Skip to main content

ଭାରତ-ଜାପାନ ଆର୍ଥିକ ଭାଗୀଦାରୀତା ସମ୍ପର୍କ ଆହୁରି ମଜବୁତ ହେଉଛି



ଭାରତ ଅନନ୍ୟ ନିବେଶ ଫୋରମର ତୃତୀୟ ସଂସ୍କରଣ ତଥା ଜାପାନ ସଂସ୍କରଣ ସମ୍ପ୍ରତ୍ତି ଅନୁଷ୍ଠିତ ହୋଇଥିଲା | କୋଭିଡ-19 ମହାମାରୀର ପ୍ରଭାବରେ ବ୍ୟବସାୟ କାରବାର ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏଥିପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରି ଭାରତ-ଜାପାନ ବାଣିଜ୍ୟ ଓ ନିବେଶ ସହଯୋଗକୁ ଆହୁରି ମଜବୁତ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ | ଭାରତର ଅର୍ଥନୈତିକ ଆଧୂନିକୀକରଣକୁ ଆଗେଇ ନେବାରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଆତ୍ମନିର୍ଭର ଭାରତ ଗଠନର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଜାପାନ ହେଉଛି ଏକ ପ୍ରମୁଖ ଭାଗୀଦାର ରାଷ୍ଟ୍ର | ଉନ୍ନତ ଜ୍ଞାନକୌଶଳ ଓ ଜାପାନର ସରକାରୀ ବେସରକାରୀ କ୍ଷେତ୍ରର ପୁଞ୍ଜି ନିବେଶର ସକ୍ରିୟ ବିନିଯୋଗ ନୂଆଦିଲ୍ଲୀ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ |

ଏହାର ବିଶାଳ ବଜାର ଯୋଗୁଁ ଜାପାନ କମ୍ପାନୀ ଗୁଡିକ ଲାଗି ବାଣିଜ୍ୟ ପାଇଁ ଭାରତ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳୀ ପାଲଟିଛି | ଜାପାନ ବ୍ୟାଙ୍କ ଫର ଇଣ୍ଟରନେସନାଲ କୋଅପରେସନ (ଜେବିଆଇସି) ଦ୍ଵାରା କରାଯାଇଥିବା ଜାପାନର ନିର୍ମାଣକାରୀ କମ୍ପାନୀ ଗୁଡିକ ଦ୍ଵାରା ବିଦେଶୀ ବ୍ୟବସାୟ କାରବାରକୁ ନେଇ ସର୍ଭେ ରିପୋର୍ଟରେ ଭାରତ ଚୀନକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଥିବା ବିଷୟ ଦର୍ଶାଯାଇଛି | 2000 ରୁ 2020 ମଧ୍ୟରେ 33.5 ବିଲିଅନ ଡଲାରର ଏଫଡ଼ିଆଇ ନିବେଶ ସହିତ ଜାପାନ ହେଉଛି ଭାରତର ଚତୁର୍ଥ ବୃହତ୍ତମ ନିବେଶକ ରାଷ୍ଟ୍ର | ଏହି ସମୟରେ ଭାରତର ମୋଟ ଏଫଡ଼ିଆଇ ନିବେଶର 7 ପ୍ରତିଶତରୁ ଅଧିକ ନିବେଶ ଜାପାନରୁ ହୋଇଛି |

ଭାରତରେ ଜାପାନର ପ୍ରାୟ 1441 ଟି କମ୍ପାନୀ ରହିଛି | ଘରୋଇ ତଥା ଆନ୍ତର୍ଜାତୀୟ ବଜାରକୁ ଦୃଷ୍ଟିରେ ରଖି ଅଟୋମୋବାଇଲ ଲିଥିୟମ-ଆୟନ ବ୍ୟାଟେରୀ ପ୍ୟାକ ପାଇଁ ସୁଜୁକି-ତୋଷିବା-ଡେନସୋ ସହ ମିଳିତ ଉଦ୍ୟମରେ ‘ମେକ ଇନ ଇଣ୍ଡିଆ’ ଅନ୍ତର୍ଗତ ଜାପାନ ଉଲ୍ଲେଖନୀୟ କାର୍ଯ୍ୟ କରିଛି ଏବଂ ମେଡ-ଇନ-ଇଣ୍ଡିଆ ସୁଜୁକି ‘ବାଲେନୋ’ କାର ଗୁଡିକୁ ଆନ୍ତର୍ଜାତୀୟ ବଜାରକୁ ରପ୍ତାନି କରାଯାଇଛି |

ଜାପାନୀ କାରବାରକୁ ଆଗେଇନେବା ଲାଗି ବହିଶୁଳ୍କ, ଗୁଣବତ୍ତା, ରପ୍ତାନି ପ୍ରଣାଳୀ ଏବଂ ଲଜିଷ୍ଟିକ୍ସ ସମେତ ଭାରତରେ ନିବେଶକ ମାନେ ସମ୍ମୁଖୀନ ହେଉଥିବା ଚାଲେଞ୍ଜ ଗୁଡିକୁ ଧ୍ୟାନରେ ରଖି ଏହାର ମୁକାବିଲା ଲାଗି ଏକ ଆନ୍ତଃ–ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ଗଠନ କରାଯାଇଛି | ଏହି ଗୋଷ୍ଠୀ, ବାଣିଜ୍ୟ ଓ ଶିଳ୍ପ, ଅର୍ଥ, ରେଳବାଇ ଏବଂ ସଡକ ଓ ଭୁପୃଷ୍ଠ ପରିବହନ ମନ୍ତ୍ରଣାଳୟର ପ୍ରତିନିଧିଙ୍କୁ ନେଇ ଗଠିତ | ଏହି ଗୋଷ୍ଠୀ ଚାରୋଟିରୁ ଅଧିକଟି ଅଧିବେଶନରେ ଜାପାନର ପ୍ରାୟ 50ଟି କମ୍ପାନୀ ସହ ବୈଠକ କରିବା ଲାଗି ସ୍ଥିରିକୃତ୍ୟ ହୋଇଛି | ଏହି କମ୍ପାନୀମାନଙ୍କ ମଧ୍ୟରୁ କେତୋଟି ଭାରତରେ କାର୍ଯ୍ୟ କରିସାରିଛନ୍ତି | ଜାପାନ ପକ୍ଷରୁ ଭାରତରେ ପ୍ରାୟ 200 ନିବେଶ ଯୋଜନା ରହିଥିବାର ଖବର ମିଳିଛି | ଇତିମଧ୍ୟରେ ବ୍ୟବସାୟ ସୁଗମତାରେ ସୁଧାର ଆଣିବା ଲାଗି 2021 ସୁଦ୍ଧା ଏକ ପ୍ୟାନ ଇଣ୍ଡିଆ ନିବେଶ ମଞ୍ଜୁରୀ ସେଲ ଆରମ୍ଭ କରିବାର ସମ୍ଭାବନା ରହିଛି |

ପୁଞ୍ଜିନିବେଶକୁ ସୁଗମ କରିବାରେ ସହାୟତା କରିବାକୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଓ ଜାପାନର ଅର୍ଥନୀତି, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଇଟିଆଇ) ମଧ୍ୟରେ ଡିସେମ୍ବର 2019ରେ ଭାରତ ଜାପାନ ଉଦ୍ୟୋଗ ପ୍ରତିଯୋଗୀତାମୂଳକ ଭାଗୀଦାରୀତା ଆରମ୍ଭ ହୋଇଥିଲା | ସାମଗ୍ରୀର ମୂଲ୍ୟ ହ୍ରାସ କରିବା, ଏଫଡ଼ିଆଇକୁ ପ୍ରୋତ୍ସାହନ କରିବା ଲାଗି ଉଦ୍ୟୋଗ କ୍ଷେତ୍ର ଗୁଡିକର ସଠିକ ଭାବେ ନିୟୋଜିତ କରି ଭାରତର ଉଦ୍ୟୋଗ ପ୍ରତିଦ୍ୱନ୍ଦିତା ବୃଦ୍ଧି ଦିଗରେ ମିଳିମିଶି କାର୍ଯ୍ୟ କରିବା ହେଉଛି ଏହାର ମୂଳ ଲକ୍ଷ | ଜାପାନୀ ବ୍ୟବସାୟ କାରବାରରେ ଭାରତ-ପ୍ରବେଶ ଯୋଜନାର ଅନୁସନ୍ଧାନ ଓ ଏହାର କାର୍ଯ୍ୟକାରୀ ଲାଗି ଜାପାନ ପ୍ଲସ ହେଉଛି ଗୋଟିଏ ସ୍ଥାନରେ ସବୁ ସାମଗ୍ରୀ ଉପଲବ୍ଧ ଥିବା ଏକ ୱାନ-ଷ୍ଟପ ଦୋକାନ |

ପୁଞ୍ଜି ନିବେଶ ଲାଗି ପ୍ରୋତ୍ସାହନ କରୁଥିବା ଜାପାନ ଉଦ୍ୟୋଗିକ ଟାଉନସିପ (ଜେଆଇଟି) ଆରମ୍ଭ ହେବା ପରଠୁ ଯଥେଷ୍ଟ ପ୍ରଗତି ହୋଇଛି | ଜାପାନ ହେଉଛି ଏକମାତ୍ର ଦେଶ ଯାହାର ଭାରତରେ ବର୍ତ୍ତମାନ 12ଟି ଉତ୍ସର୍ଗୀକୃତ ଦେଶ-କେନ୍ଦ୍ରିତ ଉଦ୍ୟୋଗ ଟାଉନସିପ ଅଛି | ଏଥିସହିତ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ କରିବା ଲାଗି ଆସାମରେ 13ତମ ଜେଆଇଟି ପ୍ରତିଷ୍ଠା ଲାଗି ଯୋଜନା କରାଯାଉଛି | ମୋଟାମୋଟି ଭାବେ କହିବାକୁ ଗଲେ ଷ୍ଟାର୍ଟ ଅପ ଇକୋସିଷ୍ଟମ ମଧ୍ୟରେ ଥିବା ବ୍ୟବଧାନକୁ ସଂଯୋଗ କରିବା ଲକ୍ଷ୍ୟରେ ବେଙ୍ଗାଲୁରୁରେ ଭାରତ-ଜାପାନ ଷ୍ଟାର୍ଟ ଅପର ପେଣ୍ଠସ୍ଥଳୀ ପ୍ରତିଷ୍ଠା କରାଯାଇଥିଲା ଯାହାକି ଉଭୟ ଦେଶର ସଙ୍କ୍ରାନ୍ତୀୟ ଷ୍ଟାର୍ଟ ଅପ ଏବଂ କମ୍ପାନୀ ଗୁଡିକ ମଧ୍ୟରେ ସଂପର୍କକୁ ଯୋଡିଥାଏ ଓ ବଜାର ଏବଂ ନିବେଶକାରୀଙ୍କ ସହ ସହଯୋଗକୁ ସୁଗମ କରିବାରେ ସହାୟକ ହୋଇଥାଏ |

ଇତିମଧ୍ୟରେ 2019ରେ ଭାରତ ପ୍ରତିକୂଳ ବାଣିଜ୍ୟ ସନ୍ତୁଳନକୁ ନେଇ ଉଦବେଗ ପ୍ରକଟ କରିଥିଲା ଓ ଭାରତର ସାମଗ୍ରୀ ଓ ସେବା ପାଇଁ ବଜାର ସୁଗମ ହୋଇନଥିବାରୁ ବ୍ୟାପକ ଅର୍ଥନୈତିକ ଭାଗୀଦାରୀତା ରାଜିନାମାର ସମୀକ୍ଷା କରିବାକୁ କହିଥିଲା | ଭାରତ ନୀତିରେ ସନ୍ତୁଳିତ ବାଣିଜ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥାଏ | 2018-19 ରେ ଭାରତ-ଜାପାନ ମଧ୍ୟରେ 17.63 ବିଲିଅନ ଆମେରିକୀୟ ଡଲାରର ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ହୋଇଥିଲା | ଏହି ସମୟରେ ଜାପାନରୁ ଭାରତକୁ 12.77 ବିଲିଅନ ଆମେରିକୀୟ ଡଲାରର ରପ୍ତାନି ହୋଇଥିବା ବେଳେ 4.86 ବିଲିଅନ ଆମେରିକୀୟ ଡଲାରର ଆମଦାନୀ ହୋଇଥିଲା |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଜାପାନ ପ୍ରତିପକ୍ଷ ଶିଞ୍ଜୋ ଆବେ ଏକ ଉଚ୍ଚ କ୍ଷମତାପର୍ଣ୍ଣ କୂଟନୈତିକ ଯୁଗର ଅୟମାରମ୍ଭ କରିଛନ୍ତି | ‘ଏକ ଶକ୍ତିଶାଳୀ ଭାରତ ଏବଂ ଜାପାନ କେବଳ ଆମର ଦୁଇ ଦେଶକୁ ସମୃଦ୍ଧ କରିବେ ତାହା ନୁହେଁ ବରଂ ଏହା ଏସିଆ ଏବଂ ସମଗ୍ର ବିଶ୍ଵକୁ ସ୍ଥିରତା ପ୍ରଦାନ କରିବ” ବୋଲି ଭାରତର ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି | ଏକ ବଳିଷ୍ଠ ଅର୍ଥନୈତିକ ଯୋଗଦାନ ହେଉଛି ଭାରତ-ଜାପାନ ସ୍ଵତନ୍ତ୍ର ରଣନୀତିକ ଓ ବୈଶ୍ଵିକ ଭାଗୀଦାରୀତାର ଏକ ପ୍ରମୁଖ ସ୍ତମ୍ଭ | ଉଭୟଦେଶର ଜନସଂଖ୍ୟା ପରିଦୃଶ୍ୟରେ , ଜାପାନର ହାର୍ଡୱେର ଏବଂ ଭାରତର ସଫ୍ଟୱେରକୁ ନେଇ ଭବିଷ୍ୟତରେ ଭାରତ-ଜାପାନ ଅର୍ଥନୈତିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଅପାର ସୁଯୋଗ ରହିଛି | 

ମୂଳଲେଖା : ଡଃ ତିତଲୀ ବାସୁ, ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆ ଉପରେ ରଣନୀତିକ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...