Skip to main content

ଚୀନର ଅଗ୍ରହଣୀୟ ବ୍ୟବହାର ପ୍ରତି ଆମେରିକାର ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଙ୍ଗୁଳି ନିର୍ଦ୍ଦେଶ

ଆମେରିକାର ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ.ଏସ.ଏ) ଜନ ବୋଲଟନ କହିଛନ୍ତି ଏକବିଂଶ ଶତାବ୍ଦିରେ ଭାରତ ଆମେରିକା ମଧ୍ୟରେ ସଂପର୍କ ଆମେରିକା ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେବ | ସେ ଏକଥା ମଧ୍ୟ କହିଛନ୍ତି ଯେ ଆମେରିକା ଦୃଷ୍ଟିକୋଣରୁ ଚୀନ ସହ ସଂପର୍କ ଏକ ଚ୍ୟାଲେଞ୍ଜ ଭାବେ ରହିଛି | ସାମରିକ କ୍ଷେତ୍ରରେ ଭାରତ ଆମେରିକା ମଧ୍ୟରେ ସଂପର୍କ ଚଳିତ ଶତାବ୍ଦିରେ ଆମେରିକା ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେବାକୁ ଯାଉଛି | ଆମେରିକା ପାଇଁ ଚୀନ ଏକବିଂଶ ଶତାବ୍ଦିରେ ଏକ ବିପଦ ହୋଇ ରହିବ | ବିଶ୍ଵ ଦୃଶ୍ୟପଟ୍ଟରେ ଭାରତ ମୁଖ୍ୟ ଭୂମିକାରେ ରହିବ ବୋଲି ଶ୍ରୀ ବୋଲଟନ କହିଛନ୍ତି |

ଦୁଇଟି ବୃହତ୍ତ ଗଣତାନ୍ତ୍ରୀକ ରାଷ୍ଟ୍ର ମଧ୍ୟରେ ଥିବା ଅଧିକାଂଶ ମୂଲ୍ୟବୋଧ ଏବଂ ଐତିହ୍ୟର ଅବତାରଣା କରି ଶ୍ରୀ ବୋଲଟନ କହିଛନ୍ତି ଯେ ଆମେରିକାରେ ବିସ୍ଵର ସବୁ ଦେଶର ଲୋକ ଆସି ରହିଥିବାବେଳେ ଭାରତ ପ୍ରତି ଧ୍ୟାନ ଅଧିକ ବୃଦ୍ଧି ପାଇବ |

ଆମେରିକା ଏବଂ ଭାରତ ମଧ୍ୟରେ ଏମିତି ଅନେକ ପ୍ରସଙ୍ଗ ଅଛି ଯାହା ଉପରେ ଆଲୋଚନାର ଆବଶ୍ୟକତା ରହିଛି ଏବଂ ଭୂରାଜନୈତିକ ଦୃଷ୍ଟିରୁ ଏହାର ଗୁରୁତ୍ଵ ରହିଥିବା ଶ୍ରୀ ବୋଲଟନ କହିଛନ୍ତି | ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ଦେଖାଦେଇଥିବା ବିବାଦ ଉପରେ ବୋଲଟନ କହିଛନ୍ତି ଚୀନର ଏପରି ବ୍ୟବହାର ଆମେରିକାକୁ ବିବ୍ରତ କରୁଛି ଏବଂ ଚୀନର ଚତୁର୍ପାଶ୍ଵରେ ଥିବା ଦେଶର ନାଗରୀକମାନଙ୍କୁ ମଧ୍ୟ ଏହା ବ୍ୟତିବ୍ୟସ୍ତ କରୁଛି |

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନର ରହିଛି ବିଶ୍ଵର ସର୍ବବୃହତ୍ତ ସାଇବର ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମ ତଥା ପ୍ରଶାନ୍ତ ମହାସାଗରରୁ ଆମେରିକାର ନୌବାହିନୀକୁ ହଟାଇବା ପାଇଁ ଆଣ୍ଟି ଆକ୍ସେସ ଅସ୍ତ୍ର ରହିଛି | ଭାରତର ସୀମା ଏବଂ ଅନ୍ୟ ଦେଶ ସହ ଥିବା ସୀମା ସଂଲଗ୍ନ କ୍ଷେତ୍ରରେ ଚୀନ ଏହାର ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ପରମାଣୁ ଅସ୍ତ୍ରଶସ୍ତ୍ରର ସାମର୍ଥ୍ୟକୁ ବିସ୍ତାର କରୁଛି |

ଶ୍ରୀ ବୋଲଟନଙ୍କର ଏହା ମଧ୍ୟ ଧାରଣା ରହିଛି ଯେ ଗତ 30ରୁ 40 ବର୍ଷ ହେଲା ବିଶ୍ଵ ଚୀନ ସଂପର୍କରେ ଯେଉଁ ଭାବନା ରଖିଥିଲା ତାହା ବୁଲ ସାବ୍ୟସ୍ତ ହୋଇଛି | ଧାରଣା ଥିଲା ଯେ ଚୀନ ଏହାର ଅର୍ଥନୈତିକ ସ୍ଵାଧୀନତା ଏବଂ ଅଭିବୃଦ୍ଧି ଆନ୍ତର୍ଜାତୀକ ଅର୍ଥନୀତି ଆଇନ ଅନୁଯାୟୀ କରିବ ତାହା ମଧ୍ୟ ଭୁଲ ସାବ୍ୟସ୍ତ ହୋଇଛି |

ଆମେରିକା ଭାବୁଥିଲା ଚୀନ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ପ୍ରାଦେଶିକ ଏବଂ ଜାତୀୟ ସ୍ତରରେ ନିର୍ବାଚନ ମାଧ୍ୟମରେ ଅଧିକ ସମୃଦ୍ଧ ହେବ କିନ୍ତୁ ତାହା ମଧ୍ୟ ମିଥ୍ୟା ପ୍ରମାଣିତ ହୋଇଛି | ଏସବୁ ଦୃଷ୍ଟିରୁ ଚୀନ ପରିପ୍ରେକ୍ଷୀରେ ନୀତିକୁ ସମୀକ୍ଷା କରାଯିବାର ଆବଶ୍ୟକତା ଥିବା ଶ୍ରୀ ବୋଲଟନ କହିଛନ୍ତି |

ଶ୍ରୀ ବୋଲଟନ କହିଛନ୍ତି ମାଓସେ ତୁଙ୍ଗଙ୍କ ପରେ ସି ଜିନପିଙ୍ଗ ଚୀନର ସବୁଠୁ କ୍ଷମତାଶାଳି ନେତା କିନ୍ତୁ ପ୍ରତିନିଧି ସ୍ତରୀୟ ସରକାରର କୌଣସି ଲକ୍ଷଣ ତାଙ୍କ ପାଖରେ ନାହିଁ | ସେ କହିଛନ୍ତି ଜିନପିଙ୍ଗଙ୍କୁ ଚିହ୍ନିବା କଷ୍ଟକର ବିସ୍ଵ ବ୍ୟାପାରରେ ଚୀନ ଆଦୌ ଦାୟିତ୍ଵଶୀଳ ନୁହେଁ କିମ୍ଵା ତାଠାରୁ ଶାନ୍ତିର ଆଶା କରାଯାଇ ପାରିବ ନାହିଁ | ଦକ୍ଷିଣ ଚୀନ ସାଗର ଉପରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରିଛି ଏବଂ ଏଠାରେ ସାମରିକ ଘାଟି ସ୍ଥାପନ କରିଛି |

କୋଭିଡ-19 ସଂକ୍ରମଣ ଉପରେ ତଥ୍ୟ ଲୁଚାଇବା ଏବଂ ବିଶ୍ଵକୁ ଅବଗତ ନକରାଇବା ପାଇଁ ବୋଲଟନ ଚୀନକୁ ଦୋଷାରୋପ କରିଛନ୍ତି | କୋଭିଡର ପ୍ରଭାବ ଚୀନ ମଧ୍ୟରେ କେତେ ରହିଛି ତାହା ମଧ୍ୟ କାହାକୁ ଜଣା ନାହିଁ | ଏହି ମହାମାରୀ ଆମେରିକା, ୟୁରୋପ, ଲାଟିନ ଆମେରିକା, ଭାରତ ଏବଂ ଅନ୍ୟାନ୍ୟ ଦେଶରେ ପ୍ରବଳ ମାତ୍ରାରେ କାୟା ବିସ୍ତାର କରୁଥିବାବେଳେ ଚୀନରେ ଏହି ଭାଇରସକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଛି ଯାହାକି ବିଶ୍ଵାସଯୋଗ୍ୟ ନୁହେଁ | କୋରନାର ପ୍ରଭାବ ଚୀନର ଅର୍ଥନୀତି ଉପରେ କିପରି ପଡିଛି ତାହା ମଧ୍ୟ କେହି ଜାଣିପାରୁନାହାନ୍ତି ବୋଲି ଶ୍ରୀ ବୋଲଟନ କହିଛନ୍ତି |

ବୋଲଟନଙ୍କ ମତରେ କୋଭିଡ ମହାମାରୀ ଚୀନରୁ ଉତ୍ପନ୍ନ ହୋଇଛି ଏବଂ ବିଶ୍ଵରେ ଜୈବିକ ଅସ୍ତ୍ର ପ୍ରସାର କରିବା ଉଦ୍ଧେଶ୍ୟରେ ଚୀନ ଗବେଷଣାରେ ନିମଗ୍ନ ରହିଥିବା ନେଇ ମନରେ ପ୍ରଶ୍ନ ଆସୁଛି | ଏଣୁ ବିଶେଷଜ୍ଞମାନେ ଚୀନର ଏହି ଉତ୍ପତ୍ତି କ୍ଷେତ୍ରକୁ ଅନ୍ଵଷଣ କରିବା ଦରକାର |

ଶ୍ରୀ ବୋଲଟନ ଏହା ମଧ୍ୟ କହିଛନ୍ତି ଯେ ହୁଆଇ ଏବଂ ଜେଡଟିଇ ବାଣିଜ୍ୟିକ ପ୍ରତିଷ୍ଠାନ ନୁହେଁ ବରଂ ଏହା ଚୀନର ଯୁଦ୍ଧାସ୍ତ୍ର ବୋଲି କୁହାଯାଇ ପାରେ | ଏହା ମାଧ୍ୟମରେ ଚୀନ ବିଶ୍ଵର ଆର୍ଥିକ କ୍ଷେତ୍ରକୁ ନିୟନ୍ତ୍ରଣ କରିବାକୁ ଚାହେଁ ବୋଲି ସେ କହିଛନ୍ତି |




ଆଲେଖ୍ୟ: ସିଦ୍ଧାର୍ଥ ରାଇ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...