Skip to main content

ସାଂଘାଇ ସହଯୋଗ ସଂଗଠନ ସଭାରେ ଭାରତ-ଚୀନ ବାର୍ତ୍ତା

ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପ୍ରତି ଭାରତର ପ୍ରତିବଦ୍ଧତା ୟୁରେସିଆରେ ସହଯୋଗକୁ ଦୃଢ଼ କରିବାକୁ ଇପ୍‌ସିତ । ଆଞ୍ଚଳିକ ଗୋଷ୍ଠୀକରଣ ସ୍ଥଳପଥ ସଂଯୋଗର ଅନୁପସ୍ଥିତିରେ ଭାରତକୁ ମଧ୍ୟ ଏସିଆ ସହିତ ଯୋଡିବାର ସୁଯୋଗ ପ୍ରଦାନ କରିବା ସହିତ ଅର୍ଥନୈତିକ ଏବଂ ଶକ୍ତି ସହଭାଗିତା ପାଇଁ ପଥ ପରିଷ୍କାର କରେ । ତେଣୁ, SCO ପରିଷଦ ବୈଦେଶିକ ମନ୍ତ୍ରୀମାନଙ୍କର ଦଶମ ବୈଠକରେ ଯୋଗଦେବା ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ୍ ଜୟଶଙ୍କରଙ୍କ ମସ୍କୋ ଗସ୍ତ ଦେଶଗୁଡ଼ିକ COVID-19 ମହାମାରୀ ସଂକ୍ରମଣ ସହ ମୁକାବିଲା କରୁଥିବା ସମୟ ଏବଂ ଲଦାଖରେ ଉତ୍ତେଜନା ରହିଥିବ ଭଳି ଏକ ଅନିଶ୍ଚିତ ଆନ୍ତର୍ଜାତୀୟ ବାଣିଜ୍ୟ ତଥା ଅର୍ଥନୈତିକ ଆହ୍ବାନ ସମୟରେ ହେଲା । ଭାରତ ପ୍ରଥମଥର ପାଇଁ 29 ଏବଂ 30 ନଭେମ୍ବର 2020ରେ SCO ଦେଶଗୁଡ଼ିକର ସରକାର ମୁଖ୍ୟମାନଙ୍କୁ ନେଇ ବୈଠକ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅଞ୍ଚଳର ସାଧାରଣ ସୁରକ୍ଷା ଆହ୍ବାନଗୁଡ଼ିକର ସମାଧାନ ପାଇଁ ଭାରତ ଏହାର ଐତିହାସିକ ସଂଯୋଗ ଏବଂ ସମନ୍ବୟ ବ୍ୟବହାର କରିବାକୁ ଯୋଜନା କରିଛି । ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ପରି ପଦକ୍ଷେପକୁ ଆଗେଇ ନେବାରେ ଯୋଗଦାନ ପାଇଁ ଆଞ୍ଚଳିକ ପ୍ଲାଟଫର୍ମ ଭାବରେ SCO ଏହି ଉଦ୍ଦେଶ୍ୟଗୁଡିକୁ ପ୍ରଶଂସା କରେ । ଏହା ମଧ୍ୟ ଭାରତକୁ ଏହାର ସଂଯୋଗ କେନ୍ଦ୍ରୀୟ ଏସିଆ ନୀତିକୁ SCO ଆଞ୍ଚଳିକ ସହଯୋଗରେ ପରିଣତ କରିବାକୁ ସକ୍ଷମ କରେ । ଏହିପରି ବହୁ ଆୟାମ ପରିବହନ ଏବଂ ଶକ୍ତି ପ୍ରକଳ୍ପଗୁଡ଼ିକ ପଡୋଶୀ ଦେଶରେ ଭାରତର ଉପସ୍ଥତିର ମାଧ୍ୟମ ହୋଇଥାଏ । ଅଧିକନ୍ତୁ, ଆଫଗାନିସ୍ତାନରେ ସୁରକ୍ଷା ପରିସ୍ଥିତି ଖରାପ ହୋଇଥିବାରୁ ଏହା କେବଳ ଏହି ଅଞ୍ଚଳ ଉପରେ ନୁହେଁ, ଦକ୍ଷିଣ ଏସୀୟ ସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପକାଇଛି । ଏହି ପରିପ୍ରେକ୍ଷୀରେ, ଏସସିଓ ଆଞ୍ଚଳିକ ଆତଙ୍କବାଦ ବିରୋଧୀ ସଂରଚନା (RATS) ମାଧ୍ୟମରେ ସକ୍ରିୟ ଅଂଶଗ୍ରହଣ କେବଳ ଭାରତକୁ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଆଧାର ଭିତ୍ତିରେ ପ୍ରବେଶ କରିବାକୁ ଅନୁମତି ଦେଇନଥାଏ ବରଂ ସଦସ୍ୟ ଦେଶମାନଙ୍କ ସହ ଆତଙ୍କବାଦ ନିରୋଧୀ ଅଭ୍ୟାସ ମଧ୍ୟ କରିବାରେ ଅନୁମତି ଦେଇଥାଏ ।

ଏହି ମହାମାରୀ ଅନେକ ଦେଶକୁ ପ୍ରଭାବିତ କରିଥିବାବେଳେ ଭାରତ ଅର୍ଥନୈତିକ ଏବଂ ରାଜନୈତିକ ସହଯୋଗ ପାଇଁ ନୂତନ ରାସ୍ତାକୁ ଆପଣାଇ ନେଇଛି । COVID-19କୁ ମୁକାବିଲା କରିବା ପାଇଁ ଏକ ବିଶ୍ୱସ୍ତରୀୟ ସହାୟତା ଅନୁପସ୍ଥିତିରେ; ଆଞ୍ଚଳିକ ଗୋଷ୍ଠୀଗୁଡିକ ଏକ ଉପଯୁକ୍ତ ଏବଂ ଏକ ବିକଳ୍ପ ପସନ୍ଦ ପରି ଦେଖାଯାଏ, ଯେଉଁଠାରେ ସଦସ୍ୟ ଦେଶମାନେ ମହାମାରୀର ମୁକାବିଲା ପାଇଁ ସମ୍ବଳ ସଂଗ୍ରହ କରିପାରିବେ । ରୁଷ ‘ସ୍ପୁଟ୍ନିକ୍ ଭି’ ଟିକା ପ୍ରତି ଭାରତ ଆଗ୍ରହ ପ୍ରକାଶ କରିବା ଅନ୍ୟତମ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ । ଭାରତ ବର୍ତ୍ତମାନ ପର୍ଯ୍ୟାୟ-3 ପରୀକ୍ଷଣ ଏବଂ ଟିକା ଉତ୍ପାଦନ ଉପରେ ବିଚାର କରୁଛି । ଜାନୁୟାରୀ 2020ରେ ଭାରତ ଗସ୍ତ ସମୟରେ ଟିକା ଅନୁସନ୍ଧାନ ଏବଂ ବିକାଶରେ ଅଂଶଗ୍ରହଣ କରିବାରେ ଭାରତର ଭୂମିକାକୁ ଏସସିଓର ମୁଖ୍ୟ ଶାସନ ସଚିବ ଭ୍ଲାଦିମିର ନୋରୋଭ ସ୍ବୀକାର କରିବାବେଳେ ରୁଷିଆ ଦଳ ବେଶ ଆଗ୍ରହ ପ୍ରକଟ କରିଥିଲେ ।

2019 ଭିସ୍‌କେକ ସମ୍ମିଳନୀରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ HEALTH (H- ସ୍ୱାସ୍ଥ୍ୟସେବା ସହଯୋଗ, E-ଅର୍ଥନୈତିକ ସହଯୋଗ, A-ବିକଳ୍ପ ଶକ୍ତି ଉତ୍ସ, L-ସାହିତ୍ୟ ଏବଂ ସଂସ୍କୃତି, T-ଆତଙ୍କବାଦ ମୁକ୍ତ ସମାଜ, H-ମାନବିକ ସହଯୋଗ) ଫର୍ମାଟକୁ ମଜବୁତ କରିବାକୁ ପ୍ରସ୍ତାବ ଦେଇଥିଲେ । କିର୍ଗିଜସ୍ଥାନରେ ଶ୍ରୀ ମୋଦୀଙ୍କ ପ୍ରସ୍ତାବରେ ଅଗ୍ରଣୀ କ୍ଷେତ୍ର ଭାବରେ ସ୍ୱାସ୍ଥ୍ୟସେବା ସହଯୋଗ ଉପରେ ଚାପ, ଏହାକୁ ପୂର୍ବ ଅପେକ୍ଷା ସମୟାନୁବର୍ତ୍ତୀ କରିପାରିଛି ।

ଆଞ୍ଚଳିକ ସୁରକ୍ଷା ସମସ୍ୟା ଏବଂ ଅର୍ଥନୈତିକ ଏବଂ ବାଣିଜ୍ୟିକ ଆହ୍ବାନ ବ୍ୟତୀତ, ଲଦାଖରେ ଉତ୍ତେଜନାମୂଳକ ସାମରିକ ପରିସ୍ଥିତି ପୃଷ୍ଠଭୂମିରେ ବୈଦେଶିକ ମନ୍ତ୍ରୀ ପରିଷଦରେ ଭାରତର ଅଂଶଗ୍ରହଣ କରିଥିବାବେଳେ ତିକ୍ତତା ହ୍ରାସ କରିବାର ଆବଶ୍ୟକତା ରହିଛି ।

ଏସସିଓ ବୈଠକ ସମୟରେ ଡ ଜୟଶଙ୍କର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟି ସୀମା ଉତ୍ତେଜନାକୁ ହ୍ରାସ କରିବାର ଉପାୟ ଉପରେ ବିଚାର କରିଛନ୍ତି । ଆଶା କରାଯାଉଥିଲା ଯେ ଉଭୟ ଦେଶ ଷ୍ଟାଣ୍ଡ ଅଫ୍ ଉପରେ ଏକ ଚୁକ୍ତି କରିପାରନ୍ତି । ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳ ତଥା ଭାରତ-ଚୀନ୍ ସମ୍ପର୍କ ଉପରେ ଉଭୟ ମନ୍ତ୍ରୀ ଖୋଲାଖୋଲି ଏବଂ ଗଠନମୂଳକ ଆଲୋଚନା କରିଥିଲେ ।

ଦୁଇ ମନ୍ତ୍ରୀ ସହମତ ହୋଇଥିଲେ ଯେ ଭାରତ-ଚୀନ୍ ସମ୍ପର୍କର ବିକାଶ ପାଇଁ ନେତାଙ୍କ ସହମତି ଭିତ୍ତିରେ ଉଭୟ ପକ୍ଷ ମାର୍ଗଦର୍ଶନ ଗ୍ରହଣ କରିବା ଉଚିତ, ଯେପରିକି ମତଭେଦ ବିବାଦର ରୂପ ନ ନିଏ । ଉଭୟ ପକ୍ଷ ସହମତ ହୋଇଥିଲେ ଯେ ସୀମାନ୍ତ ଅଞ୍ଚଳରେ ବର୍ତ୍ତମାନର ପରିସ୍ଥିତି ଉଭୟ ପକ୍ଷର ସ୍ୱାର୍ଥରେ ନାହିଁ । ତେଣୁ ସେମାନେ ସହମତ ହୋଇଥିଲେ ଯେ ଉଭୟ ପକ୍ଷର ସୀମାରେ ସୈନ୍ୟମାନେ ସେମାନଙ୍କର କଥାବାର୍ତ୍ତା ଜାରି ରଖିବା, ଶୀଘ୍ର ବିଚ୍ଛିନ୍ନ ହେବା, ଉପଯୁକ୍ତ ଦୂରତା ବଜାୟ ରଖିବା ଏବଂ ଉତ୍ତେଜନାକୁ ହ୍ରାସ କରିବା ଉଚିତ୍ ।

ଚୀନ୍-ଭାରତ ସୀମା ବ୍ୟାପାରରେ ଥିବା ସମସ୍ତ ଚୁକ୍ତିନାମା ଏବଂ ପ୍ରୋଟୋକଲ୍ ଉଭୟ ପକ୍ଷ ପାଳନ କରିବେ, ସୀମା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବେ ଏବଂ କୌଣସି କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇ ପାରିବେ ବୋଲି ସହମତି ହୋଇଛି । ଭାରତ-ଚୀନ୍ ସୀମା ପ୍ରଶ୍ନ ଉପରେ ‘ସ୍ୱତନ୍ତ୍ର ପ୍ରତିନିଧି’ ଯନ୍ତ୍ରକୌଶଳ ମାଧ୍ୟମରେ କଥାବାର୍ତ୍ତା ଏବଂ ଯୋଗାଯୋଗ ଜାରି ରଖିବାକୁ ନୂଆଦିଲ୍ଲୀ ଏବଂ ବେଜିଂ ମଧ୍ୟ ସହମତ ହୋଇଥିଲେ । ଏହି ପ୍ରସଙ୍ଗରେ ସେମାନେ ମଧ୍ୟ ସହମତ ହୋଇଥିଲେ ଯେ ଭାରତ-ଚୀନ୍ ସୀମା ବ୍ୟାପାର (WMCC) ଉପରେ ପରାମର୍ଶ ଏବଂ ସମନ୍ୱୟ ପାଇଁ ୱାର୍କିଂ ମେକାନିଜିମ୍ ମଧ୍ୟ ଏହାର ବୈଠକ ଜାରି ରଖିବା ଉଚିତ୍ ।

ଉଭୟ ମନ୍ତ୍ରୀ ସହମତ ହୋଇଥିଲେ ଯେ ପରିସ୍ଥିତି ସହଜ ହେବା ସହିତ ସୀମାନ୍ତରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଏବଂ ଏହାକୁ ତ୍ବରାନ୍ବିତ କରିବା ପାଇଁ ନୂତନ ଆତ୍ମବିଶ୍ୱାସର ସହ ଉଭୟ ପକ୍ଷ କାର୍ଯ୍ୟ କରିବା ଉଚିତ୍ ା




ଆଲେଖ୍ୟ : ଡ. ଏମ୍‌ ଏସ୍‌ ପ୍ରତିଭା, ଚୀନ୍ ସମ୍ପର୍କିତ ରଣନୀତିକ ବିଶ୍ଳେଷିକା

Comments

Popular posts from this blog

ଜିସାଟ-30 ଉପଗ୍ରହର ସଫଳ ସ୍ଥାପନ

ଭାରତ ତାର 41ତମ ଯୋଗାଯୋଗ ଉପଗ୍ରହ ଜିସାଟ-30କୁ ଗତ 17 ତାରିଖ ଦିନ ସଫଳତାର ସହ କକ୍ଷ ପଥରେ ସ୍ଥାପନ କରିବା ଦ୍ୱାରା ନିରବଚ୍ଛିନ୍ନ ଭାବେ ଯୋଗାଯୋଗ ସେବାକୁ ନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। 14 ବର୍ଷର ପୁରୁଣା ଇନସାଟ-4ଏ ଖୁବ ଶିଘ୍ର ଅକାମି ହେବାକୁ ଯାଉଥିବାବେଳେ ଜିସାଟ-30 ଉପଗ୍ରହ ଏହା ସ୍ଥାନରେ ବ୍ୟବହାର କରାଯିବ। ଇନସାଟ-4ଏ ଉପଗ୍ରହକୁ ଭାରତୀୟ କେବୁଲ ଅପରେଟରମାନେ ବିଦେଶରେ କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ପାଇଁ ବ୍ୟବହାର କରୁଛନ୍ତି। ଜିସାଟ-30 ଉପଗ୍ରହ ଆଉ 15 ବର୍ଷ ପାଇଁ ଏବଂ ଅଧିକ ଦେଶକୁ ଏହି ସେବାକୁ ଜାରି ରଖିବ। ଫ୍ରେଞ୍ଚ ଗୁଏନାର କୋଉରୋଉ ମହାକାଶ କେନ୍ଦ୍ରରୁ ରିଆନେ-5 ମହାକାଶ ଯାନରେ ଜିସାଟ-30 ଉପଗ୍ରହକୁ କକ୍ଷ ପଥରେ ସ୍ଥାପନ କରାଯାଇଛି। ଏରିଆନାସ୍ପେସ ପକ୍ଷରୁ ଭାରତର ଏହି ଉପଗ୍ରହ ହେଉଛି 24ତମ ଉପଗ୍ରହ। 1981 ମସିହାରେ ଏରିଆନା ପକ୍ଷରୁ ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ଆପଲକୁ ମହାକାଶରେ ସ୍ଥାପନ କରାଯାଇ ଥିଲା। ଏହି ସଦ୍ୟତମ ଉତକ୍ଷେପଣରେ ଏରିଆନା-5 ମହାକାଶ ଯାନ ଏଉଟେଲସାଟ କୋନେକ୍ଟ କୁ ମଧ୍ୟ କକ୍ଷ ପଥରେ ସ୍ଥାପନ କରିଛି। ଏହି ଅତ୍ୟାଧୁନିକ ଓ ନୂଆ ପିଢିର ଏଉଟେଲସାଟ କୋନେକ୍ଟ ଉପଗ୍ରହ ୟୁରୋପ ଓ ଆଫ୍ରିକା ମହାଦେଶରେ ଟେଲିଯୋଗାଯୋଗ ସେବା ଯୋଗାଇବ। 15 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମର ଦକ୍ଷତା ରଖିଥିବା ଜିସାଟ-30 ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍...

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାଲାଗି ମୌଳିକଢାଞ୍ଚା କ୍ଷେତ୍ରର ଭୂମିକା

ଭାରତ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହାର ଅର୍ଥନିତୀକୁ ପାଞ୍ଚ ଟ୍ରିଲିୟନ ଡଲାର ଓ ଏହା ପରେ ଆଠବର୍ଷ ମଧ୍ୟରେ 10 ଟ୍ରିଲିୟନ ଡଲାର ରେ ପରିଣତ କରିବା ଲାଗି ପ୍ରସ୍ତୁତି ଚଳେଇଛି | ଏହି ମହତ୍ବାକାଙ୍ଖି ଲକ୍ଷ ହାସଲ କରିବା ଲାଗି ମୌଳିକଢାଞ୍ଚା କ୍ଷେତ୍ରର ପ୍ରମୁଖ ଭୂମିକା ରହିବ | ସମ୍ପ୍ରତି ଶେଷ ହୋଇଥିବା ସଂସଦର ଅଧିବେଶନ ସମୟରେ ଲୋକସଭାରେ ଏକ ପ୍ରଶ୍ନ ର ଜବାବ ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର କହିଥିଲେ ଯେ ଭାରତ ପ୍ରତିବର୍ଷ ଏହି କ୍ଷେତ୍ରରେ ଏକ ଟ୍ରିଲିୟନ ଡଲାର ରୁ ଅଧିକ ଖର୍ଚ୍ଚ କରୁଛି | ସେ କହିଥିଲେ ଯେ 2018-2019 ପାଇଁ ମୌଳିକଢାଞ୍ଚା କ୍ଷେତ୍ରରେ ସରକାରୀ ବ୍ୟୟର ବଜେଟ ଅଟକଳ 5.97 ଟ୍ରିଲିୟନ ଟଙ୍କା ଥିଲା |. ଭାରତୀୟ ଅର୍ଥନିତୀକୁ 2025 ସୁଦ୍ଧା 5 ଟ୍ରିଲିୟନ ରେ ପରିଣତ କରିବାର ଲକ୍ଷ ଯଦିଓ ବହୁତ ବଡ ତେବେ ଏହା ହାସଲ କରିବା ଆଦୌ ଅସମ୍ଭବ ନୁହେଁ | ଏ ଦିଗରେ ମୌଳିକଢାଞ୍ଚା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଉଚିତ ସମୟରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଉଛି | ବର୍ତ୍ତମାନ ଭାରତର ଅର୍ଥନୀତି 2.8 ଟ୍ରିଲିୟନ ଡଲାର ଅଛି ଯେଉଁଥିରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 8 ପ୍ରତିଶତ ବାର୍ଷିକ ବିକାଶଦର ର ଆବଶ୍ୟକତା ହେବ | ବିଶେଷଜ୍ଞ ମାନଙ୍କ କହିବାନୁଯାୟୀ ଲକ୍ଷ ପ୍ରାପ୍ତି ସେତେଟା ଅସୁବିଧା ହେବ ନାହିଁ କାରଣ ନିକଟ ଅତୀତ ରେ ବିକାଶ ଦର 6 ରୁ 7 ପ୍ରତିଶତ ହାର ରେ ରହିଛି | ବଜେଟ ପୂର୍ବରୁ ଆସିଥିବ...