Skip to main content

ଉପସାଗରୀୟ ଅଞ୍ଚଳରେ ଶାନ୍ତି ପାଇଁ ଆହ୍ୱାନ ଦେଲା ଭାରତ

ଇରାନର କମାଣ୍ତର ମେଜର ଜେନେରାଲ କାସିମ ସୋଲେମାନିଙ୍କୁ ଗତ ଶୁକ୍ରବାର ଦିନ ଆମେରିକା ଦ୍ୱାରା ହତ୍ୟା କରାଗଲା ପରେ ପାରସ୍ୟ ଉପସାଗରରେ ଉତ୍ତେଜନା ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଇରାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜାରିଫଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ବେଳେ ସେହି ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ନେଇ ଭାରତର ଉଦବେଗ ଜଣାଇବା ସଙ୍ଗେ ସଙ୍ଗେ ଉଭୟ ପକ୍ଷ ସଂପର୍କରେ ରହିବେ ବୋଲି ରାଜି ହୋଇଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଉନବିଂଶ ଯୁଗ୍ମ କମିଶନରେ ଯୋଗ ଦେବା ପାଇଁ କେଇ ସପ୍ତାହ ପୂର୍ବେ ତେହରାନ ଯାଇଥିବା ଅବସରରେ ରାଷ୍ଟ୍ରପତି ହସନ ରୁହାନି ଓ ଶ୍ରୀ ଜରିଫଙ୍କ ସମେତ ଇରାନର ବରିଷ୍ଠ ଅଧିକାରୀମାନଙ୍କ ସହ ସାକ୍ଷାତ କରିଥିଲେ। ଆସନ୍ତା 14 ତାରିଖ ଦିନ ରାଇସିନା କଥାବାର୍ତ୍ତାରେ ଯୋଗଦେବା ପାଇଁ ଶ୍ରୀ ଜରିଫ ଭାରତ ଆସିବାର ଆଶା କରାଯାଉଛି।

ସୁଲେମାନଙ୍କ ହତ୍ୟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନର ନେତାମାନଙ୍କ ମଧ୍ୟରେ ଯୁଦ୍ଧ ହୁଁକାର ଦିଆଯାଇଥିବା ବେଳେ ଶ୍ରୀ ଜୟଶଙ୍କର ସେ ଅଞ୍ଚଳର ପ୍ରଭାବଶାଳି ବ୍ୟକ୍ତି ଜାଭେଦ ଜରିଫଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ଜାଭେଦ ଜରିଫ ଇରାକ, ସିରିଆ, ୟମେନ ଓ ଲେବାନନକୁ କଥାବାର୍ତ୍ତା ଜରିଆରେ ନିୟନ୍ତ୍ରଣରେ ରଖିଥିବାରୁ ତାଙ୍କୁ ସେ ଅଞ୍ଚଳର ଜଣେ ପ୍ରଭାବଶାଳି ନେତା ବୋଲି ବିବେଚନା କରାଯାଉଛି। ଇରାନର ସର୍ବୋଚ୍ଚ ନେତା ଅଲ୍ଲି ଖମେନେଇଙ୍କ ପରେ ଜେନେରାଲ ସୋଲେମାନୀ ପ୍ରଭାବଶାଳି ନେତା ଥିଲେ।

ଆମେରିକାକୁ କଡା ଜବାବ ଦିଆଯିବ ବୋଲି ଇରାନର ନେତାମାନଙ୍କ ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଇରାନ ସେନା ବାହିନୀର ଜଣେ ବରିଷ୍ଠ କମାଣ୍ତର କହିଛନ୍ତି ସେହି ଅଞ୍ଚଳରେ ଥିବା ଆମେରିକାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଗୁଡିକୁ ବହୁ ଦିନରୁ ଚିହ୍ନଟ କରି ରଖାଯାଇଛି। ସେ କହିଛନ୍ତି ସେହି ଅଞ୍ଚଳରେ ଆମେରିକାର 35ଟି କେନ୍ଦ୍ର ତଥା ତେଲ ଆଭିଭକୁ ଧ୍ୱଂସ କରିବା ପାଇଁ ସେ ଦେଶର ସାମର୍ଥ୍ୟ ରହିଛି।

ଏଭଳି ମନ୍ତବ୍ୟରେ ପାଲଟା ଜବାବ ଦେବାକୁ ଯାଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଇରାନର 52ଟି ଲକ୍ଷ୍ୟସ୍ଥଳିକୁ ଆମେରିକା ଚିହ୍ନଟ କରିସାରିଛି । ଏହି ସ୍ଥଳିଗୁଡିକ ମଧ୍ୟରେ ଇରାନର ଗୁରୁତ୍ୱପୂର୍ଣ୍ଣ ଉଚ୍ଚ ସ୍ତରୀୟ ସାଂସ୍କୃତିକ କେନ୍ଦ୍ରଗୁଡିକ ମଧ୍ୟ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ 1979 ମସିହାରେ ଇରାନର ଛାତ୍ରମାନେ 52 ଜଣ ଆମେରେକୀୟ କୂଟନୀତିଜ୍ଞମାନଙ୍କୁ ମୁଣ୍ତ ଯାମିନରେ ରଖିଥିଲେ। ଟ୍ରମ୍ପ ଧମକ ଦେଇ କହିଛନ୍ତି ଯଦି ଇରାନ ଆମେରିକାର କୌଣସି କେନ୍ଦ୍ର ଉପରେ ଆକ୍ରମଣ କରେ ତେବେ ଏମିତି ଏକ କଠୋର ଆକ୍ରମଣ କରାଯିବ ଯାହା ଇରାନ ପୂର୍ବରୁ କେବେ ଦେଖିନାହିଁ କି ଭାବିନାହିଁ। ଅପରପକ୍ଷେ ଇରାନ କହିଛି ଯେ ବହୁ ଆକ୍ରମଣ, ନରସଂହାର ଓ ହତ୍ୟା ପରେ ଇରାନର ସଭ୍ୟତା ଆଜି ବି ତିଷ୍ଠି ରହିଛି ଏକଥା ବିଶ୍ୱବାସୀ ଭୁଲିଯିବା ଉଚିତ ନୁହେଁ।

ସୋଲେମାନିଙ୍କୁ ଧରିବା ପାଇଁ ଆମେରିକା ପୁରସ୍କାର ଘୋଷଣା କରିଥିଲା ଏବଂ 1989 ମସିହାରୁ କାର୍ଯ୍ୟଭାର ଗ୍ରହଣ କରିଥିବା ଇରାନର ସର୍ବୋଚ୍ଚ ନେତାଙ୍କ ପାଇଁ ମଧ୍ୟ ତାର ହତ୍ୟା ଏକ ବଡ ଚ୍ୟାଲେଞ୍ଜ ବାବେ ଉଭା ହୋଇଛି। ଆମେରିକାକୁ ପ୍ରତ୍ତ୍ୟୁତର ଦେବା ସଙ୍ଗେସଙ୍ଗେ ସେହି ଅଞ୍ଚଳରେ ନିଜର ନେପଥ୍ୟ ଆଧିପତ୍ୟକୁ ପୁନଃସ୍ଥାପିତ କରିବା ପାଇଁ ତେହରାନ ପକ୍ଷରୁ କିଛିନା କିଛି ପଦକ୍ଷେପ ନିଶ୍ଚିତ ନେବ। ଆଜି ତେହରାନର ଦକ୍ଷିଣ ଦିଗକୁ ଏକ ହଜାର କିଲୋମିଟର ଦୂର ସୋମେମାନୀଙ୍କ ଜନ୍ମସ୍ଥାନ କେରମାନରେ ଆଜି କବର ଦିଆଯିବା ପରେ ଇରାନ କିଛିନା କିଛି ପଦକ୍ଷେପ ନେବାର ଆଶଙ୍କା ଦେଖା ଦେଇଛି।

ବିଶ୍ୱର ଅନ୍ୟ ଦେଶମାନଙ୍କ ଭଳି ଭାରତ ମଧ୍ୟ ଏହି ପରିସ୍ଥିତିକୁ ଅତି ଗୁରୁତର ବୋଲି ବିବେଚନା କରୁଛି ଓ ସୁଲେମାନୀଙ୍କ ହତ୍ୟା ପରେପରେ ନୂଆ ଦିଲ୍ଲୀ ପକ୍ଷରୁ ଏକ ବିବୃତ୍ତିରେ ପାରସ୍ୟ ଉପସାଗରରେ ଶାନ୍ତି, ସ୍ଥିରତା ଓ ନିରାପତ୍ତା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଛି। ପରିସ୍ଥିତି ଆହୁରି ଖରାପ ନହେଉ ବୋଲି ଭାରତ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି। ଡକ୍ଟର ଜରିଫଙ୍କ ସହ କଥାବାର୍ତ୍ତା ପରେ ଶ୍ରୀ ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପେଓ ଓ ସଂଯୁକ୍ତ ଆରବ ଏମିରେଟ୍ସ ତଥା ଓମାନର ବୈଦେଶିକ ମନ୍ତ୍ରୀ ମାନଙ୍କ ସହ ମଧ୍ୟ ଫୋନରେ କତାବାର୍ତ୍ତା କରିଛନ୍ତି।

ବର୍ତ୍ତମାନ ଇରାନ ପକ୍ଷରୁ କଣ ପଦକ୍ଷେପ ନିଆଯିବ ସେ ବିଷୟରେ ସମସ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି। ବିଶ୍ୱବାସୀ ପରବର୍ତ୍ତି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ମଧ୍ୟ ରଖିଛନ୍ତି। ଆମେରିକା କିମ୍ୱା ସେହି ଅଞ୍ଚଳରେ ଥିବା ଆମେରିକାର କେନ୍ଦ୍ର ଗୁଡିକରେ ସିଧାସଳଖ ଆକ୍ରମଣ କରାଗଲେ ଇରାନକୁ ବହୁତ ମହଙ୍ଗା ପଡିବ ଏବଂ ଆମେରିକା ପକ୍ଷରୁ ବଡ ଧରଣର ପ୍ରତି ଆକ୍ରମଣ କରାଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଏହି ଦୃଷ୍ଟିରୁ ମଧ୍ୟ ପ୍ରାଚ୍ୟ ଅଞ୍ଚଳରେ ଥିବା ଆମେରିକାର ସହଯୋଗୀ ରାଷ୍ଟ୍ର ଇଜରାଏଲ, ଇରାକ ଓ ସାଉଦି ଆରବ ଉପରେ ଇରାନର ଦୃଷ୍ଟି ନିବଦ୍ଧ ହେବା ଆବଶ୍ୟକ।

ଏହିସବୁ ଦେଶଗୁଡିକ ସହ ଭାରତର ଭଲ ସଂପର୍କ ରହିଛି। ଇରାନ ପକ୍ଷରୁ ଏହି ସବୁ ଦେଶଗୁଡିକ ଉପରେ ପଦକ୍ଷେପ ନିଆଯିବ ନାହିଁ ବୋଲି କୁହାଯାଇ ପାରିବ ନାହିଁ। ଯଦି ଇରାନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଏ ତେବେ ପାରସ୍ୟ ଉପସାଗରରେ ନିଆଁ ଜଳିବ। ତେଣୁ ଭାରତ ମଧ୍ୟ ଉଦବିଗ୍ନ ଅବସ୍ଥାରେ ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଇରାନରେ ଶକ୍ତି ନିରାପତ୍ତା, ଚବାହର ବନ୍ଦର ଓ ମଧ୍ୟ ଏସିଆ ପାଇଁ ଇରାନ ପ୍ରବେଶ ପଥ ହୋଇଥିବାରୁ ଭାରତ ପାଇଁ ତେହରାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହି ଦୃଷ୍ଟିରୁ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ସମୟରେ ଇରାନର ନେତାମାନଙ୍କୁ ଭାରତ ଏଭଳି ବାର୍ତ୍ତା ପଠାଇଛି। ଇରାନର ପରିସ୍ଥିତିକୁ ଭାରତ ହୃଦୟଙ୍ଗମ କରୁଛି ବୋଲି ଜଣାଇ ମଧ୍ୟ ଦେଇଛି।


ଆଲେଖ୍ୟ: ପ୍ରଫେସର ପି.ଆର କୁମାରସ୍ୱାମୀ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...