Skip to main content

ଦୋହା ଆନ୍ତଃ-ଆଫଗାନ କଥାବାର୍ତ୍ତା

ଦୋହାରେ ଚଳିତ ମାସ 12 ତାରିଖରେ ଆଫଗାନିସ୍ତାନ ସରକାର ଓ ତାଲିବାନ ମଧ୍ୟରେ ବହୁ ପ୍ରତିକ୍ଷିତ କଥାବାର୍ତ୍ତା ଆରମ୍ଭ ହୋଇଛି | ଏହି ଶାନ୍ତି କଥାବାର୍ତ୍ତା ମାର୍ଚ୍ଚ ମାସରେ ହେବାକୁ ସ୍ଥିରୀକୃତ୍ୟ ହୋଇଥିଲା ହେଲେ ଆଫଗାନ ସରକାରଙ୍କ ସହ ବୁଝାମଣା ଆରମ୍ଭ କରିବା ପାଇଁ ତାଲିବାନ ଦ୍ଵାରା ରଖାଯାଇଥିବା ପ୍ରାକ ସର୍ତ୍ତ ଅନୁଯାୟୀ କଏଦୀ ଆଦାନ ପ୍ରଦାନକୁ ନେଇ ମତଭେଦ ସୃଷ୍ଟି ହେବାରୁ ଏହି ବୈଠକ ବସି ପାରିନଥିଲା | ଏହା ହେଉଛି ତାଲିବାନ ଓ ଆମେରିକା ମଧ୍ୟରେ ହୋଇଥିବା ରାଜିନାମାର ଏକ ଅଂଶବିଶେଷ, ଯେଉଁମାନେ କି ଆମେରିକା ବାହିନୀ ପାଇଁ ଏକ ପ୍ରସ୍ଥାନ ରଣନୀତି ପ୍ରସ୍ତୁତ କରିବା ଲାଗି ଗୁପ୍ତ ବୁଝାମଣାରେ ନିୟୋଜିତ ଥିଲେ | ଆଫଗାନିସ୍ତାନରେ ବନ୍ଦୀ ଥିବା 5,000 କଏଦୀଙ୍କୁ ଖଲାସ କରିବାକୁ ତାଲିବାନ ଚାହୁଁଥିବା ବେଳେ ଆଶରଫ ଘନୀ ସରକାର ହିଂସାକାଣ୍ଡ କାର୍ଯ୍ୟକଳାପ ହ୍ରାସ କଲେ ଯାଇଁ କଥାବାର୍ତ୍ତା ଆରମ୍ଭ କରିବେ ବୋଲି ସର୍ତ୍ତ ରଖିଥିଲେ | ଅବ୍ୟାହତ ହିଂସା ତଥା ବୁଝାମଣା କରିବାରେ ନିଜ ସ୍ଥିତି ମଜବୁତ କରିବା ପାଇଁ ତାଲିବାନ ନିଜ ଅଧୀନରେ ଅଧିକ ଅଞ୍ଚଳ ଦାଖଲ କରିବାକୁ ଚେଷ୍ଟା ଚଳେଇଥିବା ସତ୍ତ୍ୱେ ଆମେରିକାର ଚାପ ଯୋଗୁଁ ଆଫଗାନିସ୍ତାନ ସରକାର କଥାବାର୍ତ୍ତା ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ | 

ତତ୍କାଳୀନ ଇସଲାମୀୟ ଏମିରେଟର ପୂର୍ବତନ ପ୍ରଧାନ ବିଚାରପତି ଶେଖ ଅବଦୁଲ ହାକିମ ତାଲିବାନ ପ୍ରତିନିଧି ଦଳର ନେତୃତ୍ଵ ନେଇଥିବା ବେଳେ ଆବବାସ ଷ୍ଟାନିକଯାଇ ଓ ଅନାସ ହକକାନିଙ୍କ ଭଳି ପ୍ରମୁଖ ବ୍ୟକ୍ତି ମାନେ ତାଲିବାନ ପକ୍ଷରେ ସଦସ୍ୟ ଅଛନ୍ତି | ଆଫଗାନ ସରକାରଙ୍କ ପକ୍ଷରୁ ମାସୁମ ଷ୍ଟାନେକଯାଇ ଏହି କଥାବାର୍ତ୍ତାର ନେତୃତ୍ୱ ନେଇଥିବା ବେଳେ ହନିଫ ଆତ୍ମାର ଓ ଜାତୀୟ ପୁନଃସ୍ଥାପନା ଲାଗି ଆଫଗାନିସ୍ତାନ ଉଚ୍ଚ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ପଦ ପ୍ରତିଦ୍ଵନ୍ଦୀ ଅବଦୁଲ୍ଲା ଅବଦୁଲ୍ଲା ଆଦି ପ୍ରମୁଖ ବ୍ୟକ୍ତି ମାନେ ଏହି ଆଲୋଚନାରେ ଯୋଗ ଦେଇଥିଲେ |

ଫେବୃଆରୀରେ ଆମେରିକା-ତାଲିବାନ ରାଜିନାମାର ଏକ ଅଂଶବିଶେଷ ଭାବେ ଆନୁଷ୍ଠାନିକ ଆନ୍ତଃ-ଆଫଗାନ କଥାବାର୍ତ୍ତା ଆରମ୍ଭ ହେବା ପରେ ଉଭୟ ପକ୍ଷ ମଧ୍ୟରେ ଏହା ହେଉଛି ପ୍ରଥମ ଆନୁଷ୍ଠାନିକ ବୈଠକ | 2019ରେ ମସ୍କୋରେ ଆନ୍ତଃ-ଆଫଗାନ କଥାବାର୍ତ୍ତା ଆରମ୍ଭ କରିବା ଲାଗି ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ପ୍ରତିନିଧି ମାନେ ଏକ ବୈଠକରେ ମିଳିତ ହୋଇଥିଲେ | ଆଫଗାନ ସରକାର ତାଲିବାନ ସହ କଥାବାର୍ତ୍ତା ପାଇଁ ସଦାସର୍ବଦା ଖୋଲା ମନୋଭାବ ରଖିଆସିଛନ୍ତି ଏବଂ ଆନ୍ତଃ-ଆଫଗାନ କଥାବାର୍ତ୍ତାକୁ ସମର୍ଥନ କରୁଛନ୍ତି | କିନ୍ତୁ ତାଲିବାନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା କାରଣ ସେମାନେ କେବଳ ଆମେରିକା ସହ କଥାବାର୍ତ୍ତା କରିବାକୁ ଇଚ୍ଛା ପ୍ରକଟ କରିଥିଲେ| ତାଲିବାନ ସର୍ବଦା ହିଂସା ଭିଆଇଆସିଛି ଏବଂ ସେମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦଳ ଭାବେ, ଯେଉଁଥିରେ ଆନ୍ତର୍ଜାତୀୟ ସଂପ୍ରଦାୟ ଜଡିତ ଥିବ, ସ୍ବୀକୃତି ନଦିଆଯାଉଥିବାରୁ ନିଜର ସାମର୍ଥ୍ୟ ଦ୍ଵାରା ହିଂସା କରିଆସିଛି | ତେବେ ଆନ୍ତର୍ଜାତୀୟ ମଧ୍ୟସ୍ଥତାକାରୀଙ୍କ ଉଦ୍ୟମ ଏବଂ ଅନେକ ଗୁଡିଏ ଦେଶ ବିଶେଷ କରି ତାଲିବାନକୁ ସବୁବେଳେ ସଂରକ୍ଷଣ ଦେଉଥିବା ପାକିସ୍ତାନର ପ୍ରଚେଷ୍ଟା ଯୋଗୁଁ ପରିଶେଷରେ ଏହି ଆଲୋଚନା ଆରମ୍ଭ ହୋଇଛି |

ଏହି ବୁଝାମଣା ଯୋଗୁଁ ଯଦିଓ ଏକ “ଇସଲାମିକ ଏମିରେଟ” ପ୍ରତ୍ୟାବର୍ତ୍ତନ ପାଇଁ ପଥ ପରିଷ୍କାର କରିବାର ସମ୍ଭାବନା ରହିଛି ତେବେ ଆଫଗାନ ସରକାର ମହିଳା ସଶକ୍ତିକରଣ ଓ ଶିକ୍ଷା ସଙ୍କ୍ରାନ୍ତୀୟ ପ୍ରଗତିଶୀଳ ଆଇନର ସୁରକ୍ଷା କରିବା ଉପରେ ଜୋର ଦେଉଛି | ଆଫଗାନିସ୍ତାନ ସରକାର କଥାବାର୍ତ୍ତାରେ ପ୍ରଗତି ପାଇଁ ଏକ ଅସ୍ତ୍ରବିରତି ପାଇଁ ସହମତ କରିବାକୁ ମଧ୍ୟ ଆଗ୍ରହୀ ଅଟନ୍ତି | ତେଣେ ତାଲିବାନ ଆଫଗାନିସ୍ଥାନରେ ପୁଣିଥରେ ଇସଲାମିକ ସମ୍ବିଧାନ ପ୍ରତିଷ୍ଠା କରିବାକୁ ଚାହେଁ |

ଦୋହାରେ କଥାବାର୍ତ୍ତା ହେବା ପୂର୍ବରୁ ମୂଲ୍ଲା ବାରଦାରଙ୍କ ନେତୃତ୍ଵରେ ତାଲିବାନ ପ୍ରତିନିଧି ଦଳ ଇସଲାମାବାଦ ଗସ୍ତ କରି ପାକିସ୍ତାନୀ ନେତା ମାନଙ୍କ ସହ ଆଫଗାନିସ୍ଥାନର ଭବିଷ୍ୟତ ବିଷୟ ନେଇ ବ୍ୟାପକ ଆଲୋଚନା କରିଥିଲେ | ଏହି ବୈଠକରେ ଆଇଏସଆଇ ମୁଖ୍ୟ ମଧ୍ୟ ଯୋଗ ଦେଇଥିଲେ | ତାଲିବାନ ଉପରେ ଇସଲାମାବାଦର କେତେ ପ୍ରଭାବ ରହିଛି ତାହା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି | ଏହା ଭାରତ ପାଇଁ ଏକ ବଡ ଉଦବେଗର କାରଣ ପାଲଟିଛି | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ଭାରତ, ତାଲିବାନ ଶାସନ ସମୟରେ ଆଫଗାନିସ୍ତାନ ମାଟିରୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ଶିକାର ହୋଇଆସୁଛି | ଦେଶରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଏହି କଥାବାର୍ତ୍ତା ସଫଳ ହେଉ ଏବଂ ସେମାନେ ଏକ କ୍ଷମତା ବଣ୍ଟନ ଚୁକ୍ତିରେ ଉପନୀତ ହୁଅନ୍ତୁ ବୋଲି ଭାରତ ଆନ୍ତରିକତାର ସହ ଚାହେଁ | ଆଫଗାନିସ୍ତାନରେ ଭାରତ ଅନେକ ବିକାଶମୂଳକ ପ୍ରକଳ୍ପ ନିର୍ମାଣ କରୁଛି |

ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ଆଫଗାନିସ୍ତାନ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି | ଏହି କଥାବାର୍ତ୍ତାର ଉଦଘାଟନୀ ଅଧିବେଶନରେ ଶ୍ରୀ ଜୟଶଙ୍କର କହିଛନ୍ତି ଯେ ଭାରତ ବିଶ୍ଵାସ କରେ ଯେ କୌଣସି ଶାନ୍ତି ପ୍ରକ୍ରିୟା ଆଫଗାନ-ନେତୃତ୍ଵ, ଆଫଗାନ-ମାଲିକାନାତ୍ଵ ତଥା ଆଫଗାନ-ନିୟନ୍ତ୍ରଣାଧୀନ ହେବା ଜରୁରୀ ଏବଂ ଆଫଗାନିସ୍ତାନର ଜାତୀୟ ସାର୍ବଭୌମତ୍ଵ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ସହ ଆଫଗାନିସ୍ତାନରେ ଏକ ଗଣତାନ୍ତ୍ରିକ ଇସଲାମିକ ରିପବ୍ଲିକ ପ୍ରତିଷ୍ଠା ଦିଗରେ ହୋଇଥିବା ଅଗ୍ରଗତିକୁ ସୁରକ୍ଷା ପ୍ରଦାନ କରିବା ଉଚିତ | ସଂଖ୍ୟାଲଘୁ, ମହିଳା ଏବଂ ସମଜାର ଅବହେଳିତ ବର୍ଗର ସ୍ଵାର୍ଥ ରକ୍ଷା କରାଯିବା ଆବଶ୍ୟକ ଏବଂ ଦେଶ ତଥା ଏହାର ପଡୋଶୀ ଦେଶରେ ଉପୁଜିଥିବା ହିଂସା ସମସ୍ୟାର ଫଳପ୍ରଦର ସହ ମୁକାବିଲା କରାଯିବା ଉଚିତ | 

ଏହି କଥାବାର୍ତ୍ତାରେ ଅନେକ ସମ୍ଭାବନା ରହିଛି | ଦୋହା ପ୍ରକ୍ରିୟାର ସଫଳତା ପାଇଁ ଆଫଗାନିସ୍ତାନର “ଜାତୀୟ ସାର୍ବଭୌମତ୍ଵ ଏବଂ ଆଞ୍ଚଳିକ ଅଖଣ୍ଡତା”କୁ ସମ୍ମାନ ଜଣାଇବା ଉଚିତ ବୋଲି ଡଃ ଜୟଶଙ୍କର ଜୋର ଦେଇ କହିଛନ୍ତି | ଆଫଗାନିସ୍ତାନରେ ଏକ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନର ନିହାତି ଆବଶ୍ୟକତା ରହିଛି | ଭାରତ, ଶାନ୍ତିପୂର୍ଣ୍ଣ ଭାବେ ସହାବସ୍ଥାନ କରୁଥିବା ଏକ ଆଫଗାନିସ୍ତାନ ଦେଖିବାକୁ ଚାହେଁ ଯାହାକି ଆଞ୍ଚଳିକ ସୁରକ୍ଷା ନିଶ୍ଚିତ କରିବ | ଆଫଗାନିସ୍ତାନ ଭଳି ଭାରତର ମଧ୍ୟ ଏହି କଥାବାର୍ତ୍ତାକୁ ନେଇ ଅନେକ ଆଶା ରହିଛି | 



ମୂଳ ଲେଖା : ଡଃ ସ୍ମୃତି ଏସ ପଟ୍ଟନାଏକ, ଦକ୍ଷିଣ ଏସିଆ ଉପରେ ରଣନୀତିକ ବିଶ୍ଳେଷକ 

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...