Skip to main content

ଭାରତ ନାଇଜେରିଆ ସଂପର୍କ ଦୃଢିଭୁତ

ଭାରତ ଏହାର ବୈଦେଶିକ ନୀତିରେ ଆଫ୍ରିକୀୟ ଅଞ୍ଚକୁ ପ୍ରାଥମିକତା କ୍ଷେତ୍ର ଭାବେ ଘୋଷଣା କରିଛି | ଆଫ୍ରିକା ମହାଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ନାଇଜେରିଆ ସହିତ ଭାରତ ନିଜର ସମ୍ପର୍କକୁ ଆହୁରି ଗଭୀର କରିଛି। ଦକ୍ଷତା ବୃଦ୍ଧି ଏବଂ ତାଲିମ ସହାୟତାରେ ଭାରତ ନାଇଜେରିଆକୁ ସାହାଯ୍ୟ କରିଛି। 2014 ରୁ ନାଇଜେରିଆ ସହିତ ଭାରତ ଦ୍ଵିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗକୁ ବିକଶିତ କରିଛି |

ଭାରତ ଏବଂ ନାଇଜେରିଆ ମଧ୍ୟରେ ଏକ ଭର୍ଚୁଆଲ୍ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା | ଉଭୟ ଦେଶର ବୈଦେଶିକବ ମନ୍ତ୍ରୀ ଡ। ଏସ୍ ଜୟଶଙ୍କର ଏବଂ ଶ୍ରୀ ଜିଓଫ୍ରେ ଓନେମା ଭାରତ-ନାଇଜେରିଆ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ପାରସ୍ପରିକ କଥାବାର୍ତ୍ତା ସମୟରେ ଦୁଇ ମନ୍ତ୍ରୀ ପାରସ୍ପରିକ ବନ୍ଧୁତା ଏବଂ ସହଯୋଗ ଆଧାରରେ ଦୁଇ ଦେଶ ମଧ୍ୟରେ ଦୀର୍ଘମିଆଦୀ, ବହୁପକ୍ଷୀୟ ଏବଂ ସାମରିକ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ କରିବାକୁ ସହମତ ହୋଇଥିଲେ । ଭାରତ ହେଉଛି ବିଶ୍ଵର ସର୍ବ ବୃହତ ଗଣତନ୍ତ୍ର ଏବଂ ନାଇଜେରିଆ ହେଉଛି ଆଫ୍ରିକାର ସର୍ବ ବୃହତ ଗଣତନ୍ତ୍ର | ଦୁଇ ଦେଶ ଏବଂ ଜାତିର ପାରସ୍ପରିକ ଲାଭ ପାଇଁ ସମ୍ପର୍କକୁ ମଜବୁତ କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ।

ରାଜନୈତିକ, ଅର୍ଥନୈତିକ ଏବଂ ବାଣିଜ୍ୟ, ପ୍ରତିରକ୍ଷା ଏବଂ ନିରାପତ୍ତା, ବିକାଶମୂଳକ ସହାୟତା ଏବଂ ସାଂସ୍କୃତିକ ସହଯୋଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା | ପ୍ରତିରକ୍ଷା ତାଲିମ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସେମାନଙ୍କର ବ୍ୟାପକ ସହଯୋଗକୁ ଦୁଇ ପକ୍ଷ ମନେ ପକାଇଥିଲେ ଏବଂ ପ୍ରତିରକ୍ଷା ଉପକରଣ ସହାୟତା, ଚିକିତ୍ସା ଏବଂ ରକ୍ଷଣାବେକ୍ଷଣ ସେବା, ଆତଙ୍କବାଦ ବିରୋଧୀ ତଥା ପ୍ରତିଷେଧକ ପାଇଁ ଅନୁସନ୍ଧାନ ତଥା ବିକାଶ ବିଶେଷଜ୍ଞତା ଭଳି ନୂତନ କ୍ଷେତ୍ରରେ ଏହା ବିସ୍ତାର ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ମିଳିତ ପ୍ରତିରକ୍ଷା ସହଯୋଗ କମିଟିର ପରବର୍ତ୍ତୀ ବୈଠକ ଚଳିତ ବର୍ଷ ଶେଷରେ ଆବୁଜାରେ ହେବ ବୋଲି ଦୁଇ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଭାରତୀୟ ଏବଂ ନାଇଜେରିଆ ନୌସେନା ମଧ୍ୟରେ ସୂଚନା ଆଦାନ ପ୍ରଦାନ ଏବଂ ଉପସାଗରରେ ସାମୁଦ୍ରିକ ସୁରକ୍ଷା ପାଇଁ ତଦାରଖ ବୃଦ୍ଧି ହେତୁ ଦୁଇ ମନ୍ତ୍ରୀ ମିଳିତ ଉଦ୍ୟମକୁ ଗ୍ରହଣ କରିଛନ୍ତି। ଆତଙ୍କବାଦ, ଉଗ୍ରବାଦ ଏବଂ ଜଳଦସ୍ୟୁ ମୁକାବିଲା ପାଇଁ ଚାଲିଥିବା ପ୍ରୟାସରେ ଦୁଇ ଦେଶର ସଶସ୍ତ୍ର ବାହିନୀକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଦୁହେଁ ପ୍ରସ୍ଥାବ ରଖିଛନ୍ତି ।

2019-20 ରେ 13.9 ବିଲିୟନ ଡ଼ଲାରର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ସହିତ ଭାରତ ହେଉଛି ନାଇଜେରିଆର ସବୁଠାରୁ ବଡ ବାଣିଜ୍ୟ ଭାଗିଦାରୀ ଏବଂ ଆଫ୍ରିକାରେ ନାଇଜେରିଆ ହେଉଛି ଭାରତର ବୃହତ୍ତମ ବାଣିଜ୍ୟ ଭାଗିଦାରୀ | କୋଭିଡ -19 ଆହ୍ ସତ୍ଵେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ସ୍ଥିର ରହିଛି ଯାହା ଆମର ବାଣିଜ୍ୟ-ଅର୍ଥନୈତିକ ସମ୍ପର୍କର ସ୍ଥିରତାକୁ ଦର୍ଶାଏ | ନାଇଜେରିଆ ହେଉଛି ଭାରତର ଏକ ପ୍ରମୁଖ ଶକ୍ତି ସୁରକ୍ଷା ସହଭାଗୀ ଏବଂ ସରକାର ଠାରୁ ସରକାରୀ ସ୍ତର ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି।

ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି), ପ୍ରତିରକ୍ଷା ଏବଂ ସୌର ଶକ୍ତି ପ୍ରକଳ୍ପରେ ସହଯୋଗ ବିସ୍ତାର କରିବାକୁ ଇଣ୍ଡିଆନ୍ ଲାଇନ୍ ଅଫ୍ କ୍ରେଡିଟ୍ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ମଧ୍ୟ ଉଭୟ ପକ୍ଷ ସହମତ ହୋଇଥିଲେ। ଦୁଇ ଦେଶ ମଧ୍ୟରେ ବିଚାରାଧୀନ ଚୁକ୍ତିନାମାକୁ ଶୀଘ୍ର ପୂରଣ କରିବାକୁ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ଗତ ଦୁଇ ମାସ ମଧ୍ୟରେ ନାଇଜେରିଆରୁ 23 ଟି ବିମାନରେ 5800 ରୁ ଅଧିକ ଭାରତୀୟ ନାଗରିକ ଏବଂ 500 ରୁ ଅଧିକ ନାଇଜେରିଆ ଏବଂ 1500 ସ୍ଥାୟୀ ଭାରତୀୟ ବାସିନ୍ଦା ଭାରତରୁ 8 ଟି ବିମାନରେ ଫେରିବା ସହିତ ଉଭୟ ପକ୍ଷ ନିଜ ନିଜ ନାଗରିକ ତଥା ବାସିନ୍ଦାଙ୍କ ଦ୍ଵାରା ଆବଶ୍ୟକ ଯାତ୍ରାକୁ ସହଜ କରିଥିଲେ |

2019 ମସିହାରେ ଉପସାଗରରେ ତିନୋଟି ଚୋରି ଘଟଣାରେ ବନ୍ଧକ ଥିବା 44 ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରିବା ପାଇଁ ନାଇଜେରିଆର ସମର୍ଥନକୁ ଜୟଶଙ୍କର ଧନ୍ୟବାଦ ଜଣାଇଛନ୍ତି। ଭାରତ ଗତ ମାସରେ ଜି-7 ଫ୍ରେଣ୍ଡସ୍ ଅଫ୍ ଗଲ୍ଫ ରେ ଅଂଶଗ୍ରହଣ କରିଥିଲା ​​ଏବଂ ନାଇଜେରିଆକୁ ଏହାର ସାମୁଦ୍ରିକ ସୁରକ୍ଷା ତାଲିମ କାର୍ଯ୍ୟକ୍ରମକୁ ବିସ୍ତାର କରିଥିଲା ​​|

ବୃହତ ବିକାଶଶୀଳ ଦେଶ ଭାବରେ, ଉଭୟ ପକ୍ଷର ସମାନ ଆଭିମୁଖ୍ୟ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗରେ ଏକ ସହଭାଗୀ କାର୍ଯ୍ୟସୂଚି ରହିଛି | ମିଳିତ ଜାତିସଂଘ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ ସମେତ ବହୁପକ୍ଷୀୟ ଫୋରମରେ ସେମାନଙ୍କର ସହଯୋଗ ଏବଂ ପାରସ୍ପରିକ ସହଯୋଗ ଜାରି ରଖିବାକୁ ସେମାନେ ରାଜି ହୋଇଥିଲେ। ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ଏକ ସଙ୍କଟ ଏବଂ ବିପଦ ବୋଲି ସେ କହିଛନ୍ତି ଏବଂ ହିଂସାବାଦୀ ଉଗ୍ରବାଦ ସମେତ ଆତଙ୍କବାଦକୁ ନିନ୍ଦା କରିଛନ୍ତି।

ଆଲେଖ୍ୟ: ପଦମ ସିଂହ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...