Skip to main content

କଣ ପାକିସ୍ତାନର ସର୍ବଦଳୀୟ ସମ୍ମିଳନୀ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରିବ?



ପରିଶେଷରେ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ଅଧ୍ୟକ୍ଷ ବିଲାୱାଲ ଭୂଟ୍ଟୋଙ୍କ ଆମନ୍ତ୍ରଣ କ୍ରମେ ପାକିସ୍ତାନର ବିରୋଧୀ ଦଳ ଗୁଡିକ ଏକ ସର୍ବଦଳୀୟ ସମ୍ମିଳନୀର ଆୟୋଜନ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଏଜେଣ୍ଡା ସ୍ଥିର କରିବାକୁ ଇସଲାମାବାଦରେ ଏକାଠି ହୋଇଥିଲେ | ଏହି ଶିଖର ସମ୍ମିଳନୀରେ ଅନ୍ୟ 12ଟି ବିରୋଧୀ ପାର୍ଟି ଯୋଗ ଦେଇଥିବା ବେଳେ ଜମାତ-ଇ-ଇସଲାମୀ ଯୋଗ ଦେଇନଥିଲା |

ଜୁଲାଇ 2018 ନିର୍ବାଚନ ଅନୁଷ୍ଠିତ ହେବା ପରଠୁ ବିରୋଧୀ ପାର୍ଟି ଗୁଡିକ ଚତୁର୍ଥ ଥର ଲାଗି ସର୍ବଦଳୀୟ ବୈଠକର ଆୟୋଜନ କରିଥିଲେ | ନିର୍ବାଚନର ତିନିଦିନ ପରେ 28 ଜୁଲାଇ 2018ରେ ପ୍ରଥମ ସର୍ବଦଳୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ବିରୋଧୀ ଦଳ ଗୁଡିକ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ଅନିୟମିତତା କରି କିପରି ବିଜୟଲାଭ କରିଛି ସେ ନେଇ ବ୍ୟାପକ ଅଭିଯୋଗ କରିଥିଲେ | ଜେୟୁଆଇ –ଏଫ ଦ୍ଵାରା ଆହୁତ ଦୁଇଟି ବୈଠକ ଜୁନ 2019 ଓ ଜୁନ 2020ରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ବହୁତ କମ ସଦସ୍ୟ ଯୋଗ ଦେଇଥିଲେ ଓ ସରକାରଙ୍କ ଖରାପ ପ୍ରଦର୍ଶନ ନେଇ ବିବୃତ୍ତି ଜାରି କରିବା ବ୍ୟତିତ ଆଉ କୌଣସି ବିଷୟରେ ଆଲୋଚନା ହୋଇନଥିଲା |

ବହୁ ପାର୍ଟି ସମ୍ମିଳନୀ (ଏମପିସି) ନାମକ ଏହି ଏପିସି ପାକିସ୍ତାନ ସରକାରଙ୍କ ମୁକାବିଲା ଲାଗି ପ୍ରତିବଦ୍ଧତାର ସଂକେତ ଦେଇଛି | ଏହି ବୈଠକରେ ଇମ୍ରାନ ଖାଁଙ୍କ ଇସ୍ତଫା ଦାବି କରାଯାଇଥିଲା ଓ ଏକ 26-ସୂତ୍ରୀ ସଂକଳ୍ପ ସହ ବୈଠକର ସମାପନ ହୋଇଥିଲା | ଏକ ସର୍ବଦଳୀୟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡ଼ିଏମ) ର ଆରମ୍ଭ କରିବା ଲାଗି ଏକ ତିନି ପର୍ଯ୍ୟାୟ ବିଶିଷ୍ଟ ସରକାରୀ ବିରୋଧୀ କାର୍ଯ୍ୟ ଯୋଜନା ଘୋଷଣା କରାଯାଇଥିଲା |

ପିଡ଼ିଏମ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛି | ଡିସେମ୍ବରରେ ଦେଶବ୍ୟାପୀ ସାଧାରଣ ସଭା, ପ୍ରଦର୍ଶନ ଏବଂ ରାଲିର ଆୟୋଜନ କରାଯିବ ଓ ଜାନୁଆରୀ 2021ରେ ଇସଲାମାବାଦ ଅଭିମୁଖେ “ନିର୍ଣ୍ଣାୟକ ଦୀର୍ଘ ଶୋଭାଯାତ୍ରା “ ସହ ଏହାର ସମାପନ ହେବ | ପାର୍ଲିଆମେଣ୍ଟରେ ଅବିଶ୍ଵାସ ପ୍ରସ୍ତାବ ଆଗତ, ସାମୁହିକ ଇସ୍ତଫା ଓ ପ୍ରତିବାଦ ଭଳି ସବୁ ଗଣତାନ୍ତ୍ରିକ ପଦ୍ଧତି ଅବଲମ୍ବନ କରାଯିବ ବୋଲି ବିରୋଧୀ ନେତା ମାନେ କହିଛନ୍ତି |

ପିଏମଏଲ –ଏନ ଓ ପିପିପି ଭଳି ଦୁଇଟି ପ୍ରମୁଖ ରାଜନୈତିକ ପାର୍ଟିର ବରିଷ୍ଠ ନେତା ନୱାଜ ସରିଫ ଓ ଆସିଫ ଅଲି ଜର୍ଦାରୀ ଭିଡିଓ ଲିଙ୍କ ଜରିଆରେ ଲୋକମାନଙ୍କୁ ଉଦବୋଧନ ଦେଇଥିଲେ | ଏହି ସମୟରେ ସରିଫ ଖୋଲାଖୋଲି ଭାବେ ଇମ୍ରାନ ଖାଁ ସରକାର ଓ ଏହାର ସମର୍ଥକ ମାନଙ୍କୁ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ ଆମର ସଂଗ୍ରାମ ଇମ୍ରାନ ଖାଁଙ୍କ ବିରୋଧରେ ନୁହେଁ ବରଂ ସେମାନଙ୍କ ବିରୁଦ୍ଧରେ ଯେଉଁମାନେ ଇମ୍ରାନ ଖାଁଙ୍କ ଭଳି ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ କ୍ଷମତାସୀନ କରିବା ଲାଗି ନିର୍ବାଚନରେ ଅନିୟମିତତା କରିଥିଲେ ଓ ଦେଶକୁ ବରବାଦ କରିଦେଇଥିଲେ | ତେଣେ ପାକିସ୍ତାନ ସରକାର ତାଙ୍କ ଉଦବୋଧନକୁ ବନ୍ଦ କରିବାକୁ ବିବେଚନା କରୁଥିଲେ ହେଲେ ଶେଷରେ ଏଥିରୁ ଓହରି ଯାଇଥିଲେ ବୋଲି ଖବରରୁ ଜଣାପଡିଛି |

ମୂଲ୍ୟ ବୃଦ୍ଧିରୁ ସାମ୍ପ୍ରଦାୟିକତା, ଆତଙ୍କବାଦ ଉପରେ ଜାତୀୟ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ ନକରିବା, ନ୍ୟାୟୀକ ମାମଲାରେ ହସ୍ତକ୍ଷେପ, ରାଜନୈତିକ ବନ୍ଦୀ ମାନଙ୍କୁ ଖଲାସ କରିବା, ସିପିଇସି ଏବଂ ଏକ ସତ୍ୟ ଓ ପୁନଃସ୍ଥାପନା କମିଶନ ପ୍ରତିଷ୍ଠା କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପିଟିଆଇ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା ଆଦି ବହୁ ପ୍ରସଙ୍ଗ ଉତଥାପନ କରାଯାଇଥିଲା | ରାଜନୀତିରେ ସଂସ୍ଥାନର ଭୂମିକାକୁ ପରିସମାପ୍ତି କରିବା ଲାଗି ଏପିସି ବୈଠକରେ ଆଲୋଚନା ହୋଇଥିଲା |

ଏହା ମଧ୍ୟ ଖବର ମିଳିଛି ଯେ ସେନାଧ୍ୟକ୍ଷ ବାଜୱା ଓ ଅନ୍ୟ 15 ଜଣ ବିରୋଧୀ ନେତାଙ୍କ ମଧ୍ୟରେ ଗତ ମାସ ଏକ ବୈଠକ ବସିଥିଲା | ଏହି ବୈଠକରେ ପିଏମଏଲ (ଏନ) ର ଶାହବାଜ ସରିଫ, (ପିପିପି) ର ବିଲାୱାଲ ଭୁଟ୍ଟୋ, (ଜେୟୁଆଇ)ର ଶିରାଜୁଲ ହକ, (ଏଏନପି)ର ଆମିର ହାଇଦର ହୋତି , (ଜେୟୁଆଇ –ଏଫ)ର ଆସାଦ ମେହମୁଦ ତଥା ଅନ୍ୟ ନେତା ମାନେ ଯୋଗ ଦେଇଥିଲେ | ଖବର ଅନୁଯାୟୀ ସରକାରଙ୍କ କେତେଜଣ ମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ |

ଏହି ବୈଠକରେ ପାକିସ୍ତାନ ସେନାଧ୍ୟକ୍ଷ, ରାଜନୀତିରେ ସେନା ହସ୍ତକ୍ଷେପ କରିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ଓ ସେନାକୁ ଏଥିରେ ଟଣା ନଯାଉ ବୋଲି ନିବେଦନ କରିଛନ୍ତି ବୋଲି ଖବର ମିଳିଛି | ସେ ମଧ୍ୟ କହିଛନ୍ତି ଯେ କୌଣସି ରାଜନୈତିକ ଦଳ ସହ ସେନାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପର୍କ ନାହିଁ କିନ୍ତୁ ଯେତେବେଳେ ବେସାମରିକ ପ୍ରଶାସନ ସେନାର ସାହାୟତା ଲୋଡିବ, ଏହା ସମ୍ବିଧାନ ଅନୁଯାୟୀ ସାହାଯ୍ୟ କରିବାକୁ ବାଧ୍ୟ ହେବ |

ସବୁଠୁ କୌତୁହଳପୂର୍ଣ୍ଣ କଥା ହେଲା ବିଲାୱାଲ ଭୁଟ୍ଟୋ ଜର୍ଦାରୀ ଏବଂ ପିଏମଏଲ-ଏନ ର କେତେଜଣ ନେତା ଭବିଷ୍ୟତରେ ସ୍ଵଚ୍ଛ ଓ ନିରପେକ୍ଷ ନିର୍ବାଚନ ନିଶ୍ଚିତ କରିବାକୁ ଜେନେରାଲ ବାଜାୱାଙ୍କୁ ଅନୁରୋଧ କରିଥିଲେ | ହେଲେ, କିଛି ସମୟପରେ ପିଏମଏଲ (ଏନ)ର ମାରିୟମ ସରିଫ ଏହି ବୈଠକରେ ଯୋଗ ଦେଇଥିବା ନେତା ମାନଙ୍କୁ ସମାଲୋଚନା କରି କହିଥିଲେ ଯେ ନିର୍ବାଚନ ଓ ଗଣତନ୍ତ୍ର ସଙ୍କ୍ରାନ୍ତୀୟ ଏଭଳି ପ୍ରସଙ୍ଗକୁ ଜିଏଚକିଉ, ରାୱାଲପିଣ୍ଡିରେ ନୁହେଁ ବରଂ ପାର୍ଲିଆମେଣ୍ଟରେ ଉତଥାପନ କରିବା ଉଚିତ |

ତେବେ ଏହି ବୈଠକ ବସିବାର କିଛି ଦିନ ପରେ ଜାତୀୟ ଉତ୍ତରଦାୟୀତ୍ଵ ବ୍ୟୁରୋ, ପାକିସ୍ତାନ ନେସନାଲ ଏସେମ୍ବ୍ଲିର ବିରୋଧୀ ଦଳ ନେତା ତଥା ପିଏମଏଲ (ଏନ) ସଦସ୍ୟ ଶାହାବାଜ ସରିଫଙ୍କୁ ଦୁର୍ନୀତି ମାମଲାରେ ଗିରଫ କରିଥିଲା | ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲଣ୍ଡନରୁ ନୱାଜ ସରିଫଙ୍କୁ ଖୁବ ଶୀଘ୍ର ଫେରାଇ ଆଣିବାକୁ ଚାହୁଁଛନ୍ତି ବୋଲି ଜଣାପଡିଛି | ଏହି ପଦକ୍ଷେପ ଦୁର୍ନୀତି ବିରୁଦ୍ଧରେ ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁଙ୍କ ଭାବମୂର୍ତ୍ତିକୁ ଚିତ୍ରଣ କରିବାର ଏକ ପ୍ରୟାସ |

ପାକିସ୍ତାନ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜାରି ରହିଥିବା ଅଚଳାବସ୍ଥା ନିକଟ ଭବିଷ୍ୟତରେ ଆହୁରି ଖରାପ ହେବାକୁ ଯାଉଥିବାର ସ୍ପଷ୍ଟ ପ୍ରତୀୟମାନ ହେଉଛି |

ଆଲେଖ୍ୟ : ଡଃ ଅଶୋକ ବେହୁରିଆ, ମନୋହର ପାରିକର ପ୍ରତିରକ୍ଷା ଅଧ୍ୟୟନ ଏବଂ ବିଶ୍ଳେଷଣ ପ୍ରତିଷ୍ଠାନ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...