Skip to main content

ଶ୍ରୀଲଙ୍କା ସଂସଦୀୟ ନିର୍ବାଚନ 2020 ରାଜପକ୍ଷେଙ୍କ ପ୍ରତି ବହୁମତ



ଶ୍ରୀଲଙ୍କାରେ ବୁଧବାର ଦିନ ସଫଳତାର ସହିତ ସଂସଦୀୟ ନିର୍ବାଚନ ସଂପନ୍ନ ହୋଇଛି | ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ନେତୃତ୍ଵାଧୀନ ଶ୍ରୀଲଙ୍କା ପୋଡୁଜନ ପେରାମୁନ (ଏସଏଲପିପି) ନିର୍ବାଚନରେ 59.09 ଭାଗ ଭୋଟ ପାଇ ବିଜୟୀ ହୋଇଛି | 225 ସଦସ୍ୟ ବିଶିଷ୍ଟ ସଂସଦରେ ଏସଏଲପିପି 145ଟି ଆସନ ଅକ୍ତିଆର କରିଛି | ନବଗଠିତ ମେଣ୍ଟ ସମାଗୀ ଜନ ବଲବେଗୟା 54ଟି ଆସନ ପାଇଥିବା ବେଳେ ମୁଖ୍ୟ ତାମିଲ ଦଳ ତାମିଲ ନ୍ୟାସନାଲ ମେଣ୍ଟ 10ଟି ଆସନ ପାଇଛି, ଜନ ବଲବେଗୟା ନେତୃତ୍ଵାଧୀନ ଜନତା ବିମୁକ୍ତି ପେରାମୁନା 3ଟି ଆସନ ପାଇଚି | 2015ରୁ 2019 ପର୍ଯ୍ୟନ୍ତ ଶାସନରେ ଥିବା ଶ୍ରୀଲଙ୍କାର ସର୍ବ ପୁରାତନ ପାର୍ଟି ୟୁନାଇଟେଡ ନ୍ୟାସନାଲ ପାର୍ଟି ମାତ୍ର ଗୋଟିଏ ଆସନ ପାଇ ପାରିଛି | ପ୍ରକାଶ ଥାଉକି ଶ୍ରୀଲଙ୍କାର ନିର୍ବାଚନ ପଦ୍ଧତି ଅନୁଯାୟୀ 225ଟି ସଂସଦୀୟ ଆସନ ମଧ୍ୟରୁ 29ଟି ଆସନ ଜାତୀୟ ତାଲିକା ଭୁକ୍ତ ଥିବା ବେଳେ ବାକି 198ଟି ଆସନ ପାଇଁ ସାବାଳକମାନେ ଭୋଟ ଦେଇଥାନ୍ତି |

ଏଥର କରୋନା ମହାମାରୀ ପରି ସଂକଟ ସମୟରେ ନିର୍ବାଚନ ହୋଇଛି | ବିଶ୍ଵ ମହାମାରୀ ମଧ୍ୟରେ ନିର୍ବାଚନ ହେବାରେ ଶ୍ରୀଲଙ୍କା ହେଉଛି ଦକ୍ଷିଣ ଏସିଆର ପ୍ରଥମ ଦେଶ | କରୋନାର ଭୟ ଏବଂ ଆଶଙ୍କା ମଧ୍ୟରେ 71 ଭାଗ ଭୋଟର ବିଧବାର ଦିନ ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି | କରୋନାର ଯେପରି ସାମୁଦାୟିକ ସଂକ୍ରମଣ ନହୁଏ ଏବଂ ସ୍ଵାସ୍ଥ୍ୟଗତ ନିର୍ଦେଶ ପାଳନ କରାଯାଏ ସେସବୁକୁ ଦୃଷ୍ଟିରେ ରଖି ଦେଶର ସମସ୍ତ 12985 ଭୋଟ ଗ୍ରହଣ କେନ୍ଦ୍ରରେ କଡା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା | ଦେଶର ପ୍ରାୟ 10 ହଜାର ସ୍ଵାସ୍ଥ୍ୟ କର୍ମୀ, 69 ହଜାର ପୋଲିସ କର୍ମୀ ଏବଂ 30 ହଜାର ସରକାରୀ ଅଧିକାରୀ ନିର୍ବାଚନ ଦାୟିତ୍ଵରେ ଥିଲେ | କାଁଭାଁ ସ୍ଥାନରେ ଛୋଟମୋଟ ହିଂସାକୁ ବାଦ ଦେଲେ ଏହି ନିର୍ବାଚନ ମୋଟ ଉପରେ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ ହୋଇଥିଲା |

ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ତାଙ୍କ ପ୍ରତି, ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କ ପ୍ରତି ତଥା ତାଙ୍କ ଦଳ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ଲୋକମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ତାଙ୍କ ଶାସନ କାଳରେ ସେ ଲୋକମାନଙ୍କ ଆଶା ଆକାଂକ୍ଷାକୁ ପାଳନ କରିବେ ଏବଂ ସେମାନଙ୍କୁ ନିରାଶ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି | ନିର୍ବାଚନ ଘୋଷଣା ପତ୍ରରେ ତାଙ୍କ ପାର୍ଟି ଯେଉଁସବୁ ପ୍ରତିଶ୍ରୁତି ଦେଇଛନ୍ତି ଯେପରିକି ଜାତୀୟ ନିରାପତ୍ତାକୁ ଗୁରୁତ୍ଵ, ବଂଧୁତ୍ଵପୂର୍ଣ୍ଣ ଗୋଷ୍ଠି ନିରପେକ୍ଷ ବିଦେଶ ନୀତି, ଦୁର୍ନିତୀ ମୁକ୍ତ ପ୍ରଶାସନ, ଲୋକମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିପାରୁଥିବା ନୂଆ ସମ୍ଵିଧାନ, ମାନବ ସମ୍ଵଳ, ମାନବ କେନ୍ଦ୍ରିତ ଅର୍ଥନୈତିକ ବିକାଶ, ଜ୍ଞାନକୌଶଳ ଭିତ୍ତିକ ସମାଜ, ସମ୍ଵଳର ବିକାଶ, ଜଳବାୟୁ ପରିଚାଳନା, ଶୃଙ୍ଖଳା, ଆଇନ ମାନୁଥିବା ଏକ ମୂଲୟବୋଧ ଭିତ୍ତିକ ସମାଜ ଆଦିକୁ ସେ ଆଗ୍ରାଧିକାର ଦେବେ ବୋଲି କହିଛନ୍ତି | ଏହିସବୁ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ବିଶେଷ କରି ନୂଆ ସମ୍ଵିଧାନ ପ୍ରଣୟନ ପାଇଁ ସରକାରଙ୍କୁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ | ସରକାରଙ୍କୁ ଇଲମ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର 2 ଜଣ ନିର୍ବାଚିତ ସଦସ୍ୟ, ତାମିଲ ମକ୍କଲ ବିଧୁଥଲାଇ ପୁଲିକଲର ଜଣେ ସଦସ୍ୟ ସହିତ ଏସଏଲପିପି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରି ସାରିଛି | ରାଷ୍ଟ୍ରପତି ଗୋତାବୟା ରାଜପକ୍ଷେ ଅଗ,୍ଟ 20 ତାରିଖରେ ନୂଆ ସଂସଦୀୟ ଅଧିବେଶନ ଡାକିଛନ୍ତି |

ନିର୍ବାଚନକୁ ସଫଳତାର ସହିତ ସଂପନ୍ନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିପକ୍ଷ ମହିନ୍ଦା ରାଜପକ୍ଷେଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି | କୋଭିଡ-19 ମହାମାରୀ ସତ୍ଵେ ଦେଶରେ ଏହି ନିର୍ବାଚନ ସଫଳତାର ସହିତ ହୋଇଥିବାରୁ ଶ୍ରୀ ମୋଦି ଶ୍ରୀଲଙ୍କାକୁ ପ୍ରଶଂସା କରିଛନ୍ତି | ଶ୍ରୀ ମୋଦି କହିଛନ୍ତି ନିର୍ବାଚନ ଫଳାଫଳ ଏହା ପ୍ରମାଣ କରିଛି ଏସଏଲପିପି ପ୍ରତି ଲୋକମାନଙ୍କର ବହୁତ ଆସ୍ଥା ରହିଛି ଏବଂ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ରାଜପକ୍ଷେଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଯେପରି ଦୀର୍ଘ ବର୍ଷ ଧରି ବହୁ କ୍ଷେତ୍ରରେ ଉତ୍ତମ ସଂପର୍କ ଏବଂ ସହଯୋଗ ରହିଛି ତାହା ଆହୁରି ସୁଦୃଢ କରିବାକୁ ଦୁଇ ନେତା ସହମତ ହୋଇଛନ୍ତି | ଉତ୍ତର ପ୍ରଦେଶର ବୌଦ୍ଧ ତୀର୍ଥ ସ୍ଥଳି କୁଶୀନଗରରେ ଏକ ଆନ୍ତର୍ଜାତୀକ ବିମାନ ବନ୍ଦର ନିର୍ମାଣ କରାଯାଉଥିବାର ସୂଚନା ଶ୍ରୀ ମୋଦି ରାଜପକ୍ଷେଙ୍କୁ ଦେଇ ଶ୍ରୀଲଙ୍କାର ପର୍ଯ୍ୟଟକମାନଙ୍କୁ ସ୍ଵାଗତ କରିବାକୁ ଭାରତ ଚାହିଁ ରହିଥିବା କହିଛନ୍ତି |

ଆଗାମୀ ଦିନରେ ଦୁଇ ଦେଶ ଦ୍ଵିପକ୍ଷୀୟ ସଂପର୍କକୁ ଆହୁରି ସୁଦୃଢ କରିବାକୁ ସହମତ ହୋଇଛନ୍ତି |

ଆଲେଖ୍ୟ: ଗୁଲବୀନ ସୁଲତାନା

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...