Skip to main content

ସ୍ବାଧୀନତା ଦିବସ ଅଭିଭାଷଣରେ ଆତ୍ମନିର୍ଭର ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 15 ଅଗଷ୍ଟ 2020 ରେ ଲାଲକିଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଆମେ ଆମର ମୁକ୍ତ ଅସ୍ତିତ୍ୱର 75 ବର୍ଷ ମଧ୍ୟରେ ପ୍ରବେଶ କରିବୁ । ଏହା ଏକ ମହତ୍ବପୂର୍ଣ୍ଣ ଘଟଣା ା ସମସ୍ତ 130 କୋଟି ଭାରତୀୟଙ୍କୁ ଆସନ୍ତା ଦୁଇ ବର୍ଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଶପଥ ନେବାକୁ ପଡିବ ା ଯେତେବେଳେ ଆମେ ଆମର ସ୍ୱାଧୀନତାର 75 ବର୍ଷ ପୂରଣ କରିବୁ, ସେତେବେଳେ ଆମେ ସେହି ଶପଥସବୁ ପୂରା କରିଥିବାର ଉତ୍ସବ ପାଳନ କରିବାକୁ ସମର୍ଥ ହେବୁ ା

ଆମର ପିତୃପୁରୁଷମାନେ ଏହି ସ୍ୱାଧୀନତା ପାଇଁ ଅତ୍ୟଧିକ ପ୍ରତିବଦ୍ଧତା, ସାମଗ୍ରିକ ଏକତା, ଅଖଣ୍ଡ ତଥା ଆନ୍ତରିକ ତପସ୍ୟା, , ତ୍ୟାଗ ଏବଂ ବଳିଦାନ ସହିତ ଲଢ଼ିଥିଲେ । ମା’ ଭାରତୀ ପାଇଁ ସେମାନେ ଯେଉଁଭଳି ଭାବରେ ଜୀବନ ଦେଇଥିଲେ ତାହା ଆମେ କେବେବି ଭୁଲିଯିବା ଉଚିତ୍ ନୁହେଁ ା ଆମେ କଦାପି ଭୁଲିଯିବା ଉଚିତ ନୁହେଁ ଯେ ଦାସତ୍ୱର ଏହି ଦୀର୍ଘ ଏବଂ ଅନ୍ଧକାର ଯୁଗରେ, ଏକ କ୍ଷଣ ମଧ୍ୟ ହଜି ଯାଇ ନଥିଲା ଯେତେବେଳେ ସେମାନେ ସ୍ୱାଧୀନତାର ଇଚ୍ଛା ଦ୍ୱାରା ପ୍ରଭାବିତ ହୋଇନଥିଲେ ା ପ୍ରଧାନମନ୍ତ୍ରୀ କହିଛନ୍ତି ବାପୁଜୀ (ମହାତ୍ମା ଗାନ୍ଧୀ)ଙ୍କ ନେତୃତ୍ୱରେ ଜନ ଆନ୍ଦୋଳନ ସହିତ ମହାନ ଜାତୀୟ ଜାଗରଣ ସ୍ୱାଧୀନତା ସଂଗ୍ରାମକୁ ନୂତନ ପ୍ରେରଣା ଦେଇଥିଲା, ତେଣୁ ଆଜି ଆମେ ଆଶୀର୍ବାଦ ପ୍ରାପ୍ତ ହୋଇ ଆମର ସ୍ୱାଧୀନତା ଦିବସକୁ ଏପରି ଉତ୍ସାହ ସହିତ ପାଳନ କରିବାକୁ ସକ୍ଷମ ା

ସମଗ୍ର ବିଶ୍ୱରେ, ସ୍ୱାଧୀନତା ପାଇଁ ଯୁଦ୍ଧରେ, ଭାରତ ଏକତାର ଶକ୍ତି ଏବଂ ସାମୂହିକ ଭାବରେ, ଏହାର ଉଜ୍ଜ୍ୱଳ ଭବିଷ୍ୟତର ସଂକଳ୍ପ, ପ୍ରତିବଦ୍ଧତା ଏବଂ ପ୍ରେରଣା ସହିତ ମୁଣ୍ଡକୁ ଉଚ୍ଚ କରି ଚାଲିଲା ା

ଶ୍ରୀ ମୋଦୀ କହିଛନ୍ତି ଯେ କରୋନା ମହାମାରୀ ମଧ୍ୟରେ 130 କୋଟି ଭାରତୀୟ ଆତ୍ମନିର୍ଭରଶୀଳ ହେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ପ୍ରତ୍ୟେକ ଭାରତୀୟଙ୍କ ମନରେ ଆତ୍ମନିର୍ଭରଶୀଳତା ଉଙ୍କି ମାରିଛି ା ଆମେ ମଧ୍ୟ ଆତ୍ମନିର୍ଭରଶୀଳ ଭାରତର ସେହି ସ୍ୱପ୍ନର ସାକାର ହେବାର ସାକ୍ଷୀ ଅଟୁ (“ଆତ୍ମ ନିର୍ଭର ଭାରତ”) ା “ଆତ୍ମନିର୍ଭରଶୀଳ ଭାରତ” କେବଳ ଗୋଟିଏ ଶବ୍ଦ ନୁହେଁ, ଏହା 130 କୋଟି ଦେଶବାସୀଙ୍କ ପାଇଁ ଏକ ମନ୍ତ୍ର ପାଲଟିଛି।

ସ୍ୱାଧୀନତାର 75 ତମ ବାର୍ଷିକୀଠାରୁ ଆମେ ମାତ୍ର ଗୋଟିଏ ପାଦ ଦୂରରେ, ଭାରତ ଭଳି ଦେଶ ନିଜେ ଠିଆ ହେବା ଏବଂ ଆତ୍ମନିର୍ଭରଶୀଳ ହେବା ଜରୁରୀ ଅଟେ । ପ୍ରଧାନମନ୍ତ୍ରୀ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଭାରତ ଏହି ସ୍ୱପ୍ନକୁ ସାକାର କରିବ । ଏହାର କାରଣ ହେଉଛି ଦେଶର ନାଗରିକଙ୍କ ଶକ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରତିଭା ପାଇଁ ଗର୍ବିତ ଅନୁଭବ କଲେ ା ସେ ଆମର ଯୁବପିଢ଼ି଼ି ତଥା ଦେଶର ଅନନ୍ୟ ମହିଳା ଶକ୍ତି ଉପରେ ମଧ୍ୟ ନିଜର ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ଇତିହାସ ସାକ୍ଷୀ ଯେ ଯେତେବେଳେ ବି ଭାରତ କିଛି କରିବାକୁ ସ୍ଥିର କରେ, ତାହା କରେ ା

ଶ୍ରୀ ମୋଦୀ କହିଛନ୍ତି, ଭାରତ ସର୍ବଦା ‘ଏକ ବିଶ୍ୱ ଏକ ପରିବାର’ ଉପଦେଶକୁ ଅନୁସରଣ କରିଆସୁଛି। ବେଦ କହିଛନ୍ତି ଯେ ‘ବସୁଧୈବ କୁଟୁମ୍ବକମ୍‌’ ଏବଂ ବିନୋବା ଜୀ କହନ୍ତି ‘ଜୟ ଜଗତ’ ଅର୍ଥାତ୍ ବିଶ୍ୱକୁ ନମସ୍କାର ା ତେଣୁ, ଜଗତ ଆମ ପାଇଁ ଗୋଟିଏ ପରିବାର ା ତେଣୁ, ଆର୍ଥିକ ବିକାଶ ସହିତ ମାନବଜାତି ଏବଂ ମାନବିକତା ମଧ୍ୟ ଗୁରୁତ୍ୱ ପାଇବା ଉଚିତ୍ ା ଏବଂ ଆମେ ଏହି ନିର୍ଦ୍ଦେଶକୁ ଅନୁସରଣ କରୁ ା

ଆଜି ଦୁନିଆ ପରସ୍ପର ସହ ଜଡିତ ଏବଂ ଆନ୍ତଃନିର୍ଭରଶୀଳ ା ତେଣୁ, ସମୟର ଆବଶ୍ୟକତା ହେଉଛି ଭାରତ ପରି ଏକ ବିଶାଳ ଦେଶ ବିଶ୍ୱ ଅର୍ଥନୀତିରେ ନିଜର ଅବଦାନ ବୃଦ୍ଧି କରିବା ଉଚିତ୍ । ବିଶ୍ୱକଲ୍ୟାଣ ପ୍ରତି ଏହା ମଧ୍ୟ ଭାରତର କର୍ତ୍ତବ୍ୟ ା ଯଦି ଭାରତ ଏହାର ଅବଦାନ ବୃଦ୍ଧି କରିବାକୁ ଚାହୁଁଛି ତେବେ ତାକୁ ନିଜେ ସଶକ୍ତ ହେବାକୁ ପଡିବ; ନିଜକୁ ଆତ୍ମନିର୍ଭର ହେବାକୁ ପଡିବ ା ଆମେ ନିଜକୁ ବିଶ୍ୱ କଲ୍ୟାଣ ଦିଗରେ ସହଯୋଗ କରିବାକୁ ସକ୍ଷମ ହେବା ଆବଶ୍ୟକ ା ଯଦି ଆମର ମୂଳ ଶକ୍ତିଶାଳୀ ଏବଂ ଆମେ ଯଥେଷ୍ଟ ସକ୍ଷମ, ତେବେ ଆମେ ବିଶ୍ୱ କଲ୍ୟାଣ ଦିଗରେ ପଦକ୍ଷେପ ନେବାକୁ ସମର୍ଥ ହେବୁ ା

ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ କହିଛନ୍ତି, ଆମ ଦେଶରେ ପ୍ରଚୁର ପ୍ରାକୃତିକ ସମ୍ପଦ ଅଛି ା ସମୟର ଆବଶ୍ୟକତା ହେଉଛି ଦେଶକୁ ନୂତନ ଉଚ୍ଚତାକୁ ନେବା ପାଇଁ ଆମର ପ୍ରାକୃତିକ ସମ୍ପଦ ଏବଂ ମାନବ ସମ୍ବଳର ବିନିଯୋଗ କରିବା ଆରମ୍ଭ କରିବା ଉଚିତ୍ ା ଆମେ କେତେ କାଳ ପର୍ଯ୍ୟନ୍ତ ବିଶ୍ୱକୁ କଞ୍ଚମାଲ ରପ୍ତାନି ଜାରି ରଖିବୁ? କଞ୍ଚାମାଲ ରପ୍ତାନି ଏବଂ ପ୍ରସ୍ତୁତ ସାମଗ୍ରୀ ଆମଦାନୀ ପ୍ରକ୍ରିୟା କେତେ ଦିନ ଚାଲିବ? ଆମକୁ ଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ପଡିବ ା ବିଶ୍ବର ଆବଶ୍ୟକତା ଅନୁଯାୟୀ ଆମକୁ ଆମର ସାମର୍ଥ୍ୟର ମୂଲ୍ୟ ଯୋଗ କରିବାକୁ ପଡିବ ା ତାହା ହେଉଛି ଆମର ଦାୟିତ୍ବ ।

କୃଷି-ମୂଲ୍ୟ ଯୋଗରେ ଆତ୍ମନିର୍ଭରଶୀଳତାର ଶକ୍ତି ମଧ୍ୟ ଏହି କ୍ଷେତ୍ରରେ ଆବଶ୍ୟକ ା ଆମର କୃଷି କ୍ଷେତ୍ର ବିଶ୍ବର ଆବଶ୍ୟକତା ଅନୁଯାୟୀ ବିକଶିତ ହେବା ଆବଶ୍ୟକ; ଆମର କୃଷି କ୍ଷେତ୍ରର ମାନ ବୃଦ୍ଧି ମଧ୍ୟ ଆବଶ୍ୟକ ା

ଦେଶ ଅନେକ ନୂତନ ପଦକ୍ଷେପ ନେଉଛି । ଆମେ ସ୍ପେସ୍ ସେକ୍ଟର ଖୋଲିଛୁ ା ଦେଶର ଯୁବକମାନେ ସୁଯୋଗ ପାଇଛନ୍ତି । ଯେତେବେଳେ ମହାକାଶ କ୍ଷେତ୍ରରେ ଭାରତ ଶକ୍ତିଶାଳୀ ହୁଏ, ପଡୋଶୀ ଦେଶ ମଧ୍ୟ ଏହାର ଲାଭ ପାଆନ୍ତି ା ଯଦି ଆମେ ଶକ୍ତି କ୍ଷେତ୍ରରେ ଶକ୍ତିଶାଳୀ ହୋଇଥାଉ, ତେବେ ଭାରତ ସେହି ଦେଶମାନଙ୍କୁ ସାହାଯ୍ୟ କରିପାରିବ ଯେଉଁମାନେ ସେମାନଙ୍କର ଅନ୍ଧକାର ଦୂର କରିବାକୁ ଚାହୁଁଛନ୍ତି । ଯେତେବେଳେ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଆତ୍ମନିର୍ଭରଶୀଳ ହୁଏ, ସେତେବେଳେ ସ୍ୱାସ୍ଥ୍ୟ ପର୍ଯ୍ୟଟନ ପାଇଁ ଏକ ଲକ୍ଷ୍ୟସ୍ଥଳ ଭାବରେ ଭାରତ ଏକ ପସନ୍ଦଯୋଗ୍ୟ ଦେଶ ହୋଇଯାଏ ା ତେଣୁ, ଏହା ଦେଖିବା ଆବଶ୍ୟକ ଯେ ‘ମେକ୍ ଇନ୍ ଇଣ୍ଡିଆ’ ଉତ୍ପାଦଗୁଡ଼ିକ ଯେପରି ବିଶ୍ୱରେ ପ୍ରଶଂସିତ ହେବ ା ଇତିହାସ ଏହାର ଏକ ସାକ୍ଷୀ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଆମ କୁଶଳୀ ମାନବ ଶକ୍ତି ଦ୍ୱାରା ଆମ ଦେଶରେ ଉତ୍ପାଦିତ ସାମଗ୍ରୀ ସମଗ୍ର ବିଶ୍ୱରେ ଆଦର ଲାଭ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି।

- ଆଲେଖ୍ୟ : ପଦମ ସିଂହ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...