Skip to main content

ପ୍ରତିରକ୍ଷା ଉତ୍ପାଦନ ପାଇଁ ପ୍ରଧାନମନ୍ତ୍ରୀ କଲେ ରୂପରେଖର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର ଭାରତ ଉପରେ ଏକ ସେମିନାରକୁ ସମ୍ବୋଧିତ କରିଛନ୍ତି। ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ସଂଘ, ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ମହାସଂଘ, ପ୍ରତିରକ୍ଷା ଉତ୍ପାଦନ ବିଭାଗ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ ଏହି ଭର୍ଚୁଆଲ୍ ସେମିନାର ଆୟୋଜନ କରାଯାଇଥିଲା। ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇ କହିଛନ୍ତି ଯେ ପ୍ରତିରକ୍ଷା ଉତ୍ପାଦନକୁ ବୃଦ୍ଧି କରିବା, ନୂତନ ବୈଷୟିକ ଜ୍ଞାନକୌଶଳର ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉଦୌଗକୁ ଏକ ପ୍ରମୁଖ ଭୂମିକା ଦେବା ଆମର ଉଦ୍ଦେଶ୍ୟ।

ମିଶନ ମୋଡରେ କାମ କରିବା ଏବଂ ନିରନ୍ତର ଉଦ୍ୟମ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିବାର ଉଦ୍ଦେଶ୍ୟ ଶୀଘ୍ର ଫଳପ୍ରଦ ହେବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଭାରତ ସ୍ୱାଧୀନ ହେଲା, ସେତେବେଳେ ଭାରତରେ ପ୍ରତିରକ୍ଷା ଉତ୍ପାଦନ ପାଇଁ ଏହାର ଏକ ବଡ଼ ସମ୍ଭାବନା ଥିଲା କିନ୍ତୁ ଦୀର୍ଘ ବର୍ଷ ଧରି ଏଥି ପାଇଁ କୌଣସି ଉଦ୍ୟମ କରାଯାଇ ନାହିଁ | ଶ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ବଦଳୁଛି, ପ୍ରତିରକ୍ଷା କ୍ଷେତ୍ରର ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରାଯାଉଛି | ସେ ଏହି ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି ଯେପରିକି ଲାଇସେନ୍ସ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ରପ୍ତାନି ପ୍ରକ୍ରିୟାକୁ ସରଳ କରିବା |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଆଧୁନିକ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଆସ୍ଥା ସ୍ଥାପନ ଆବଶ୍ୟକ। ବହୁ ବର୍ଷ ଧରି ପଡି ରହିଥିବା ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟଙ୍କ ନିଯୁକ୍ତି ଭଳି ନିଷ୍ପତ୍ତି ବର୍ତ୍ତମାନ ନିଆଯାଇଛି, ଯାହାକି ନୂଆ ଭାରତର ଆତ୍ମବିଶ୍ୱାସକୁ ଦର୍ଶାଉଛି। ପ୍ରତିରକ୍ଷା କର୍ମଚାରୀଙ୍କ ନିଯୁକ୍ତି ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିଛି ଏବଂ ପ୍ରତିରକ୍ଷା କ୍ରୟ ବୃଦ୍ଧିରେ ସହାୟକ ହୋଇଛି | ସେହିଭଳି ପ୍ରତିରକ୍ଷା କ୍ଷେତ୍ରର 74% ଏଫଡିଆଇକୁ ଅନୁମତି ଦେଇ ନୂତନ ଭାରତର ଆତ୍ମବିଶ୍ୱାସକୁ ପ୍ରତିଫଳିତ କରିଛି ବୋଲି ସେ ଦର୍ଶାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶୀୟ ପ୍ରତିରକ୍ଷା ଉତ୍ପାଦନ କ୍ରୟ ପାଇଁ ପୁଞ୍ଜି ବଜେଟର ଏକ ଅଂଶ ନିର୍ଣ୍ଣୟ କରାଯାଇଛି ଯାହା ଫଳରେ 101 ଟି ଦେଶୀୟ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପକୁ ପ୍ରୋତ୍ସାହିତ କରିବ । ଏଥିସହ ସରକାର କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ପରୀକ୍ଷା ପ୍ରଣାଳୀକୁ ସରଳ କରିବା ଉପରେ କାର୍ଯ୍ୟ କରୁଛନ୍ତି। ଗୋଳାବାରୁଦ କାରଖାନାର ନିଗମକରଣ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସଂପନ୍ନ ହେବା ପରେ ଉଭୟ ଶ୍ରମିକ ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିବ।

ଆଧୁନିକ ଯନ୍ତ୍ରପାତିଗୁଡ଼ିକରେ ଆତ୍ମନିର୍ଭରଶୀଳତା ପାଇଁ ବୌଷୟିକ ଜ୍ଞାନକୌଶଳର ନବୀକରଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବ୍ୟତୀତ ସରକାର ଘରୋଇ କ୍ଷେତ୍ର ତଥା ଶିକ୍ଷାନୁଷ୍ଠାନରେ ଗବେଷଣା ଏବଂ ନୂତନତ୍ୱକୁ ଉତ୍ସାହିତ କରାଯାଉଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବିଦେଶୀ ଅଂଶୀଦାରମାନଙ୍କ ସହ ମିଳିତ ଉଦ୍ୟୋଗ ମାଧ୍ୟମରେ ସହ-ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି।

ସରକାର ‘ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର’ ମନ୍ତ୍ର ଉପରେ କାର୍ଯ୍ୟ କରୁଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୌଦ୍ଧିକ ସମ୍ପତ୍ତି, ଟିକସ, ଆର୍ଥିକ ଦେବାଳିଆ , ମହାକାଶ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ପ୍ରମୁଖ ସଂସ୍କାର ଚାଲିଛି।

ଭିତ୍ତିଭୂମି ପଦକ୍ଷେପ ଉପରେ ଶ୍ରୀ ମୋଦି କହିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁରେ ଦୁଇଟି ପ୍ରତିରକ୍ଷା କରିଡର କାର୍ଯ୍ୟ ଚାଲିଛି । ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁର ରାଜ୍ୟ ସରକାରଙ୍କ ସହଯୋଗରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଆଗାମୀ 5 ବର୍ଷରେ ଏଥିପାଇଁ 20 ହଜାର କୋଟି ଟଙ୍କା ବିନିଯୋଗ କରାଯିବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆରମ୍ଭ ହୋଇଥିବା iDEX ପଦକ୍ଷେପ ମଧ୍ୟ ଏମଏସଏମଇ ଏବଂ ଷ୍ଟାର୍ଟ ଅପ୍ ସହିତ ସାମିଲ କରାଯାଇ ସକରାତ୍ମକ ଫଳ ମିଳିବାରେ ଲାଗିଛି। ଏହି ପ୍ଲାଟଫର୍ମ ମାଧ୍ୟମରେ 50 ରୁ ଅଧିକ ଷ୍ଟାର୍ଟ ଅପ୍ ସାମରିକ ବ୍ୟବହାର ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦ ବିକଶିତ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ଵ ଅର୍ଥନୀତିକୁ ଅଧିକ ସ୍ଥିର ତଥା ବିଶ୍ଵରେ ଶାନ୍ତି ଆଣିବାରେ ସକ୍ଷମ ଭାରତ ଗଠନ କରିବାର ଲକ୍ଷ୍ୟ ରଖାଯାଇଛି । ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହେଉଛି ଏହାର ଉଦ୍ଦେଶ୍ୟ | ଭାରତ ଏହାର ଅନେକ ବନ୍ଧୁ ଦେଶକୁ ପ୍ରତିରକ୍ଷା ଉପକରଣ ଯୋଗାଣ କରିପାରିବ | ଏହା ଭାରତର ସାମରିକ ଭାଗିଦାରୀକୁ ମଜବୁତ କରିବ ଏବଂ ଭାରତ ମହାସାଗରରେ “ନେଟ ସୁରକ୍ଷା ପ୍ରଦାନକାରୀ” ଭାବରେ ଭାରତର ଭୂମିକାକୁ ସୁଦୃଢ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ହେବା ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଆମର ସାମୂହିକ ପ୍ରୟାସ ସହାୟକ ହେବ।




ଆଲେଖ୍ୟ: ପଦମ ସିଂହ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...