Skip to main content

କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ଅଭିନବତା ଉପରେ ଜୋର ଦେଲେ ପ୍ରଧାନମନ୍ତ୍ରୀ

କୃଷି କ୍ଷେତ୍ର ହେଉଛି ଭାରତୀୟ ଅର୍ଥବ୍ୟବସ୍ଥାର ମୂଳ ଆଧାର | ଭାରତୀୟ କୃଷକ ମାନେ ଭାରତକୁ ଖାଦ୍ୟ ସମ୍ପର୍ଣ୍ଣ କରିଛନ୍ତି | ଏହାହିଁ ହେଉଛି ମୁଖ୍ୟ କାରଣ ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ନଭେମ୍ବର 2020 ପର୍ଯ୍ୟନ୍ତ 80 କୋଟି ଭାରତୀୟଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଭାରତରେ କୃଷି ଗବେଷଣା, ସମ୍ପ୍ରସାରଣ ଓ ଶିକ୍ଷା କ୍ଷେତ୍ରରେ କେତେ କଣ ପ୍ରଗତି ଘଟିଛି ସେ ନେଇ ସମୀକ୍ଷା କରିଛନ୍ତି |



ଭାରତୀୟ କୃଷି ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଡଃ ତ୍ରିଲୋଚନ ମହାପାତ୍ର ବିଭିନ୍ନ ଚାଲେଞ୍ଜର ମୁକାବିଲା କରିବା ଲାଗି ପ୍ରାଥମିକତା, ପ୍ରଦର୍ଶନ ତଥା ପ୍ରସ୍ତୁତି ବିଷୟ ଉପସ୍ଥାପନା କରିଥିଲେ | 2014 ପରଠୁ ଆଇସିଏଆରର ବିଭିନ୍ନ କେନ୍ଦ୍ରର ଗବେଷଣାକୁ ଆଧାର କରି ନୂତନ କିସମର ଫସଲ (1434), ଉଦ୍ୟାନ କୃଷି ଫସଲ (462) ଓ ଜଳବାୟୁ ପ୍ରତିରୋଧକ କିସମ (1121)ର ବିକଶିତ କରାଯାଇଛି | ସବୁ ରୋଗକୁ ପ୍ରତିରୋଧ କରିପାରିବା ଭଳି ବିଭିନ୍ନ କିସମର ବିକଶିତ କରିବା ଲାଗି ଆଧୁନିକ ପଦ୍ଧତି ଅନୁକରଣ କରାଯାଇଛି | ଗହମ ଓ ଟମାଟୋର ଏଚଡ଼ି 3226ର ଯଥାକ୍ରମେ ସାତୋଟି ଓ ଚାରୋଟି ରୋଗ ପ୍ରତିରୋଧ କରିବାର କ୍ଷମତା ରହିଛି |

ଆର୍କବିଶେଶ, ଆର୍କଆଲେସା ଓ ଆର୍କୟୋଜି ଭଳି ପ୍ରକ୍ରିୟାକରଣ ଗୁଣ ସହ ବ୍ୟବସାୟିକ ପ୍ରକ୍ରିୟାକରଣ ଯାଞ୍ଚର ଆବଶ୍ୟକତା ପୂରଣ ଲାଗି ବିକାଶ କରାଯାଇଛି | ପ୍ରଧାନମନ୍ତ୍ରୀ, କୃଷକ ମାନଙ୍କୁ ଲାଭାନ୍ଵିତ କରିବା ଲାଗି ନିଶ୍ଚିତ କରିବା ନିମନ୍ତେ କୃଷି-ଜଳବାୟୁ ପରିବେଶର ନିର୍ଦ୍ଧିଷ୍ଟ ଆବଶ୍ୟକତା ଉପରେ ପ୍ରାଧାନ୍ଯ ଦେଇ ବିଭିନ୍ନ କିସମର ବିକାଶ ଦିଗରେ କରାଯାଉଥିବା ପ୍ରୟାସର ଉଚ୍ଚ ପ୍ରଶଂସା କରିଛନ୍ତି | 

ଉତ୍ତରପ୍ରଦେଶରେ କରନ -4 ନାମକ ଏକ ନୂଆଁ କିସମର ଆଖୁ ଚାଷ ପାରମ୍ପରିକ ଭାବେ ଚାଷ କରାଯାଉଥିବା ଆଖୁର ସ୍ଥାନରେ ଚାଷ କରାଯାଉଛି | ଶ୍ରୀ ମୋଦୀ, ଆଖୁ ଏବଂ ଅନ୍ୟାନ୍ୟ ଫସଲରୁ ବାଇଓ-ଇଥାନଲ ଉତ୍ପାଦନ ବୃଦ୍ଧି ଲାଗି ବାଟ ବାହାର କରିବା ଉପରେ ଜୋର ଦେଇଛନ୍ତି | 



‘କୁପୋଷ ମୁକ୍ତ ଭାରତ’ ଅଭିଯାନକୁ ପ୍ରୋତ୍ସାହାନ କରିବା ପାଇଁ ଆଇରନ, ଜିଙ୍କ ଏବଂ ପ୍ରୋଟିନ ସହିତ 70 ଟି ବାଇଓ ଯୁକ୍ତ କିସମର ବିକାଶ କରାଯାଇଛି | କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ପୋଷଣ ଥାଳି ଓ ନ୍ୟୁଟ୍ରିଆ ଗାର୍ଡେନର ବିକାଶ ଲାଗି ପ୍ରୋତ୍ସାହିତ କରାଯାଉଛି |ମଧ୍ୟପ୍ରଦେଶର ଛତିଶଗଡରେ 76ଟି କୃଷି ବିଜ୍ଞାନ କେନ୍ଦ୍ର ଓ 450ଟି ମଡେଲ ଫାର୍ମ ସହ ପାଇଲଟ ପ୍ରକଳ୍ପ ଗୁଡିକ କରାଯାଇଥିଲା | ସନ୍ତୁଳିତ ଆହାର ନିଶ୍ଚିତ କରିବା ଲାଗି ନ୍ୟୁଟ୍ରିଆ ଗାର୍ଡେନର ବିକଶିତ କରିବା ପାଇଁ ଅଙ୍ଗେନବାଡି କର୍ମୀ ଓ ଗ୍ରାମାଞ୍ଚଳର ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି | ପୋଷଣ ଥାଳିରେ ଚାଉଳ, ଡାଲି,ଋତୁ ଜନିତ ଫଳ, ସବୁଜ ପନିପରିବା, କନ୍ଦ ଆଳୁ , ଅନ୍ୟାନ୍ୟ ପନିପରିବା, କ୍ଷୀର, ଗୁଡ, ଚିନୀ ଓ ତେଲ ଭଳି ସାମଗ୍ରୀ ରହିଥାଏ | 2022 ସୁଦ୍ଧା 100ଟି ନ୍ୟୁଟ୍ରି ସ୍ମାର୍ଟ ଗାଁ ପ୍ରତିଷ୍ଠା କରାଯିବାଲାଗି ଯୋଜନା ରହିଛି |.



ପ୍ରଧାନମନ୍ତ୍ରୀ ଏକ କ୍ଲଷ୍ଟର ଭିତ୍ତିକ ଶୈଳୀରେ ଜୈବିକ ଓ ପ୍ରାକୃତିକ କୃଷି ପ୍ରଣାଳୀର ଆବଶ୍ୟକତା ଉପରେ ପ୍ରାଧାନ୍ଯ ଦେଇଛନ୍ତି | ଆଇସିଏଆର ଭାରତର ଏକ ଜିଓ ଯୁକ୍ତ ଜୈବିକ କାର୍ବନ ମ୍ୟାପ ବିକଶିତ କରି 88 ଟି ବାଇଓ ନିୟନ୍ତ୍ରଣ ଏଜେଣ୍ଟ ଓ 22 ଟି ଜୈବ କୀଟନାଶକ ଚିହ୍ନଟ କରିଛି ଯାହାକି ଜୈବିକ କୃଷିକୁ ପ୍ରୋତ୍ସାହିତ କରିବାରେ ସହାୟତା କରିବ |



କୃଷି ତଥା ତତ ସଙ୍କ୍ରାନ୍ତୀୟ କ୍ଷେତ୍ରରେ ଅଭିନବତା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନିଶ୍ଚିତ କରିବା ଲାଗି ଷ୍ଟାର୍ଟ ଅପ ଏବଂ କୃଷି ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | କୃଷକ ମାନଙ୍କୁ ଚାହିଦା ଅନୁଯାୟୀ ସୂଚନା ପ୍ରଦାନ ଲାଗି ସୂଚନା ପ୍ରଯୁକ୍ତିବିଦ୍ୟାଊ ବିନିଯୋଗ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଛନ୍ତି |

କୃଷି କ୍ଷେତ୍ରରେ କଠିଣ ପରିଶ୍ରମର ଆବଶ୍ୟକତା ଥାଏ ଓ ଏହି କ୍ଷେତ୍ରରେ ଅଧିକାଂଶ ମହିଳା କାମ କରିଥାନ୍ତି ତେଣୁ ଏହି କ୍ଷେତ୍ରରେ ଚିହ୍ନଟ ହୋଇଥିବା ସମସ୍ୟାର ସମାଧାନ ତଥା ତଦନୁଯାୟୀ ଯନ୍ତ୍ରପାତି ଓ ଉପକରଣର ଆବଶ୍ୟକତା ପୂରଣ ଲାଗି ବର୍ଷକୁ ଦୁଇଥର ‘ହାକାଥନ’ର ଆୟୋଜନ କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି|ଜଳ ବ୍ୟବହାର ଦକ୍ଷତା ବୃଦ୍ଧି ଲାଗି ଶ୍ରୀ ମୋଦୀ ସଚେତନତା କାର୍ଯ୍ୟକ୍ରମ କରିବା ଲାଗି ମଧ୍ୟ କହିଛନ୍ତି |

ଗ୍ରାମୀଣ ଇଲାକାର ରୂପାନ୍ତରଣ କରିବା ପାଇଁ ଭାରତୀୟ ସମୁଦାୟର ପାରମ୍ପରିକ ଜ୍ଞାନ ସହ ପ୍ରଯୁକ୍ତି ବିଦ୍ୟା ଓ କୌଶଳର ସମ୍ମିଶ୍ରଣରେ ଭାରତୀୟ କୃଷିକୁ ପୂର୍ଣ୍ଣ ସକ୍ଷମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | 

ପ୍ରଧାନମନ୍ତ୍ରୀ ମଧ୍ୟ ସର୍ବଶ୍ରେଷ୍ଠ ଇଣ୍ଡିଆନ ଆପ୍ସ ଚିହ୍ନଟ ଲାଗି ‘ଆତ୍ମନିର୍ଭର ଭାରତ’ ଅଭିନବତା ଚାଲେଞ୍ଜ ଆରମ୍ଭ କରିଛନ୍ତି | ଯାହାକି ନାଗରିକ ମାନଙ୍କ ଦ୍ଵାରା ବ୍ୟବହାର କରାଯାଉଛି ଓ ତତ ସଙ୍କ୍ରାନ୍ତୀୟ ବର୍ଗରେ ବିଶ୍ଵ ସ୍ତରୀୟ ଆପ୍ଲିକେସନ ହେବାର କ୍ଷମତା ରହିଛି | ବୈଷୟିକ ସମୁଦାୟରେ ଯୋଗଦାନ ଲାଗି ସମସ୍ତଙ୍କୁ ନିବେଦନ କରୁଛି ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି |

ପ୍ରଧାନମନ୍ତ୍ରୀ ଭାରତରେ ବିଭିନ୍ନ ପଦ୍ଧତି ଓ ଇକୋ ସିଷ୍ଟମ ତଥା ଯୁବପିଢୀ ସବୁ କ୍ଷେତ୍ରରେ କିପରି ଉତ୍କର୍ଷତା ପ୍ରଦର୍ଶନ କରିବେ ସେ ନେଇ ଆଲୋକପାତ କରିଛନ୍ତି | ସେ କହିଛନ୍ତି ଦେଶ ଏକ ଆତ୍ମନିର୍ଭର ଭାରତ ଗଠନ କରିବା ଦିଗରେ ଆଗେଇଥିବା ବେଳେ ଅଭିନବତା, ବିକାଶ ଓ ଦେଶୀୟ ଆପ୍ସର ବିକାଶକୁ ପ୍ରୋତ୍ସାହନ କରିବା ଲାଗି ଷ୍ଟାର୍ଟ ଅପ ଓ ଟେକ ଇକୋ ସିଷ୍ଟମ ଉତ୍ସାହିତ ଅଛନ୍ତି | ବର୍ତ୍ତମାନ ଦେଶୀୟ ଆପ୍ସର ବିକାଶ ଲାଗି ଏକ ଉତ୍ତମ ସୁଯୋଗର ଅବସର ମିଳିଛି ଯାହାକି ଆମ ବଜାର ଚାହିଦା ପୂରଣ କରିବା ସହ ବିଶ୍ଵ ସ୍ତରରେ ପ୍ରତିଦ୍ୱନ୍ଦିତା କରିପାରିବ |

ମୂଳଲେଖା : ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...