ଉପରେ ଚାପ ପକାଇବା ପାଇଁ ଭାରତ ଆନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଜଣାଇଛି।

ଆଲେଖ୍ୟ: ଅଶୋକ ସଜ୍ଜନହାର

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...