Skip to main content

ସିସିପିର ଶୀର୍ଷ ନେତୃବୃନ୍ଦଙ୍କ ସମ୍ପତ୍ତି ଲୁଚାଇବା ଲାଗି ହଙ୍ଗକଙ୍ଗର ନୂତନ ସୁରକ୍ଷା ଆଇନ ହେଉଛି ଏକ  ପ୍ରହସନ 

ଚୀନର ସମ୍ଭ୍ରାନ୍ତ ସମାଜ ବିଶେଷକରି ଚୀନର କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ନେତା ମାନେ ଦୀର୍ଘ ଦିନ ଧରି ହଙ୍ଗକଙ୍ଗରେ ସେମାନଙ୍କ ଟଙ୍କା ଓ ସମ୍ପତି ଠୁଳ କରିଆସୁଥିବା ସନ୍ଦେହ କରାଯାଉଛି | ଏତତଦ୍ୱାରା ସେମାନେ ଦେଶବାସୀଙ୍କ ଦୃଷ୍ଟି ବାହାରେ ପର୍ଯ୍ୟାପ୍ତ ଅର୍ଥ ଜମା କରି ଆର୍ଥିକ ଫାଇଦା ଉଠାଉଛନ୍ତି | ନ୍ୟୁୟର୍କ ଟାଇମ୍ସ (ଏନୱାୟଟି) ଦ୍ଵାରା ଏକ ଅନୁସନ୍ଧାନରେ ଏନେଇ ସ୍ପଷ୍ଟ କରାଯାଇଛି | ଏନୱାୟଟିରେ ସମ୍ପ୍ରତ୍ତି ପ୍ରକାଶିତ ‘ଲଗଜୁରି ହୋମ୍ସ ଟାଇ ଚାଇନୀଜ କମ୍ୟୁନିଷ୍ଟ ଏଲିଟ ଟୁ ହଙ୍ଗକଙ୍ଗଜ ଫେଟ’ ଶୀର୍ଷକ ଏକ ରିପୋର୍ଟରେ କୁହାଯାଇଛି ଯେ ହଙ୍ଗକଙ୍ଗର ଆନ୍ତର୍ଜାତୀୟ ବ୍ୟବସାୟର ଆର୍ଥିକ କାରବାର ର ଲାଭ ଉଠାଇ ସିସିପିର ଶୀର୍ଷ ନେତାଙ୍କ ସମ୍ପର୍କୀୟ ମାନେ ବ୍ୟକ୍ତିଗତ ଫାଇଦା କରି ବିପୁଳ ସମ୍ପତ୍ତି ଠୁଳ କରିଛନ୍ତି | ସିସିପିର ପ୍ରମୁଖ ଚାରି ଜଣ ନେତାଙ୍କ ମଧ୍ୟରୁ ତିନିଜଣ ନେତାଙ୍କ ଘନିଷ୍ଠ ସମ୍ପର୍କୀୟ ମାନେ ହଙ୍ଗକଙ୍ଗରେ ବିଳାସପୂର୍ଣ୍ଣ ରିଅଲ ଇଷ୍ଟେଟରେ 51 ନିୟୁତ ଡଲାରରୁ ଅଧିକ ପୁଞ୍ଜି ନିବେଶ କରିଛନ୍ତି |

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟ ସମ୍ପର୍କୀୟ ମାନେ ହଙ୍ଗକଙ୍ଗରେ ବିପୁଳ ସମ୍ପତ୍ତି ଠୁଳ କରିଥିବା ଏବଂ ହଙ୍ଗକଙ୍ଗରେ ବିପୁଳ ସମ୍ପତ୍ତିର ମାଲିକ ତଥା ପୁଞ୍ଜି ବିନିଯୋଗ କରିଥିବା ସିସିପିର ଅନ୍ୟ ପ୍ରମୁଖ ଅଧିକାରୀ ମାନଙ୍କ ସମ୍ପର୍କୀୟ ମାନଙ୍କ ସହ ବ୍ୟବସାୟ କାରବାର କରୁଥିବା ମାମଲାରେ ପୁଣିଥରେ ସନ୍ଦେହ ଘେରରେ ଆସିଛନ୍ତି | ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ହୋଇଥିଲା |

ପର୍ଯ୍ୟ ବେକ୍ଷକ ମାନଙ୍କ କହିବାନୁଯାୟୀ ହଙ୍ଗକଙ୍ଗରେ ଲାଗୁ କରାଯାଇଥିବା ଚୀନର ନୂତନ କଡା ସୁରକ୍ଷା ଆଇନ କେବଳ ରାଜନୈତିକ ଦୃଷ୍ଟିକୋଣରୁ ଉଦ୍ଦିଷ୍ଟ ନୁହେଁ ବରଂ ଏହି ଆଇନ “କମ୍ୟୁନିଷ୍ଟ ଉଦାରତା”ର ଆର୍ଥିକ କାରବାର ଓ ସମ୍ପତ୍ତି ସହ ନିସ୍ତାରହୀନ ଭାବେ ଜଡିତ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି |ଏହି ଆଇନ, ଅର୍ଥନୀତି ଉପରେ କ୍ଷତି ପହଞ୍ଚାଉଥିବା ବିରୋଧ ପ୍ରଦର୍ଶନକୁ ରୋକିବା ସହ ଏହି ଅଞ୍ଚଳରେ ବ୍ୟବସାୟିକ କାରବାରକୁ ହତୋତ୍ସାହିତ କରି ବିକ୍ଷୋଭକାରୀଙ୍କୁ ଦୁର୍ବଳ କରି ପାର୍ଟିର ନେତୃବୃନ୍ଦଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିପାରେ ବୋଲି ଏନୱାୟଟି ରିପୋର୍ଟରେ ଦର୍ଶାଯାଇଛି |

ଅନ୍ୟ ପକ୍ଷରେ ନୂତନ ସୁରକ୍ଷା ଆଇନକୁ ନେଇ ଚୀନ ବିରୁଦ୍ଧରେ ଆମେରିକା ନେତୃତ୍ଵାଧୀନ ବିଶ୍ଵ କଟକଣା ବ୍ୟବସ୍ଥା ଲାଗୁ କରାଯାଇଛି | ଏହି ନୂତନ ଆଇନ ହଙ୍ଗକଙ୍ଗରେ ମୌଳିକ ସ୍ଵତନ୍ତ୍ରତାକୁ କ୍ଷୁର୍ଣ୍ଣ କରିବା ସହ ସିସିପି ନେତାଙ୍କ ସମ୍ପର୍କୀୟଙ୍କ ବ୍ୟବସାୟିକ ସ୍ଵାର୍ଥ ପ୍ରତି ବିପଦ ସୃଷ୍ଟି କରିଛି କାରଣ ଏହାଦ୍ବାରା ହଙ୍ଗକଙ୍ଗ ଏହାର ବୈଶ୍ଵିକ ଆର୍ଥିକ ମର୍ଯ୍ୟାଦା ହରାଇପାରେ |ତେଣୁ ଏହି କଟକଣାକୁ କେନ୍ଦ୍ରକରି କୂଟନୈତିକ ପରାମର୍ଶ ପରିବର୍ତ୍ତେ ଚୀନ ସରକାର ଏହାର ପାଲଟା ଜବାବ ଦେବା ଲାଗି ସ୍ଥିର କରିଛି ଏବଂ ଏହା କୂଟନୈତିକ କାରଣରୁ କମ ବରଂ ଏହା ଏକ ବ୍ୟକ୍ତିଗତ କାରଣରୁ ଅଧିକ ପାଲଟିଯାଇଛି | ହଙ୍ଗକଙ୍ଗର ଚାଇନୀଜ ବିଶ୍ୱବିଦ୍ୟାଳୟର ଚୀନ ଅଧ୍ୟୟନର ପ୍ରଫେସର ୱିଲି ଲାମଙ୍କ ଉକ୍ତିକୁ ଉଧାର କରି ଏନୱାୟଟି କହିଛି ଯେ ଚୀନର ‘ରେଡ ଆରିଷ୍ଟୋକ୍ରେସୀ’ ଅର୍ଥାତ କମ୍ୟୁନିଷ୍ଟ ପାର୍ଟିର ପ୍ରମୁଖ ନେତା ମାନେ ହଙ୍ଗକଙ୍ଗରେ ବିପୁଳ ଅର୍ଥ ବିନିଯୋଗ କରିଛନ୍ତି | ଯଦି ହଙ୍ଗକଙ୍ଗ ହଠାତ ଏହାର ଆର୍ଥିକ ସ୍ଥିତି ହରାଇବ ତେବେ ସେମାନେ ସେଠାରେ ଅର୍ଥ ଠୁଳ କରିପାରିବେ ନାହିଁ |

ଇତିମଧ୍ୟରେ ଏନୱାୟଟିର ତଦନ୍ତରୁ ଜଣାପଡିଛି ଯେ ସିସିପିର ତିନି ନମ୍ବର ନେତା ଲି ଝାନ୍ସୁଙ୍କ ବଡ ଝିଅ ଲି କିଆନସିନ ହଙ୍ଗକଙ୍ଗରେ ବହୁ ଆର୍ଥିକ କାରବାର ସହ ଜଡିତ ଅଛନ୍ତି ଓ ତାଙ୍କର ସମୁଦ୍ରକୂଳରେ 15 ନିୟୁତ ଡଲାର ମୂଲ୍ୟର ଏକ ଚାରି ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଅଟ୍ଟାଳିକା ଅଛି | ଝାନ୍ସୁ, ଚୀନର ରବର ଷ୍ଟାମ୍ପ ସଂସଦର ଅଧ୍ୟକ୍ଷ ଅଛନ୍ତି ଓ ନୂତନ ସୁରକ୍ଷା ଆଇନକୁ ଗୃହିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯଦ୍ୱାରା ଚୀନ ଦ୍ଵାରା ହଙ୍ଗକଙ୍ଗରେ ବେଜିଂ ବିରୋଧୀ ପ୍ରତିବାଦକୁ ରୋକା ଯାଇପାରିବ |.

ସମ୍ପ୍ରତ୍ତି ହଙ୍ଗକଙ୍ଗର ଗଣମାଧ୍ୟମ ମୁଖ୍ୟ,ଏପଲ ଡେଲିର ମାଲିକ ତଥା ଗଣତନ୍ତ୍ର ସମର୍ଥକ କର୍ମୀ ଜିମି ଲାଇଙ୍କୁ ଅନୌପଚାରିକ ଭାବେ ଗିରଫ କରାଯାଇଥିଲା ଓ ନୂତନ ସୁରକ୍ଷା ଆଇନ ଅଧୀନରେ ହଙ୍ଗକଙ୍ଗ ପୋଲିସ ଦ୍ଵାରା ତାଙ୍କ ସମ୍ବାଦପତ୍ର ଅଫିସକୁ ଖାନତଲାସ କରାଯାଇଥିଲା | ସୂଚନାଯୋଗ୍ୟ ଯେ ଜିମି ଲାଇ 2017ରେ .ଲି କିଆଞ୍ଝିନଙ୍କ ସହଯୋଗୀ ଚୁଆ ହାୱା ଫୋରଙ୍କ ଆର୍ଥିକ ପ୍ରଗତି ଉପରେ ଏକ ଲେଖା ପ୍ରକାଶିତ କରିଥିଲେ |

ଏନୱାୟଟି କହିବାନୁଯାୟୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବଡ ଝିଅ କି କିଆଓକିଆଓ 1991 ମସିହାରୁ ହଙ୍ଗକଙ୍ଗରେ ସମ୍ପତ୍ତି କିଣିବା ଆରମ୍ଭ କରିଥିଲେ ବୋଲି ହଙ୍ଗକଙ୍ଗ ସମ୍ପତ୍ତି ରେକର୍ଡରୁ ଜଣାପଡିଛି | ତାଙ୍କ ଝିଅ ଝାଙ୍ଗ ୟାନନାନ 2009ରେ 19.3 ନିୟୁତ ଡଲାରରେ ରିପଲ୍ସ ଉପସାଗରରେ ଏକ ଭିଲ୍ଲା କିଣିବା ସହ ଅନ୍ୟ ପାଞ୍ଚୋଟି ଏପାର୍ଟମେଣ୍ଟର ମାଲିକ ଥିବା ବିଷୟ ସହରର ସମ୍ପତ୍ତି ଓ କମ୍ପାନୀ ରେକର୍ଡରୁ ଜଣାପଡିଛି |ତେବେ ଏନଉଆଇଟି ତଦନ୍ତର ଜଣେ ଲେଖକ ମାଇକ ଫୋରସିଥ ଏକ ଲେଖାରେ ଜିନପିଙ୍ଗଙ୍କ ସମ୍ପର୍କୀୟଙ୍କ ଆର୍ଥିକ କାରବାରକୁ ଲି କିଆନସିନଙ୍କ ସହ ଯୋଡିଥିଲେ | ଏହି ଲେଖା ପରିପ୍ରେକ୍ଷୀରେ ଅନେକ ଟୁଇଟ କରି ଫାର୍ସିଥେ ଦାବି କରିଛନ୍ତି ଯେ ଝାଙ୍ଗ୍ସୁଙ୍କ ଝିଅ ଲି କିଆନସିନ 37 ବର୍ଷ ବୟସରେ ଚୀନ କଂଷ୍ଟ୍ରକ୍ସନ ବ୍ୟାଙ୍କ ଇଣ୍ଟରନେସନାଲର ମୁଖ୍ୟ ହୋଇଥିଲେ | ଏହା ବିଶ୍ଵର ସର୍ବବୃହତ ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଥିଲା |

କିନ୍ତୁ ଉଲ୍ଲେଖ ଯୋଗ୍ୟ ଯେ 2017ରେ ଏନୱାୟଟିର ଆଉ ଏକ ଲେଖା ଅନୁଯାୟୀ 2013ରୁ ଜିନପିଙ୍ଗଙ୍କ ସମ୍ପର୍କୀୟ ମାନେ ସିସିବିଆଇ ସହ ସେମାନଙ୍କ ସବୁ ପ୍ରକାରର ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଦେଇଥିଲେ | ସେମାନଙ୍କ ଅଂଶଧନ କାଙ୍ଘାଇ ନାମକ ଅନ୍ୟ ଏକ କମ୍ପାନୀ କିଣିଥିଲା | କ୍ଷମତାସୀନ ହେବା ପରେ ସି ଜିନପିଙ୍ଗ, ସିସିପି ନେତା ଝୌ ୟଙ୍ଗକାଙ୍ଗ ଓ ଚୀନର ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ଦ୍ଵାରା ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ | ଏନୱାୟଟିର ଏହି ତଦନ୍ତ, ଲି –କି ଙ୍କ ଜଡିତ ଥିବା ବ୍ୟତୀତ ସିସିପିର ଚାରି ନମ୍ବର ନେତା ୱାଙ୍ଗ ୟାଙ୍ଗଙ୍କ ଝିଅ ୱାଙ୍ଗ ଜିଶା 2010 ମସିହାରେ ହଙ୍ଗକଙ୍ଗରେ 2 ନିୟୁତ ଡଲାର ମୂଲ୍ୟର ଘର କିଣି ଥିବା ବିଷୟ ମଧ୍ୟ ପର୍ଦାଫାସ କରିଥିଲା | ସହରର ସମ୍ପତ୍ତି ରେକର୍ଡକୁ ଆଧାର କରି ଏନେଇ ରିପୋର୍ଟରେ ଦର୍ଶାଯାଇଛି |

ମୂଳ ଲେଖା : ସିଦ୍ଧାର୍ଥ ରାୟ, ସମ୍ପାଦକ, ପ୍ରସାର ଭାରତୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...