Skip to main content

ପ୍ରଧାନମନ୍ତ୍ରୀ ଅର୍ଥନୈତିକ କାର୍ଯ୍ୟକଳାପରେ ଅଭିନବତା ପାଇଁ ଆହ୍ଵାନ ଜଣେଇଲେ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକିଆ ରେଡିଓ କାର୍ଯ୍ୟକ୍ରମ “ମନ କୀ ବାତ” ରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି | ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବା ବେଳେ କହିଛନ୍ତି ଜୁଲାଇ 26 ତାରିଖ ହେଉଛି ଏକ ଅତ୍ୟନ୍ତ ବିଶେଷ ଦିନ | ଦୀର୍ଘ 21 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ସେନା କାରଗିଲ ଯୁଦ୍ଧରେ ବିଜୟ ତ୍ରିରଙ୍ଗା ଉଡାଇଥିଲେ |କାରଗିଲ ଯୁଦ୍ଧ ଯେଉଁଭଳି ପରିସ୍ଥିତିରେ ହୋଇଥିଲା ଭାରତ ତାହା କେବେ ବି ଭୁଲି ପାରିବ ନାହିଁ | ପାକିସ୍ତାନ ଏହାର ଆଭ୍ୟନ୍ତରୀଣ କଳହରୁ ଧ୍ୟାନ ହଟେଇବା ଲାଗି ଭାରତ ମାଟିରେ ଅତିକ୍ରମଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲା | ଭାରତ ସେତେବେଳେ ପାକିସ୍ତାନ ସହ ସୌହାର୍ଦ୍ଯପୂର୍ଣ୍ଣ ଭାବେ ସୁସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରୁଥିଲା |

ପ୍ରଧାନମନ୍ତ୍ରୀ କହିଛନ୍ତି ଯୁଦ୍ଧ ସମୟରେ ଆମେ ଯାହା କହୁ ବା କରୁ ତାହା ସୀମାରେ ସଦା ସର୍ବଦା ସଜାଗ ରହିଥିବା ଯବାନ ତଥା ସେମାନଙ୍କ ପରିବାରର ନୈତିକ ବଳ ଉପରେ ବିଶେଷ ପ୍ରଭାବ ପକାଇଥାଏ | ଆମେ ଏହା ଆଦୌ ଭୁଲିବା ଉଚିତ ନୁହେଁ ଏବଂ ସେଥିପାଇଁ ଆମର ଆଚରଣ, ମନ୍ତବ୍ୟ, ବକ୍ତବ୍ୟ, ଆମର ସୀମା ଓ ଲକ୍ଷ ତଥା ଯାହା ଆମେ କହୁ ବା କରୁ ସେସବୁ ସେନାର ସମ୍ମାନ ଓ ମନୋବଳ ବୃଦ୍ଧି କରିବାରେ ସହାୟକ ହେବା ଉଚିତ |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ କିଛି ମାସ ହେଲା ଦେଶ ଐକ୍ଯବଦ୍ଧତାର ସହ ଯେଉଁଭଳି ଭାବେ କାରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛି, ଏହି ଭାବନା ଅନେକ ଆଶଙ୍କାକୁ ଭୁଲ ପ୍ରମାଣିତ କରିଦେଇଛି | ତେଣୁ ବର୍ତ୍ତମାନ ଆମ ଦେଶର ଆରୋଗ୍ୟ ହାର ଅନ୍ୟ ଦେଶ ତୁଳନାରେ ଅଧିକ ରହିଛି ଓ ସେହିପରି ମୃତ୍ୟୁହାର ମଧ୍ୟ ଅନ୍ୟ ଦେଶ ତୁଳନାରେ କମ ରହିଛି | ଅବଶ୍ୟ ଜଣଙ୍କ ଜୀବନହାନୀ ମଧ୍ୟ ଅତ୍ୟନ୍ତ ଦୁଃଖଦାୟକ ହେଲେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ଭାରତ ସଫଳତା ହାସଲ କରିଛି | ତେବେ ଏହି କାରୋନା ସଙ୍କଟ ନଟଳିଲା ପର୍ଯ୍ୟନ୍ତ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଚେତାଇଦେଇଛନ୍ତି |

ଏହି ଅବସରରେ ଶ୍ରୀ ମୋଦୀ ଜାମ୍ମୁ ଓ କାଶ୍ମୀରର ଗନ୍ଦେରବାଲର ଯାଇତୁନା ବେଗମଙ୍କ ବଳିଷ୍ଠ ସେବା ବିଷୟ ସ୍ମରଣ କରାଇ କହିଛନ୍ତି ଯେ ସେ ସ୍ଥିର କରିଥିଲେ ଯେ ତାଙ୍କ ପଞ୍ଚାୟତ କାରୋନା ବିରୁଦ୍ଧରେ ସଂଗ୍ରାମ କରିବ ଓ ଏଥିସହିତ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବ | ସେ ନିଜ ଆଖପାଖ ଅଞ୍ଚଳରେ ମାଗଣା ମାସ୍କ ଓ ଖାଦ୍ଯ ପଦାର୍ଥ ବାଣ୍ଟିବା ସହ ଲୋକମାନଙ୍କୁ ବିହନ ଓ ସେଓ ଚାରା ମଧ୍ୟ ବଣ୍ଟନ କରିଥିଲେ ଯଦ୍ୱାରା ଲୋକମାନେ ଚାଷକାମ ଓ ଉଦ୍ୟାନ କୃଷିରେ ଯେପରି ଅସୁବିଧାର ସମ୍ମୁଖୀନ ନହେବେ |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଠିକ ଓ ସକାରାତ୍ମକ ଆଭିମୁଖ୍ଯ ଜରିଆରେ ସଙ୍କଟଜନକ ସମୟକୁ ସୁଯୋଗରେ ରୂପାନ୍ତରିତ କରିଥାଏ ଓ ଏହା ବିକାଶର ମୂଳ କାରଣ ହୋଇଥାଏ | କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଆମେ ଦେଖିଛୁ ଯେ ଆମ ଦେଶର ଯୁବକ ଓ ମହିଳା ମାନେ ନିଜର ପ୍ରତିଭା ଓ ଦକ୍ଷତା ବଳରେ କିପରି ନୂତନ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଛନ୍ତି | ବିହାରର ଅନେକ ସ୍ଵୟଂ ସହାୟକ ଗୋଷ୍ଠୀ ଲୋକପ୍ରିୟ ମଧୁବନୀ ଚିତ୍ରକଳା ଯୁକ୍ତ ମାସ୍କ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି | ଏହାଦ୍ବାରା ସେମାନେ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିଛନ୍ତି | ତ୍ରିପୁରା, ମଣିପୁର ଓ ଆସାମର କାରିଗର ମାନେ ବାଉଁଶ ବ୍ୟବହାର କରି ଉଚ୍ଚମାନର ପାଣି ବୋତଲ ଓ ଟିଫିନ ବାକ୍ସ ତିଆରି କରୁଛନ୍ତି | ଏହା ଏକ ନୂଆଁ ଉତ୍ପାଦ ହେବା ସହିତ ପରିବେଶ ଅନୁକୂଳ ମଧ୍ୟ |

ଶ୍ରୀ ମୋଦୀ ଲୋକମାନଙ୍କୁ ଅଭିନବ ବିଚାରଧାରାକୁ ଆପଣେଇବାକୁ କହିଛନ୍ତି | ବିହାରର ଯୁବା ମାନେ ରାସ୍ତା ଦେଖାଇଛନ୍ତି ବୋଲି ସେ କହିଛନ୍ତି | ପୂର୍ବରୁ ସେମାନେ ନିଜର ଦୈନନ୍ଦିନ କାର୍ଯ୍ୟ କରୁଥିଲେ କିନ୍ତୁ ଦିନେ ସେମାନେ ମୁକ୍ତା ଚାଷ କରିବାକୁ ମନସ୍ଥ କଲେ | ସେମାନଙ୍କ ଇଲାକାରେ ଲୋକମାନେ ଏସଂକ୍ରାନ୍ତରେ ଅଧିକ କିଛି ଜାଣିନଥିଲେ ହେଲେ ଏହି ଯୁବା ଗୋଷ୍ଠୀ ସବୁ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ଜୟପୁର ଏବଂ ଭୁବନେଶ୍ବରରେ ତାଲିମ ନେଇଥିଲେ ଏବଂ ନିଜ ଗାଁରେ ମୁକ୍ତା ଚାଷ ଆରମ୍ଭ କରିଥିଲେ | ଆଜି ସେମାନେ କେବଳ ଉପାର୍ଜନ କରି ଆତ୍ମନିର୍ଭର ହେଉନାହାନ୍ତି ବରଂ ଅନ୍ୟ ରାଜ୍ୟରୁ ମୁଜାଫରପୁର, ବେଗୁସରାଇ ଏବଂ ପାଟନାକୁ ଫେରିଆସିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ପ୍ରଶିକ୍ଷଣ ଦେବାରେ କିପରି ସଫଳ ହୋଇଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ |ଅନେକ ଲୋକଙ୍କୁ ଏହା ଆତ୍ମନିର୍ଭରଶୀଳତାର ମାର୍ଗ ଦେଖେଇଛି |

ଶ୍ରୀ ମୋଦୀ କହିଛନ୍ତି ଯେ ଅଗଷ୍ଟ 7 ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ | ଭାରତୀୟ ହସ୍ତତନ୍ତ ଓ ଆମର ହସ୍ତଶିଳ୍ପ ଶହ ଶହ ବର୍ଷର ଏକ ଗୌରବମୟ ଇତିହାସର ମହିମା ମଣ୍ଡିତ କରିଥାଏ | ତେଣୁ ଆମେ ସମସ୍ତେ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପର ବ୍ୟବହାର କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଏହାର ଉପଯୋଗ ଲାଗି ପ୍ରବର୍ତ୍ତାଇବା ଉଚିତ ବୋଲି ସେ କହିଛନ୍ତି |

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ସୁରିନାମ ସହିତ ଭାରତର ନିବିଡ ସମ୍ପର୍କକୁ ସ୍ମରଣ କରାଇଥିଲେ |ଦୀର୍ଘ ଶହେ ବର୍ଷରୁ ଅଧିକ ସମୟ ପୂର୍ବରୁ ଭାରତର ଲୋକମାନେ ସେଠାକୁ ଯାଇ ବସବାସ କରିଥିଲେ | ଅଧୁନା ସୁରିନାମର ଏକ ଚତୁର୍ଥାଂଶରୁ ଅଧିକ ଲୋକ ଭାରତୀୟ ମୂଳ ଅଟନ୍ତି |’ ସାରନାମୀ’ ସେଠାକାର ସାଧାରଣ ଭାଷା ମଧ୍ୟରୁ ଅନ୍ୟତମ, ଯାହାକି ଭୋଜପୁରୀର ଏକ ଉପଭାଷା | ଏହି ଘନିଷ୍ଠ ସଂସ୍କୃତିକ ବନ୍ଧନ ପାଇଁ ଭାରତ ଅତ୍ୟନ୍ତ ଗର୍ବିତ ମନେ କରେ ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି |

ସମ୍ପ୍ରତ୍ତି ଶ୍ରୀ ଚନ୍ଦ୍ରିକା ପ୍ରସାଦ ସାନ୍ତୋଖି ସୁରିନାମର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି | ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଶ୍ରୀ ସାନ୍ତୋଖି ବେଦ ପାଠ କରିଥିଲେ ଓ ସେ ସଂସ୍କୃତ ଭାଷାରେ ମଧ୍ୟ ସମ୍ବୋଧନ କରିଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ସାନ୍ତୋଖିଙ୍କୁ ଅଭିନନ୍ଦନ ଜଣାଇବା ସହ 130 କୋଟି ଭାରତୀୟଙ୍କ ତରଫରୁ ତାଙ୍କ ମଙ୍ଗଳ କାମନା କରି ଶୁଭେଚ୍ଛା ଜଣାଇଛନ୍ତି |

ମୂଳ ଲେଖା : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...