Skip to main content

ଜାତିସଂଘରେ ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2020 ସେପ୍ଟେମ୍ଵର 26 ତାରିଖରେ ଜାତିସଂଘର 75 ତମ ବାର୍ଷିକୀ ସମ୍ମିଳନୀରେ ଜାତିସଂଘର ମୂଳ ମିଶନ ଅସମ୍ପୂର୍ଣ୍ଣ ରହିଛି ବୋଲି ହୃଦୟଙ୍ଗମ କରି ଜାତିସଂଘର ସାଧାରଣ ପରିଷଦକୁ ସମ୍ଵୋଧିତ କରି ଶାନ୍ତି, ସୁରକ୍ଷା ଏବଂ ବିକାଶ ଏହାର ଭବିଷ୍ୟତ ପାଇଁ ଏକ ଦୃଷ୍ଟିକୋଣ ବୋଲି ବର୍ଣ୍ଣନା କରିଛନ୍ତି ।

ଏହି ଦୂରଦୃଷ୍ଟିକୁ ସଫଳ କରିବା ପାଇଁ ପରିବର୍ତ୍ତନର ଆବଶ୍ୟକତା ଉପରେ ସେ ଗୁରୁତ୍ଵ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 1945 ମସିହାରେ ଯେଉଁ ଉଦ୍ଧେଶ୍ୟରେ ଜାତିସଂଘ ଗଠନ କରାଯାଇଥିଲା ସେଥିରେ ଗତ 75 ବର୍ଷ ମଧ୍ୟରେ ବହୁତ ପରିବର୍ତ୍ତନ ହୋଇଛି । ଜାତିସଂଘର ପ୍ରତିଷ୍ଠାତା ସଦସ୍ୟ ଭାବରେ ଭାରତ “ଏହି ମହାନ ଅନୁଷ୍ଠାନର ପ୍ରାସଙ୍ଗିକତା ବଜାୟ ରଖିବା” ପାଇଁ ପ୍ରତିବଦ୍ଧ ରହିଛି । ଅବଶ୍ୟ, ଏକବିଂଶ ଶତାବ୍ଦୀର ଆବଶ୍ୟକତା ଏବଂ ଆହ୍ଵାନଗୁଡ଼ିକ ଅତୀତଠାରୁ ଭିନ୍ନ ଥିଲା | ସେ କହିଛନ୍ତି ଯେ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି କାର୍ଯ୍ୟରେ, ପ୍ରକ୍ରିୟାରେ ଏବଂ ମିଳିତ ଜାତିସଂଘର ବୈଶିଷ୍ଠରେ ସଂସ୍କାର ଆଣିବା ।

ଜାତିସଂଘ ସୁରକ୍ଷା ପରିଷଦର ଏହି ସଂସ୍କାରର ମୂଳ ଅଂଶ ବିଫଳ ହେବାରୁ ବିବାଦ ରୋକିବାରେ ଅସଫଳ, ଗୃହଯୁଦ୍ଧ ଏବଂ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଶହ ଶହ ହଜାର ହଜାର ଶିଶୁଙ୍କ ସମେତ ଅନେକ ସାଧାରଣ ମଣିଷଙ୍କ ମୃତ୍ୟୁ ଘଟୁଛି। ସଂଘର୍ଷ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇ ଶରଣାର୍ଥୀ ହୋଇଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର 1.3 ବିଲିୟନ ଲୋକ ସଂସ୍କାର ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତି ସଂରଚନାରେ ଭାରତକୁ ସାମିଲ କରିବା ଉପରେ ସଂସ୍କାରଗୁଡ଼ିକର ଯୁକ୍ତିସଂଗତ ସିଦ୍ଧାନ୍ତ ରହିଥିଲା।

ପରିଷଦରେ ଭାରତର ସ୍ଥାୟୀ ଉପସ୍ଥିତି ମିଳିତ ଜାତିସଂଘକୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବରେ ଭାରତର ଅଭିଜ୍ଞତାରୁ ଉପକୃତ କରିବାକୁ ସକ୍ଷମ କରିବ, ଯାହାକି ବିଶ୍ଵ ଜନସଂଖ୍ୟାର 18 ପ୍ରତିଶତ ପ୍ରତିନିଧିତ୍ୱ କରୁଛି। ଏହା ଏକ ପରିବାର ଭାବରେ ମିଳିତ ଜାତିସଂଘର ଦୂରଦୃଷ୍ଟିକୁ ସୁଦୃଢ କରିବ, ଭାରତୀୟ ସଭ୍ୟତାର ବସୁଧୈବ କୁଟୁମ୍ଵକମ ଦୃଷ୍ଟିକୋଣକୁ ପ୍ରତିଫଳିତ କରିବ ଯାହା ବିଶ୍ୱ କଲ୍ୟାଣକୁ ପ୍ରାଧାନ୍ୟ ଦେଇଥାଏ |

ପ୍ରଧାନମନ୍ତ୍ରୀ 2 ଅକ୍ଟୋବରରେ ଆନ୍ତର୍ଜାତୀୟ ଅହିଂସା ଦିବସ ଏବଂ 21 ଜୁନ୍ ରେ ଆନ୍ତର୍ଜାତୀୟ ଯୋଗ ଦିବସ, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ତଥା ଆନ୍ତର୍ଜାତୀୟ ସୌର ମେଣ୍ଟକୁ ଶାନ୍ତି, ମାନବ ଏବଂ ପ୍ରକୃତି ମଧ୍ୟରେ ସହାବସ୍ଥାନ ତଥା ସ୍ଥାୟୀ ବିକାଶ ପାଇଁ ଭାରତର ପ୍ରତିବଦ୍ଧତାର ନିଦର୍ଶନ ଭାବେ ଦର୍ଶାଇଛନ୍ତି |

ଲାଗି ରହିଥିବା କୋଭିଡ -19 ମହାମାରୀ ସମୟରେ ଭାରତ 150 ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ପଠାଇଥିଲା, ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ସମୁଦାୟକୁ ଆଶ୍ୱାସନା ଦେଇଥିଲେ ଯେ ଭାରତର ଟିକା ଉତ୍ପାଦନ ଏବଂ ବିତରଣ କ୍ଷମତା ବିଶ୍ଵ ସ୍ତରରେ ବ୍ୟବହୃତ ହେବ, ସମସ୍ତ ଦେଶରେ ଏହି ଟିକା ବିତରଣ ଏବଂ ଭଣ୍ତାରଣ ହେବ |

ମହାମାରୀ ପରବର୍ତ୍ତୀ ସମୟ ପାଇଁ ଭାରତ ଏକ “ଆତ୍ମନିର୍ଭରଶୀଳ ଭାରତ” ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ଏହା ବିଶ୍ୱ ଅର୍ଥନୀତିକୁ ଶକ୍ତିଶାଳି କରିବ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଘଟିଥିବା ପରିବର୍ତ୍ତନ କୁ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରି କହିଛନ୍ତି ଯେ ଏହା ଦ୍ଵାରା ଶହ ଶହ କୋଟି କୋଟି ଲୋକ ଆନୁଷ୍ଠାନିକ ଆର୍ଥିକ କ୍ଷେତ୍ରରେ ପ୍ରବେଶ କରିପାରିବେ, ଖୋଲାରେ ଶୌଚରୁ ମୁକ୍ତ ହୋଇପାରିବେ ଏବଂ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ। ଉଦ୍ୟୋଗୀତା ଏବଂ ନେତୃତ୍ୱର ପ୍ରୋତ୍ସାହନ, ମାଇକ୍ରୋ ଫାଇନାନ୍ସ ଏବଂ ବେତନଯୁକ୍ତ ମାତୃତ୍ୱ ଛୁଟି ମାଧ୍ୟମରେ ମହିଳାଙ୍କ ସଶକ୍ତିକରଣ ଭାରତର ଭେଦଭାବ ବିହୀନ ବିକାଶ ନୀତିରେ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ୍ କାରବାରରେ ଭାରତ ଅନ୍ୟତମ ଅଗ୍ରଣୀ ଦେଶ ଏବଂ ନିଜ ବିକାଶର ଅଭିଜ୍ଞତା ବାଣ୍ଟିବାକୁ ଭାରତ କେବେ ବି ଦ୍ୱିଧାବୋଧ କରି ନାହିଁ।

ମିଳିତ ଜାତିସଂଘର ବିସ୍ତାରିତ ଭୂମିକା ପାଇଁ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜାତିସଂଘର ଶାନ୍ତି ରକ୍ଷାକାରୀ ବାହିନୀଙ୍କ ମଧ୍ୟରେ ଭାରତର ସାହସୀ ସୈନିକମାନେ ସର୍ବାଧିକ ସଂଖ୍ୟକ ଶହିଦ ହୋଇଛନ୍ତି। ବିଶ୍ୱ ଶାନ୍ତି ବଜାୟ ରଖିବା ପାଇଁ ସୁରକ୍ଷା ପରିଷଦ ଦ୍ଵାରା ପ୍ରାୟ 50 ଟି ଶାନ୍ତି ରକ୍ଷା ମିଶନରେ ଭାରତୀୟ ସୈନ୍ୟ ନିୟୋଜିତ ହୋଇଛନ୍ତି। ଭାରତର ବୈଦେଶିକ ନୀତିରେ ‘ପଡୋଶୀ ପ୍ରଥମ’ ନୀତି ଏବଂ ‘ଆକ୍ଟ ଇଷ୍ଟ’ ନୀତି, ‘ଅଞ୍ଚଳରେ ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ଅଭିବୃଦ୍ଧି’ ପ୍ରତି ଭାରତର ବିଶ୍ୱବ୍ୟାପୀ ଶାନ୍ତି ଏବଂ ସହଯୋଗ ପାଇଁ ପ୍ରତିବଦ୍ଧତା ଦର୍ଶାଉଛି ବୋଲି ସେ କହିଛନ୍ତି |

ଆସନ୍ତା ବର୍ଷ ଜାନୁୟାରୀରୁ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଚୟନ କରିଥିବାରୁ ଆନ୍ତର୍ଜାତୀୟ ସମୁଦାୟକୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱର ହିତ ପାଇଁ ଭାରତ ନିଜର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବ। ଏହା ମିଳିତ ଜାତିସଂଘର ସ୍ଥିରତା ଏବଂ ସଶକ୍ତିକରଣରେ ସହାୟକ ହେବ ଯାହା ବିଶ୍ଵର କଲ୍ୟାଣ ପାଇଁ ଆବଶ୍ୟକ ଥିଲା।
ଆଲେଖ୍ୟ :ଅଶୋକ କୁମାର ମୁଖାର୍ଜୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...