Skip to main content

ସଡ଼କ ଭିତ୍ତିଭୂମି ମାଧ୍ୟମରେ ଭାରତର ସଂଯୋଗୀକରଣ

ଯେକୌଣସି ରାଷ୍ଟ୍ର ପାଇଁ ସଡକ ଏକ ଗୁରୁତ୍ୱପୂର୍ଣ୍ଣ ଜୀବନରେଖା | ପରିବହନ ନେଟୱାର୍କ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ | ଏକ ଦେଶର ଅଭିବୃଦ୍ଧି ଏହାର ସାମଗ୍ରୀ ଏବଂ ସେବା ଉତ୍ପାଦନ ଉପରେ ନିର୍ଭର କରେ | ଭାରତ ପରି ଏକ ବୃହତ ତଥା ଜନବହୁଳ ଦେଶର ଅଗ୍ରଗତି ପାଇଁ ନୂତନ ତଥା ବିକଶିତ ସଡ଼କ ନିର୍ମାଣ ଗୁରୁତ୍ୱପୂର୍ଣ୍ଣ | ସଡକଗୁଡ଼ିକ ସଂଯୋଗ ସ୍ଥାପନ କରିଥାଏ ଏବଂ ଗମନାଗମନ ପ୍ରବାହକୁ ସୁନିଶ୍ଚିତ କରେ |

ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ସରକାର ଆରମ୍ଭ କରିଥିବା ସଡକ ନେଟୱାର୍କ ଭିତ୍ତିଭୂମିର ବିକାଶ ହେଉଛି ଏକ ପ୍ରମୁଖ ବ୍ୟବସ୍ଥା। ଗତ କିଛି ବର୍ଷ ମଧ୍ୟରେ ଭାରତର ସଡକ ଭିତ୍ତିଭୂମିରେ ନିରନ୍ତର ଉନ୍ନତି ଘଟିଛି। ସଂଯୋଗୀକରଣରେ ଉନ୍ନତି ହୋଇଛି ଏବଂ ସଡକ ପରିବହନ ଦ୍ରୁତ ବିକାଶର ଏକ ମୁଖ୍ୟ କେନ୍ଦ୍ର ପାଲଟିଛି | ସଡକଗୁଡିକ ସେବାରେ ଉନ୍ନତ ସୁବିଧା, ପରିବହନର ସହଜତା ଏବଂ ଲୋକଙ୍କ ଚଳପ୍ରଚଳକୁ ସୁଗମ କରୁଛି |

ଭାରତରେ ବିଶ୍ୱର ବୃହତ୍ତମ ସଡ଼କ ନେଟୱାର୍କ ଅଛି ଯାହାର ଦୈର୍ଘ୍ୟ ପ୍ରାୟ 5.5 ନିୟୁତ କିଲୋମିଟର | ଏଥିରେ ଜାତୀୟ ଏବଂ ରାଜ୍ୟ ରାଜପଥ ଏବଂ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ସଡକ ଅନ୍ତର୍ଭୁକ୍ତ | ଭାରତୀୟ ସଡ଼କ ନେଟୱାର୍କରେ ଜାତୀୟ ତଥା ରାଜ୍ୟ ରାଜପଥ, ଏକ୍ସପ୍ରେସୱେ, ପ୍ରମୁଖ ଜିଲ୍ଲା ସଡକ ଏବଂ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ସଡ଼କ ରହିଛି | ଜାତୀୟ ରାଜପଥଗୁଡିକ ସମୁଦାୟ ସଡକ ନେଟୱାର୍କର 2 ପ୍ରତିଶତ ଏବଂ ସମୁଦାୟ ଗମନାଗମନର 40 ପ୍ରତିଶତରୁ ଅଧିକ ଅଟେ |

ଭାରତମାଳା ପ୍ରକଳ୍ପ ରାଜପଥ ନେଟୱାର୍କକୁ ବୃଦ୍ଧି କରିବା ପାଇଁ 66,100 କିଲୋମିଟର ଅର୍ଥନୈତିକ କରିଡର, ସୀମା ଏବଂ ଉପକୂଳ ରାସ୍ତା ଏବଂ ଏକ୍ସପ୍ରେସୱେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପ ପର୍ଯ୍ୟଟନ ସ୍ଥଳ ସହିତ ସଡକ ସଂଯୋଗ, ବାଇପାସ୍ ନିର୍ମାଣ, ରିଙ୍ଗ ରୋଡ଼ର ବିକାଶ ଏବଂ ଯାତାୟାତ ସମୟକୁ ହ୍ରାସ କରିବ |

ଏହି କାର୍ଯ୍ୟକ୍ରମରେ 550 ଜିଲ୍ଲାରେ ଚାରି-ଲେନ ସଂଯୋଗ, ଯାନବାହାନର ଗତି 20 ରୁ 25 ପ୍ରତିଶତକୁ ବୃଦ୍ଧି ଏବଂ ଯୋଗାଣ ଶୃଙ୍ଖଳା ମୂଲ୍ୟ 5-6 ପ୍ରତିଶତ ହ୍ରାସ କରିବାକୁ ଯୋଜନା କରାଯାଇଛି | 34,800 କିଲୋମିଟର ରାଜପଥର ବିକାଶ ପାଇଁ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ 2022 ସୁଦ୍ଧା 82 ବିଲିୟନ ଆମେରିକୀୟ ଡଲାରର ପୁଞ୍ଜି ବିନିଯୋଗ ହେବ।

ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ 2019-20 ଆର୍ଥିକ ବର୍ଷରେ 3,979 କିଲୋମିଟର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ କରିଛି। ଆର୍ଥିକ ବର୍ଷରେ ଏହା ସର୍ବାଧିକ ରାଜପଥ ନିର୍ମାଣ ଅଟେ |

ଏକ ବିଶ୍ୱସ୍ତ ଏବଂ ଦ୍ରୁତ ସଡ଼କ ନେଟୱାର୍କର ମହତ୍ତ୍ୱ ଏବଂ ଦେଶର ଅର୍ଥନୈତିକ ବିକାଶକୁ ପ୍ରଭାବିତ କରିବାରେ ଏହାର ଭୂମିକାକୁ ସ୍ୱୀକୃତି ଦେଇ ସରକାର ସମଗ୍ର ଭାରତରେ ଗୁଣାତ୍ମକ ରାସ୍ତା ଏବଂ ରାଜପଥ ନିର୍ମାଣ କରୁଛନ୍ତି | ସଡକ ଭିତ୍ତିଭୂମି ଆନ୍ତର୍ଜାତୀୟ ମାନକ ସହିତ ଅନୁରୂପ ହେବ। ଜାତୀୟ ରାଜପଥ ଭିତ୍ତିଭୂମିରେ ଉନ୍ନତ ସଂଯୋଗ, ତ୍ୱରିତ ଗତିଶୀଳତା ଏବଂ ସାମାଜିକ-ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ ହେବ |

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ 26 ଅଗଷ୍ଟରେ 26 ଟି ରାଜପଥ ପ୍ରକଳ୍ପର ଉଦଘାଟନ କରିଥିଲେ ଏବଂ ମଧ୍ୟପ୍ରଦେଶରେ 19 ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପର ଦୈର୍ଘ୍ୟ 1,361 କିଲୋମିଟର | ଏହି ରାସ୍ତାଗୁଡ଼ିକ ଉନ୍ନତ ସଂଯୋଗ ଯୋଗାଇବ ଏବଂ ମଧ୍ୟପ୍ରଦେଶର ଅର୍ଥନୈତିକ ବିକାଶ, ରୋଜଗାର ଏବଂ ସାମଗ୍ରିକ ବିକାଶ ପାଇଁ ବାଟ ଖୋଲିବ।

ମଧ୍ୟପ୍ରଦେଶ ସରକାରଙ୍କ ସହଭାଗିତାରେ କେନ୍ଦ୍ର ସରକାର ଚମ୍ବଲ ଏକ୍ସପ୍ରେସୱେ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହା ସମାପ୍ତ ହେବା ପରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ଗରିବ ଏବଂ ଆଦିବାସୀମାନଙ୍କ ପାଇଁ ଏହା ପଟ୍ଟ ପରିବର୍ତ୍ତନ କରିଦେବ | ଏହି ଏକ୍ସପ୍ରେସୱେ ଦିଲ୍ଲୀ-କୋଲକାତା କରିଡର, ଉତ୍ତର-ଦକ୍ଷିଣ କରିଡର, ପୂର୍ବ-ପଶ୍ଚିମ କରିଡର ଏବଂ ସୁବର୍ଣ୍ଣ ଚତୁର୍ଭୁଜ ଦିଲ୍ଲୀ-ମୁମ୍ବାଇ-ଏକ୍ସପ୍ରେସୱେ ସହିତ କ୍ରସ୍-ସଂଯୋଗ ଯୋଗାଇବ | ଏହା ଏହି ଜିଲ୍ଲା ତଥା ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ |

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦିଲ୍ଲୀ, କୋଲକାତା, ଚେନ୍ନାଇ ଏବଂ ମୁମ୍ବାଇକୁ ସଂଯୋଗ କରୁଥିବା ରାଜପଥର ନେଟୱାର୍କ ସ୍ଵର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପକୁ ଏକ ନୂତନ ଉତ୍ସ ଦିଆଯାଉଛି। ସରକାର ସଡକ ଭିତ୍ତିଭୂମିକୁ ଅଧିକ ବ୍ୟାପକ ଏବଂ ଏକୀକୃତ କରୁଛନ୍ତି। ଏହା ପରସ୍ପର ଦ୍ୱାରା ସଂପନ୍ନ ହେଉଛି - ରେଳ ପର୍ଯ୍ୟନ୍ତ ସଡ଼କ, ସମୁଦ୍ର ବନ୍ଦରରୁ ସଡ଼କ ଏବଂ ବିମାନ ବନ୍ଦର ପର୍ଯ୍ୟନ୍ତ ସଡ଼କ |

ଏହି ଆନ୍ତଃସଂଯୋଗ ରେଳବାଇ ଏବଂ ସଡ଼କପଥ, ବିମାନବନ୍ଦର ଏବଂ ବନ୍ଦର ମଧ୍ୟରେ ଏବଂ ରେଳ ଷ୍ଟେସନ ଏବଂ ବସ୍ ଷ୍ଟେସନ ମଧ୍ୟରେ ସୁଗମ ସମନ୍ୱୟ ସୁନିଶ୍ଚିତ କରିବ | ହିମାଳୟର ଶିଖରରେ ହେଉ କିମ୍ବା ଭାରତ ମହାସାଗରର ଦ୍ୱୀପପୁଞ୍ଜରେ ସଂଯୋଗକୁ ପ୍ରତ୍ୟେକ ଦିଗରେ ଗୁରୁତ୍ୱ ଦିଆଯାଉଛି।

ଏହି ଆନ୍ତଃସଂଯୋଗ ସହିତ ଭାରତ ମଧ୍ୟ ଏହାର ସମୁଦ୍ରକୂଳ ଭିତ୍ତିଭୂମି ବିକାଶ କରୁଛି | ବିଶ୍ଵ ବାଣିଜ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି ପ୍ରତି ଧ୍ୟାନ ଦିଆଯିବ। ଉପକୂଳ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ରାତୀୟ ରାଜପଥ କର୍ତ୍ତୃପକ୍ଷ 1,500 କିଲୋମିଟର ସଡକ ପ୍ରକଳ୍ପ ଚିହ୍ନଟ କରିଛି | ଉପକୂଳ ଭିତ୍ତିଭୂମି ମଧ୍ୟ ଜାତୀୟ ସୁରକ୍ଷାକୁ ମଜବୁତ କରିବାରେ ସାହାଯ୍ୟ କରିବ।

ଆଲେଖ୍ୟ: କେ.ଭି ଭେଙ୍କଟସୁବ୍ରମଣ୍ୟମ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...