Skip to main content

ବାଜୱାଙ୍କ ସାଉଦୀ ଗସ୍ତ : ମତଭେଦ ଦୂର କରିବା ଲାଗି ଏକ ବୃଥା ପ୍ରୟାସ

ଗତବର୍ଷ ଭାରତୀୟ ସମ୍ବିଧାନର ଧାରା 370ର ଉଚ୍ଛେଦ ପରେ ପାକିସ୍ତାନର ଦେଶୀୟ ଓ ବୈଦେଶିକ ନୀତି ଅସ୍ତବ୍ୟସ୍ତ ହୋଇପଡିଛି | କାଶ୍ମୀର ପ୍ରସଙ୍ଗ ଏହାର ବୈଦେଶିକ ନୀତିର କେନ୍ଦ୍ରବିନ୍ଦୁ ପାଲଟିଥିବାରୁ ପାକିସ୍ତାନ ତେହେରିକ-ଇନସାଫ ସରକାର ଏହାକୁ ଆନ୍ତର୍ଜାତୀୟକରଣ କରିବା ପାଇଁ ସବୁମନ୍ତେ ପ୍ରୟାସ କରିଛି | କାଶ୍ମୀର ମାମଲା ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇବାକୁ ଇସଲାମିକ ସହଯୋଗ ସଂଗଠନ (ଓଆଇସି) ରୁ ଇସଲାମାବାଦ ବହୁତ ଆଶା ରଖିଥିଲା | ସାଉଦିଆରବ, ଇସଲାମିକ ଦେଶ ଗୁଡିକର କେନ୍ଦ୍ରସ୍ଥଳୀ ତଥା ଓଆଇସିର ଅନ୍ୟତମ ପ୍ରମୁଖ ପ୍ରଭାବକାରୀ ବୋଲି ବିବେଚନା କରାଯାଉଥିବାରୁ ପାକିସ୍ତାନ ଏହାକୁ ସଦା ସର୍ବଦା ନିଜ ପକ୍ଷରେ ରଖିବାକୁ ଚେଷ୍ଟା କରିଥାଏ |

କିନ୍ତୁ ଏହାର ସବୁ ଆଶା ସେତେବେଳେ ଧୂଳିସାତ ହୋଇଯାଇଥିଲା ଯେତେବେଳେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ କ୍ୟୁରେସି ଏକ ଟକ ସୋ ରେ କହିଥିଲେ ଯେ କାଶ୍ମୀର ପ୍ରସଙ୍ଗରେ ଓଆଇସି ଏବଂ ସାଉଦୀ ଏହାର ଆଶାକୁ କ୍ଷୀଣ କରିଦେଇଛନ୍ତି ଏବଂ ପାକିସ୍ତାନ ଏହି ପ୍ରସଙ୍ଗ ନେଇ ଧୈର୍ଯ୍ୟ ହରାଇବସିଲାଣି | ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଆଇସି ଦ୍ଵାରା କାଶ୍ମୀର ପ୍ରସଙ୍ଗକୁ ଯଦି ପ୍ରାଥମିକତା ଦିଆନଯାଏ ତେବେ ପାକିସ୍ତାନ, ସାଉଦିଆରବ ବିନା ସମାନ ଚିନ୍ତାଧାରା ଥିବା ଇସଲାମୀୟ ଦେଶ ଗୁଡିକ ସହ ଏକ ମେଣ୍ଟ ଗଠନ କରିବାକୁ ବାଧ୍ୟ ହେବ ଓ ଓଆଇସି ବାହାରେ ଏକ ଶିଖର ସମ୍ମିଳନୀର ଆୟୋଜନ କରିବ | ଏହି ମନ୍ତବ୍ୟ ସାଉଦୀ ଶାସକ ମାନଙ୍କୁ କ୍ଷୁବ୍ଧ ଓ ବ୍ୟସ୍ତ ବିବ୍ରତ କରିଥିଲା ତେଣୁ ପରିସ୍ଥିତିକୁ ସମ୍ଭାଳିବା ନିମନ୍ତେ ଇମ୍ରାନ ଖାଁ, ପାକିସ୍ତାନର ଉଭୟ ରାଜନୈତିକ ଓ ସାମରିକ ନେତୃତ୍ଵଙ୍କୁ ସେଠାକୁ ପଠେଇଥିଲେ |

ଚଳିତ ସପ୍ତାହରେ ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମାର ଜାଭେଦ ବାଜୱା ଓ ଆନ୍ତଃ ସେବା ଗୁଇନ୍ଦା ମହାନିର୍ଦ୍ଦେଶକ ଲେଫ୍ଟେନେଣ୍ଟ ଜେନେରାଲ ଫାଇଜ ହାମିଦଙ୍କ ହଠାତ ସାଉଦୀ ଗସ୍ତକୁ ଉଭୟଙ୍କ ମଧ୍ୟରେ ଜାରି ଥିବା ତିକ୍ତତା ସମ୍ପର୍କର ସମୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିବେଚନା କରାଯାଉଛି | ତେବେ ଏହି ଗସ୍ତ ମୁଖ୍ୟତଃ “ସାମରିକ-ବ୍ୟାପାରୀୟ” ଥିଲା ବୋଲି ପାକିସ୍ତାନ କହିଛି | ଜେନେରାଲ ବାଜୱା, ସାଉଦୀର ପ୍ରତିରକ୍ଷା ଉପମନ୍ତ୍ରୀ ଖାଲିଦ ବିନ ସଲମାନ ବିନ ଅବଦୁଲ-ଅଜିଜଙ୍କ ସହ ଦ୍ଵିପକ୍ଷୀୟ ପ୍ରତିରକ୍ଷା ସହଯୋଗ ଓ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ | ସେ ମଧ୍ୟ ଚିଫ ଅଫ ସାଉଦୀ ଜେନେରାଲ ଷ୍ଟାଫ ଜେନେରାଲ ଫୟିଆଧ ବିନ ହାମେଦ ଅଲ-ରୌଆଲୀ ଓ ମିଳିତ ବାହିନୀର କମାଣ୍ଡର ଲେଫ୍ଟେନେଣ୍ଟ ଜେନେରାଲ ଫାହାଦ ବିନ ତୁର୍କୀ ଅଲ ସାଉଦଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | ଏହି ବୈଠକରେ ପ୍ରଶିକ୍ଷଣ ଆଦାନ ପ୍ରଦାନ ସମେତ ଆପୋଷ ସାମରିକ ସମ୍ପର୍କ ଆଦି ପ୍ରସଙ୍ଗ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ବୋଲି ଜଣାପଡିଛି |

ତେବେ ସାଉଦୀ ଅଧିକାରୀଙ୍କ କହିବାନୁଯାୟୀ ଏହି ଗସ୍ତ ବେଳେ ଦ୍ଵିପକ୍ଷୀୟ ସହଯୋଗ ସହିତ ସାଧାରଣ ଉଦବେଗ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା | ଏଠାରେ ସାଧାରଣ ଉଦବେଗ ହେଉଛି ଉଭୟଙ୍କ ମଧ୍ୟରେ ଉପୁଜିଥିବା ଉତ୍ତେଜନାକୁ ଦୂର କରିବା ପାଇଁ ପାକିସ୍ତାନର ପ୍ରୟାସ | କାଶ୍ମୀର ପ୍ରସଙ୍ଗ ନେଇ କ୍ୟୁରେସିଙ୍କ ସାଉଦୀ ଆରବ ପ୍ରତି ସମାଲୋଚନାରୁ ଉପୁଜିଥିବା ପ୍ରତିକୂଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାଜୱା ଉଦ୍ୟମ କରିଥିଲେ | ତେଣେ ଏହି ମତଭେଦକୁ ଦୂର କରିବା ଲାଗି ବାଜୱା ସାଉଦୀ ଗସ୍ତ କରିଥିଲେ ବୋଲି ପାକିସ୍ତାନର ରେଳବାଇ ମନ୍ତ୍ରୀ ଶେଖ ରସିଦ ଗଣମାଧ୍ୟମକୁ କହିଛନ୍ତି | ସୂଚନା ଯୋଗ୍ୟ ଯେ କ୍ୟୁରେସିଙ୍କ ବିବୃତ୍ତି ପ୍ରକାଶ ପାଇବା ପରେ, ସାଉଦୀ ଗସ୍ତ ପୂର୍ବରୁ ବାଜୱା ପାକିସ୍ତାନରେ ଅବସ୍ଥାପିତ ସାଉଦୀ ରାଷ୍ଟ୍ରଦୂତ ଆଡମିରାଲ ନୱାଫ ସଇଦ ଅଲ ମାଲକିଙ୍କ ସହ ମଧ୍ୟ ଆଳାପ ଆଲୋଚନା କରିଥିଲେ | ଏହି ବୈଠକ ବାଜୱାଙ୍କ ସାଉଦୀ ଗସ୍ତ ପାଇଁ ପଥ ପରିଷ୍କାର କରିଥିଲା | 

ହେଲେ ଜେନେରାଲ ବାଜୱାଙ୍କୁ ସାଉଦୀ ରାଜକୁମାର ମହମ୍ମଦ ବିନ ସଲମାନଙ୍କ ସହ ସାକ୍ଷାତ କରିବା ପାଇଁ ସୁଯୋଗ ମିଳିନଥିବାରୁ ସାଉଦୀ,ଏହି ମତ ପାର୍ଥକ୍ୟ ଦୂର କରିବା ଲାଗି କୌଣସି ତତ୍ପରତା ଦେଖାଇନଥିବା ପରି ସ୍ପଷ୍ଟ ପ୍ରତୀୟମାନ ହେଉଛି | ସାଉଦୀ ଶାସକ ମାନେ ଏବେ ମଧ୍ୟ ଶାହ ମେହମୁଦ କ୍ୟୁରେସିଙ୍କ ବିବୃତ୍ତିରେ କ୍ରୋଧାନ୍ଵିତ ଅଛନ୍ତି ବୋଲି ଜଣାପଡିଛି | ବିଶ୍ଳେଷକ ମାନଙ୍କ କହିବାନୁଯାୟୀ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବ୍ୟକ୍ତିଗତ ଭାବେ ସାଉଦୀ ଆରବ ତରଫରୁ କୁହାଯାଇଛି | ରାଜକୁମାରଙ୍କୁ ସାକ୍ଷାତ କରିବା ଲାଗି ବ୍ୟର୍ଥ ପ୍ରୟାସ ପରେ ପାକିସ୍ତାନ ସାମରିକ କମାଣ୍ଡର ମାନେ ଉମରାହ କରିବା ପାଇଁ ଜେଦାହ ଅଭିମୁଖେ ଯାତ୍ରା କରିଛନ୍ତି ଓ ଏହାପରେ ସେମାନେ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିବେ |

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏକ ଟେଲିଭିଜନ ସାକ୍ଷାତକାର ବେଳେ ସାଉଦୀ ଆରବ ସହ ପାକିସ୍ତାନର ସମ୍ପର୍କକୁ ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି ତାହା ସମ୍ପୁର୍ଣ୍ଣ ମିଥ୍ୟା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି | ତେବେ ବାଜୱାଙ୍କ ଗସ୍ତ ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ହୋଇଥିଲା ଯେତେବେଳେ ୟୁଏଇ ଇସ୍ରାଏଲ ସହ ଶାନ୍ତି ଚୁକ୍ତି ସ୍ଵାକ୍ଷର କରିଛି | ଏହି ଚୁକ୍ତି ଉମ୍ମାହ ସମୁଦାୟ ମଧ୍ୟରେ ଉଦ୍ଦବେଗ ର କାରଣ ହୋଇଛି ଏବଂ ତୁର୍କୀ, ଇରାନ ଓ ମାଲୟସିଆ ଏକ ନୂତନ ଗୋଷ୍ଠୀ କରିବା ନେଇ ଧମକ ଦେଉଛନ୍ତି |

ପାକିସ୍ତାନର ତୁର୍କୀ ଏବଂ ଇରାନ ସହ ନିକଟତାକୁ ମଧ୍ୟ ସାଉଦୀ ସାଦରେ ଗ୍ରହଣ କରିନାହିଁ | ଏହି ଅଞ୍ଚଳରେ ଇରାନ ହେଉଛି ସାଉଦୀର ଚିର ପ୍ରତିଦ୍ଵନ୍ଦୀ ଏବଂ ସମ୍ପ୍ରତି ତୁର୍କୀ ନିଜକୁ ଓଆଇସିର ଜଣେ ନୂତନ ନେତା ଭାବେ ଉପସ୍ଥାପନା କରିବାକୁ ଚେଷ୍ଟା ଚଳେଇଛି | ଇସଲାମିକ ଜଗତରେ ସାଉଦୀ ଆରବର ସ୍ଥିତି ବେଶ ପରିଚିତ | ଇସଲାମବାଦ ଓ ରିୟାଧ ମଧ୍ୟରେ ସମ୍ପ୍ରତ୍ତି ଜାରି ରହିଥିବା ବିବାଦ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନାହିଁ ବୋଲି ସୁଚାଇ ଦେଇଛି | ମୋଟାମୋଟି ଭାବେ କହିବାକୁ ଗଲେ ବାଜୱାଙ୍କ ଗସ୍ତ ଦୁଇ ଦେଶର ସମ୍ପର୍କରେ ଉଭା ହୋଇଥିବା ତିକ୍ତତାକୁ ଦୂର କରିବା ଲାଗି ଏକ ବୃଥା ପ୍ରୟାସ ମାତ୍ର ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ | 

ମୂଳ ଲେଖା : ଡଃ ଜୈନାବ ଅଖତର, ପାକିସ୍ତାନ ମାମଲାରେ ବିଶ୍ଳେଷକ 

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...