Skip to main content

ପାକିସ୍ତାନରେ ଆତଙ୍କବାଦ -ନିରୋଧୀ ବିଲ  ପାସ କରିବା   ଏକ ବୃଥା  ଆଶା ମାତ୍ର       

ପାକିସ୍ତାନ ପାର୍ଲିଆମେଣ୍ଟର ମିଳିତ ଅଧିବେଶନରେ ଗତ ସପ୍ତାହରେ ଆତଙ୍କବାଦୀ-ନିରୋଧୀ ଆଇନ (ସଂଶୋଧନ) ବିଲ ଓ ଆତଙ୍କବାଦୀ ପାଣ୍ଠି ଯୋଗାଣ ଓ ଅର୍ଥ ହେରଫେର ସଙ୍କ୍ରାନ୍ତୀୟ ଦୁଇଟି ବିଲ ଗୃହିତ ହୋଇଛି | ଗତ ଗୋଟିଏ ମାସ ମଧ୍ୟରେ ବିରୋଧୀ ପାର୍ଟି ବହୁଳ ସିନେଟରେ ବିଲ ଗୁଡିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରାଯିବା ପରେ ଏହି ବିଲ ପାରିତ ହୋଇଛି | ଏଫଏଟିଏଫ ଗ୍ରେ ତାଲିକାରୁ ବାହାରିବା ପାଇଁ ପାକିସ୍ତାନ ଉପରେ ପ୍ୟାରିସ ସ୍ଥିତ ଆର୍ଥିକ କ୍ରିୟାନ୍ବୟନ ଟାସ୍କ ଫୋର୍ସ ଦ୍ଵାରା ଲାଗୁ କରାଯାଇଥିବା କେତେକ ସର୍ତ୍ତ ପୂରଣ ଲାଗି ଏହି ବିଲରେ ଲକ୍ଷ୍ୟ ରଖାଯାଇଛି | ଆତଙ୍କବାଦୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବିଷୟ ଜଣାପଡିବା ପରେ ଜୁନ 2018ରେ ଏହି ଆର୍ଥିକ ସଂସ୍ଥା ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିଲା |

ଏହି ପରିପ୍ରେକ୍ଷୀରେ ପାର୍ଲିଆମେଣ୍ଟର ଏକ ସ୍ଵତନ୍ତ୍ର ଭାବେ ଡକାଯାଇଥିବା ମିଳିତ ଅଧିବେଶନରେ ବିଲ ପାସ କରିବା ନେଇ ପାକିସ୍ତାନ ସରକାରଙ୍କ ପଦକ୍ଷେପ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ | ହେଲେ ଏଫଏଟିଏଫ ଗ୍ରେ ତାଲିକାରୁ ବାହାରିବା ଲାଗି ଇମରାନ ଖାଁ ସରକାରଙ୍କ ଦ୍ଵାରା ଏହା ଏକ ଆଶାଶୂନ୍ୟ ପଦକ୍ଷେପ ବୋଲି ସ୍ପଷ୍ଟ ପ୍ରତୀୟମାନ ହେଉଛି | ତେବେ ଏହି ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଇମ୍ରାନ ଖାଁ କେତେ ଉଦ୍ଦେଶ୍ୟମୂଳକ ଓ ତାଙ୍କର କେତେ ଆନ୍ତରିକତା ରହିଛି ତାହା ଜଣା ନାହିଁ | ଯଦି ଅତୀତର ଅଭିଜ୍ଞତାକୁ ବିଶ୍ଳେଷଣ କରିବା ତେବେ ଏହା ମଧ୍ୟ ପ୍ରକୃତରେ ତାଙ୍କ ହୃଦୟ ପରିବର୍ତ୍ତନ ଯୋଗୁଁ ନେଇଥିବା ପଦକ୍ଷେପ ନହୋଇ ଏକ ଲୋକ ଦେଖାଣିଆ ହୋଇ ଥାଇପାରେ |

ଏଫଏଟିଏଫ, କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ଡିସେମ୍ବର 2019ରୁ ସମୟ ସୀମାକୁ ବଢାଇବା ପରେ ଆସନ୍ତା ମାସ ଏହାର ସ୍ଥିତି ସମୀକ୍ଷା କରିବା ଲାଗି ଧାର୍ଯ୍ୟ କରିଛି | ଆର୍ଥିକ ସଂସ୍ଥା ଦ୍ଵାରା ଚିହ୍ନଟ ହୋଇଥିବା 27 ଟି ବିଷୟ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପାକିସ୍ତାନକୁ କୁହାଯାଇଛି | ପାକିସ୍ତାନ ଗ୍ରେ ତାଲିକାଭୁକ୍ତ ହୋଇଥିବାରୁ ଆଇଏମଏଫ, ବିଶ୍ଵବ୍ୟାଙ୍କ, ଏସୀୟ ବିକାଶ ବ୍ୟାଙ୍କ ଏବଂ ୟୁରୋପୀୟ ୟୂନିଅନ ଭଳି ବିଶ୍ଵ ଆର୍ଥିକ ପ୍ରତିଷ୍ଠାନରୁ ଋଣ ନେବାରୁ ବଞ୍ଚିତ ହେଉଛି | ଏଥିଯୋଗୁଁ ପାକିସ୍ତାନର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଇସଲାମାବାଦ ଯଦି ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ଓ ଏଫଏଟିଏଫର ସର୍ତ୍ତ ପୂରଣ କରିବାରେ ପୁଣିଥରେ ବିଫଳ ହୁଏ ତେବେ ଏହି ଦେଶ କଳା ତାଲିକାଭୁକ୍ତ ହୋଇଯିବାର ମଧ୍ୟ ଅଧିକ ସମ୍ଭାବନା ରହିଛି, ଯଦ୍ୱାରା ପାକିସ୍ତାନ ଆହୁରି ବିପର୍ଜ୍ୟସ୍ଥ ହୋଇପଡିବ |

ପାକିସ୍ତାନକୁ ଏହାର ଆର୍ଥିକ ସ୍ଥିତି ପୁନଃସ୍ଥାପନା କରିବା ନିହାତି ଆବଶ୍ୟକତା ରହିଛି | ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ କୌଣସି ପ୍ରକାରର ଅବହେଳା ପାକିସ୍ତାନର ଆହୁରି ଦୂରାବସ୍ଥା କରିବ | ତେଣୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏଫଏଟିଏଫ ଦ୍ଵାରା ଲାଗୁ କରାଯାଇଥିବା ସର୍ତ୍ତ ପୂରଣ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ବିଶ୍ଵ ଜଗତରେ ଭ୍ରାନ୍ତ ବିଶ୍ଵାସ ସୃଷ୍ଟି କରିବା ପାଇଁ ପ୍ରାଣପଣେ ଉଦ୍ୟମ ଚଳେଇଛନ୍ତି | କଳା ତାଲିକାଭୁକ୍ତ ହେବାରୁ ବର୍ତ୍ତିବା ଲାଗି ପାକିସ୍ତାନ ଗତ ମାସ 100ରୁ ଅଧିକ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା | ହେଲେ, ଏବେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ |

ପାକିସ୍ତାନ ପାର୍ଲିଆମେଣ୍ଟର ମିଳିତ ଅଧିବେଶନରେ ଗୃହିତ ହୋଇଥିବା 3ଟି ବିଲକୁ ଅଣଦେଖା କରାଯାଇପାରିବ ନାହିଁ | ପ୍ରଚଳିତ ଆଇନକୁ ଶୃଙ୍ଖଳିତ କରିବା ଓ ଏହାକୁ ଏଫଏଟିଏଫ ଦ୍ଵାରା ଧାର୍ଯ୍ୟ ଅନୁଯାୟୀ ଆନ୍ତର୍ଜାତୀୟ ମାନ୍ୟତାକୁ ବୃଦ୍ଧି କରିବା ହେଉଛି .ଏହି ଅର୍ଥ ହେରଫେର ନିରୋଧୀ ସଂଶୋଧନ ବିଲ ଓ ଆତଙ୍କବାଦ ନିରୋଧୀ ସଂଶୋଧନ ବିଲର ମୂଳ ଲକ୍ଷ୍ୟ | ତେବେ ବର୍ତ୍ତମାନ ଏକ ବଡ ପ୍ରଶ୍ନ ଉଙ୍କି ମାରୁଛି ଯେ ପାକିସ୍ତାନ କଣ ସତରେ ଏହାକୁ କାର୍ଯ୍ୟକାରୀ କରିବ ନା ଏହା କେବଳ ଏଫଏଟିଏଫ ଜାଲରୁ ମୁକୁଳିବା ପାଇଁ ପ୍ରହସନ କରୁଛି !

ପାକିସ୍ତାନରେ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣ, ଆତଙ୍କବାଦ ବିରୁଦ୍ଧରେ ମୁକାବିଲା କରିବାରେ ଏକ ପ୍ରମୁଖ କାରଣ ଅଟେ | କାରଣ ଏହି ଦେଶରେ ଆତଙ୍କବାଦର ମୂଳପୋଛ ପ୍ରସଙ୍ଗ ନେଇ ବେସାମରିକ ସରକାର ଏବଂ ପାକିସ୍ତାନ ସେନାର ଭିନ୍ନ ଭିନ୍ନ ଆଭିମୁଖ୍ୟ ରହିଛି | ବାସ୍ତବରେ କହିବାକୁ ଗଲେ ଉଭୟ ଅନୁଷ୍ଠାନ ଆତଙ୍କବାଦୀଙ୍କୁ ନିଜ ନିଜ ଛତ୍ରଛାୟା ତଳେ ଆଶ୍ରୟ ଦେଇଛନ୍ତି ଓ ସେମାନଙ୍କୁ ରାଷ୍ଟ୍ରନୀତିର ଏକ ଆୟୁଧ ଭାବେ ଉପଯୋଗ କରୁଛନ୍ତି | ବର୍ତ୍ତମାନ ସମୟରେ ଇମ୍ରାନ ଖାଁଙ୍କ ସପକ୍ଷରେ ସେନା ଅଛି ନା ନାହିଁ ସେ ବିଷୟରେ କେହିହେଲେ ଅବଗତ ନାହାନ୍ତି |

ଅନ୍ୟପକ୍ଷରେ ବିରୋଧୀ ପାର୍ଟି ଗୁଡିକର ମଧ୍ୟ ଭିନ୍ନ ଆଭିମୁଖ୍ୟ ରହିଛି | ପାର୍ଲିଆମେଣ୍ଟରେ ଭୋଟର ସ୍ୱଳ୍ପ ବ୍ୟବଧାନରେ ଏହି ବିଲ ପାସ ହେବା ପରେ ପରେ ପିପିପି ନେତା ବିଲାୱାଲ ଭୁଟ୍ଟୋ ଜରଦାରୀ ଓ ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ଶାହାବାଜ ସରିଫ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର ବିରୋଧୀ ପାର୍ଟି ଗୁଡିକୁ ଦମନ କରିବାକୁ ଏଫଏଟିଏଫ ନାମରେ ଜାତୀୟ ଉତ୍ତରଦାୟିତ୍ଵ ବ୍ଯୁରୋକୁ ମଜବୁତ କରିବାକୁ ପ୍ରୟାସ କରୁଛନ୍ତି | ସେମାନେ କହିଛନ୍ତି ଯେ ଏହି ବିଲ, ବିନା ୱାରେଣ୍ଟରେ କୌଣସି ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା, ଗୁପ୍ତ ଅଭିଯାନ ଚଳେଇବା ଏବଂ ଯୋଗାଯୋଗ ବନ୍ଦ କରିବା ତଥା କମ୍ପ୍ୟୁଟର ସିଷ୍ଟମରୁ ତଥ୍ୟ ବାହାର କରିବା ଲାଗି ତଦନ୍ତ ସଂସ୍ଥାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରୁଛି | ସେମାନେ ମଧ୍ୟ ଏହାକୁ ପାକିସ୍ତାନ ଇତିହାସର “କଳା ଦିବସ” ବୋଲି ବର୍ଣ୍ଣନା କରିଥିଲେ | ତେଣେ ଗଣତନ୍ତ୍ରର ମୁଖା ଲଗାଇ ସେମାନେ ନିଜକୁ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଇମ୍ରାନ ଖାଁ ଦୋଷାରୋପ କରିଛନ୍ତି | ବିରୋଧୀ ଦଳ ଗୁଡିକ ନିଜ ସ୍ଵାର୍ଥରକ୍ଷା ପାଇଁ ସଦନରେ ବିଲ ପାସ କରିବା ବେଳେ ଅଚଳାବସ୍ଥା ସୃଷ୍ଟି କରୁଥିଲେ ବୋଲି ଶ୍ରୀ ଖାଁ ଅଭିଯୋଗ ଆଣିଛନ୍ତି | ଏକ କଟୁ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳ ଗୁଡିକ ସେମାନଙ୍କ ଅବୈଧ ଅର୍ଥର ସୁରକ୍ଷା ଲାଗି ଦେଶକୁ ଏଫଏଟିଏଫର କଳା ତାଲିକାକୁ ଠେଲି ଦେବାଲାଗି ମଧ୍ୟ ପଛଗୁଞ୍ଚା ଦେବେ ନାହିଁ |ଇମ୍ରାନ ଖାଁ ନିଜ ଦେଶବାସୀଙ୍କ ସ୍ଵାର୍ଥରକ୍ଷା ଲାଗି ଆତଙ୍କବାଦୀଙ୍କ ବିରୁଦ୍ଧରେ ସଚ୍ଚୋଟତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ଏହା ମଧ୍ୟ କେବଳ ଉଚ୍ଚ ଆଶା ମାତ୍ର ତାହା ଦେଖିବାକୁ ବାକି ଅଛି |

ମୂଳ ଲେଖା : ଅଶୋକ ହାଣ୍ଡୁ, ରାଜନୈତିକ ଭାଷ୍ୟକାର

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...