Skip to main content

ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ

ବିଶ୍ଵବ୍ୟାପୀ ମହାମାରୀକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରୀୟ ସମ୍ମିଳନୀ ଏବଂ ଉଚ୍ଚ ସ୍ତରୀୟ ବହୁପକ୍ଷୀୟ ବୈଠକ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଛି। ଯେତେବେଳେ ନିର୍ଣ୍ଣୟକାରୀମାନେ ସମସ୍ତେ ଗୋଟିଏ ସ୍ଥାନରେ ଉପସ୍ଥିତ ହୁଅନ୍ତି, ସେତେବେଳେ କାର୍ଯ୍ୟ କରିବା ଏବଂ ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେବା ସହଜ ହୋଇଯାଏ | କିନ୍ତୁ ଯେତେବେଳେ ଏମାନେ ଅନଲାଇନରେ ଏକତ୍ର ହୁଅନ୍ତି ସେତେବେଳେ ପହଞ୍ଚିପାରିବ କିଛିଟା ଅସୁବିଧା ଉପୁଜେ | ବୈଠକ ବିରତି କାଳରେ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଆଲୋଚନା ଡିଜିଟାଲ ପ୍ଲାଟଫର୍ମରେ ସମ୍ଭବ ହେଉନଥିବାରୁ ଏ କ୍ଷେତ୍ରରେ ନୂତନ କୌଶଳ ଅବଲମ୍ଵନ କରିବାରେ ଅସହଜ ଅନୁଭବ ହୁଏ |

ତେବେ, ଭିଡିଓ କନଫରେନ୍ସ ମାଧ୍ୟମରେ ଭର୍ଚୁଆଲ୍ ସମ୍ମିଳନୀ ଏବଂ ଉଚ୍ଚ ସ୍ତରୀୟ ବୈଠକ ନୂଆ ବ୍ୟବସ୍ଥାରେ ପରିଣତ ହେଉଛି | ରୁଷ ଚଳିତ ବର୍ଷ ବ୍ରିକ୍ସ ଏବଂ ଏସସିଓ ସମ୍ମିଳନୀ ଆୟୋଜନ କରୁଛି। ଗତ ସପ୍ତାହରେ ଉଭୟ ବୈଠକ ସମାନ ସପ୍ତାହରେ ଅନୁଷ୍ଠିତ ହୋଇଥିଲା - ମସ୍କୋରେ ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ |

ବ୍ରିକ୍ସ ସମ୍ମିଳନୀ ଜୁଲାଇରେ ହେବାର ଥିଲା କିନ୍ତୁ କରୋନାଭାଇରସ୍ ରୋଗକୁ ଦୃଷ୍ଟିରେ ରଖି ଅକ୍ଟୋବରକୁ ସ୍ଥାନାନ୍ତର କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ପରସ୍ପର ମଧ୍ୟରେ ବୈଠକରେ ଆଲୋଚନା ପାଇଁ ରୁଷ ବହୁତ ଆଗ୍ରହୀ ଥିଲା। 2021 ରେ ବ୍ରିକ୍ସ ଚେୟାର ଗ୍ରହଣ କରିବାକୁ ଯାଉଥିବା ଭାରତ ମଧ୍ୟ ଏହାକୁ ପସନ୍ଦ କରିଥିଲା।

ଜାତିସଂଘର 75 ତମ ବାର୍ଷିକୀକୁ ଦୃଷ୍ଟିରେ ରଖି ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଶ୍ଵର ପରିସ୍ଥିତିର ସମୀକ୍ଷା ଏବଂ ଜାତିସଂଘର 75 ସାଧାରଣ ସଭାର କାର୍ଯ୍ୟସୂଚି ଉପରେ ପ୍ରମୁଖ ପ୍ରସଙ୍ଗକୁ କେନ୍ଦ୍ର କରି ଆଲୋଚନା ହୋଇଛି ।

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ସମସାମୟିକ ବିଶ୍ୱ ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ ଜାତିସଂଘରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ଉଭୟ ସ୍ଥାୟୀ ଏବଂ ଅଣ-ସ୍ଥାୟୀ ବର୍ଗରେ ବିସ୍ତାର କରିବାକୁ ସେ ଆହ୍ଵାନ ଦେଇଛନ୍ତି । ବହୁପକ୍ଷବାଦ ପ୍ରତି ଭାରତର ପ୍ରତିବଦ୍ଧତା ସର୍ବଦା ରହି ଆସିଛି |

ମିଳିତ ଜାତିସଂଘରେ ଭାରତ ଏହାର ସରକାର, ଶାନ୍ତି ରକ୍ଷାକାରୀ ବାହିନୀ, ଭାରତୀୟ ବିଦ୍ଵାନ ତଥା ଆନ୍ତର୍ଜାତୀୟ ସରକାରୀ କର୍ମଚାରୀଙ୍କ ଉଦ୍ୟମ ମାଧ୍ୟମରେ ବିପୁଳ ଅବଦାନ ରଖିଛି। ବିକାଶଶୀଳ ଦେଶ ପକ୍ଷରୁ ମିଳିତ ଜାତିସଂଘକୁ ଏହାର ଏଜେଣ୍ଡା ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଥିବା ଭାରତ ଏ କ୍ଷେତ୍ରରେ ସବୁବେଳେ ମୁଖର ରହିଛି|

ଏବେବି ସୁରକ୍ଷା ପରିଷଦ ସଂସ୍କାର ଉପରେ ସ୍ଥିତି ଅସ୍ପଷ୍ଟ | କାରଣ କେତେକ ଦେଶ ଦ୍ୱାରା ବହୁପକ୍ଷୀୟ ଦ୍ଵାରା ସେମାନଙ୍କ କୂଟନୀତି କ୍ଷୁର୍ଣ୍ଣ ହେଉଛି। ଭାରତ ଅନୁଭବ କରୁଛି ଯେ କେତେକ ଦେଶର ନ୍ୟସ୍ତ ସ୍ଵାର୍ଥ ପାଇଁ ପ୍ରାରମ୍ଭିକ ସଂସ୍କାର କ୍ଷେତ୍ରରେ ସାଲିସ କରାଯାଉଛି।

ଭାରତ ଦ୍ଵାରା ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ କିପରି ଏକ ଗତିଶୀଳ ଏବଂ ପାରସ୍ପରିକ ଲାଭଦାୟକ ବିଶ୍ଵ ଅର୍ଥନୀତି ପାଇଁ ଉପାଦେୟ ତାହା ଜୟଶଙ୍କର ବ୍ୟାଖ୍ୟା କରିଛନ୍ତି। ଆତଙ୍କବାଦର ବିପଦକୁ ବୈଦେଶିକ ମନ୍ତ୍ରୀ ମଧ୍ୟ ଆଲୋକପାତ କରିବା ସହ ଏହାର ମୁକାବିଲା ପାଇଁ ବ୍ରିକ୍ସ ସହଯୋଗ ବୃଦ୍ଧି କରିବାକୁ ଆହ୍ଵାନ ଦେଇଛନ୍ତି। ବ୍ରିକ୍ସ ଦ୍ଵାରା ସନ୍ତ୍ରାସବାଦ ମୁକାବିଲା ରଣନୀତିରେ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। 

ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନେ ନୂତନ ସଂକ୍ରାମକ ରୋଗର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ୱାରା ହୋଇଥିବା ଭୂମିକାକୁ ସ୍ୱୀକାର କରିବାବେଳେ ସେମାନେ ବ୍ରିକ୍ସ ଦେଶଗୁଡିକର ଆନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସକରାତ୍ମକ ଅବଦାନ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି, ସାମାଜିକ ତଥା ଅର୍ଥନୈତିକ ଅଧିକାରର ଉପଭୋଗ ତଥା ବିକାଶର ଅଧିକାର ଉପରେ କୋଭିଡ-19 ମହାମାରୀର ପ୍ରତିକୂଳ ପ୍ରଭାବର ମୁକାବିଲା ପାଇଁ ଜୋରଦାର ସହଯୋଗ କରିବାର ଆବଶ୍ୟକତା ଉପରେ ବୈଠକରେ ଦର୍ଶାଯାଇଛି। କୋଭିଡ -19 ବିରୋଧରେ ବିଶ୍ୱ ସଂଗ୍ରାମରେ ଭାରତ 150 ରୁ ଅଧିକ ଦେଶକୁ ସାହାଯ୍ୟ କରିଛି।

ସମସ୍ତେ କହିଛନ୍ତି, ବ୍ରିକ୍ସ ଏବେ ଏକ ନୂତନ ଆହ୍ଵାନର ସମ୍ମୁଖୀନ ହୋଇଛି | ଯଦି ଚୀନ ନିଜର ଆକ୍ରମଣାତ୍ମକ ଆଚରଣ ଜାରି ରଖେ ଏବଂ ଡବ୍ଲୁଟିଏଚଓ, ବ୍ରିକ୍ସ ଏବଂ ଅନ୍ୟାନ୍ୟ ବିଶ୍ଵ ସ୍ତରୀୟ ଅନୁଷ୍ଠାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ, ତେବେ ଭାରତ ଧୀରେ ଧୀରେ ଏହି ଗୋଷ୍ଠୀରୁ ଦୂରେଇ ଯିବା ଉଚିତ ବୋଲି ଧାରଣା ଜନ୍ମିଲାଣି । ଚୀନର ଏଜେଣ୍ଡାକୁ ବାଧ୍ୟତାମୂଳକ ଅନୁସରଣ କରିବା ପୂର୍ବରୁ ଭାରତକୁ ଚୀନ୍ ସହ ସମ୍ପର୍କର କିଛି ସହଯୋଗୀ ଉପାଦାନକୁ ଛାଡିବାକୁ ପଡିବ। କେତେକ ମତ ଦିଅନ୍ତି, ବ୍ରିକ୍ସ ଏବଂ ଏସସିଓ ବଦଳରେ ଭାରତ “କ୍ୱାଡ୍ ପ୍ଲସ୍” ରଣନୀତି ଆପଣେଇବା ଉଚିତ ଯେଉଁଥିରେ ଇଣ୍ଡୋନେସିଆ, ଭିଏତନାମ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ଅନ୍ତର୍ଭୁକ୍ତ ହେବା ଉଚିତ୍। ଯଦି ଚୀନ୍ ନିଜର ଉଦ୍ଦେଶ୍ୟ ପାଇଁ ନିୟମ ପରିବର୍ତ୍ତନ କରିବାକୁ ଅଡି ବସେ ତେବେ ଏହା କେବଳ ନିୟମ ଭିତ୍ତିକ ଆନ୍ତର୍ଜାତୀୟ କ୍ରମାଙ୍କ ସହିତ ବିବାଦୀୟ ହେବ ନାହିଁ, ଏହା ବ୍ରିକ୍ସର ଭବିଷ୍ୟତ ଉପରେ ମଧ୍ୟ ଏକ ବଡ଼ ପ୍ରଶ୍ନ ଚିହ୍ନ ହେବ।


ଆଲେଖ୍ୟ: ଡକ୍ଟର ଆସ ନାରାୟଣ ରାୟ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...