Skip to main content

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ଅନ୍ନ ଯୋଜନାର  ବଢାଇବା ବିଷୟ  ଘୋଷଣା କରିଛନ୍ତି   

ଅନଲକ-ଟୁ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଛନ୍ତି ଦେଶରେ ମୌସୁମୀ ଋତୁ ଆରମ୍ଭ ହୋଇଯାଇଛି ଓ ଏହି ସମୟରେ ଅନେକ ରୋଗ ଦେଖାଦେଇଥାଏ ତେଣୁ ଆମକୁ ସ୍ୱାସ୍ଥ୍ୟପ୍ରତି ଅଧିକ ଯତ୍ନବାନ ହେବାକୁ ପଡିବ ବୋଲି ସବୁ ଭାରତୀୟଙ୍କୁ ନିବେଦନ କରିଛନ୍ତି |

ପ୍ରଧାନମନ୍ତ୍ରୀ କହିଛନ୍ତି କରୋନାର ମୃତ୍ୟୁହାରକୁ ଦେଖିବାକୁ ଗଲେ ବିଶ୍ଵର ଅନେକ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି | ଉଚିତ ସମୟରେ ଲକଡାଉନ ଲାଗୁ କରିବା ସହ ଅନ୍ୟାନ୍ୟ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଥିବା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଛି | ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ ସହ 20 ସେକେଣ୍ଡ ଯାଏଁ ହାତ ଧୋଇବା ନେଇ ଆମେ ବେଶ ସତର୍କ ଥିଲୁ ହେଲେ ଆଜି ଯେତେବେଳେକି ଆମେ ଅଧିକ ସତର୍କ ହେବା ଜରୁରୀ ସେତେବେଳେ ଆମେ ଅବହେଳା କରୁଥିବାରୁ ଏହା ଚିନ୍ତାର କାରଣ ପାଲଟିଯାଇଛି |

ଶ୍ରୀ ମୋଦୀ କହିଛନ୍ତି କଣ୍ଟେନମେଣ୍ଟ ଜୋନ ଗୁଡିକ ଉପରେ ଆମକୁ ଅଧିକ ଧ୍ୟାନ ଦେବାକୁ ପଡିବ | ନିୟମ ପାଳନ କରୁନଥିବା ଲୋକଙ୍କୁ ଅବରୋଧ କରିବାକୁ ପଡିବ ଓ ସତର୍କ କରାଇବାକୁ ପଡିବ | ଏକ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧି ନଥିବା ଯୋଗୁଁ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ କିପରି 13,000 ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା ସେ ବିଷୟରେ ସମସ୍ତେ ଖବରରେ ଦେଖିଥିବେ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ | ଭାରତରେ ମଧ୍ୟ ଏହି ସମାନ ଉତ୍ସାହର ସହ ସ୍ଥାନୀୟ ପ୍ରଶାସନ କାର୍ଯ୍ୟ କରିବା ଉଚିତ | 130 କୋଟି ଭାରତୀୟଙ୍କ ଜୀବନ ରକ୍ଷା ପାଇଁ ଏହା ଏକ ଅଭିଯାନ ବୋଲି ସେ ଅଭିହିତ କରିଥିଲେ | ଭାରତରେ କୌଣସି ଗାଁ ର ‘ପ୍ରଧାନ’ ହୁଅନ୍ତୁ ବା ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ,କେହିବି ଆଇନର ଉପରେ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

ଲକଡାଉନ ସମୟରେ କେହି ଯେପରି ଭୋକିଲା ନରୁହନ୍ତୁ ତାହା ଦେଶର ସର୍ବୋଚ୍ଚ ପ୍ରାଥମିକତା ଥିଲା | ଏଥିପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ନାଗରିକ ସମାଜ ସବୁ ମନ୍ତେ ପ୍ରୟାସ ଚଳେଇଥିଲେ | ତେଣୁ ଲକଡାଉନ ପରେ ସରକାର ତତ୍କାଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ | ଏହି ଯୋଜନା ଅନ୍ତର୍ଗତ ଗରିବଙ୍କ କଲ୍ୟାଣ ପାଇଁ 1.75 ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜର ବ୍ୟବସ୍ଥା କରାଗଲା |

ବିଗତ ତିନି ମାସ ମଧ୍ୟରେ 20 କୋଟି ଗରିବ ପରିବାରଙ୍କ ଜନଧନ ଖାତାରେ ସିଧାସଳଖ 31 ହଜାର କୋଟି ଟଙ୍କା ଜମା କରାଯାଇଛି | ଏହି ସମୟରେ 9 କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାରେ ମଧ୍ୟ 18 ହଜାର କୋଟି ଟଙ୍କା ଜମା କରାଯାଇଛି | ସେହିପରି ଗ୍ରାମୀଣ ଇଲାକାର ଶ୍ରମିକ ମାନଙ୍କୁ ରୋଜଗାରକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି | ସରକାର ଏହା ଉପରେ 50,000 କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି |

ଭାରତରେ 80 କୋଟିରୁ ଅଧିକ ଲୋକଙ୍କୁ ତିନି ମାସ ପାଇଁ ମାଗଣା ରାସନ ଯୋଗାଇଦିଆଯାଇଛି | ଗରିବ ପରିବାରକୁ ମୁଣ୍ଡପିଛା ମାଗଣାରେ 5 କିଲୋ ଗହମ କିମ୍ବା ଚାଉଳ ଦିଆଯାଇଛି | ଏଥିସହିତ ପରିବାର ପିଛା ମାଗଣାରେ ମାସକୁ ଗୋଟିଏ କିଲୋ ଡାଲି ଦିଆଯାଇଛି | ଆମେରିକାର ଜନସଂଖ୍ୟାରୁ ଅଢେଇଗୁଣରୁ ଅଧିକ, ବ୍ରିଟେନ ଜନସଂଖ୍ୟାର ବାର ଗୁଣା ଅଧିକ ଓ ୟୁରୋପୀୟ ସଂଘର ମୋଟ ଜନସଂଖ୍ୟାର ଦୁଇ ଗୁଣା ଅଧିକ ଲୋକଙ୍କୁ ଆମ ସରକାର ମାଗଣାରେ ଖାଦ୍ଯଶସ୍ୟ ଯୋଗାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୌସୁମୀ ପରେ ପରେ ଭାରତରେ ପାର୍ବଣ ଋତୁ ଆରମ୍ଭ ହୋଇଯିବ | ଏଥିଯୋଗୁଁ ଆବଶ୍ୟକତା ସହ ଖର୍ଚ୍ଚ ମଧ୍ୟ ବଢିବ | ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଦୀପାବଳୀ ଓ ଛଟ ପୂଜା ପର୍ଯ୍ୟନ୍ତ ନଭେମ୍ବର ଶେଷ ଯାଏଁ ବଢାଇଦିଆଯାଇଛି |

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶର 80 କୋଟି ଗରିବ ଲୋକଙ୍କୁ ମିଳୁଥିବା ମାଗଣା ଖାଦ୍ଯଶସ୍ଯ ସୁବିଧାକୁ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ପର୍ଯ୍ୟନ୍ତ ବଢାଇଦିଆଯାଇଛି | ସରକାର 80 କୋଟି ଗରିବ ଲୋକଙ୍କୁ ଆଉ ପାଞ୍ଚ ମାସ ଲାଗି ମାଗଣା ରାସନ ଯୋଗାଇବେ |ଏହି ଯୋଜନା ଅନ୍ତର୍ଗତ ପରିବାରର ପ୍ରତୀଟି ସଦସ୍ୟଙ୍କୁ ପାଞ୍ଚ କିଲୋ ମାଗଣା ଗହମ କିମ୍ବା ଚାଉଳ ଓ ପ୍ରତି ପରିବାରକୁ ଏକ କିଲୋ ଚଣା ମାଗଣାରେ ଦିଆଯିବ |

ଏହି ଯୋଜନାକୁ ବଢାଇ ଦିଆଯାଇଥିବାରୁ ଅତିରିକ୍ତ 90 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ | ଏକ ରାଷ୍ଟ୍ର ଏକ ରାସନ କାର୍ଡ ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରାଯିବ ଯାହା ଦ୍ଵାରା ରୋଜଗାର ସନ୍ଧାନରେ ଅନ୍ୟ ରାଜ୍ୟକୁ ଯାଉଥିବା ଲୋକ ମାନେ ଏଥିରୁ ଉପକୃତ ହେବେ ବୋଲି ସେ କହିଛନ୍ତି |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର, ଅସହାୟ ଓ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇବାରେ ଆଜି ଯଦି ସକ୍ଷମ ହୋଇଛନ୍ତି ତେବେ ଏହାର ଶ୍ରେୟ ଦୁଇଟି ବର୍ଗର ଲୋକଙ୍କୁ ଯାଉଛି | ଗୋଟିଏ ହେଲା ପରିଶ୍ରମୀ କୃଷକ ଓ ଅନ୍ୟଟି ଆମ ଦେଶର ସଚ୍ଚୋଟ ଟିକସ ଦାତା | ସେମାନଙ୍କ କଠିଣ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି | ପ୍ରଧାନମନ୍ତ୍ରୀ , ଅନ୍ନଦାତା କୃଷକ ଓ ସଚ୍ଚୋଟ ଟିକସ ଦାତାଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି |

ଭାରତ, ଆଗାମୀ ଦିନରେ ଗରିବ, ଅସହାୟ, ନିଷ୍ପେସିତ ଓ ସମାଜର ଅବହେଳିତ ବର୍ଗର ଲୋକଙ୍କୁ ଆହୁରି ସଶକ୍ତ କରିବା ଲାଗି ବଳିଷ୍ଠ ପ୍ରୟାସ ଜାରି ରଖିବା ସହ ସବୁ ସତର୍କତା ଅବଲମ୍ବନ କରି ଅର୍ଥନୈତିକ କାର୍ଯ୍ୟକଳାପକୁ ଆହୁରି ସମ୍ପ୍ରସାରିତ କରାଯିବ ବୋଲି ସେ କହିଛନ୍ତି | ଆତ୍ମନିର୍ଭର ଭାରତ ଲାଗି ଆମକୁ ଅହରହ କାର୍ଯ୍ୟ କରିବାକୁ ପଡିବ ଓ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଉଚିତ | ଏହି ପ୍ରତିଶ୍ରୁତି ଓ ଅଙ୍ଗୀକାରବଦ୍ଧତା ସହ ଦେଶର 130 କୋଟି ଲୋକ ମିଳିମିଶି କାର୍ଯ୍ୟ କରି ଆଗେଇବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି |

ମୂଳ ଲେଖା : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...