Skip to main content

ହଙ୍ଗକଙ୍ଗ ପ୍ରସଙ୍ଗ ଉପରେ ଚୀନକୁ ସମାଲୋଚନା କଲା ଜି-7



ଚୀନର ନ୍ୟାସନାଲ ପିପୁଲ୍ସ ଅଫ କଂଗ୍ରେସର ସ୍ଥାୟୀ ସମିତି ଜୁନ 30ରେ ହଙ୍ଗକଙ୍ଗ ଉପରେ ବିବାଦୀୟ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଗୃହିତ କରିଛି | 1997ରେ ଚୀନକୁ ସମର୍ପଣ କରାଯାଇଥିବା ହଙ୍ଗକଙ୍ଗର ବାର୍ଷିକୀ ପୂର୍ବରୁ ଏହି ଆଇନ ପାସ ହୋଇଛି | ହଙ୍ଗକଙ୍ଗର ଆସେମ୍ଲିକୁ ଅଣଦେଖା କରାଯାଇ ଚୀନ ଏକତରଫା ଭାବେ ଏହି ଆଇନ ପାସ କରିଛି | ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ ତଥା ଜି-7 ରାଷ୍ଟ୍ର ସମୁହରେ ୟୁରୋପୀୟ ସଂଘର ଉଚ୍ଚ ପ୍ରତିନିଧିମାନଙ୍କ ଦ୍ଵାରା ଏହା ଏକ ବଡ ଚିନ୍ତାର ବିଷୟ ଜଣାଇବା ସତ୍ତ୍ଵେ ମଧ୍ୟ ଚୀନ କହିଛି ଯେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଗୋଟିଏ ଦେଶ ଦୁଇଟି ପ୍ରଣାଳିର ସିଦ୍ଧାନ୍ତକୁ ଦୁର୍ବଳ କରୁନାହିଁ
|

ପୂର୍ବରୁ ଜି-7 ଏକ ବକ୍ତବ୍ୟରେ କହିଥିଲା ଯେ ହଙ୍ଗକଙ୍ଗର ମୌଳିକ ଆଇନ ଉପରେ ଚୀନର ନିର୍ଣ୍ଣୟ ବୌଧାନିକ ଭାବେ ଜାତିସଂଘରେ ପଞ୍ଜିକୃତ ଚୀନ ବ୍ରିଟେନ ମିଳିତ ଘୋଷଣାନାମାର ସିଦ୍ଧାନ୍ତର ଏହା ପରିପନ୍ଥି | ପ୍ରସ୍ଥାବିତ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଗୋଟିଏ ଦେଶ ଦୁଇଟି ପ୍ରଣାଳିର ସିଦ୍ଧାନ୍ତକୁ ଦୁର୍ବଳ କରି ଅଞ୍ଚଳର ସ୍ଵାଧୀନତାକୁ ବିପଦରେ ପକାଇବ | ଏହି ଆଇନ ହଙ୍ଗକଙ୍ଗକୁ ଦେଇଥିବା ସଫଳତାକୁ ମଧ୍ୟ ଆଘାତ କରିବ | ଏହା ବ୍ୟତିତ ଜି-7ର ନେତାମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ଯେ ଏହି ଆଇନ ସେଠାକାର ଲୋକମାନହ୍କ ସ୍ଵାଧୀନତାକୁ କ୍ଷୁର୍ଣ୍ଣ କରିବା ସହିତ ସ୍ଵାଧୀନ ନ୍ୟାୟ ପ୍ରଣାଳିର ଅସ୍ତିତ୍ଵକୁ ସଂକଟାପନ୍ନ କରିବ |

ହଙ୍ଗକଙ୍ଗ ଉପରେ ଜି-7ର ବକ୍ତବ୍ୟ ଉପରେ ଚୀନ ପ୍ରତିକ୍ରିୟା ଦେଇ କହିଛି ହଙ୍ଗକଙ୍ଗର ସମ୍ଵନ୍ଧିତ ବିଷୟ ଚୀନର ଅଭ୍ୟନ୍ତରିଣ ମାମଲା ଏବଂ ଏଥିରେ କୌଣସି ବିଦେଶି ସରକାର, ସଂଗଠନ କିମ୍ଵା ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ | ଚୀନ କହିଛି ହଙ୍ଗକଙ୍ଗର ସୁରକ୍ଷା ହେଉଛି ଏହି ଆଇନର ଉଦ୍ଦେଶ୍ୟ ଏବଂ ଏଥିରେ କୌଣସି ବିଦେଶି ଶକ୍ତିର ହସ୍ତକ୍ଷେପକୁ ପ୍ରତିରୋଧ କରିବା ତଥା ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ମୌଳିକ ନିୟମକୁ ପାଳନ କରାଯାଉଥିବା ଇଏ ଆଇନ | ଚୀନ ଗଣମାଧ୍ୟମ କହିଛି ଯେ ହଙ୍ଗକଙ୍ଗକୁ ଅସ୍ଥିର କରିବା ପାଇଁ ବିଦେଶୀ ଶକ୍ତି ସହିତ ବୁଝାମଣା କରିଥିବା ଚରମପନ୍ଥି ଶକ୍ତିର ଏକ ଛୋଟିଆ ଗୋଷ୍ଠିକୁ ଦୂରେଇ ରଖିବା ଏହି ଆଇନର ଉଦ୍ଦେଶ୍ୟ |

ଆଶଙ୍କା କରାଯାଉଛି ଯେ ଏହି ଆଇନ ବଳରେ ହଙ୍ଗକଙ୍ଗର ଗଣତନ୍ତ୍ର ସମର୍ଥକ ବିକ୍ଷୋଭକାରୀମାନଙ୍କୁ ଦମନ କରାଯିବ | ଏହି ବିରୋଧ ପ୍ରଦର୍ଶନ ନିକଟରେ ଆନ୍ତର୍ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିଥିଲା | ଏହି ନୂଆ ଆଇନ ବଳରେ ଚୀନରେ କୌଣସି ପ୍ରକାର ବିରୋଧ ପ୍ରଦର୍ଶନ କିମ୍ବା ହଙ୍ଗକଙ୍ଗର ଅସ୍ଥିରତା ପ୍ରତି ବିଦେଶୀ ଶକ୍ତିର ସମ୍ଭାବିତ ଭୂମିକା ପ୍ତତି ଲକ୍ଷ୍ୟ କରାଯାଇଛି | ନିକଟରେ ହୋଇଥିବା ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିଲା ତଥା ହଙ୍ଗକଙ୍ଗର ବିମାନ ବନ୍ଦର ଏବଂ ରାଜରାସ୍ତାରେ ଅଚଳାବସ୍ଥା ସୃଷ୍ଟି କରିଥିଲା | ଚୀନ ହଙ୍ଗକଙ୍ଗରେ ଏକ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ସ୍ଥାପନ କରିବ |

ହଙ୍ଗକଙ୍ଗର ସ୍ଵାଧୀନତା ସମାପ୍ତ ହେବା କାରଣରୁ ଆମେରିକା ଗୁରୁତ୍ଵପୂର୍ଣ୍ଣ ଉପାୟ କରିବା ଆରମ୍ଭ କରିଛି | ହଙ୍ଗକଙ୍ଗକୁ ରପ୍ତାନୀ କରାଯାଉଥିବା ପ୍ରତିରକ୍ଷା ଉପକରଣ ଏବଂ ଉଚ୍ଚ ଜ୍ଞାନକୌଶଳ ସମ୍ଵନ୍ଧୀୟ ଉତ୍ପାଦକୁ ଆମେରିକା ବନ୍ଦ କରିଦେଇଛି | ଏହା ସହିତ ଆମେରିକା ଚୀନର କମ୍ୟୁନିଷ୍ଟ ପାର୍ଟିର ଅଧିକାରୀମାନଙ୍କୁ ବିଜା ନିୟନ୍ତ୍ରଣ ଲାଗୁ କରିବାକୁ ମଧ୍ୟ ନିର୍ଣ୍ଣୟ ନେଇଛି | ଚୀନ କହିଛି ଯେ ଆମେ କୌଣସି ଧମକକୁ ଗୁରୁତ୍ଵ ଦେଉନା କିମ୍ଵା ଆମେରିକାର କୌଣସି ବି ପ୍ରତିବନ୍ଧ ଏଠାରେ ସଫଳ ହେବ ନାହିଁ | ୟୁରୋପୀୟ ସଂଘ ପରିଷଦର ଅଧ୍ୟକ୍ଷ ଚାର୍ଲସ ମାଇକେଲ ଏହି ଆଇନ ପାଇଁ ଚୀନକୁ ନିନ୍ଦା କରିଛନ୍ତି |

ବର୍ତ୍ତମାନ ଦେଖାଦେଇଥିବା ବିଶ୍ଵ ସ୍ତରୀୟ ମହାମାରୀ ସତ୍ତ୍ଵେ ଚୀନର ଆକ୍ରମଣାତ୍ମକ ବ୍ୟବହାର କେବଳ ଚରମ ସୀମାରେ ପହଞ୍ଚି ନାହିଁ ବରଂ ତାଇଵାନ, ଦକ୍ଷିଣ ଚୀନ ସାଗର, ପୂର୍ବ ଚୀନ ସାଗର ଏବଂ ହିମାଳୟ ସୀମାଗୁଡିକ ସମେତ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଗୁଡିକରେ ମଧ୍ୟ ରହିଛି |

ଚୀନ ଜି-7 ରାଷ୍ଟ୍ର ସମୁହରେ ଭାରତ, ରୁଷ ଏବଂ ଦକ୍ଷିଣ କୋରିଆକୁ ସ୍ଥାନ ଦେବା ପାଇଁ ଆମେରିକା ଚାହିଁଥିବା ବିଷୟକୁ ମଧ୍ୟ ଅଣଦେଖା କରିଛି | ଜି-7 ସମୁହରେ ଚୀନକୁ ଏକଘରିକିଆ କରରିବା ପାଇଁ ଆମେରିକା ପୁରା ଯୋଜନା କରିସାରିଛି |

ଆଲେଖ୍ୟ : ଡକ୍ଟର ତିତଲି ବସୁ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...