Skip to main content

କେନ୍ଦ୍ର ବଜେଟରେ ଅଭିବୃଦ୍ଧି ଉପରେ ପ୍ରାଧାନ୍ୟ

2020-21 କେନ୍ଦ୍ରୀୟ ବଜେଟରେ ଦୂରଗାମୀ ଉପାୟ ସହିତ ଦେଶରେ ଦେଖାଦେଇଥିବା ଅର୍ଥବ୍ୟବସ୍ଥାକୁ ପୁନଃସ୍ଥାପନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି | ଏହି ବଜେଟ ଲୋକଙ୍କ ପକେଟକୁ ଅଧିକ ଅର୍ଥ ଆଣିବ ଏବଂ କୃଷକମାନଙ୍କ ଆୟକୁ ଦୁଇଗୁଣା କରିବ ଏହାବ୍ୟତିତ ବ୍ୟବସାୟ ବୃଦ୍ଧି ପାଇଁ କଂପାନୀମାନଙ୍କ ଲାଭାଂଶ କରାଧାନକୁ ହଟାଇବାକୁ ବ୍ୟବସ୍ଥା କରାଯାଇଛି |

ଆର୍ଥିକ ଭାବେ ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ ଗୋଟିଏ ବଜେଟ ପ୍ରସ୍ତୁତ କରିବା କମ ଗୁରୁତ୍ଵପୂର୍ଣ୍ଣ ନୁହେଁ, କିନ୍ତୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପୁଞ୍ଜିଗତ ବ୍ୟୟ ପାଇଁ ପର୍ଯ୍ୟାପ୍ତ ବ୍ୟୟକୁ ସୁନିଶ୍ଚିତ କରି ଏକ ନିପୁଣତାର ପରିଚୟ ଦେଇଛନ୍ତି | ସରକାର ସ୍ଵଚ୍ଛତା ଏବଂ ଜଳସଂରକ୍ଷଣରେ ପୁଞ୍ଜିଗତ ପରିସଂପତ୍ତିର ନିର୍ମାଣ କରି ଲୋକମାନହ୍କର ଜୀବନଧାରଣ ମାନକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ କରିଛନ୍ତି | ଏହି ବଡେଟରେ ସ୍ଵାସ୍ଥ୍ୟ, ସମୃଦ୍ଧି ଏବଂ ଜନକଲ୍ୟାଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି |

ଜାତୀୟ ପାଇପଲାଇନ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ସରକାର 102 ଲକ୍ଷ କୋଟି ପାଞ୍ଚ ବର୍ଷରେ ବ୍ୟୟ କରିବେ ଏବଂ ଏହି ଚଳିତ ବର୍ଷରେ ଭିତ୍ତିଭୂମି ଲଗାଣକାରୀ କଂପାନିର ଅଂଶଧନ ଏବଂ ପାଣ୍ଠି ବୃଦ୍ଧି ପାଇଁ 22 ହଜାର କୋଟିର ବ୍ୟୟ ବରାଦ କରିଛନ୍ତି | ଏହାଦ୍ଵାରା ଦୀର୍ଘକାଳିନ ଭିତ୍ତିଭୂମି ପାଇଁ ଅର୍ଥଲଗାଣ ସୁବିଧାଜନକ ହେବ|

ଅର୍ଥବ୍ୟବସ୍ଥାର ବାସ୍ତବିକ କ୍ଷେତ୍ର ପାଇଁ ଆବଶ୍ୟକ ଉପାୟ ରାଜକୌଶୀୟ ଉତ୍ତରଦାୟିତ୍ଵ ଏବଂ ବଜେଟ ପ୍ରବନ୍ଧନ(FRBM) ଅଧିନିୟମ ଦ୍ଵାରା ବିଚଳନ କରାଯାଇଛି | 2019-20 ପାଇଁ ରାଜସ୍ଵ ଘାଟା ମୋଟ ଘରୋଇ ଉତ୍ପାଦନର ଶତକଡା 3.3ଭାଗ ଲକ୍ଷ୍ୟକୁ 3.8 ଭାଗ ଲକ୍ଷ୍ୟକୁ ବୃଦ୍ଧି କରାଯାଇଛି | 0.5 ଭାଗ ଏଥିପାଇଁ ବୃଦ୍ଧି କରାଯାଇଛି କାରଣ ଭାରତ ପରି ଏକ ଜୀବନ୍ତ ଅର୍ଥବ୍ୟବସ୍ଥାରେ ନିଜର ଅଭିବୃଦ୍ଧି ହାରକୁ କମ କରାଯାଇ ପାରିବ ନାହିଁ |

କୃଷି, ଜଳସେଚନ ଏବଂ ଗ୍ରାମା଼୍ଚଳର ବିକାଶ ପାଇଁ ବଜେଟରେ ଗୋଦାନଘର, ଶିତଳ ଭଣ୍ତାର ଆଦି ଅଧିକ ସ୍ଥାପନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି ଏବଂ କୃଷି ଋଣ ପାଇଁ ଆସନ୍ତା ଆର୍ଥିକ ବର୍ଷ ସକାଶେ 15 ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି | ସେହିପରି ଶିକ୍ଷା ପାଇଁ 99.300 କୋଟି ଏବଂ କୌଶଳ ବିକାଶ ପାଇଁ 3200 କୋଟି ଟଙ୍କାର ବ୍ୟୟବରାଦ ଏହି ବଜେଟରେ କରାଯାଇଛି |

ଲୋକମାନଙ୍କୁ ସୁବାଧା ପ୍ରଦାନ କରିବା ପାଇଁ ଆୟକରରେ ପରିବର୍ତ୍ତନ କରାଯାଇ ଦୁଇ ପ୍ରକାର ବ୍ୟବସ୍ଥା ରଖାଯାଇଛି ଯଥା ପୁରୁଣା ବ୍ୟବସ୍ଥା ଏବଂ ନୂଆ ବ୍ୟବସ୍ଥା | ଏହାଲୋକମନଙ୍କ ସୁବିଧା ଅନୁଯାୟୀ ସେମାନେ ଏହି ବ୍ୟବସ୍ଥା ମଧ୍ୟରୁ ଗୋଟିକୁ ବାଛି ପାରିବେ | ସେହିପରି ବାଣିଜ୍ୟିକ ଅଭିବୃଦ୍ଧିକୁ ଧ୍ୟାନରେ ରଖି ଗତ ସେପ୍ଟେମ୍ଵରରେ ଘୋଷଣା କରାଯାଇଥିବା 15 ଭାଗ କଂପାନୀ ଆୟକର ହାରରେ କୋହଳତା ଦିଆଯାଇଛି | ସେହିପରି ବିଦେଶୀ ପୁଞ୍ଜିନିବେଶକାରୀଙ୍କ ପାଇଁ କରରେ କନସେସନ କରାଯାଇଛି | ବିଦେଶି ପୋର୍ଟଫୋଲିଓ ନିବେସ ସୀମାକୁ 9ରୁ 15କୁ ବୃଦ୍ଧି କରାଯାଇଛି |

ସରକାର ନିଜର ବିକାଶ କାର୍ଯ୍ୟକ୍ରମକୁ ବିତ୍ତପୋଷିତ କରିବା ପାଇଁ ଅତିରିକ୍ତ ପାଣ୍ଠି ଯୋଗାଡ କରିବାର ଆଶା କରିଛନ୍ତି | ଆଗାମି ଆର୍ଥିକ ବର୍ଷ ପାଇଁ 2.10 ଲକ୍ଷ କୋଟି ଟଙ୍କା ରଖିଛନ୍ତି ଯେତେବେଳେକି ଏହା 2019-20ରେ 65000 କୋଟି ଟଙ୍କା ଥିଲା | ଆଗାମି ଆର୍ଥିକ ବର୍, ପାଇଁ ଆନୁମାନିକ ଶତକଡା 10 ଭାଗ ଜିଡିପି ହାର ରଖାଯାଇଛି |




ଆଲେଖ୍ୟ : ଜି ଶ୍ରୀନିବାସନ

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...