Skip to main content

ବୈଦେଶିକ ପୁଞ୍ଜି ବିନିଯୋଗ ପାଇଁ ଭାରତ ସର୍ବତ୍କୃଷ୍ଟ ସ୍ଥାନ- ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ଇଣ୍ଡିଆ ଆଇଡିଆ ସମ୍ମିଳନୀ 2020” ରେ ଉଦବୋଧନ ଦେଇ କହିଛନ୍ତି ଯେ ବିଶ୍ୱ ତଥା ବିଶେଷ କରି ଆମେରିକା ପାଇଁ ଭାରତରେ ପୁଞ୍ଜି ବିନିଯୋଗ କରିବା ଅନୁକୂଳ ସୁଯୋଗ ରହିଛି ତଥା ଭାରତ ଖୋଲାସ୍ଥାନ, ସୁଯୋଗ ଏବଂ ବିକଳ୍ପଗୁଡ଼ିକର ଏକ ସଂପୂର୍ଣ୍ଣ ମିଶ୍ରଣ ପ୍ରଦାନ କରୁଛି। ଏହାର 45 ତମ ବାର୍ଷିକୀ ପାଳନ ପାଇଁ ଆମେରିକା-ଭାରତ ବ୍ୟବସାୟ ପରିଷଦ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀରେ ଉଭୟ ଦେଶର ବ୍ୟବସାୟିକ ନେତାମାନେ ଯୋଗ ଦେଇଥିଲେ। ସମ୍ମିଳନୀର ବିଷୟବସ୍ତୁ ହେଉଛି “ଏକ ଉତ୍ତମ ଭବିଷ୍ୟତ ଗଠନ” |

ଭାରତରେ ଅଣାଯାଇଥିବା ବ୍ୟାପକ ସଂସ୍କାର ଉପରେ ଆଲୋକପାତ ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ସରକାର ଏଠାରେ ଖୋଲା ବଜାର ସହିତ ପ୍ରତିଦ୍ୱନ୍ଦ୍ୱିତା, ସ୍ୱଚ୍ଛତା, ଡିଜିଟାଇଜେସନ୍, ନବସୃଜନ ଏବଂ ନୀତି ଦ୍ୱାରା ଚିହ୍ନିତ ଏକ ଆଦର୍ଶ ଇକୋ-ସିଷ୍ଟମ ସୃଷ୍ଟି କରିଛନ୍ତି । ଭାରତରେ ରହିଥିବା ସୁଯୋଗର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ଅଢେଇ ବିଲିୟନ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ଗ୍ରାମାଞ୍ଚଳର ସଂଖ୍ୟା ସହରାଞ୍ଚଳ ତୁଳନାରେ ଅଧିକ । ଏଠାରେ 5G ଏବଂ ଅନ୍ୟାନ୍ୟ ଡାଟା ଟେକ୍ନୋଲୋଜିରେ ଏକ ବିରାଟ ସୁଯୋଗ ରହିଛି |

ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡିକୁ ପୃଥକ କରିଛନ୍ତି ଯାହା କୃଷି କ୍ଷେତ୍ରଠାରୁ ଆରମ୍ଭ କରି ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ପାଇଁ ବିଶେଷ ଆକର୍ଷଣୀୟ ପ୍ରମାଣିତ ହେବ ଯାହା ନିକଟରେ ବ୍ୟାପକ ସଂସ୍କାର ତଥା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ 2025 ସୁଦ୍ଧା ଅଧା ଟ୍ରିଲିୟନ ଡଲାର ହେବ ବୋଲି ଆଶା କରାଯାଉଛି। ସ୍ୱାସ୍ଥ୍ୟସେବା ଅନ୍ୟ ଏକ ଦ୍ରୁତ ଗତିରେ ବଢୁଥିବା କ୍ଷେତ୍ର | ପ୍ରଧାନମନ୍ତ୍ରୀ ଶକ୍ତି କ୍ଷେତ୍ର ଉପରେ ଆଲୋକପାତ କରି ଭାରତର ବିସ୍ତାରିତ ଗ୍ୟାସ ଭିତ୍ତିକ ଅର୍ଥନୀତି ତଥା ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆମେରିକାର କମ୍ପାନୀଗୁଡିକ ପାଇଁ ବିପୁଳ ପୁଞ୍ଜି ବିନିଯୋଗ ସୁଯୋଗକୁ ସୂଚାଇ ଦେଇଛନ୍ତି। ଯେହେତୁ ସଡ଼କ, ରାଜପଥ ଏବଂ ବନ୍ଦର ସମେତ ଭାରତ ଭିତ୍ତିଭୂମିର ଏକ ବୃହତ ସୁଯୋଗ ସୃଷ୍ଟି କରୁଛି, ଏହି କ୍ଷେତ୍ର ମଧ୍ୟ ନିବେଶକମାନଙ୍କ ପାଇଁ ଲାଭଦାୟକ ହୋଇପାରେ।

ଏକ କ୍ଷେତ୍ର ହେଉଛି ବେସାମରିକ ବିମାନ ଚଳାଚଳ, ଯେଉଁଥିରେ ଆସନ୍ତା ଦଶନ୍ଧି ମଧ୍ୟରେ ଭାରତର ଘରୋଇ ବିମାନ କମ୍ପାନୀ ଦ୍ୱାରା ଏକ ହଜାର ବିମାନର ଚାହିଦା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଆଞ୍ଚଳିକ ବଜାରକୁ ଉତ୍ପାଦନ ଏବଂ ଯୋଗାଣ ପାଇଁ ଏକ ଆଦର୍ଶ ଆଧାର ତଥା ରକ୍ଷଣାବେକ୍ଷଣ, ମରାମତି ଏବଂ କାର୍ଯ୍ୟ ପାଇଁ ଏକ ପେଣ୍ଠସ୍ଥଳି ହୋଇପାରେ |

ପ୍ରଧାନମନ୍ତ୍ରୀ ମୋଦୀ ନିବେଶକମାନଙ୍କୁ ସ୍ପେସ୍ ସେକ୍ଟର ପ୍ରତି ଧ୍ୟାନ ଦେବାକୁ କହିଥିଲେ ଯେଉଁଥିରେ ଅଭିବୃଦ୍ଧି ଏବଂ ପୁ ଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରମୁଖ ସଂସ୍କାର ନିଆଯାଇଛି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏଫଡିଆଇ କ୍ୟାପ୍ ବର୍ତ୍ତମାନ 74 ପ୍ରତିଶତକୁ ବୃଦ୍ଧି କରାଯାଇଛି | ବୀମା କ୍ଷେତ୍ର ମଧ୍ୟ ଏକ ଉଜ୍ଜ୍ୱଳ ଭବିଷ୍ୟତ ସହିତ ଏକ କ୍ଷେତ୍ର ଭାବରେ ପ୍ରଦର୍ଶିତ ହୋଇଥିଲା; ବୀମା କ୍ଷେତ୍ରରେ ଏଫଡିଆଇ କ୍ୟାପ ବର୍ତ୍ତମାନ 49 ପ୍ରତିଶତ ଏବଂ ବୀମା ମଧ୍ୟସ୍ଥିମାନଙ୍କରେ 100 ପ୍ରତିଶତ ପର୍ଯ୍ୟନ୍ତ ରହିଛି। ସ୍ୱାସ୍ଥ୍ୟ, କୃଷି, ବ୍ୟବସାୟ ଏବଂ ଜୀବନ ବୀମା କ୍ଷେତ୍ରରେ ବହୁତ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବିଦ୍ୟମାନ |

2019-20 ରେ ଏଫଡିଆଇ 74 ବିଲିୟନ ଡ଼ଲାର ଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ଅଧିକ ଥିଲା। ସୂଚନାଯୋଗ୍ୟ ଯେ ମହାମାରୀ ସମୟରେ ମଧ୍ୟ ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ 20 ବିଲିୟନ ଡଲାରର ବିଦେଶୀ ପୁଞ୍ଜି ନିବେଶ ଭାରତରେ ହୋଇଛି । ଭାରତ - ଆମେରିକାର ସହଭାଗୀତା, “ସହଭାଗୀ ମୂଲ୍ୟବୋଧ ସହିତ ଦୁଇଟି ଜୀବନ୍ତ ଗଣତାନ୍ତ୍ରିକ ରାଷ୍ଟ୍ର” ର ସହଭାଗୀତା ବର୍ତ୍ତମାନ ମହାମାରୀ ପରେ ବିଶ୍ୱକୁ ଶୀଘ୍ର ଅଗ୍ରସର ହେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ବିଶ୍ଵର ବିକାଶ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାର ପ୍ରାସଙ୍ଗୀକତା ରହିଛି। ଚୀନର ଆକ୍ରମଣାତ୍ମକ ଆଚରଣ, ଏବଂ କୋଭିଡ୍ -19 ବିସ୍ଫୋରଣ ସମ୍ବନ୍ଧରେ ଏହାର ସ୍ୱଚ୍ଛତା ଅଭାବରୁ ବିଶ୍ୱର ଅନେକ କ୍ଷେତ୍ରରେ ଏହାର ବିଶ୍ୱସନୀୟତାରେ ରହିଥିବା ସନ୍ଦେହ ଚିନ୍ତାର କାରଣ ହୋଇଛି | ଏହି ଚିନ୍ତାଧାରା ପୂର୍ବରୁ ଖରାପ ହୋଇଥିବା ଆମେରିକା-ଚୀନ୍ ସମ୍ପର୍କକୁ ବଢାଇ ଦେଇଛି। ଆମେରିକା ସମେତ ଅନେକ ଦେଶ ଯୋଗାଣ ଶୃଙ୍ଖଳାକୁ ଚାଇନାରୁ ଦୂରରେ ସ୍ଥାନାନ୍ତର କରିବାକୁ ଏବଂ ସେମାନଙ୍କର ବିଶ୍ୱ ସମ୍ପର୍କକୁ ପୁନଃ ମୂଲ୍ୟାଙ୍କନ କରିବାକୁ ଚାହୁଁଛନ୍ତି। ଏହି ଦ୍ରୁତ ବିକାଶଶୀଳ ଦୃଶ୍ୟପଟ୍ଟରେ, ବିଶ୍ୱାସ ଏବଂ ଖୋଲାଖୋଲି ମନୋଭାବ ଦେଶ ମଧ୍ୟରେ ପାରସ୍ପରିକ ଲାଭଦାୟକ ସହଭାଗୀତାର ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଯାଏ | ପ୍ରଧାନମନ୍ତ୍ରୀଙ୍କ ମହତ ଚିନ୍ତାଧାରା ବୈଦେଶୀକ ପୁଞ୍ଜି ବିନିଯୋଗ ପାଇଁ ବିଦେଶୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକ ସକରାତ୍ମକ ଭାବନା ଉଦ୍ରେକ କରିଛି

ଆଲେଖ୍ୟ : ନବତେଜ ସରନା

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...