Skip to main content

ପ୍ରକୃତ ନିୟନ୍ତ୍ରଣ ରେଖାରୁ ସୈନ୍ୟ ଅପସାରଣରେ ଚୀନର ଜିଦ୍‌

ଗଲୱାନ୍ ଉପତ୍ୟକା ସଂଘର୍ଷରୁ ଉଭୟ ପାର୍ଶ୍ୱର ଯବାନ ପ୍ରାଣ ହରାଇବା ପରେ ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନର କୂଟନୈତିକ ତଥା ସାମରିକ ଆଲୋଚନା ପରେ ପୂର୍ବ ଲଦାଖରେ ପାଟ୍ରୋଲିଂ ପଏଣ୍ଟ 14, 15 ଏବଂ 17 ଏ ରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ କରାଯାଇଛି । ସୀମା ସମ୍ବନ୍ଧୀୟ ୱାର୍କିଂ ମେକାନିଜିମ୍ ଫର କନସଲଟେସନ୍ ଆଣ୍ଡ କୋର୍ଡିନେସନ୍ (WMCC) ଙ୍କ ତତ୍ତ୍ୱାବଧାନରେ ଭର୍ଚୁଆଲ ବାର୍ତ୍ତାଳାପ ପାଖାପାଖି ତିନି ଘଣ୍ଟା ଧରି ଚାଲିଥିଲା |

ତଥାପି, ଫିଙ୍ଗର 5 ରୁ ଫିଙ୍ଗର 8 ପର୍ଯ୍ୟନ୍ତ ପାଙ୍ଗୋଙ୍ଗ ସୋ ହ୍ରଦ କୂଳରେ ଥିବା ଅଞ୍ଚଳରୁ ଏ ପର୍ଯ୍ୟନ୍ତ ସୈନ୍ୟ ଅପସାରଣ କାର୍ଯ୍ୟକାରୀ ହୋଇପାରି ନାହିଁ | ଏହି ପ୍ରସଙ୍ଗରେ ଭାରତ ନିଜର ସ୍ଥିତି ସ୍ପଷ୍ଟ କରିସାରିଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଆମେ ଏହା ମଧ୍ୟ ସ୍ପଷ୍ଟ କରିଛୁ ଯେ LAC (ଚୀନ୍ ସହିତ) ପାଳନ କରିବା ତଥା ସମ୍ମାନ ଦେବା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଏବଂ LAC ସହିତ ସ୍ଥିତି ପରିବର୍ତ୍ତନ କରିବାକୁ ଆମେ କୌଣସି ଏକପାଖିଆ ପ୍ରୟାସକୁ ଗ୍ରହଣ କରିବୁ ନାହିଁ | ଏହି ସମୟରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, କର୍ପସ କମାଣ୍ଡରମାନଙ୍କର ଆଉ ଏକ ବୈଠକ ଖୁବ ଶୀଘ୍ର ଅନୁଷ୍ଠିତ ହୋଇପାରେ, ଯାହା ଦ୍ବାରା ଶୀଘ୍ର ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ଏବଂ ଡି-ଏସ୍କାଲେସନ୍ ନିଶ୍ଚିତ ହୋଇପାରିବ |

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ, ଦ୍ୱିପାକ୍ଷିକ ପ୍ରୋଟୋକଲ ଅନୁଯାୟୀ ସ୍ଥିରତା ଏବଂ ଶାନ୍ତିର ସମ୍ପୂର୍ଣ୍ଣ ପୁନରୁଦ୍ଧାର ଭିତ୍ତିରେ ଭାରତ-ଚୀନ୍ ସୀମା ଅଞ୍ଚଳରୁ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ସୈନ୍ୟମାନଙ୍କର ତ୍ବରିତ ତଥା ସମ୍ପୂର୍ଣ୍ଣ ଅପସାରଣ ନିମନ୍ତେ ଉଭୟ ପକ୍ଷ ଏକମତ ହୋଇଛନ୍ତି । ଭାରତ-ଚୀନ୍ ସୀମା ଅଞ୍ଚଳରୁ ସେନା ଅପସାରଣ ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରିକ ସଫଳତା ପାଇଁ ଜରୁରୀ ଥିଲା । ଏଥିସହ ଏହା 5 ଜୁଲାଇ 2020 ରେ ଟେଲିଫୋନିକ୍ ବାର୍ତ୍ତାଳାପ ସମୟରେ ଦୁଇ ସ୍ୱତନ୍ତ୍ର ପ୍ରତିନିଧୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ହୋଇଛି ବୋଲି ଉଭୟ ପକ୍ଷ ଉଲ୍ଲେଖ କରିଛନ୍ତି । ସେମାନେ ଏହି ପ୍ରସଙ୍ଗରେ ସହମତ ହୋଇଥିଲେ ଯେ ଉଭୟ ପକ୍ଷ ଆନ୍ତରିକତାର ସହ ଏହାକୁ କାର୍ଯ୍ୟକାରୀ କରିବା ଉଚିତ ବୋଲି ସିନିୟର କମାଣ୍ଡରଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ହୋଇଥିବା ବୈଠକରେ ବୁଝାମଣା ହୋଇଛି।

ଅନ୍ୟପକ୍ଷରେ, ଗଣମାଧ୍ୟମ ଚୀନ୍ ସୂତ୍ରରୁ ଉଲ୍ଳେଖ କରି କହିଛି ଯେ, ଦୁଇ ଦେଶର ଫ୍ରଣ୍ଟଲାଇନ ସୀମା ପ୍ରତିରକ୍ଷା ବାହିନୀ ଦ୍ୱାରା ବାସ୍ତବ ପରିସ୍ଥିତିକୁ ସୁଦୃଢ଼଼ କରିବା ପାଇଁ ସକରାତ୍ମକ ଅଗ୍ରଗତି ହୋଇଛି । ଭାରତ-ଚୀନ୍ ସମ୍ପର୍କ ଉପରେ ଭାରତ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଚୀନ୍ ସହିତ ବ୍ୟବସାୟ ପୂର୍ବ ଭଳି ହେବ ନାହିଁ । ବାର୍ତ୍ତା ମାଧ୍ୟମରେ ଭାରତ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଥିବାବେଳେ ନୂଆଦିଲ୍ଲୀ ସ୍ପଷ୍ଟ କରିଛି ଯେ ଚୁକ୍ତିନାମା ଅନୁଯାୟୀ ସୀମାନ୍ତବର୍ତ୍ତୀ ଅଞ୍ଚଳ ଏବଂ LAC ରୁ ସାମରିକ ବାହିନୀର ସମ୍ପୂର୍ଣ୍ଣ ଅପସାରଣ ନହେବା ପର୍ଯ୍ୟନ୍ତ ଚୀନ୍ ସହିତ ପୂର୍ବ ଚୁକ୍ତି ଓ ପ୍ରୋଟୋକଲ ଅନୁଯାୟୀ ବ୍ୟବସାୟ କରିବ ନାହିଁ ।

ଏହା ଲକ୍ଷ୍ୟ କରାଯାଇପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ପୂର୍ବରୁ କହିଥିଲେ ଯେ ବିକାଶର ଯୁଗରେ ବିସ୍ତାରର ଯୁଗ ଶେଷ ହୋଇସାରିଛି । ଉଲ୍ଲେଖନୀୟ କଥା ହେଉଛି, ଭାରତ କୌଣସି ଦେଶ ସହିତ ବାଣିଜ୍ୟ ଯୁଦ୍ଧରେ ବିଶ୍ୱାସ କରେ ନାହିଁ | ତେବେ, କିଛି ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ହେଉଛି ଭାରତର ଡିଜିଟାଲ୍ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ପଦକ୍ଷେପ ।

କେବଳ ଦୁଇ ଦେଶ ଏବଂ ସେମାନଙ୍କ ଲୋକଙ୍କ ସ୍ୱାର୍ଥରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲରେ ସ୍ଥିତି ଶୀଘ୍ର ପୁନଃସ୍ଥାପିତ ହେବ । ଏକ ସମୟରେ ଯେତେବେଳେ ଚୀନ୍ ବିରୋଧରେ ଏକ ଆନ୍ତର୍ଜାତୀୟ ପ୍ରତିକ୍ରିୟା ଦେଖାଦେଇଛି, କ୍ଷତକୁ ଭରଣା କରିବା ଏବଂ ପାରସ୍ପରିକ ଲାଭ ପାଇଁ ଦୁଇ ଦେଶ ଓ ସେମାନଙ୍କ ନାଗରିକଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଚୀନ୍ ପକ୍ଷରୁ ବୁଦ୍ଧିମାନ ହେବ |

ଏହା ସତ୍ୟ ଯେ ଭାରତ ଏବଂ ଚୀନ୍ ପଡୋଶୀ ଏବଂ ଉତ୍ତେଜନା ଅପେକ୍ଷା ଶାନ୍ତିରେ ବଞ୍ଚିବା ହିଁ ସର୍ବଦା ବୁଦ୍ଧିମତାର କାର୍ଯ୍ୟ । ଏହି ବର୍ଷ ଯେତେବେଳେ ଦୁଇ ଦେଶ ସେମାନଙ୍କର କୂଟନୈତିକ ସମ୍ପର୍କ ଗଠନର 70 ତମ ବାର୍ଷିକୀ ପାଳନ କରୁଛନ୍ତି, ସେତେବେଳେ ଭାରତ-ଚୀନ୍ ସୀମାରେ ଶାନ୍ତି ଏବଂ ସ୍ଥିରତା ପୁନଃସ୍ଥାପନ ଏ ଦିଗରେ ଏକ ବୃହତ ପଦକ୍ଷେପ ହେବ ।

ଆଶା କରାଯାଏ ଯେ LAC ଉପରେ ଚାଲିଥିବା ନିରନ୍ତର ଦ୍ୱନ୍ଦ୍ୱ କର୍ପ କମାଣ୍ଡର୍ସ ବୈଠକର ପରବର୍ତ୍ତୀ ବୈଠକରେ ଖୁବ ଶୀଘ୍ର ସମାଧାନ ହେବ |

- ଆଲେଖ୍ୟ: ଡ. ରୂପନାରାୟଣ ଦାସ, ଚୀନ ବ୍ୟାପାର ରଣନୀତି ବିଶ୍ଳେଷକ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...