ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଙ୍ଗ ମାଧ୍ଯମରେ ଇଣ୍ତିଆ ଗ୍ଲୋବାଲ ଉଇକ 2020କୁ ଉଦଘାଟନ କଲେ | ବିଶିଷ୍ଟ ପ୍ରତିନିଧିମାନଙ୍କ ମଧ୍ୟରେ ବ୍ରିଟେନର ବିଦେଶ ମନ୍ତ୍ରୀ ଡମିନିକ ରାଭ ତଥା ବ୍ରିଟେନର ସ୍ଵରାଷ୍ଟ୍ର ମନ୍ତ୍ରୀ ପ୍ରିତି ପଟେଲ, ଶିଳ୍ପପତି ତଥା ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ସାମିଲ ଥିଲେ | ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଇଣ୍ତିଆ ଇଙ୍କ ଗୋଷ୍ଠିକୁ ପ୍ରଶଂସା କରିଛନ୍ତି | ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଲେ ଯେ ଏପରି ଆୟୋଜନ ଆନ୍ତର୍ଜାତୀୟ ଦର୍ଶକମାନଙ୍କ ପାଇଁ ଭାରତକୁ ସୁଯୋଗ ଆଣିବାରେ ସହାୟକ ହୋଇଛି | ସେ ଭାରତ ତଥା ବ୍ରିଟେନ ମଧ୍ୟରେ ଥିବା ସୁଦୃଢ ସଂପର୍କର ପ୍ରଶଂସା କଲେ |
ପ୍ରଦାନମନ୍ତ୍ରୀ କହିଲେ ଏପରି ସମୟରେ ପୁନରୁଦ୍ଧାରକୁ ନେଇ କଥା ହେବା ସ୍ଵଭାବିକ ବିଶ୍ଵର ପୁନରୁଦ୍ଧାର ଏବଂ ଭାରତକୁ ସେଥିରେ ଯୋଡିବା ସ୍ଵାଭାବିକ | ବିଶ୍ଵର ଏହି ପୁନରୁଦ୍ଧାରରେ ଭାରତର ଅଗ୍ରଣୀ ଭୂମିକା ରହିବ ବୋଲି ସେ ଆଶା କରିଛନ୍ତି | ସେ କହିଛନ୍ତି ବିଶ୍ଵ ଭାରତର ପ୍ରତିଭା ଦକ୍ଷତାକୁ ଦେଖି ସାରିଛି |
ଭାରତର ଡାକ୍ତର, ନର୍ସ, ବ୍ୟାଙ୍କ କର୍ମଚାରୀ, ଓକିଲ, ବୈଜ୍ଞାନିକ, ପ୍ରଫେସର ତଥା ଶ୍ରମିକମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି | ଭାରତର ଶିଳ୍ପକୁ କେହି ଭୁଲି ପାରିବେ ନାହିଁ | ସୁଧାର ଏବଂ ପରିମାର୍ଜିତ କରିବାରେ ଭାରତର ଅସାଧାରଣ ଦକ୍ଷତା ରହିଛି | ଭାରତ ସବୁ କ୍ଷେତ୍ରେ ଚ୍ୟାଲେଞ୍ଜର ମୁକାବିଲା କରିଛି ଏବଂ ସେହି ଭାବନା ଆଜି ମଧ୍ୟ ରହିଥିବା ପ୍ରଧାନ ମନ୍ତ୍ରୀ କହିଛନ୍ତି |
ଲୋକମାନଙ୍କର ସ୍ଵାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା ସହିତ ଭାରତ ବିଶ୍ଵସ୍ତରୀୟ ମହାମାରୀ ବିରୁଦ୍ଧରେ ଲଢୁଛି | ସେହିପରି ଭାରତ ଅର୍ଥବ୍ୟବସ୍ଥାର ସ୍ଵାସ୍ଥ୍ୟ ଉପରେ ମଧ୍ୟ ପ୍ରାଧାନ୍ୟ ଦେଉଛି | ଶ୍ରୀ ମୋଦି କହିଛନ୍ତି ଭାରତ ପୁନରୁଦ୍ଧାର କଥା କହୁଥିବାବେଳେ ପରିବେଶ ଏବଂ ଅର୍ଥବ୍ୟବସ୍ଥା ଉଭୟ ପାଇଁ ଦୀର୍ଘକାଳିନ ପୁନରୁଦ୍ଧାର ସଂପର୍କରେ ମଧ୍ୟ ଧ୍ୟାନ ଦେଉଛି |
ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଛଅ ବର୍ଷରେ ଭାରତ ସଂପୂର୍ଣ୍ଣ ବିତ୍ତିୟ ସମାବେଶନ, ଆବାସ ତଥା ଭିତ୍ତିଭୂମିର ନିର୍ମାଣ, ବ୍ୟବସାୟର ସୁଗମତା, ଜିଏସଟି ସମେତ ଟିକସର ସୁଧାର ତଥା ବିସ୍ଵର ସବୁଠୁ ବଡ ସ୍ଵାସ୍ଥ୍ୟ ପଦକ୍ଷେପ ଆୟୁଷ୍ମାନ ଭାରତର ଆରମ୍ଭ କରି ଉନ୍ନତି କରିଛି | ସେ ଏକଥା ମଧ୍ୟ କହିଛନ୍ତି ଯେ ଭାରତର ଆର୍ଥିକ ସୁଧାରରେ ଏବେ ପୂର୍ବାପେକ୍ଷା ଭଲ ସଙ୍କେତ ମିଳୁଛି | ମହାମାରୀ କାଳରେ ସରକାର ନାଗରୀକମାନଙ୍କୁ ସହାୟତା କରୁଛି ତଥା ସଂରଚନାତ୍ମକ ସୁଧାରର ଆରମ୍ଭ କରିସାରିଛି | ସରକାର ଅର୍ଥବ୍ୟବସ୍ଥାକୁ ଏବଂ ଉତ୍ପାଦକ ଓ ନିବେଶ ଅନୁକୂଳ କରୁଛନ୍ତି |
ସରକାର ଗରିବମାନଙ୍କୁ ଅଧିକରୁ ଅଧିକ ସହାୟତା କରିବାକୁ ଲକ୍ଷ୍ୟ ରଖିଛି ଏବଂ କରୁଛି ମଧ୍ୟ | ଏହାର ଶ୍ରେୟ ଜ୍ଞାନକୌଶଳକୁ ଯାଉଛି କାରଣ ଏହା ଯୋଗୁଁ ଲାଭର ପ୍ରତ୍ୟେକ ଅଂଶ ପ୍ରତ୍ୟେକ୍ଷ ଭାବରେ ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି | ଏହି ସହାୟତା ମଧ୍ୟରେ ମାଗଣାରେ ରୋଷେଇ ଗ୍ୟାସ ଦେବା, ବ୍ୟାଙ୍କ ଖାତାରେ ନଗଦି ହସ୍ତାନ୍ତର, କୋଟି କୋଟି ଲୋକଙ୍କୁ ମାଗଣାରେ ଶସ୍ୟ ଏବଂ ଅନ୍ୟ ଅନେକ ଜିନିଷ ଦିଆଯାଉଛି | ଭାରତରେ ଅନଲକର ଆରମ୍ଭ ସହିତ କୋଟି କୋଟି ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ କେନ୍ଦ୍ର ସରକାର ବିଶ୍ଵର ସବୁଠୁ ବଡ ଜନରୋଜଗାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି | ଏହି କାର୍ଯ୍ୟକ୍ରମ କେବଳ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବନି ବରଂ ଗ୍ରାମୀଣ କ୍ଷେତ୍ରରେ ସ୍ଥାୟୀ ଭିତ୍ତିଭୂମିର ସ୍ଥାପନ କରିବ |
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଶ୍ଵର ସବୁ କଂପାନୀକୁ ସ୍ଵାଗତ କରୁଛି ଏଠାରେ ଆସି ବ୍ୟବସାୟ ଏବଂ ନିବେଶ କରିବାକୁ | ଭାରତରେ ବିଭିନ୍ନ କ୍ଷେତ୍ରରେ ନିବେଶର ଅପାର ସମ୍ଭାବନା ରହିଛି | କୃଷି କ୍ଷେତ୍ର ପାଇଁ ଭାରତରେ ଥିବା ଅପାର ସମ୍ଭାବନାର ଲାଭ ଉଠାଇବାକୁ ନିବେଶ ନିମନ୍ତେ ପ୍ରଧାନମନ୍ତ୍ରୀ କଂପାନୀମାନଙ୍କୁ ଆହ୍ଵାନ କରିଛନ୍ତି |
ପ୍ରଧାନମନ୍ତ୍ରୀ କହିଛନ୍ତି ଏମ.ଏସ.ଏମ.ଇ କ୍ଷେତ୍ରରେ ସୁଧାର ହୋଇଛି, ପ୍ରତିରକ୍ଷା କ୍ଷେତ୍ରରେ ନିବେଶର ସୁଯୋଗ ରହିଛି | କୋହଳ ଏଫଡିଆଇ ନିୟମ ସହିତ ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ କରିବାର ଭାରତ ଆମନ୍ତ୍ରଣ କରୁଛି |
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଔଷଧ ଉଦୌଗ ଏହି ମହାମାରୀ ସମୟରେ କେବଳ ଭାରତ ପାଇଁ ଏକ ସଂପତ୍ତି ନୁହେଁ ବରଂ ସମଗ୍ର ବିଶ୍ଵ ପାଇଁ ସଂପତ୍ତି ସାବ୍ୟସ୍ତ ହୋଇଛି | ଭାରତରେ ନିର୍ମିତ ଟୀକା ବିଶ୍ଵର ଦୁଇ ତୃତୀୟାଂଶ ପିଲାଙ୍କର ଟୀକାକରଣ କରିଥାଏ | ଆଜି ମଧ୍ୟ ଆମର କଂପାନୀ କୋଭିଡ-19 ଟୀକା ଉତ୍ପାଦନ ଏବଂ ବିକାଶ ନିମନ୍ତେ ଅନ୍ତରାଷ୍ଟ୍ରୀୟ ପ୍ରୟାସରେ ସକ୍ରିୟ ଭାବେ ସାମିଲ ଅଛି |
ସେ କହିଛନ୍ତି 130 କୋଟି ଭାରତୀୟ ଏକ ଆତ୍ମ ନିର୍ଭର ଭାରତ ପାଇଁ ସମର୍ଥନ ଦେଇଛନ୍ତି | ଏହା ନିଜକୁ ଗଢିବା ଏବଂ ଗଢାଇବା ଉପରେ କେନ୍ଦ୍ରୀତ ହୋଇଛି | ଭାରତ ଏମିତି ନୀତି ଧାର୍ଯ୍ୟ କରିବ ଯାହା କୁଶଳତା, ନିଷ୍ପକ୍ଷତା ଏବଂ ନମନିୟତାକୁ ପ୍ରୋତ୍ସାହିତ କରିବ |
ବିଶ୍ଵର ମଙ୍ଗଳ ପାଇଁ ଭାରତ ଯଥା ସମ୍ଭବ କାର୍ଯ୍ୟ କରିବ | ଏହା ଏକ ଏମିତି ଭାରତ ଯିଏ ବିକାଶ ପାଇଁ ମାନବ କେନ୍ଦ୍ରିତ ତଥା ସମନ୍ଵିତ ଦୃଷ୍ଟିକୋଣକୁ ଅଙ୍ଗୀକାର କରୁଛି |
ଆଲେଖ୍ୟ: କୌଶୀକ ରାୟ
Comments
Post a Comment