Skip to main content

ସାଙ୍ଘାଇ ସହଯୋଗ ସଂଗଠନରେ ଭାରତର  ପ୍ରମୁଖ ଭୂମିକା    

ଭାରତ, ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ପରିଷଦର ଅଧ୍ୟକ୍ଷତା ପଦ ଗ୍ରହଣ କରି ଏସସିଓ ଉପରେ ଏହାର ଛାପ ପକାଇବା ସହ ଏଥିରେ ସ୍ଥିତି ବିସ୍ତାର କରୁଛି | ଗତ ତିନି ବର୍ଷରେ ଏସସିଓରେ ଭାରତ ଦାୟିତ୍ଵବୋଧତା ସହ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଏହି ସଂଗଠନ ପାଇଁ ବହୁ ଆଶା ତଥା ଅବସର ପ୍ରଦାନ କରିଛି ଏବଂ ଏହା ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ବାଟ ବାହାର କରିବ |

ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଗତ ଦୁଇ ଦଶନ୍ଧି ମଧ୍ୟରେ ୟୂରାସିଆରେ ଏକ ପ୍ରମୁଖ ଆଞ୍ଚଳିକ ସଂଗଠନ ଭାବେ ଉଭା ହୋଇଛି | ୟୂରାସିଆ ଭୂଖଣ୍ଡର 60 ପ୍ରତିଶତରୁ ଅଧିକ ଓ ବିଶ୍ଵ ଜନସଂଖ୍ୟାର 40 ପ୍ରତିଶତରୁ ଅଧିକ ଥିବା ଏସସିଓ ସଦସ୍ୟ ରାଷ୍ଟ୍ର ଗୁଡିକର ବିଶ୍ଵ ଜିଡ଼ିପିର ଏକ ଚତୁର୍ଥାଂଶ ଜିଡ଼ିପି ରହିଛି | ସ୍ଥାୟୀ ଓ ପର୍ଜ୍ୟବେକ୍ଷକ ସଦସ୍ୟ ଭାବେ ନୂତନ ରାଷ୍ଟ୍ର ଗୁଡିକୁ ସାମିଲ କରିବା ଦ୍ଵାରା କେବଳ ସଂଗଠନର ସୀମା ସମ୍ପ୍ରସାରଣ କରିନାହିଁ ବରଂ ଏହା ଅନେକ ସୁଯୋଗ ପ୍ରଦାନ କରି ଏହାର କାର୍ଯ୍ୟକାରିତାକୁ ବିସ୍ତାର କରିବାରେ ସାହାଯ୍ୟ କରିଛି | ଅଞ୍ଚଳର ସୁରକ୍ଷା ସଙ୍କ୍ରାନ୍ତୀୟ ଚାଲେଞ୍ଜ ଗୁଡିକର ମୁକାବିଲା ଏବଂ ଦୀର୍ଘକାଳୀନ ଅର୍ଥନୈତିକ ଏବଂ ଶକ୍ତି ସଂଯୋଗ ଗଠନ କରିବାରେ ଏସସିଓର ପଦକ୍ଷେପ ଗୁଡିକ ଆଞ୍ଚଳିକ ସମନ୍ଵୟ ଗଠନ ଦିଗରେ ଏହାର ଗତିକୁ ପ୍ରତିଫଳିତ କରୁଛି | କୋଭିଡ-19 ମହାମାରୀ ପରିପ୍ରେକ୍ଷୀରେ ସାମାଜିକ-ଅର୍ଥନୈତିକ ପ୍ରଭାବକୁ ହ୍ରାସ କରିବା ପାଇଁ ସମ୍ପ୍ରତ୍ତି ପାରସ୍ପରିକ ସହଯୋଗ ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା |

2005ରେ ଭାରତ ଏହି ସଂଗଠନର ପର୍ଜ୍ୟବେକ୍ଷକ ମାନ୍ୟତା ପାଇଥିଲା ଏବଂ 2017ରେ ଏହାକୁ ପୂର୍ଣ୍ଣ ସଦସ୍ୟର ମର୍ଯ୍ୟାଦା ପ୍ରାପ୍ତ ହୋଇଥିଲା | ଏହି ସଂଗଠନ ସହିତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଯୋଡି ହେବା ସହ ଏହି ଆଞ୍ଚଳିକ ଗୋଷ୍ଠୀରେ ଅଧିକ ସକ୍ରିୟ ଭୂମିକା ନିଭାଇବାକୁ ଭାରତ ବେଶ ଆଗ୍ରହୀ ଅଛି ଯଦ୍ୱାରା କି ୟୂରାସୀୟ ସହଭାଗିତାକୁ ଆହୁରି ନିବିଡ କରିବାକୁ ଭାରତର ଇଚ୍ଛାକୁ ସାକାର କରିପାରିବ | ଏହି ପରିପ୍ରେକ୍ଷୀରେ ଭାରତକୁ ଏହି ସମ୍ପ୍ରସାରିତ ପଡୋଶୀ ରାଷ୍ଟ୍ରଗୁଡିକ, ଯାହା ସହିତ ଭାରତର ବହୁ ଶତାବ୍ଦୀରୁ ଘନିଷ୍ଠ ଐତିହାସିକ ସମ୍ପର୍କ ରହି ଆସିଛି, ସେମାନଙ୍କ ସହିତ ପୁନଃ ସଂଯୋଗ କରିବା ଲାଗି ଏସସିଓ ଏକ ସ୍ପ୍ରିଙ୍ଗବୋର୍ଡ ସଦୃଶ ସୁଯୋଗ ପ୍ରଦାନ କରିଛି | ଭାରତର ସାଂସ୍କୃତିକ ଐତିହ୍ୟ ୟୂରାସିଆର ଦେଶ ଗୁଡିକ ଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଛି | ଭାରତୀୟ ବ୍ୟବସାୟୀ ଓ ପରିଭ୍ରାଜକ ମାନେ ହଜାର ହଜାର ବର୍ଷ ଧରି ସାମୁଦ୍ରିକ ମାର୍ଗରେ ଏକତ୍ରିତ ହୋଇ ବାଣିଜ୍ୟ କାରବାର କରୁଥିଲେ ଓ ବିଶାଳ ୟୂରାସିଆ ଅଞ୍ଚଳରେ ବୌଦ୍ଧ ଧର୍ମ ପ୍ରଚାର ବୃଦ୍ଧି ପାଇଥିଲା | ଲୋକମାନଙ୍କ ଯାତାୟାତ , ସାମଗ୍ରୀ ଓ ବିଚାରଧାରାର ଆଦାନ ପ୍ରଦାନ, ଆଧ୍ୟାତ୍ମିକ ଚିନ୍ତାଧାରା ଆଦି ଜରିଆରେ ଭାରତ ଓ ମଧ୍ୟ ଏସିଆ ମଧ୍ୟରେ ଘନିଷ୍ଠ ପାରସ୍ପରିକ ସମ୍ପର୍କ ରହିଥିଲା | ମଧ୍ୟ ଏସିଆରେ ଲୋକ ମାନଙ୍କ ଭାରତୀୟ ଚଳଚ୍ଚିତ୍ର, ସଙ୍ଗୀତ ଓ କଳା ପ୍ରତି ଗଭୀର ରୁଚି ରହିଛି |

ଏହି ନିବିଡ ସମ୍ପର୍କ ସହ ଆନୁଷ୍ଠାନିକ ଦକ୍ଷତା ବିକାଶ ଦିଗରେ ଭାରତର ବୃଦ୍ଧିପାଉଥିବା ଅର୍ଥନୈତିକ କ୍ଷମତା ଓ ଅଧିକ ଅଭିଜ୍ଞତା ତଥା ପାରଦର୍ଶିତା ଏହି ଅଞ୍ଚଳରେ ଏକ ସାଧାରଣ ଦୃଷ୍ଟିକୋଣ ସୃଷ୍ଟି କରିବା ଲାଗି ନୂତନ କ୍ଷେତ୍ରରେ ଅନୁଭୂତି ଆଦାନ ପ୍ରଦାନ କରିବା ସହ ଏସସିଓର ଜାରି ରହିଥିବା ପ୍ରକଳ୍ପ ଗୁଡିକରେ ସହାୟତା କରିବ | 2020 ନଭେମ୍ବର 30 ରେ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ଏସସିଓ ପରିଷଦର ଶିଖର ବୈଠକ, ଆମକୁ ଏସସିଓ ବାଣିଜ୍ୟ ଏବଂ ଅର୍ଥନୈତିକ କାର୍ଯ୍ୟସୂଚୀ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାରେ ସୁଯୋଗ ପ୍ରଦାନ କରିବ | ନଭେମ୍ବରରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଏହା ମୁଖ୍ୟ ପ୍ରସଙ୍ଗ ରହିବ |

ଭାରତ ଏହାର ଷ୍ଟାର୍ଟ ଅପ ଏବଂ ଅଭିନବତା, ପାରମ୍ପରିକ ଔଷଧ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଆଦି ତିନୋଟି କ୍ଷେତ୍ରକୁ ସମନ୍ଵୟ କରି ଏସସିଓ ପଟଳରେ ସାମିଲ କରିବାରେ ସଫଳ ହୋଇଛି | ଭାରତ, ଯୁବ ବୈଜ୍ଞାନିକ ମାନଙ୍କ ପାଇଁ ପ୍ରଥମ ସମ୍ମିଳନୀର ଆୟୋଜନ କରିବା ଓ ନିରନ୍ତର ବିକାଶ ଲକ୍ଷ 3 (ଏସଡ଼ିଜି3) ହାସଲ କରିବା ପାଇଁ ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ନେଇ ଏକ ନୂତନ ଉପ ଗୋଷ୍ଠୀ ଗଠନ କରିବା ଏବଂ ଷ୍ଟାର୍ଟ ଅପ ଓ ଅଭିନବତା ଉପରେ ଏକ ନୂତନ ଏସସିଓ ସ୍ଵତନ୍ତ୍ର କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ଲାଗି ପ୍ରସ୍ତାବ ଦେଇଛି |

ନୂଆଦିଲ୍ଲୀ ମଧ୍ୟ ଏସସିଓ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ସମ୍ଭାବ୍ୟ ତଥା ଆପୋଷ ହିତକାରୀ ସହଯୋଗ କ୍ଷେତ୍ରର ଚିହ୍ନଟ କରିବା ଉପରେ ଅଧିକ ସକ୍ରିୟତାର ସହ ପ୍ରାଧାନ୍ୟ ଦେବାକୁ ପ୍ରୟାସ କରୁଛି | ଏହି ବୈଠକରେ ଭାରତକୁ ସବୁ ସଦସ୍ୟ ରାଷ୍ଟ୍ର ଠାରୁ ପୂର୍ଣ୍ଣ ସମର୍ଥନ ମିଳିଛି ଓ ନଭେମ୍ବରରେ ଭାରତରେ ହେବାକୁ ଥିବା ରାଷ୍ଟ୍ର ମୁଖ୍ୟ ମାନଙ୍କ ଏସସିଓ ବୈଠକରେ ଉପସ୍ଥାପିତ କରିବାକୁ ଥିବା ଦିଲ୍ଲୀ କ୍ରିୟାନ୍ବୟନ ଯୋଜନାକୁ ଚୁଡାନ୍ତ କରିବା ଦିଗରେ କାର୍ଯ୍ୟ କରୁଛି |

ଭାରତ ମଧ୍ୟ ଆମ ଅଞ୍ଚଳର ସଭ୍ୟତା ଐତିହ୍ୟ ତଥା ଏକତା ସୂତ୍ରରେ ବାନ୍ଧି ରଖୁଥିବା ବନ୍ଧନ କ୍ଷେତ୍ରରେ ଲୋକ ମାନଙ୍କ ମଧ୍ୟରେ ଜନ ସମ୍ପର୍କ ବୃଦ୍ଧି କରି ପରସ୍ପରର ସାଂସ୍କୃତିକ ଐତିହ୍ୟକୁ ହୃଦୟଙ୍ଗମ କରାଇବାରେ ସହଯୋଗ କରିବାକୁ ଚାହେଁ |

ଭାରତ ଏହି ସଂଗଠନର ସହମତ ମନୋଭାବ ଏବଂ ପାରସ୍ପରିକ ବୁଝାମଣା ଭଳି ମୂଳମନ୍ତ୍ରକୁ ପୂର୍ଣ୍ଣ ସମର୍ଥନ ଜଣାଏ | ନୂଆଦିଲ୍ଲୀ ଆମ ଅଞ୍ଚଳର ସମୃଦ୍ଧତା ତଥା କଲ୍ୟାଣ ନିମନ୍ତେ ଆମର ବିଚାରଧାରା ଓ କାର୍ଯ୍ୟକଳାପକୁ କେନ୍ଦ୍ରରେ ରଖି ଏସସିଓର କାର୍ଯ୍ୟସୂଚୀକୁ ସମୃଦ୍ଧ କରିବାରେ ସଦାସର୍ବଦା ଏକ ଗଠନ ମୂଳକ ଭୂମିକା ଗ୍ରହଣ କରିବ |

ମୂଳ ଲେଖା : ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...