Skip to main content

ପ୍ରଧାନମନ୍ତ୍ରୀ  ଜାତିସଂଘ  ଅର୍ଥନୈତିକ ଓ ସାମାଜିକ ପରିଷଦ ଅଧିବେଶନରେ  ବହୁପକ୍ଷୀୟ ପ୍ରଣାଳୀରେ ସୁଧାର ଲାଗି ଆହ୍ଵାନ ଜଣାଇଲେ  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ ଅଧିବେଶନରେ ଅନଲାଇନ ମାଧ୍ୟମରେ ସାମ୍ବୋଧିତ କରି ବହୁପକ୍ଷୀୟ ପ୍ରଣାଳୀରେ ସୁଧାର ଆଣିବା ଲାଗି ଆହ୍ଵାନ ଜଣାଇଛନ୍ତି | ଦ୍ଵିତୀୟ ବିଶ୍ଵଯୁଦ୍ଧର ପରିସମାପ୍ତି ପରେ ଜାତିସଂଘର ସ୍ଥାପନାରେ ଭାରତର ପ୍ରମୁଖ ଭୂମିକା ଥିବା କଥା ସ୍ମରଣ କରାଇ ଜାତିସଂଘରେ ସଂସ୍କାର ସମେତ ଏକ ପରିବର୍ତ୍ତିତ ବହୁପକ୍ଷୀୟବାଦ ନିଶ୍ଚିତ କରିବା ଲାଗି କୋଭିଡ-19 ମହାମାରୀ ଦ୍ଵାରା ସମ୍ପ୍ରତ୍ତି ଉପୁଜିଥିବା ସଙ୍କଟଜନକ ପରିସ୍ଥିତିର ଉପଯୋଗ ଲାଗି ସଦସ୍ୟ ରାଷ୍ଟ୍ର ମାନଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି |

ଶ୍ରୀ ମୋଦୀ ସ୍ଥାୟୀ ବିକାଶ ଲକ୍ଷର ପ୍ରମୁଖ ଭୂମିକା ଉପରେ ମୁଖ୍ଯତଃ ଆଲୋକପାତ କରିଥିଲେ | ବିକାଶ ଲକ୍ଷ ହାସଲ କରିବାରେ ବିଶ୍ଵ ଜନସଂଖ୍ୟାର ଏକ ଷଷ୍ଠାଂଶ ପ୍ରତିନିଧିତ୍ଵ କରୁଥିବା ଭାରତର ସଫଳତା ଆନ୍ତର୍ଜାତୀୟ ସ୍ତରରେ ସ୍ଥାୟୀ ବିକାଶ ଲକ୍ଷ ହାସଲ ଦିଗରେ ଯଥେଷ୍ଟ ସହାୟକ ହେବ | ଏଥିପାଇଁ ଏକ ‘ ସମଗ୍ର ସମାଜ” ଜନ କୈନ୍ଦ୍ରିକ ନୀତିକୁ ଆଧାର କରି ସମଷ୍ଟିଗତ ବିକାଶ ମନୋଭାବ ନେଇ “ କାହାକୁ ହେଲେ ପଛରେ ନଛାଡିବା” ସିଦ୍ଧାନ୍ତକୁ ଅନୁକରଣ କରି ମିଳିମିଶି କାର୍ଯ୍ୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଭାରତ ଏହାର ଜାତୀୟ ଲକ୍ଷ ହାସଲ ପାଇଁ ରାଜ୍ୟ, ସ୍ଥାନୀୟ ସରକାର, ନାଗରିକ ସମାଜ, ସମୁଦାୟ ତଥା ଲୋକମାନଙ୍କ ସହାୟତାରେ ମୂଳ ସ୍ତରରେ ବହୁ ଅଂଶୀଦାରଙ୍କୁ ପ୍ରଭାବୀ ଢଙ୍ଗରେ ନିୟୋଜିତ କରି କିପରି ଏହାର ସୁଫଳ ପାଉଛି ସେନେଇ ବର୍ଣ୍ଣନା କରିଥିଲେ | ଏଥିମଧ୍ୟରେ ଭାରତର 600,000 ଗ୍ରାମରେ ସଂପୂର୍ଣ୍ଣ ସ୍ବଚ୍ଛତା ବ୍ୟବସ୍ଥା କାର୍ଯ୍ୟକାରୀ ହେବା , ବିଶ୍ଵର ସର୍ବ ବୃହତ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ ‘ଆୟୁଷ୍ମାନ ଭାରତ’ ଯୋଜନାରେ 500 ନିୟୁତ ଲୋକଙ୍କୁ ସାମିଲ କରିବା ଓ 2022 ସୁଦ୍ଧା ସମସ୍ତଙ୍କ ପାଇଁ ଆବାସ ନିଶ୍ଚିତ କରିବା ଲାଗି 40 ନିୟୁତ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିବା ଆଦି ଅନ୍ତର୍ଭୁକ୍ତ | ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ସମ୍ପ୍ରତ୍ତି କିଛି ବର୍ଷ ମଧ୍ୟରେ ଭାରତ ଦ୍ଵାରା ନିଆଯାଇଥିବା ଲିଙ୍ଗ ସମାନତା, ବିକାଶ ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଓ ଜଳବାୟୁ କ୍ରିୟାନ୍ବୟନ ଆଦି ତିନୋଟି ପ୍ରମୁଖ ସ୍ଥାୟୀ ବିକାଶ ପଦକ୍ଷେପ ବିଷୟରେ ଗୁରୁତ୍ଵାରୋପ କରିଥିଲେ |

ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତା ନେଇ ଭାରତର ସଫଳତା ମହିଳା ସଶକ୍ତିକରଣକୁ ଆହୁରି ମଜବୁତ କରିଛି | ଗ୍ରାମୀଣ ଇଲାକାର ପ୍ରାୟ 70 ନିୟୁତ ମହିଳା ସ୍ଵୟଂ ସହାୟତା ଗୋଷ୍ଠୀ ଜରିଆରେ ଜୀବିକା ନିର୍ବାହ କରୁଥିବା ବେଳେ ଏକ ନିୟୁତରୁ ଅଧିକ ମହିଳା ଅଂଶଗ୍ରହଣକାରୀ ବିକାଶ ପ୍ରକ୍ରିୟାର ନେତୃତ୍ଵ ନେବା ଲାଗି ସ୍ଥାନୀୟ ସରକାର ଲାଗି ନିର୍ବାଚିତ ହେଉଛନ୍ତି |

ଭାରତର ଅଭିନବ ଜ୍ଞାନ କୌଶଳ ଉପଯୋଗ କରାଯାଇ ଏକ ସ୍ଵତନ୍ତ୍ର ପରିଚୟ ନମ୍ବର (ଆଧାର) ଓ ଏକ ମୋବାଇଲ କନେକ୍ସନ ସହ 220 ନିୟୁତ ମହିଳାଙ୍କ ସମେତ 400 ନିୟୁତ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ଓ ଏହା ଦ୍ଵାରା 700 ନିୟୁତରୁ ଅଧିକ ଲୋକଙ୍କୁ 150 ବିଲିୟନ ଡଲାରର ଅର୍ଥ ସିଧାସଳଖ ହସ୍ତାନ୍ତରିତ କରାଯାଉଥିବା ବେଳେ ବିଶ୍ଵର ସର୍ବବୃହତ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକ୍ରମରୁ 813 ନିୟୁତ ଜଣ ଉପକୃତ ହେଉଛନ୍ତି |

ଭାରତର ଗ୍ରାମ ଗୁଡିକରେ ବିଦ୍ୟୁତିକରଣ ଓ 80 ନିୟୁତ ପରିବାରକୁ ସ୍ଵଚ୍ଛ ରନ୍ଧନ ଇନ୍ଧନ ଯୋଗାଣ ଯୋଗୁଁ ବାର୍ଷିକ 38 ନିୟୁତ ଟନ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରାଯାଇଛି | 450 ଗିଗାୱାଟ ଅକ୍ଷୟ ଶକ୍ତି, 2030 ସୁଦ୍ଧା 26 ନିୟୁତ ହେକ୍ଟର ଅବକ୍ଷୟ ଜମିର ପୁନଃସ୍ଥାପନ କରିବା ଓ ପ୍ରକୃତି ସହ ସଦଭାବନାରେ ବସବାସ କରିବାର ପ୍ରାଚୀନ ପରମ୍ପରାକୁ ଆପଣେଇବା ଲାଗି ଏକକ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ଆଦି ଭାରତର ମହାତ୍ବାକାଙ୍ଖି ଲକ୍ଷ ରହିଛି |

ପ୍ରଧାନମନ୍ତ୍ରୀ, ବହୁପକ୍ଷୀୟବାଦ ମାଧ୍ୟମରେ ନିରନ୍ତର ଶାନ୍ତି ଓ ସମୃଦ୍ଧତା ହାସଲ କରିବା ଲାଗି ଆନ୍ତର୍ଜାତୀୟ ସହଯୋଗର ମହତ୍ଵକୁ ପ୍ରତିପାଦନ କରିଛନ୍ତି | ଭାରତ, ନିରନ୍ତର ବିକାଶ ଲକ୍ଷ ହାସଲ କରିବା ନିମନ୍ତେ ଅନ୍ୟ ବିକାଶଶୀଳ ଦେଶ ଗୁଡିକୁ ମଧ୍ୟ ସହାୟତା କରିବ | ଆନ୍ତର୍ଜାତୀୟ ସ୍ତରରେ ଏକ ଆନ୍ତର୍ଜାତୀୟ ସୌର ମେଣ୍ଟ ଗଠନ କରିବା ଓ ଦୁର୍ବିପାକ ପରିଚାଳନା ଲାଗି ଭିତ୍ତିଭୂମି ପାଇଁ ଏକ ଆନ୍ତର୍ଜାତୀୟ ମେଣ୍ଟ ଗଠନ କରିବା ନେଇ ଭାରତ ପଦକ୍ଷେପ ନେଇଥିଲା | ସେହିପରି କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ଲାଗି ସାର୍କ ଅଞ୍ଚଳ ସମେତ 150 ରୁ ଅଧିକଟି ଦେଶକୁ ଔଷଧ ପତ୍ର ଓ ଚିକିତ୍ସା ଉପକରଣ ଯୋଗାଇଥିବା ବେଳେ କୌଣସି ପ୍ରକାରର ପ୍ରାକୃତିକ ଦୁର୍ବିପାକ ବା ମାନବ କୃତ ସଙ୍କଟ ସମୟରେ ଆମେ ପ୍ରଥମେ ଶୀଘ୍ରତାର ସହ ସହାୟତା କରିଆସିଛୁ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ | .

ଭାରତ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ସମୟରେ ଜାତିସଂଘ ସୁରକ୍ଷା ପରିଷଦ ଲାଗି ନିର୍ବାଚିତ ହୋଇଛି ତେଣୁ ଜାତିସଂଘର କାର୍ଯ୍ୟସୂଚୀକୁ ପୂର୍ଣ୍ଣ ସମର୍ଥନ ଜଣାଇ ଜାତିସଂଘ ସୁରକ୍ଷା ପରିଷଦର ଏକ ନିର୍ବାଚିତ ସଦସ୍ୟ ଭାବେ ଭାରତ ନିଜ ଭୂମିକା ତୁଲାଇବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ଭାଷଣରେ ପ୍ରତିଶୃତି ଦେଇଛନ୍ତି | ଆନ୍ତର୍ଜାତୀୟ ସମୁଦାୟ ସମ୍ମୁଖୀନ ହେଉଥିବା ଚାଲେଞ୍ଜର ମୁକାବିଲା ଲାଗି ଜାତିସଂଘରେ ସଂସ୍କାର ସମେତ ଏକ ପରିବର୍ତ୍ତିତ ବହୁପକ୍ଷୀୟବାଦର ଆବଶ୍ୟକତା ଅଛି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ | ଚଳିତ ବର୍ଷ ଜାତିସଂଘର 75 ବର୍ଷ ପୂର୍ତ୍ତି ପାଳନ ସମୟରେ ଯେତେବେଳେ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଯୋଗ ଦେବ ଓ 2022ରେ ଜି20 ସମ୍ମିଳନୀରେ ଅଧ୍ୟକ୍ଷତା କରିବ, ସେତେବେଳେ ଏକ ନୂତନ ପ୍ରକାରର ମାନବ କେନ୍ଦ୍ରିକ ବୈଶ୍ବିକରଣ ପ୍ରତିଷ୍ଠା ଲାଗି ଏକ ଅବସର ମିଳିବ | ଭାରତର ପୂର୍ଣ୍ଣ ବିଶ୍ଵାସ ରହିଛି ଯେ ବହୁପକ୍ଷୀୟବାଦ ମାଧ୍ୟମରେ ହିଁ ସ୍ଥାୟୀ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି କରାଯାଇପାରିବ | ଜାତିସଂଘରେ ସୁଧାର ସହ ବହୁପକ୍ଷୀୟ ସୁଧାର ହିଁ ମାନବତାର ଆଶା ଓ ଆକାଂକ୍ଷା ଗୁଡିକୁ ପୂରଣ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ |

ମୂଳଲେଖା : ଅଶୋକ କୁମାର ମୁଖାର୍ଜୀ , ଜାତିସଂଘ ଲାଗି ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...