ବେଲାରୁଷର ରାଷ୍ଟ୍ରପତି 2020ର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି | ସେ ଦୀର୍ଘ 26 ବର୍ଷରୁ ଅଧିକ ସମୟ ହେଲା ରାଷ୍ଟ୍ରପତି ଭାବେ ରହିଆସିଛନ୍ତି | ନିର୍ବାଚନ ଫଳାଫଳ ଘୋଷଣା ପରେ ଏହା ବିରୋଧରେ ରାଜଧାନୀ ମିସ୍କ ଏବଂ ଅନ୍ୟ ସ୍ଥାନରେ ଲୋକମାନେ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି | ଏସବୁ ମଧ୍ୟରେ ନିର୍ବାଚନ ପରିଣାମ ଦ୍ଵାରା ଭାରତ ଏବଂ ବେଲାରୁଷ ମଧ୍ୟରେ ସଂପର୍କ ଆଦୌ ପ୍ରଭାବିତ ନହେବାର ଆଶା ଦୃଢ ଅଛି |
ବେଲାରୁଷ ସହିତ ବାରତର ସଂପର୍କ ପୁରୁଣା ଏବଂ ନିବିଡ ସୋଭିଏତ ସଂଘର ବିଭାଜନ ପରେ 1991ରେ ବେଲାରୁ,କୁ ଏକ ସ୍ଵାଧୀନ ରାଷ୍ଟ୍ର ଭାବେ ପ୍ରଥମେ ଭାରତ ସ୍ଵୀକୃତି ଦେଇଥିଲା | ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଏବଂ ବିଭିନ୍ନ ମଞ୍ଚରେ ପରସ୍ପରର ସ୍ଵାର୍ଥ ବିଜଡିତ ପ୍ରସଙ୍ଗରେ ସହଯୋଗ କରିଆସିଛନ୍ତି ଏବଂ ସଂପର୍କକୁ ମଜବୁତ କରିଆସିଛନ୍ତି | ଦୁଇ ଦେଶର ସହଯୋଗ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦ ତଥାପରମାଣୁଯୋଗାଣକାରୀ ସମୁହରେ ଦେଖିବାକୁ ମିଳିଛି | 2020ରେ ଜାତିସଂଘ ନିରାପତ୍ତା ପରିଷଦରେ ଭାରତକୁ ଏକ ଅସ୍ଥାୟୀ ଆସନ ପାଇଁ ଯେଉଁସବୁ ଦେଶ ସମର୍ଥନ କରିଥିଲେ | ସେମାନଙ୍କ ମଧ୍ୟରେ ବେଲାରୁଷ ମଧ୍ୟ ଥିଲା ଭାରତ ମଧ୍ୟ ବିଭିନ୍ନ ଆନ୍ତର୍ଜାତୀୟ ମଞ୍ଚରେ ବେଲାରୁଷକୁ ସମର୍ଥନ କରିଛି | ନୂଆଦିଲ୍ଲୀ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ ଏବଂ ଅନ୍ତଃ ସଂସଦୀୟ ସଂଘ ପରି ମଞ୍ଚରେ ଭାରତର ସମର୍ଥନ ବେଲାରୁଷକୁ ରହିଛି | କେତେକ କ୍ଷେତ୍ରରେ ଭାରତର ସମର୍ଥନକୁ ବେଲାରୁଷ ପ୍ରଶଂସା କରିଛି |
ଏକ ବିଶ୍ଵ ମହାଶକ୍ତି ଭାବେ ଉଭା ହେଉଥିବା ଭାରତର ବିକାଶକୁ ହୃଦୟଙ୍ଗମ କରି ବେଲାରୁଷ ଭାରତ ସହିତ ସାମରିକ ସଂପର୍କ ବିକଶିତ କରିବାକୁ ଚାହୁଁଛି | ଜି-20, ସାଂଘାଇ ସହଯୋଗ ସଂଗଠନ, ତଥା ବ୍ରିକ୍ସରେ ମଧ୍ୟ ଭାରତର ସଦସ୍ୟତା ବେଲାରୁଷ ପାଇଁ ଗୁରୁତ୍ଵପୂର୍ଣ୍ଣ | ଏହା ନିଜର ପ୍ରଭାବ ବିସ୍ତାର ବିଶେଷକରି ୟୁରେସିଆ କ୍ଷେତ୍ରରେ କରିବାକୁ ଚାହୁଁଛି |
ଦୁଇ ଦେଶ ମଧ୍ୟରେ ହେଉଥିବା ଉଚ୍ଚ ସ୍ତରୀୟ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗକୁ ଦର୍ଶାଉଛି | ଭାରତ ଏବଂ ବେଲାରୁଷ ଧାତୁ ଏବଂ ଖଣିଜ, ଶିକ୍ଷା ତଥା ଭାରି ମେସନାରୀ, ବିଜ୍ଞାନ ତଥା ବୈଷୟିକ ଜ୍ଞାନ କୌଶଳ, ଶକ୍ତି, ପଟାସ ସାର, ଭାରତରେ ବିଦ୍ୟୁତ ପରିବହନ ସମସ୍ୟାର ଆଧୁନିକୀକରଣ, କୃଷି ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରୁଛନ୍ତି | ଦୁଇ ଦେଶ ପ୍ରତିରକ୍ଷା ଉପକରଣ ନିର୍ମାଣରେ ମିଳିତ ପରିଯୋଜନା ଉପରେ ମଧ୍ୟ ସହମତ ହୋଇଛନ୍ତି ଯାହାକି ଭାରତ ପାଇଁ ଲାଭକାରୀ ହେବ |
2015ରେ ଭାରତର ତତ୍କାଳିନ ରାଷ୍ଟ୍ରପତିଙ୍କ ବେଲାରୁଷ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା | 2018ରେ ବେଲାରୁଷ ନିଜର ଷ୍ଟେଟ ୟୁନିଭରସିଟିରେ ଶାନ୍ତି ଦୂତ ସମ୍ମାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଥିଲା |
ଦୁଇ ଦେଶ ମଧ୍ୟରେ 2019ରେ ବାଣିଜ୍ୟ କାରବାର 569.6 ମିଲିୟନ ଡଲାର ହୋଇଛି | ମେକ ଇନ ଇଣ୍ତିଆରେ ବେଲାରୁଷର ଶିଳ୍ପପତିମାନଙ୍କୁ ପୁଞ୍ଜି ନିବେସ ପାଇଁ ଭାରତ ପ୍ରୋତ୍ସାହିତ କରିଛି | ବେଲାରୁଷର ପ୍ରତିରକ୍ଷା ସ୍ଥିତି ୟୁରେସିଆ ଅଞ୍ଚଳ ପାଇଁ ଏହାକୁ ସମ୍ଵେଦନଶୀଳ କରିଥାଏ ତଥା ଏହା ଆନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ଗୋଲାର୍ଦ୍ଧ ସହିତ ସଂପର୍କ ସ୍ଥାପନରେ ଭବିଷ୍ୟତରେ ଭାରତ ପାଇଁ ସହାୟକ ହେବ | ରୁଷ ସମେତ ଆଇ.ଏନ.ଏସ.ଟି.ସି ସଦସ୍ୟମାନଙ୍କ ସହିତ ବେଲାରୁଷ ସଶକ୍ତ ସଂପର୍କ ବଜାୟ ରଖିଛି ଯାହା ଭାରତ ପାଇଁ ମଧ୍ୟ ସୁବିଧାଜନକ ସ୍ଥିତି |
ଦୁଇ ଦେଶ ମଧ୍ୟରେ ସଂପର୍କ ଯେପରି ରହିଛି ତାକୁ ଅନୁଧ୍ୟାନ କଲେ ଜାଣିହେବ ଯେ ଉଭୟ ଦେଶ ମଧ୍ୟରେ ସଂପର୍କ ଆହୁରି ନିବିଡ ହେବ | ଭାରତର ବୈଷୟିକ ତଥା ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ ଅନ୍ତର୍ଗତ ବେଲାରୁଷର ମାନବ ସମ୍ଵଳ ବିକାଶରେ ଭାରତ ସହଯୋଗ କରୁଛି | ଏପର୍ଯ୍ୟନ୍ତ ବେଲାରୁଷର 290 ଜଣ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଲାଭାନ୍ଵିତ ହୋଇ ସାରିଲେଣି | ବେଲାରୁଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଚାତକ ପରି ଚାହିଁ ରହିଛି ଯାହାକି ଦୁଇ ଦେଶର ମଧୁର ସଂପର୍କକୁ ଜାହିର କରୁଛି |
ଆଲେଖ୍ୟ : ଡକ୍ଟର ଇନ୍ଦ୍ରାଣୀ ତାଲୁକଦାର
Comments
Post a Comment