Skip to main content

ଆର୍ଥିକ ଗତିବିଧିରୁ ବିକାଶକୁ ଗତିଶୀଳ ହେବ କହିଲା ରିଜର୍ଭ ବ୍ୟାଙ୍କ



ଭାରତ ଏବେ କୋଭିଡ-19ର କୁପ୍ରଭାବକୁ ମୁକାବିଲା କରି ଅର୍ଥନୀତିକୁ ଦୃଢ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଥିବାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣ ହାରକୁ ଅପରିବର୍ତ୍ତିତ ରଖିବା ନିଷ୍ପତ୍ତି ଏହି ନୀତିର ଅନୁରୂପ ହୋଇଛି ଏବଂ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ବର୍ତ୍ତମାନ ସମୟରେ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଏକ ବ୍ୟବହାରିକ ପଦକ୍ଷେପ |

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ଛଅ ଜଣିଆ ସଦସ୍ୟ ବିଶିଷ୍ଟ ମୁଦ୍ରା ନୀତି କମିଟି ବୈଠକରେ ଋଣ ହାରକୁ ଅପରିବର୍ତ୍ତିତ ରଖାଯାଇଛି ଯାହାକି ସବୁଠୁ କମ ଶତକଡା 4 ଭାଗ ରହିଛି ତଥା କରୋନା ଦ୍ଵାରା କ୍ଷତିଗ୍ରସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ଋଣର ପୁନଃଗଠନ ପରି କେତେକ ପଦକ୍ଷେପର ଆବଶ୍ୟକତା ଉପରେ ଘୋଷଣା କରିଛି | ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କମିଟି ସୁଧ ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ବିକାଶକୁ ଗତିଶୀଳ କରିବା ଜାରି ରଖିବାକୁ ପ୍ରୟାସ କରିଛି |

ମଇ 22 ତାରିଖରେ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରା ନୀତି ବୈଠକରେ ସୁଧ ହାରକୁ ସବୁଠୁ କମ କରିଥିଲା | ଅଣୁ ଅର୍ଥନୀତିର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ମାର୍ଚ୍ଚରେ ଏବେ ପୁଣି ମଇରେ ହୋଇଥିବା ମୁଦ୍ରା ନୀତି ବୈଠକରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲା |

ମହାମାରୀ ଏବଂ ପରବର୍ତ୍ତୀ ଲକଡାଉନ ଯୋଗୁଁ ଅର୍ଥନୀତିରେ ସୃଷ୍ଟି ହୋଇଥିବା ଚାପକୁ ସୀମିତ ରଖିବା ପାଇଁ ଆରବିଆଇ ସକ୍ରିୟ ପଦକ୍ଷେପ ନେଇଛି। ବିଶେଷଜ୍ଞମାନେ ଅନୁଭବ କରୁଛନ୍ତି ଯେ ଋଣ ହାରକୁ ଅପରିବର୍ତ୍ତିତ ରଖିବା ପାଇଁ ଆରବିଆଇ ନିଷ୍ପତ୍ତି ଆଶା କରାଯାଉଥିଲା ଏବଂ କୋଭିଡ-19 ର ପ୍ରଭାବକୁ ମୁକାବିଲା କରିବା ପାଇଁ ଏହି ସମୟରେ ଋଣର ପୁନଃଗଠନ ଅଧିକ ଜରୁରୀ ଅଟେ |

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛି ଦିନ ପୂର୍ବରୁ କହିଥିଲେ ଯେ ପୁନଃଗଠନ ଉପରେ ଧ୍ୟାନ ଦିଆଯାଇଛି । ଅର୍ଥ ମନ୍ତ୍ରଣାଳୟ ଆରବିଆଇ ସହିତ ସକ୍ରିୟ ଭାବେ ଏ କ୍ଷେତ୍ରରେ ଜଡ଼ିତ ଅଛି | ଏହା ଏକ ଅନୁକୂଳ ନିଷ୍ପତ୍ତି ବୋଲି କୁହାଯାଇ ପାରେ ଏଥିପାଇଁ , ଋଣ ନେଇଥିବା ଚାପଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ପୁନଃଗଠନ ଢାଞ୍ଚା ବିକଶିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ କେ ଭି କାମାଥଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ଘୋଷଣା କରିଥିଲା । ଏହି ପଦକ୍ଷେପ ଋଣଦାତାମାନଙ୍କୁ ଏହି ପ୍ରକ୍ରିୟାରେ ସାହାଯ୍ୟ କରିବାରେ ଫଳପ୍ରଦ ହେବ| ଋଣ ହାର ବଜାୟ ରଖିବା, ତଥା ଯୋଗ୍ୟ ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ପ୍ରତି ମଧ୍ୟ ରିଜର୍ଭ ବ୍ୟାଙ୍କ ଯଥେଷ୍ଟ ଧ୍ୟାନ ଦେଇଛି | ପ୍ରସ୍ତାବିତ ଉଚ୍ଚ ସ୍ତରୀୟ କମିଟି ଏଥି ପାଇଁ ନିୟମ ସ୍ଥିର କରିବ।

କମାଥଙ୍କ ପରି ଜଣେ ପ୍ରସିଦ୍ଧ ଏବଂ ଉଚ୍ଚ ସ୍ତରୀୟ ବ୍ୟାଙ୍କର ଏହି କମିଟିର ଅଧ୍ୟକ୍ଷ ଥିବାରୁ ଆର୍ଥିକ ପାରାମିଟର ସ୍ଥିର କରାଯିବା କ୍ଷେତ୍ରରେ ପାତର ଅନ୍ତର କରାଯିବ ନାହିଁ ଏବଂ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୀତି ନିର୍ଦ୍ଧାରଣ ହେବ ବୋଲି ଦୃଢ ଆସା ପୋଷଣ କରାଯାଇପାରେ | ଏହି ନୀତି ଚାପଗ୍ରସ୍ତ ଅର୍ଥନୀତିକୁ ଅଭିବୃଦ୍ଧି ଆଡକୁ ନେଇଯିବ |

ବିଶ୍ଵରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାଳରେ ଆରବିଆଇ ଘରୋଇ ଏବଂ ବିଶ୍ଵ ଅର୍ଥନୀତିକୁ ଖୁବ ଭଲ ଭାବରେ ଆକଳନ କରିପାରିଛି | ଉଦାହରଣ ସ୍ଵରୂପ ଗୃହ ଋଣ କଂପାନୀ ଏବଂ ନାବାର୍ଡକୁ 5000 କୋଟି ଟଙ୍କା ଲେଖାଏଁ ଅତିରିକ୍ତ ନଗଦି ଦେବା ନିଷ୍ପତ୍ତି ନିଶ୍ଚିତ ଭାବେ ଏହି କ୍ଷେତ୍ରକୁ ଆଶ୍ଵସ୍ତ କରିବ | ସେହିପରି ସୁନା ପାଇଁ ଋଣ 90 ଭାଗ ବୃଦ୍ଧି ନିଷ୍ପତ୍ତି ମଧ୍ୟ ସାଧାରଣ ଲୋକମାନଙ୍କୁ ସେମାନଙ୍କ ଆର୍ଥିକ ବୋଝକୁ ଲାଘବ କରିବ |

ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ପୁନଃଆରମ୍ଭ ହେବାପରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଦେଶର କିଛି ଅଂଶରେ ଲକଡାଉନ ଅନଲକ ହେବା ପରେ ଏପ୍ରିଲ-ମେ ମାସର ଅବନତିରୁ ଅର୍ଥନୀତି ପୁନରୁଦ୍ଧାର ଆରମ୍ଭ କରିଛି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଗ୍ରାମାଞ୍ଚଳର ଅର୍ଥନୀତିରେ ପୁନରୁଦ୍ଧାର ଦୃଢ ହେବ ବୋଲି ଆଶା କରାଯାଉଛି।

ଆଲେଖ୍ୟ : ଆଦିତ୍ୟ ରାଜ ଦାସ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...