Skip to main content

ଇମ୍ରାନଙ୍କ ସ୍ଥିତି ଅଡୁଆରେ : ଭାଷଣବାଜି କାମ କରୁନାହିଁ



ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଜୁନ 29, 2020ରେ ବାଲୋଚ ବିଚ୍ଛିନ୍ନତାବାଦୀ ମାନଙ୍କ ଦ୍ଵାରା କରାଚିରେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ଉପରେ କରାଯାଇଥିବା ଆକ୍ରମଣ ପାଇଁ ଭାରତ ପ୍ରତି ଦୋଷାରୋପ କରିବାର ସୁଯୋଗ ହାତଛଡା କରିନାହାନ୍ତି, ଯେମିତିକି ଲିଖିତ ପ୍ରତିକ୍ରିୟା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା | ଏହି ଆକ୍ରମଣରେ ଚାରିଜଣ ଆତଙ୍କବାଦୀଙ୍କ ସମେତ 13 ଜଣଙ୍କ ପ୍ରାଣହାନୀ ଘଟିଥିଲା | ତେବେ ପାକିସ୍ତାନୀ ନେତା ମାନଙ୍କ ଦ୍ଵାରା ସବୁ ପ୍ରସଙ୍ଗ ଉପରେ ଭାରତ ପ୍ରତି ଦୋଷାରୋପ କରିବା କୌଣସି ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ କାରଣ ପୂର୍ବରୁ ମଧ୍ୟ ଏହିପରି ହିଁ ହୋଇଆସିଛି, ବିଶେଷକରି ଯେତେବେଳେ ସେମାନେ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥାନ୍ତି |

ପ୍ରକୃତରେ, ଆକ୍ରମଣ ଘଟିବାର କିଛି ଦିନ ପୂର୍ବରୁ ଇମ୍ରାନଙ୍କ ଦଳର ସହଯୋଗୀ ମାନେ ଭାରତ ଦ୍ଵାରା ‘ମିଥ୍ୟା ଫ୍ଲାଗ ଅପରେସନ’ ବିଷୟରେ କହିବା ଆରମ୍ଭ କରି ଭାରତ ବିରୋଧୀ ବୟାନବାଜି କରିଥିଲେ ସମ୍ଭବତଃ ଏଭଳି ଏକ ଆକ୍ରମଣ ଲାଗି ପାକିସ୍ତାନକୁ ପ୍ରସ୍ତୁତ କରିବା ଲାଗି | କଣ ଶ୍ରୀ ଖାଁ ମଧ୍ୟ ଏସଂକ୍ରାନ୍ତରେ ସଂସ୍ଥା ଗୁଡିକ ପାଖରେ ପ୍ରାକ ସୂଚନା ଥିବା ବିଷୟରେ କହିନଥିଲେ କି ? ତେବେ ପାକିସ୍ତାନର ସଂସ୍ଥା ଗୁଡିକ କାହିଁକି ଏହାକୁ ଏଡେଇପାରିଲେ ନାହିଁ , ସେ ନେଇ ଏବେ ପ୍ରଶ୍ନବାଚୀ ଉଠିଛି |

ବର୍ଷ ବର୍ଷ ଧରି ସେମାନଙ୍କ ସରକାରଙ୍କ ବିଫଳତାରୁ ଲୋକମାନଙ୍କ ଧ୍ୟାନ ହଟେଇବା ପାଇଁ ଅଧିକାଂଶ ପାକିସ୍ତାନୀ ନେତାଙ୍କ ଦ୍ଵାରା ଏଭଳି କୌଶଳ ଅବଲମ୍ବନ କରାଯାଇଆସୁଛି | ଇମ୍ରାନ ଖାଁ ମଧ୍ୟ ଏହି ନେତା ମାନଙ୍କଠାରୁ ଭିନ୍ନ ନୁହନ୍ତି | ଭାରତ ବିରୁଦ୍ଧରେ ଏଭଳି ଅମୂଳକ ତଥା ଭିତ୍ତିହୀନ ଅଭିଯୋଗ କଲାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବାଲୋଚ ବିଦ୍ରୋହୀଙ୍କୁ ଧନ୍ୟବାଦ ଜଣେଇବା ଉଚିତ କାରଣ ଏଥିଯୋଗୁଁ ପାକିସ୍ତାନର ବିଭିନ୍ନ ସମସ୍ୟାରୁ ଲୋକମାନଙ୍କ ଧ୍ୟାନ ହଟାଇଦିଆଯାଇପାରୁଛି | ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରଠୁ ତାଙ୍କ ସରକାର ଜନସାଧାରଣଙ୍କ ପ୍ରତି ଅବହେଳା କରୁଥିବା ବିଷୟ ଅଭିଯୋଗ ହୋଇଆସୁଛି |

ଇମ୍ରାନ ଖାଁ ବନ୍ଧକରେ ଥିବା ଜଣେ ବ୍ୟକ୍ତି ପରି କାର୍ଯ୍ୟ କରୁଛନ୍ତି | ପ୍ରାୟତଃ ‘ମନୋନୀତ’ ପ୍ରଧାନମନ୍ତ୍ରୀ ଭାବେ ଜଣାଶୁଣା, ଶ୍ରୀ ଖାଁଙ୍କ କ୍ଷମତା ଜିଏଚକ୍ୟୁର ସଦିଚ୍ଛା ମଧ୍ୟରେ ଆବଦ୍ଧ ରହିଛି, ଯାହାକି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି |

ଶ୍ରୀ ଖାଁ କ୍ଷମତାକୁ ଆସିବା ପରେ ପାକିସ୍ତାନର ରାଜନୀତି ଓ ଅର୍ଥନୀତିକୁ ପରିଚାଳନା କରିବା କ୍ଷେତ୍ରରେ ତାଙ୍କ କାର୍ଯ୍ୟଶୈଳୀ ଭିନ୍ନ ବୋଲି ଯେଉଁ ଭାଷ୍ୟକାର ମାନେ ଉଚ୍ଚ ପ୍ରଶଂସା କରିଥିଲେ ସେମାନେହିଁ ଏବେ ତାଙ୍କ ବିପକ୍ଷରେ ମତ ଦେଉଛନ୍ତି | ଜାତୀୟ ଉତ୍ତରଦାୟିତ୍ଵ ବ୍ୟୁରୋ (ଏନଏବି)ର (ଅପ)ବ୍ୟବହାର ସତ୍ତ୍ୱେ ସେ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ନ୍ୟାୟ ପ୍ରଦାନରେ ବିଫଳ ହୋଇଛନ୍ତି | ବରଂ ସେ ଦୁର୍ନୀତିରେ ବୁଡିଥିବା ରାଜନେତା ମାନଙ୍କ ଗହଣରେ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି |

ତାଙ୍କର ଅନେକ ସମର୍ଥକ ତାଙ୍କ ବିପକ୍ଷରେ କହିବା ଆରମ୍ଭ କରିଦେଇଛନ୍ତି | ଅର୍ଷଦ ଭଟ୍ଟି ହେଉଛନ୍ତି ସେ ମଧ୍ୟରୁ ଜଣେ ଯିଏକି କିଛି ସମୟ ପୂର୍ବରୁ ଉର୍ଦ୍ଦୁ ଗଣମାଧ୍ୟମରେ ଏକ ଲେଖା ପ୍ରକାଶିତ କରି ଲେଖିଥିଲେ ଯେ ଇମ୍ରାନ ସଂପୂର୍ଣ୍ଣ ରୂପେ ଅସଫଳ ହୋଇଛନ୍ତି ଓ ଗତ 22 ମାସ ହେଲା ପାକିସ୍ତାନର ସମୟ ନଷ୍ଟ କରିଥିବାରୁ ସେ ଜନସାଧାରଣଙ୍କ ପ୍ରତି ଜବାବ ଦେହି ଅଟନ୍ତି | ସେହିପରି ଗତ ନିର୍ବାଚନରେ ତାଙ୍କୁ ସମର୍ଥନ କରିଥିବା ଆଉ ଜଣେ ଲୋକପ୍ରିୟ ଭାଷ୍ୟକାର ହସନ ନିସାର ମଧ୍ୟ ତାଙ୍କ ପ୍ରତି ବିରୋଧ ପ୍ରକଟ କରିଛନ୍ତି |

ଇମ୍ରାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଜଣେ ପ୍ରମୁଖ ସଦସ୍ୟ ଫୱାଦ ଚୌଧୁରୀ ସମ୍ପ୍ରତ୍ତି ଏକ ସାକ୍ଷାତକାର ବେଳେ ପାର୍ଟି ର ଆନ୍ତଃକନ୍ଦଳକୁ ପଦାରେ ପକାଇ ସରକାର ତାଙ୍କ କାର୍ଯ୍ୟରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି | ମେଣ୍ଟ ସହଯୋଗୀ ଦଳ ବାଲୋଚ ନେସନାଲିଷ୍ଟ ପାର୍ଟିର ନେତା ଅଖତର ମେଙ୍ଗାଲ ବାଲୁଚିବାସୀଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବାକୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବାରୁ ଏଥିପ୍ରତି ଅସନ୍ତୋଷ ବ୍ୟକ୍ତ କରି ମେଣ୍ଟରୁ ଓହରି ଯାଇଛନ୍ତି |

ଶ୍ରୀ ଖାଁଙ୍କୁ ହଟେଇବା ଲାଗି ପାକିସ୍ତାନର ବିରୋଧୀ ପକ୍ଷ ଦାବି କରିଆସୁଛି | ଓସାମା ବିନ ଲାଦେନକୁ ଶହୀଦ ଭାବେ ବର୍ଣ୍ଣନା କରିବା, ଜିହାଦୀ ମାନଙ୍କ ପ୍ରତି ସହାନିଭୂତି ପ୍ରଦର୍ଶନ ହୋଇପାରେ ହେଲେ ଏହାକୁ ବିରୋଧୀ ପକ୍ଷ ଦ୍ଵାରା କଡା ନିନ୍ଦା କରାଯାଇଛି | ସରକାର ଦ୍ଵାରା ଉପସ୍ଥାପିତ ବଜେଟକୁ ଗରିବ ବିରୋଧୀ ଓ ଜନ ବିରୋଧୀ ବୋଲି ବିରୋଧୀ ପକ୍ଷ ଦ୍ଵାରା କରାଯାଇଥିବା ସମାଲୋଚନାକୁ ସାଧାରଣ ଲୋକମାନେ ମଧ୍ୟ ସମର୍ଥନ ଜଣାଇଥିଲେ | ବିରୋଧୀ ପାର୍ଟି ମଧ୍ୟ ନେସନାଲ ଏସେମ୍ବ୍ଲିର ବାଚସ୍ପତିଙ୍କ ବିରୁଦ୍ଧରେ ଏକ ଆସ୍ଥା ଭୋଟ ଲୋଡିଛନ୍ତି | ଆଗାମୀ ଦିନରେ ବିରୋଧୀ ପକ୍ଷ ଏହାର ସ୍ଥିତିକୁ ଆହୁରି ସୁଦୃଢ କରିବ ଓ ସରକାରଙ୍କ ପାଇଁ ଆହୁରି ଚାଲେଞ୍ଜ ସୃଷ୍ଟି କରିବ ବୋଲି ଆଶା କରାଯାଉଛି |ଏହିସବୁ ମଧ୍ୟରେ କରୋନାଭାଇରସରେ ଆକ୍ରାନ୍ତ ବିରୋଧୀ ନେତା ସାହାବାଜ ସରିଫଙ୍କୁ ଚିକିତ୍ସା କରିବା ଲାଗି ଚୀନର ପ୍ରସ୍ତାବକୁ ନେଇ ଶ୍ରୀ ଖାଁଙ୍କ ଅସହଜତା ପ୍ରତୀୟମାନ ହୋଇଛି |

ତେଣେ ଦେଶର ସବୁ କ୍ଷମତାପର୍ଣ୍ଣ ସାମରିକ ପ୍ରତିଷ୍ଠାନ ମୂଳ ପରିସ୍ଥିତି ଉପରେ ନଜର ରଖିଛି ବୋଲି ଗୁଜବ ଜାରି ରହିଛି | ସେ ଯାହା ହେଉନା କାହିଁକି, ସେମାନେ କେବେହେଲେ ବି ଇମ୍ରାନଙ୍କ ବିଫଳତାର ଭାଗିଦାର ବୋଲି ଲୋକଲୋଚନକୁ ଆସିବାକୁ ଚାହିଁବେ ନାହିଁ |ଏହି ଘଟଣାକ୍ରମ ବିରୁଦ୍ଧରେ ‘ମାଇନସ ଇମ୍ରାନ’ ଫର୍ମୁଲା ପାକିସ୍ତାନ ଗଣମାଧ୍ୟମର ଚର୍ଚ୍ଚାର ବିଷୟ ହୋଇଛି | ସଂସଦରେ ଶ୍ରୀ ଖାଁ ତାଙ୍କ ଜବାବରେ ଜୋର ଦେଇ କହିଛନ୍ତି ଯେ ବର୍ତ୍ତମାନ ସମୟରେ ତାଙ୍କର କୌଣସି ବିକଳ୍ପ ନାହିଁ, ଯାହାକି ଏକ ଆତ୍ମଆଶ୍ଵାସନା ହୋଇପାରେ | ହେଲେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସବୁ ପକ୍ଷ ତାଙ୍କ ବିରୁଦ୍ଧରେ ଥିବା ପରି ସ୍ପଷ୍ଟ ପ୍ରତୀୟମାନ ହେଉଛି |

ମୂଳ ଲେଖା : ଡଃ ଅଶୋକ ବେହୁରିଆ, ଦକ୍ଷିଣ ଏସିଆ କେନ୍ଦ୍ରର ବରିଷ୍ଠ ଫେଲୋ ଏବଂ ଆବାହକ, ମନୋହର ପାରିକର ପ୍ରତିରକ୍ଷା, ଅଧ୍ୟୟନ ଏବଂ ବିଶ୍ଳେଷଣ ପ୍ରତିଷ୍ଠାନ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...