Skip to main content

ଆମେରିକା ରାଷ୍ଟ୍ରପତି ନିର୍ବାଚନ 2020 ସରଗରମ

କରୋନା ମହାମାରୀ ବିଶ୍ଵର 200ରୁ ଅଧିକ ଦେଶର କୋଟି କୋଟି ଲୋକଙ୍କ ଜୀବନରେ ସାମାଜିକ ସଂପର୍କ, ବିଶେଷ କରି ଆର୍ଥିକ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି | ବିଶେଷ କରି ଗଣତାନ୍ତ୍ରୀକ ରାଷ୍ଟ୍ରମାନଙ୍କରେ ରାଜନୀତି ଏବଂ ରାଜନୈତିକ ପ୍ରକ୍ରିୟାକୁ ପ୍ରଭାବିତ କରିଛି ଯେଉଁଠାରେ ଅବଧିଗତ ଭାବେ ନିର୍ବାଚନ ଶାସନ ପ୍ରଣାଳିର ଗୁରୁତ୍ଵପୂର୍ଣ୍ଣ ଅଂଶ ହୋଇଥାଏ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ଵର ସବୁଠାରୁ ଶକ୍ତିଶାଳି ଏବଂ ଧନୀ ଗଣତନ୍ତ୍ର ଆମେରିକା ମଧ୍ୟ ଏହି ମହାମାରୀରେ କ୍ଷତିଗ୍ରସ୍ତ ହୋଇଛି ଯେଉଁଥିରେ ରାଜନୈତିକ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଛି |

ପ୍ରତି ଚାରି ବର୍ଷରେ ଥରେ ଆମେରିକାରେ ନୂଆ ରାଷ୍ଟ୍ରପତି ନିମନ୍ତେ ନିର୍ବାଚନ ହୋଇଥାଏ | ବେଳେବେଳେ ଆଉ ଚାରି ବର୍ଷ କାର୍ଯ୍ୟକାଳ ପାଇଁ ସେମାନେ ପୁନଃ ନିର୍ବଚିତ ହୋଇଥାନ୍ତି | ଏବେ ସବୁଠୁ ବଡ ପ୍ରଶ୍ନ ହେଲା ଯେ କଣ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସୁଚାରୁରୂପେ ହୋଇ ପାରିବ ଏବଂ କଣ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ନିର୍ବାଚିତ ହୋଇ ପାରିବେ ?

2020 ନଭେମ୍ବର 3 ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାହେଉନା କାହିଁକି କିନ୍ତୁ ପ୍ରକ୍ରିୟା ସୁଚାରୁରୂପେ ଚାଲିଛି | କୋଭିଡ-19 ପାଇଁ ଲକଡାଉନ, ପୁଣି ପରେ ଲକଡାଉନ ଖୋଲିବା, ଲୋକଙ୍କ ମଧ୍ୟରେ ସଂକ୍ରମଣର ଭୟ, ରାଲି ଏବଂ ଜନସଭା ଆୟୋଜନ କରିବାରେ ଅସୁବିଧା ଏସବୁ ଆମେରିକାରେ ପ୍ରାଥମିକ ନିର୍ବାଚନ ଏବଂ ରାଜନୈତିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ବୈଠକକୁ ପ୍ରଭାବିତ କରିଛି |

ଜଣେ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ଡେମୋକ୍ରାଟିକ ପାର୍ଟି ଏବଂ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରୀୟ ସମ୍ମିଳନୀ ବହୁତ ସରଗରମ ଏବଂ ବଡ ଧକଣର ହୋଇଥାଏ | ଯଦିଓ ରିପବ୍ଲିକାନ ପାର୍ଟି ପାଇଁ ଏହା ଏଥର ଚିନ୍ତାର ବିଷୟ ନୁହେଁ କାରଣ ଏହାର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ହେବା ପ୍ରାୟ ସ୍ପଷ୍ଟ ହୋଇ ସାରିଛି ତଥାପି ସମାରୋହରେ ଲକ୍ଷଲକ୍ଷ ମତଦାତା ଏବଂ ଏହା ସହିତ ବିଶ୍ଵବାସୀଙ୍କ ନିକଟରେ ନିର୍ବାଚନ ପ୍ରଚାର ପାଇଁ ଭାଷଣ ଦେବା ଏକ ସୁଯୋଗ ହୋଇଥାଏ | ଡେମୋକ୍ରାଟିକ ପାର୍ଟି ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜୋଏ ବିଡେନ ଚୟନିତ ହୋଇ ସାରିଛନ୍ତି ତାହା କିନ୍ତୁ ଭର୍ଚୁଆଲ ବୈଠକରେ | ହଜାର ହଜାର ପ୍ରତିନିଧି ପ୍ରତି ଚାରି ବର୍ଷରେ ଥରେ ମିଲୱାକି ଏବଂ ୱିସକାନସିନରେ ଏକତ୍ର ହୁଅନ୍ତି କିନ୍ତୁ ଏଥର ଏସବୁରୁ ବଞ୍ଚିତ ରହିବାକୁ ପଡିଲା | ସିନେଟର ବିଡେନ ରାଷ୍ଟ୍ରପତି ଏବଂ ସିନେଟର କମଲା ହେରିସଙ୍କୁ ଉପ ରାଷ୍ଟ୍ରପତି ପଦ ପାଇଁ ପାର୍ଟି ପକ୍ଷରୁ ଚୟନ କରାଯାଇ ସାରିଛି |

କୋଭିଡ-19 ଦ୍ଵାରା ଆମେରିକା ବିଶ୍ଵର ସବୁଠୁ ଅଧିକ କ୍ଷତିଗ୍ରସ୍ତ ଦେଶ | ସରକାର ଏହି ମହାମାରୀକୁ ଯେପରି ମୁକାବିଲା କରୁଛନ୍ତି ସେଥିରେ ଆମେରିକାର ନାଗରିକମାନେ ବହୁତ ଅସନ୍ତୁଷ୍ଟ ଅଛନ୍ତି | ଏହା ବ୍ୟତିତ ମହାମାରୀ କାରଣରୁ ଦେଶରେ ବେରୋଜଗାର ହାର ବହୁତ ଅଧିକ ବଢି ଯାଇଛି ଏବଂ ଆର୍ଥିକ ବିକାଶ ହାର ବହୁତ ତଳକୁ ଖସି ଯାଇଛି | କରୋନା ମହାମାରୀ କାଳରେ ଦେଶରେ ସ୍ଵାସ୍ଥ୍ୟ ସୁବିଧା ଅପର୍ଯ୍ୟାପ୍ତ ଥିବା ଅନୁଭବ କରାଯାଇଛି | ଏହା ସହିତ ମହାମାରୀରେ ପ୍ରଶାସନିକ ବିଫଳତା ବାରି ହୋଇ ଯାଇଛି କାରଣ ବିଶେଷଜ୍ଞମାନଙ୍କ ଦ୍ଵାରା ବରିଷ୍ଠ ନାଗରିକମାନଙ୍କ ସ୍ଵାସ୍ଥ୍ୟକୁ ନେଇ ଦିଆଯାଇଥିବା ପରାମର୍ଶକୁ ଅଣଦେଖା କରାଯାଇଛି | ଜାତିବାଦ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ବ୍ୟାପି ଯାଇଛି | ଏସବୁ ବର୍ତ୍ତମାନର ଆମେରିକା ପ୍ରଶାନ ପାଇଁ ମୁଣ୍ତ ବ୍ୟଥାର କାରଣ ହୋଇଛି |

ଦେଶାନ୍ତର ନୀତି, ପରିବେଶ ସଂପର୍କୀୟ ଚିନ୍ତା, ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ଏବଂ ମହାମାରୀର ମୁକାବିଲା ଆଦିକୁ ନେଇ ଆମେରିକାର ବିରୋଧୀ ଦଳ ସରକାରଙ୍କୁ ଘେରିଛି | ସିନେଟର ଜୋଏ ବିଡେନ ବର୍ତ୍ତମାନ ଶତକଡା ଚାରି ଭାଗ ପଏଣ୍ଟରେ ଜନମତ ସର୍ବେକ୍ଷଣରେ ଆଗୁଆ ଅଛନ୍ତି |

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ପ୍ରତି ଚାରି ବର୍ଷରେ ଭାରତୀୟମାନେ ଏହି କଥାକୁ ନେଇ ବିତର୍କ କରିଥାନ୍ତି ଯେ କିଏ ଭାରତ ପାଇଁ ହିତସାଧନ କରିପାରିବ | ଏହା ସ୍ଵାଭାବିକ, କିନ୍ତୁ ଭାରତ କ୍ଷେତ୍ରରେ ଉଭୟ ଡେମୋକ୍ରାଟିକ ଏବଂ ରିପବ୍ଲିକାନ ପ୍ରଶାସନ ପକ୍ଷରୁ ଏପରି କୌଣସି ନୈତିକ ବାଧ୍ୟବାଧକତା ନାହିଁ |

ସିନେଟର କମଲା ହେରିସ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସହ ପ୍ରର୍ଥୀ ଭାବେ ନାମିତ ହୋଇଥିବା ପ୍ରଥମ ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି | ଏଥିଯୋଗୁଁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସ୍ଵାଭାବିକ ଭାବେ ଭାରତର ଧ୍ୟାନ ଆକର୍ଷଣ କରିଛି ଏବଂ ରୁଚି ବୃଦ୍ଧି ପାଇଛି |

ଭାରତ ସହିତ ଏକ ଦୃଢ ସାମରିକ ଭାଗିଦାରୀ ବୃଦ୍ଧି କରିବାରେ ଆମେରିକାର ସବୁ ଦଳର ସମର୍ଥନ ରହିଛି | 2021ରେ ୟଦି ଆମେରିକାର ରାଷ୍ଟ୍ରପତି ପରିବର୍ତ୍ତନ ହୁଅନ୍ତି ତେବେ ମୌଳିକ ଦୃଷ୍ଟିରୁ ଏହା ଭାରତ ଆମେରିକାର ସଂପର୍କକୁ ପ୍ରଭାବିତ କରିବ ନାହିଁ |

ନିର୍ବାଚନ ବିତର୍କରେ ଉଭୟ ଟ୍ରମ୍ପ ଏବଂ ବିଡେନ ଚୀନ ପ୍ରତି କଠୋର ନୀତି ଗ୍ରହଣ କରିବାକୁ କହୁଛନ୍ତି | ଉଭୟ ପ୍ରାର୍ଥୀ ଏକଥା ବାରମ୍ଵାର କହୁଛନ୍ତି ଯେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ ସହିତ ସହଯୋଗକୁ ସୁଦୃଢ କରିବେ |

ମୂଳ ଲେଖା: ପ୍ରଫେସର ଚିନ୍ତାମଣୀ ମହାପାତ୍ର

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...