Skip to main content

ରାଷ୍ଟ୍ରପତି  ମାନବ- କୈନ୍ଦ୍ରିକ ସହଯୋଗ  ଲାଗି ଆହ୍ଵାନ  ଜଣେଇଛନ୍ତି           

ଭାରତର 74 ତମ ସ୍ଵାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଆମର ସ୍ଵାଧୀନତା ସଂଗ୍ରାମର ସ୍ଵଭାବ ଓ ସଦାଚାର ଆଧୁନିକ ଭାରତର ମୂଳଦୁଆ ଅଟେ | ସେ କହିଛନ୍ତି ଯେ ଆମର ଦୁରଦୃଷ୍ଟି ସମ୍ପର୍ଣ୍ଣ ନେତୃବୃନ୍ଦ ବିଶ୍ଵର ସର୍ବୋତ୍ତମ ଚିନ୍ତାଧାରା ଅନୁକରଣ କରି ଏକ ସାଧାରଣ ଜାତୀୟ ଚେତନା ସୃଷ୍ଟି କରିଥିଲେ | ମହାତ୍ମା ଗାନ୍ଧୀ ଆମ ସ୍ଵାଧୀନତା ଆନ୍ଦୋଳନର ମାର୍ଗଦର୍ଶକ ଓ ଆଲୋକବର୍ତ୍ତିକା ହୋଇଥିବାରୁ ଆମେ ବହୁତ ଭାଗ୍ୟବାନ | ତାଙ୍କ ବ୍ୟକ୍ତିତ୍ବରେ ପ୍ରତିଫଳିତ ଜଣେ ରାଜନେତା ତଥା ଜଣେ ସାଧୁଙ୍କ ସମନ୍ଵୟ ଥିଲା ଯାହା କେବଳ ଭାରତରେ ହିଁ ସମ୍ଭବ ହୋଇଥିଲା | ସାମାଜିକ ଅସ୍ଥିରତା , ଅର୍ଥନୈତିକ ସମସ୍ୟା ଓ ଜଳବାୟୁ ପରିବର୍ତ୍ତନ ଦ୍ଵାରା ଅସୁବିଧାର ସମ୍ମୁଖୀନ ହେଉଥିବା ସମଗ୍ର ବିଶ୍ଵ ଏଥିରୁ ମୁକୁଳିବା ଲାଗି ଗାନ୍ଧୀଜୀଙ୍କ ଆଦର୍ଶ ଓ ଶିକ୍ଷାରୁ ସମାଧାନର ବାଟ ବାହାର କରୁଛି |ସମାନତା ଏବଂ ନ୍ୟାୟ ପାଇଁ ତାଙ୍କ ଅନ୍ଵେଷଣ ହେଉଛି ଆମ ଗଣତନ୍ତ୍ରର ମୂଳମନ୍ତ୍ର | ଯୁବ ପିଢୀ ଗାନ୍ଧୀଜୀଙ୍କ ଆଦର୍ଶର ପୁନଃ ଆବିଷ୍କାର କରୁଥିବା ଯୋଗୁଁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି |

ଚଳିତ ବର୍ଷ ସ୍ଵାଧୀନତା ଦିବସକୁ ସତର୍କତାର ସହ ପାଳନ କରାଯାଉଛି |ସମଗ୍ର ବିଶ୍ଵ ଏକ ଭୟଙ୍କର କରୋନା ଭାଇରସର ଶିକାର ହୋଇଛି ଓ ଏଥିଯୋଗୁଁ ବିଶ୍ୱବ୍ୟାପି ସବୁ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି | ଏହି ମହାମାରୀ ଯୋଗୁଁ ବହୁ ଲୋକଙ୍କ ଜୀବନହାନୀ ଘଟିସାରିଲାଣି | ଆମେ ପୂର୍ବରୁ ଯେଉଁ ପୃଥିବୀରେ ବଞ୍ଚିଥିଲୁ ତାହାକୁ ଏହି କରୋନା ମହାମାରୀ ବଦଳେଇଦେଇଛି |

ହେଲେ କେନ୍ଦ୍ର ସରକାର ଉଚିତ ସମୟରେ ଦୃଢ ପଦକ୍ଷେପ ନେଇ ଏହି ଚାଲେଞ୍ଜର ସଫଳତାର ସହ ମୁକାବିଲା କରିଥିଲେ |ଭାରତ ଭଳି ଏକ ବିଶାଳ ଓ ବିପୁଳ ଜନସଂଖ୍ୟା ବିଶିଷ୍ଟ ଏକ ବିବିଧତା ପୂର୍ଣ୍ଣ ଦେଶ ପାଇଁ ଏପରି ଚାଲେଞ୍ଜର ମୁକାବିଲା କରିବା ପାଇଁ ମାନବୀୟ ଦକ୍ଷତା ଓ ଉଦ୍ୟମର ଆବଶ୍ୟକ ହୋଇଥାଏ | ସବୁ ରାଜ୍ୟ ସରକାର ସ୍ଥାନୀୟ ସ୍ଥିତି ଅନୁଯାୟୀ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଲୋକ ମାନେ ମଧ୍ୟ ପୂର୍ଣ୍ଣ ପ୍ରାଣରେ ଏଥିପ୍ରତି ଦୃଢ ସମର୍ଥନ ଜଣାଇଥିଲେ | ଆମେ ବଚନବଦ୍ଧତା ସହ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇଛୁ ଓ ବହୁ ସଂଖ୍ୟକ ଲୋକଙ୍କ ଜୀବନ ରକ୍ଷା କରିପାରିଛୁ | ଏହା ସମଗ୍ର ବିଶ୍ଵ ପାଇଁ ଅନୁକରଣନୀୟ ଅଟେ |

ରାଷ୍ଟ୍ରପତି, ଏହି ଭାଇରସ ବିରୁଦ୍ଧରେ ଅବିଶ୍ରାନ୍ତ ସଂଗ୍ରାମ ଚଳେଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ପ୍ରଦାନକାରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି | ଏମାନେ ହେଉଛନ୍ତି ଆମର ଜାତୀୟ ନାୟକ ବୋଲି ଉଲ୍ଲେଖ କରି ସବୁ କରୋନା ଯୋଦ୍ଧା ଉଚ୍ଚ ପ୍ରଶଂସାର ପାତ୍ର ବୋଲି ବର୍ଣ୍ଣନା କରିଛନ୍ତି | ଜୀବନ ବଞ୍ଚାଇବା ଓ ଅତ୍ୟାବଶ୍ୟକୀୟ ସେବା ଉପଲବ୍ଧ କରେଇବା ପାଇଁ ସେମାନେ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟରୁ ବହୁ ଊର୍ଦ୍ଧ୍ଵକୁ ଉଠି ସବୁ ଲୋକଙ୍କ ଜୀବନ ରକ୍ଷା କରିବା ସହିତ ଅତ୍ୟାବଶ୍ୟକୀୟ ସେବାକୁ ନିଶ୍ଚିତ କରିଛନ୍ତି |

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଗରିବ ଓ ଦିନ ମଜୁରିଆ ମାନେ ଏହି ମହାମାରୀ ଯୋଗୁଁ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି | ହେଲେ କେନ୍ଦ୍ରସରକାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ କୁ କାର୍ଯ୍ୟକାରୀ କରି କୋଟି କୋଟି ଅସହାୟ ଲୋକଙ୍କୁ ଜୀବିକା ନିର୍ବାହ କରିବାରେ ସକ୍ଷମ କରିଛନ୍ତି ଏବଂ ଏହି କରୋନା ମହାମାରୀ କାରଣରୁ ଚାକିରି ହରାଇବା, ସ୍ଥାନାନ୍ତରିତ ହେବା ଓ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିଛନ୍ତି |

ଶ୍ରୀ କୋବିନ୍ଦ କହିଛନ୍ତି ଯେ କୌଣସି ପରିବାର ଯେପରି ଭୋକିଲା ନରୁହନ୍ତୁ, ସେଥିପାଇଁ ଅତି ଅଭାବି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇଦିଆଯାଉଛି | ପ୍ରତି ମାସ 80 କୋଟି ଗରିବ ଅସହାୟ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ବିଶ୍ଵର ସର୍ବବୃହତ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ସମୟ ସୀମାକୁ ଚଳିତ ବର୍ଷ ନଭେମ୍ବର ଶେଷ ପର୍ଯ୍ୟନ୍ତ ବଢାଇଦିଆଯାଇଛି | ଦେଶର ସବୁ ରାଜ୍ୟକୁ ‘ଏକ ରାଷ୍ଟ୍ର -ଏକ ରାଶନ କାର୍ଡ’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି|

ସରକାର ‘ବନ୍ଦେ ଭାରତ ମିସନ’ ଅନ୍ତର୍ଗତ 10 ଲକ୍ଷରୁ ଅଧିକ ଭାରତୀୟଙ୍କୁ ସ୍ଵଦେଶ ଫେରାଇଆଣିଛନ୍ତି | ବର୍ତ୍ତମାନ ଉପୁଜିଥିବା ସଙ୍କଟଜନକ ପରିସ୍ଥିତିରେ ଭାରତୀୟ ରେଳବାଇ ଯାତ୍ରୀ ଓ ମାଲ ପରିବହନ ସୁଗମ କରିବା ଲାଗି ଟ୍ରେନ ସେବା ଜାରି ରଖିଛି |

ରାଷ୍ଟ୍ରପତି କହିଛନ୍ତି ଯେ ଭାରତ, କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ଲାଗି ଅନ୍ୟାନ୍ୟ ଦେଶ ଗୁଡିକୁ ମଧ୍ୟ ସହାୟତା ଯୋଗାଉଛି | ଏଭଳି ମହାବିପତ୍ତି ସମୟରେ ବିଶ୍ଵ ସମୁଦାୟ ସହ ଛିଡା ହୋଇଛି ବୋଲି ଭାରତ ପୁଣିଥରେ ପ୍ରମାଣ କରିଦେଖେଇଛି | ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଭ୍ୟ ପଦ ଲାଗି ଅନୁଷ୍ଠିତ ନିର୍ବାଚନରେ ଭାରତକୁ ଯେଉଁ ବିପୁଳ ସମର୍ଥନ ମିଳିଛି ତାହା ଭାରତ ପ୍ରତି ଆନ୍ତର୍ଜାତୀୟ ସ୍ତରରେ ଏକ ଶୁଭେଚ୍ଛାର ନିଦର୍ଶନ|

ସମଗ୍ର ବିଶ୍ଵର ମଙ୍ଗଳ କାମନା ନିମନ୍ତେ କାର୍ଯ୍ୟ କରିବା ହେଉଛି ଭାରତର ଏକ ପରମ୍ପରା | ଭାରତର ‘ଆତ୍ମନିର୍ଭର’ ନୀତିର ଅର୍ଥ ହେଉଛି ଆତ୍ମନିର୍ଭରଶୀଳ ହେବା କିନ୍ତୁ ବିଶ୍ୱରୁ ପୃଥକ ହୋଇଯିବା ବା ଦୁରତ୍ଵ ସୃଷ୍ଟି କରିବା ନୁହେଁ | ଏହାର ଅର୍ଥ ହେଉଛି ଭାରତ ନିଜର ପରିଚୟ ବଜାୟ ରଖିବା ସହିତ ବିଶ୍ଵ ଅର୍ଥନୀତିରେ ନିଜ ସହଯୋଗ ଅବ୍ୟାହତ ରଖିବା ପାଇଁ ବଚନବଦ୍ଧ ହେବା |

ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବା ସମୟରେ କହିଛନ୍ତି ଯେ ‘ବସୁଦେବ କୁଟୁମ୍ବକମ’ ବା ସମଗ୍ର ବିଶ୍ଵ ଏକ ପରିବାର ବୋଲି ବହୁ ପୂର୍ବରୁ ଆମର ମୁନିରୁଷି ମାନେ ଯେଉଁ କହିଥିଲେ ସମଗ୍ର ବିଶ୍ଵ ବର୍ତ୍ତମାନ ତାହା ବେଶ ହୃଦୟଙ୍ଗମ କରିଛି | ତେବେ ବିଶ୍ଵ ସମୁଦାୟ ଯେତେବେଳେ ମିଳିତ ଭାବେ ମାନବ ସମାଜ ସମ୍ମୁଖୀନ ହେଉଥିବା ଚାଲେଞ୍ଜ ବିରୁଦ୍ଧରେ ଲଢେଇ କରୁଛି ଠିକ ସେତେବେଳେ ଆମର ଏକ ପଡୋଶୀ ବିସ୍ତାରବାଦୀ ଦୁଃସାହସ ପ୍ରଦର୍ଶନ କରୁଛି | ଆମର ସାହସୀ ଯବାନ ମାନେ ସୀମାର ସୁରକ୍ଷା ପାଇଁ ଆତ୍ମବଳିଦାନ ଦେଇଛନ୍ତି | ଭାରତ ମାତାର ସେହି ବରପୁତ୍ର ମାନେ ଜାତୀୟ ଗର୍ବ ଓ ଗୌରବ ପାଇଁ ବଞ୍ଚିଥିଲେ ଓ ଦେଶ ପାଇଁ ଶହିଦ ହେଲେ |ଗଲୱାନ ଉପତ୍ୟକାର ବୀର ଶହୀଦ ମାନଙ୍କ ବୀରତ୍ଵକୁ ସମଗ୍ର ଦେଶ ଭକ୍ତିପୂତ ନମନ କରିଛି ଓ ପ୍ରତୀଟି ଭାରତୀୟ ସେମାନଙ୍କ ପରିବାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି | ସେମାନଙ୍କ ଅଦମ୍ୟ ସାହସିକତାରୁ ଏହା ସ୍ପଷ୍ଟ ପ୍ରତୀୟମାନ ହୋଇଛି ଯେ ଆମେ ଶାନ୍ତିପ୍ରତିଷ୍ଠାରେ ବିଶ୍ଵାସ କରୁଥିଲେ ହେଁ ଆମେ କୌଣସି ଆକ୍ରମଣର କଡା ଜବାବ ଦେବା ଲାଗି ମଧ୍ୟ ବେଶ ସକ୍ଷମ ଅଟୁ |

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଙ୍କ ଅଭିଭାଷଣ ଶେଷରେ କହିଛନ୍ତି, “ଆମେ 2020 ବର୍ଷରେ କିଛି କଠୋର ଶିକ୍ଷାଲାଭ କରିଛୁ| ମନୁଷ୍ୟ ପ୍ରକୃତିର ପ୍ରଭୁ ବୋଲି ଯେଉଁ ଭ୍ରାନ୍ତ ଧାରଣା ଥିଲା ତାହା ଏକ ଅଦୃଶ୍ୟ ଭୂତାଣୁ ଧୂଳିସାତ କରିଦେଇଛି | ମାନବଜାତି ନିଜକୁ ସଂଶୋଧନ କରି ପ୍ରକୃତି ସହ ସମନ୍ଵୟ ରକ୍ଷା ପୂର୍ବକ ବଞ୍ଚିବା ପାଇଁ ଏବେ ମଧ୍ୟ ଅଧିକ ବିଳମ୍ବ ହୋଇନାହିଁ” | ମହାମାରୀ ଓ ଜଳବାୟୁ ପରିବର୍ତ୍ତନ ଭଳି ଘଟଣାବଳୀ ବିଶ୍ଵ ସମୁଦାୟକୁ ଆମର ମିଳିତ ଭାଗ୍ୟ ସମ୍ବନ୍ଧରେ ଜାଗ୍ରତ କରାଇଛି | ବର୍ତ୍ତମାନ ପରିପ୍ରେକ୍ଷୀରେ ‘ମାନବ –କୈନ୍ଦ୍ରିକ ସହଯୋଗ’, ‘ଅର୍ଥ- କୈନ୍ଦ୍ରିକ ସମାବେଶ’ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ | ନିଜ ନିଜ ମତ ପାର୍ଥକ୍ୟରୁ ଦୂରେଇ ରହି ମାନବିକତା ଆଧାରରେ ସମଗ୍ର ବିଶ୍ଵକୁ ସୁରକ୍ଷିତ କରିବା ଲାଗି ମିଳିମିଶି ସାହାଯ୍ୟ ସହଯୋଗ କରି କାମ କରିବା ନିମନ୍ତେ ଏକବିଂଶ ଶତାବ୍ଦୀ ସ୍ମରଣୀୟ ହେବା ଉଚିତ |

ମୂଳ ଲେଖା : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...