Skip to main content

ଭାରତ-ୟୁଏଇ ରଣନୀତିକ ସମ୍ପର୍କ ଆହୁରି ନିବିଡ ହୋଇଛି

ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସର ଶାନ୍ତି ତଥା ସମୃଦ୍ଧ ପାଇଁ ଏକ ସମାନ ଦୁରଦୃଷ୍ଟି ରହିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜକୁମାର ମହମ୍ମଦ ବିନ ଯାଏଡ ଅଲ ନାହାୟାନଙ୍କ ନେତୃତ୍ଵରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଦ୍ଵିପାକ୍ଷୀୟ ସହଯୋଗକୁ ଆହୁରି ମଜବୁତ କରିବା ଲାଗି ଦୁଇ ଦେଶ ଯଥେଷ୍ଟ ମାତ୍ରାରେ ନିବେଶ କରିଛନ୍ତି | ମିଳିତ କମିଶନ ବୈଠକ ଭଳି ଦ୍ଵିପକ୍ଷୀୟ ବ୍ୟବସ୍ଥା ଜରିଆରେ ବ୍ୟାପକ ରଣନୀତିକ ଭାଗୀଦାରୀତା ସହ ସମ୍ପର୍କ ନିବିଡ କରିବା ଲାଗି ଦୁଇ ପକ୍ଷ କାର୍ଯ୍ୟ କରିଛନ୍ତି |

ବାଣିଜ୍ୟ, ଅର୍ଥନୈତିକ ଓ ବୈଷୟିକ ସହଯୋଗ ଉପରେ ଭାରତ ଓ ୟୁଏଇର 13 ତମ ମିଳିତ କମିଶନ ବୈଠକ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଛି | ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ୟୁଏଇର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବିନ ଜାଏଦ ଅଲ ନାହାୟାନ ଏହି ବୈଠକରେ ସହଅଧ୍ୟକ୍ଷତା କରିଥିଲେ | କୋଭିଡ-19 ମହାମାରୀ ଯୋଗୁଁ ପ୍ରଥମଥର ଲାଗି ଏହି ମିଳିତ କମିଶନ ବୈଠକ ଭର୍ଚୁଆଲ ଭାବେ ଅନୁଷ୍ଠିତ ହୋଇଥିଲା | ଦ୍ଵିପକ୍ଷୀୟ ସହଯୋଗକୁ ଆହୁରି ମଜବୁତ କରିବା ଲାଗି ମତ ବିନିମୟ କରିବା ସହ ବିଚାରଧାରା ଆଦାନ ପ୍ରଦାନ ଜାରି ରଖିବା ପାଇଁ ଏହା ଦୁଇ ଦେଶର ଅଦମ୍ୟ ଉତ୍ସାହକୁ ରେଖାଙ୍କିତ କରିଛି |

ଭାରତ ଓ ୟୁଏଇ ବିଶ୍ଵ ମହାମାରୀ ବିରୁଦ୍ଧରେ ସଂଗ୍ରାମ ଲାଗି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି | ଏପ୍ରିଲ ମାସରେ କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ ଭାରତ ୟୁଏଇକୁ 5.5 ନିୟୁତ ହାଇଡ୍ରୋକ୍ସିକ୍ଳୋରୋକ୍ବିନ ବଟିକା ପଠାଇଥିଲା | ମେ ମାସରେ ଭାରତ, ୟୁଏଇର ଏମିରାତି ହସ୍ପିଟାଲ ଗୁଡିକରେ ସ୍ୱାସ୍ଥ୍ୟ ପେଷାଦାରଙ୍କୁ ସହାୟତା କରିବା ପାଇଁ ଇଣ୍ଟେନ୍ସିଭ କେୟାର ୟୁନିଟର 88 ଜଣନର୍ସଙ୍କୁ ନେଇ ଗଠିତ ଏକ ଦଳ ପଠାଇଥିଲା | ଅନ୍ୟ ପକ୍ଷରେ ୟୁଏଇ କୋଭିଡ-19 ବିରୁଦ୍ଧରେ ଦୃଢ ମୁକାବିଲା ଲାଗି ଭାରତକୁ 7 ମେଟ୍ରିକ ଟନ ଚିକିତ୍ସା ସାମଗ୍ରୀ ପଠାଇଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜକୁମାର ମହମ୍ମଦଙ୍କ ସମେତ ଦୁଇ ଦେଶର ନେତା ମାନେ ମହାମାରୀ ବିରୁଦ୍ଧରେ ସ୍ଥିତିର ଆକଳନ କରିବା ଓ ସହଯୋଗ ବୃଦ୍ଧି ଲାଗି ମତ ଆଦାନ କରିବା ନିମନ୍ତେ ଟେଲିଫୋନ ଯୋଗେ ରୀତିମତ କଥାବାର୍ତ୍ତା କରୁଛନ୍ତି |

ମିଳିତ କମିଶନ ବୈଠକ ସମୟରେ ଉଭୟ ପକ୍ଷ ଗତ କିଛି ମାସ ମଧ୍ୟରେ କୋଭିଡ-19 ମହାମାରୀ ବିରୁଦ୍ଧରେ ସଂଗ୍ରାମରେ ମିଳିତ ସହଯୋଗର ସ୍ଵାଗତ ଜଣାଇଥିଲେ ଓ ଉଭୟ ଦେଶରେ ମହାମାରୀ ଯୋଗୁଁ ଉପୁଜିଥିବା ଆର୍ଥିକ ତଥା ସାମାଜିକ ପ୍ରଭାବକୁ ଦୂର କରିବା ପାଇଁ ମିଳିତ ରଣନୀତି ପ୍ରସ୍ତୁତ କରିବା ଉପରେ ବ୍ୟାପକ ଆଲୋଚନା କରିଥିଲେ | ମହାମାରୀ କାରଣରୁ ବାଧାପ୍ରାପ୍ତ ହୋଇଥିବା ଅର୍ଥନୈତିକ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ପୁଣିଥରେ ଆରମ୍ଭ କରିବା ସମ୍ବନ୍ଧୀୟ ଅଭିନବ ସମାଧାନର ବାଟ ଖୋଜିବା ଲାଗି ଦୁଇ ଦେଶ ତଥା ବିଶ୍ଵ ପ୍ରୟାସ ଚଳେଇଥିବାରୁ ଦୁଇ ଦେଶର ମିଳିତ ରଣନୀତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି |

ଏହି ବୈଠକରେ ଦ୍ଵିପକ୍ଷୀୟ ସହଯୋଗ ଅନ୍ତର୍ଗତ ଚିହ୍ନଟ କରାଯାଇଥିବା ସବୁ କ୍ଷେତ୍ରକୁ ବ୍ୟାପକ ରଣନୀତିକ ଭାଗୀଦାରୀତା ଅଧୀନରେ ଆଗେଇ ନେବା ଲାଗି କାର୍ଯ୍ୟ ଜାରି ରଖିବା ଉପରେ ସନ୍ତୋଷ ବ୍ୟକ୍ତ କରାଯାଇଛି | ପ୍ରଚଳିତ କ୍ଷେତ୍ରରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ସହ ନୂତନ କ୍ଷେତ୍ରରେ ସହଯୋଗର ସମ୍ଭାବନାକୁ ଅନ୍ଵେଷଣ ଲାଗି ଉଭୟ ପକ୍ଷ ସହମତ ପ୍ରକଟ କରିଛନ୍ତି |ମିଳିତ କମିଶନ ବୈଠକ ଅଧୀନରେ ଅର୍ଥନୀତି, ବାଣିଜ୍ୟ ଓ ବିନିଯୋଗ,ରାଷ୍ଟ୍ରଦୂତ ଓ ସଂପ୍ରଦାୟ ବ୍ୟାପାର, ପ୍ରତିରକ୍ଷା ଏବଂ ସୁରକ୍ଷା ଓ ଶିକ୍ଷା, ସଂସ୍କୃତି ଏବଂ ଯୁବା ସମ୍ବନ୍ଧିତ କ୍ଷେତ୍ର ନେଇ ଉଚ୍ଚ ସ୍ତରୀୟ ମତ ଆଦାନ ପ୍ରଦାନରେ ଦୁଇ ପକ୍ଷପାଞ୍ଚୋଟି ଉପକମିଟି ଗଠନ କରିଛନ୍ତି | ଭାରତ ଏବଂ ୟୁଏଇର ଉପ କମିଟିର ସଦସ୍ୟ ମାନେ ଏହି ମିଳିତ କମିଶନ ବୈଠକ ପ୍ରସ୍ତୁତି ପାଇଁ ଭର୍ଚୁଆଲ ବୈଠକ କରି ବ୍ୟାପକ, ଖୋଲା ଏବଂ ବନ୍ଧୁତ୍ବପୂର୍ଣ୍ଣ ଆଳାପ ଆଲୋଚନା କରିଥିଲେ |

​ଏହି ମିଳିତ କମିଶନ ବୈଠକରେ ଦକ୍ଷିଣ ଏବଂ ପଶ୍ଚିମ ଏସିଆର ଆଞ୍ଚଳିକ ବିକାଶ ତଥା ଜାତିସଂଘ ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ମଞ୍ଚରେ ଭାରତ-ୟୁଏଇ ସହଯୋଗ ବୃଦ୍ଧି କରିବା ନିମନ୍ତେ ଉପାୟ ବାହାର କରିବା ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା | ଉଲ୍ଲେଖ ଯୋଗ୍ୟଯେ ପଶ୍ଚିମ ଏସିଆରେ ଭାରତର ଦୁଇ ନିକଟତମ ରଣନୈତିକ ଭାଗୀଦାରୀ ରାଷ୍ଟ୍ର ୟୁଏଇ ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କ ସ୍ଵାଭାବିକ ହେବା ବିଷୟ ଘୋଷଣା କରି ଆମେରିକା-ଇସ୍ରାଏଲ-ୟୁଏଇ ଦ୍ଵାରା ଜାରି ମିଳିତ ବିବୃତ୍ତିକୁ ଭାରତ ସ୍ଵାଗତ ଜଣାଇଛି |

ଏହି ବୈଠକ ସମୟରେ ବୈଦେଶିକ ବ୍ୟାପାରୀୟ ମନ୍ତ୍ରୀ ଏସ ଜୟଶଙ୍କର ୟୁଏଇର ନିରନ୍ତର ସମର୍ଥନ ବିଷୟ ଉଲ୍ଲେଖ କରିଥିଲେ ଓ ଭାରତର ସୁରକ୍ଷା ଓ ରଣନୀତିକ ଉଦବେଗ ବିଶେଷକରି ଇସଲାମିକ ସହଯୋଗ ସଂଗଠନ (ଓଆଇସି) ଭଳି ମଞ୍ଚକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ | ସୂଚନାଯୋଗ୍ୟ ଯେ ଏହି ଓଆଇସି ମଞ୍ଚରେ ପାକିସ୍ତାନ ପ୍ରାୟତଃ ସବୁବେଳେ ଭାରତ ବିରୁଦ୍ଧରେ ଅପପ୍ରଚାର କରିବାକୁ ଚେଷ୍ଟା କରିଆସୁଛି | ମହାମାରୀ ଯୋଗୁଁ ୟୁଏଇରେ ଅଟକ ରହିଥିବା ଭାରତୀୟ ନାଗରିକ ମାନଙ୍କୁ ସେଠାକାର କର୍ତ୍ତୁପକ୍ଷ ସବୁ ପ୍ରକାରର ସହାୟତା ଯୋଗାଉ ଥିବାରୁ ମନ୍ତ୍ରୀ ମହୋଦୟ ଏହାର ଭୂୟସୀ ପ୍ରଶଂସା କରିଥିଲେ |

ବାଣିଜ୍ୟ, ବ୍ୟବସାୟ ଓ ପୁଞ୍ଜି ନିବେଶ ତଥା ପ୍ରତିରକ୍ଷା, ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଶିକ୍ଷା ଆଦି ସମେତ ବିଭିନ୍ନ କ୍ଷେତ୍ରରେ ନିକଟ କିଛି ବର୍ଷରେ ଭାରତ ଓ ୟୁଏଇ ଦ୍ଵିପକ୍ଷୀୟ ସହଯୋଗରେ ଅନେକ ପ୍ରଗତି ପରିଲକ୍ଷିତ ହୋଇଛି | ୟୁଏଇ ହେଉଛି ବିଶ୍ଵର ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗୀଦାରୀ ରାଷ୍ଟ୍ର ଏବଂ ଭାରତରେ ନିବେଶ କରୁଥିବା ଉପସାଗରୀୟ ଦେଶମାନଙ୍କ ମଧ୍ୟରୁ ମୁଖ୍ୟ ନିବେଶକ | ୟୁଏଇରେ ଅଧିକାଂଶ ଭାରତୀୟ ଶ୍ରମିକ ଓ ପ୍ରମୁଖ ବ୍ୟବସାୟ ପେଷାଦାର ଭାବେ କାର୍ଯ୍ୟରତ ଅଛନ୍ତି | ଦୁଇ ଦେଶ ମହାମାରୀ ବିରୁଦ୍ଧରେ ମିଳିମିଶି ସଂଗ୍ରାମ ଲାଗି ପରସ୍ପର ସହ ସହଯୋଗ ଜାରି ରଖିଛନ୍ତି ଓ କୋଭିଡ-19 ପରବର୍ତ୍ତୀ କାଳରେ ଉଭୟଙ୍କ ମଧ୍ୟରେ ଦ୍ଵିପକ୍ଷୀୟ ରଣନୀତିକ ଭାଗୀଦାରୀତା ଆହୁରି ନିବିଡ ହେବ |

ମୂଳ ଲେଖା : ଡଃ ମହମ୍ମଦ ମୁଦାସିର କୁମାର, ପଶ୍ଚିମ ଏସିଆ ମାମଲା ଉପରେ ରଣନୀତିକ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...