Skip to main content

ପାକିସ୍ତାନରେ ଇମ୍ରାନଙ୍କ ବାଚଳାମି ଏବଂ ପିଡିଏମର ଅଗ୍ରଗତି

ପାକିସ୍ତାନର 11ଟି ପାର୍ଟି ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍) ନିଜର ଗତିବିଧିକୁ ସକ୍ରିୟ କରିବାକୁ ଯାଇ ଆସନ୍ତା ବର୍ଷ ଜାନୁଆରୀରେ ଇସଲାମାବାଦରେ ଏକ ମେଗା ରାଲି ଉପରେ ଦୃଷ୍ଟି ରଖିଥିବାରୁ ଇମ୍ରାନ ଖାନ ସରକାର ଅତ୍ୟନ୍ତ ଦୁର୍ବଳ ଏବଂ ଅଶାନ୍ତ ଦେଖାଯାଉଛନ୍ତି। ଅକ୍ଟୋବରରୁ ଅନୁଷ୍ଠିତ ରାଲିରେ ଏହାର ପ୍ରତିକ୍ରିୟାରେ ଏହା ଦେଖାଯାଇଛି | ବିରୋଧୀ ଦଳ ଜାତୀୟ ତଥା ପ୍ରାଦେଶିକ ବିଧାନସଭାରୁ ଇସ୍ତଫା ଦେବାକୁ ଯୋଜନା କରୁଥିବାରୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସରକାର ଅଧିକ ଚିନ୍ତାଗ୍ରସ୍ତ ହୋଇଯାଇଛନ୍ତି।

ଏହି ଚିନ୍ତାର ସଦ୍ୟତମ ଉଦାହରଣ ହେଉଛି ବରିଷ୍ଠ ମନ୍ତ୍ରୀଙ୍କ ଅଭିଯୋଗ ଯେ ପିଡିଏମ ଏହାର ସମାବେଶ ଆୟୋଜନ ପାଇଁ ବିଦେଶୀ ପାଣ୍ଠି ଗ୍ରହଣ କରୁଛି। ଟେଲିଭିଜନ ଟକ୍-ସୋ’ରେ ଥିବା ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପାକିସ୍ତାନର ଚିରାଚରିତ ଚିନ୍ତାଧାରାକୁ ପ୍ରତିଫଳିତ କରି ବିରୋଧୀଦଳର ନେତାମାନଙ୍କୁ ଦୁର୍ନୀତିଗ୍ରସ୍ତ ଅଭିଯୋଗ କରି ଏଥିପାଇଁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଥିଲେ ଯେ ସେ ଦୁର୍ନୀତିଗ୍ରସ୍ତ ବିରୋଧୀ ଦଳର ନେତାଙ୍କୁ କ୍ଷମା ଦାନ କରିବେ ନାହିଁ ଏବଂ କୋଭିଡ -19 ମାମଲା ଯେପରି ବଢି ଚାଲିଛି ତାକୁ ଦୃଷ୍ଟିରେ ରଖି ଯଦି ବିରୋଧୀମାନେ ରାଲି ବନ୍ଦ ନଖରିବେ ତେବେ 13 ଡିସେମ୍ବରରେ ଲାହୋରରେ ହେବାକୁ ଥିବା ସମାବେଶକୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ସରକାର ମାମଲା ଦାୟର କରିବେ। ପୂର୍ବରୁ, ମୁଲତାନରେ ପିଡିଏମର ପଞ୍ଚମ ରାଲି ପୂର୍ବରୁ ଇମ୍ରାନ ଖାନ ସରକାର ରାଲିକୁ ବନ୍ଦ କରିବାକୁ ସବୁ ପଦକ୍ଷେପ ନେଇ ମଧ୍ୟ ସମର୍ଥ ହୋଇନଥିଲେ।

20 ସେପ୍ଟେମ୍ବର ପରଠାରୁ, ଗୁଜ୍ରାନୱାଲା (16 ଅକ୍ଟୋବର) କରାଚି (18 ଅକ୍ଟୋବର), କ୍ୱେଟା (25 ଅକ୍ଟୋବର), ପେଶୱାର (22 ନଭେମ୍ବର) ଏବଂ ମୁଲତାନ (30 ନଭେମ୍ବର) ରେ ପିଡିଏମ ଏପର୍ଯ୍ୟନ୍ତ ପାଞ୍ଚଟି ସମାବେଶ କରିଛି। ସରକାର ସମାବେଶକୁ ଭଣ୍ତୁର କରିବା ପାଇଁ ସତ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛି।

ପିଡିଏମ ର ବାର ପଏଣ୍ଟ ଦାବି ହେଉଛି ସାମ୍ବିଧାନିକ ସର୍ବୋଚ୍ଚତା ପ୍ରତିଷ୍ଠା, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା, ସଂସଦର ସ୍ଵାଧୀନ କାର୍ଯ୍ୟକାରିତା, ସ୍ଵାଧୀନ ନ୍ୟାୟପାଳିକା, ରାଜନୀତିରେ ପାକିସ୍ତାନୀ ସେନାର ଭୂମିକାକୁ ବନ୍ଦ କରିବା, ପ୍ରଦେଶର ଅଧିକାର ରକ୍ଷା କରିବା ଏବଂ ଆତଙ୍କବାଦ ଏବଂ ଉଗ୍ରବାଦର ମୁକାବିଲା କରିବା।

ପିଡିଏମ ନେତୃତ୍ୱ ଇମ୍ରାନ ଖାନଙ୍କୁ ଜଣେ 'ମନୋନୀତ' ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି, ଅର୍ଥାତ ସେନା ସେମାନଙ୍କୁ ନିଜର ଇଛା ଚରିତାର୍ଥ କରିବା ପାଇଁ ଆଣିଛନ୍ତି ଏଣୁ ଇମ୍ରାନଙ୍କ ଇସ୍ତଫା ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଇମ୍ରାନଙ୍କୁ କ୍ଷମତାକୁ ଆଣିବା ପାଇଁ ସେନା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ହେରଫେର କରାଯାଇଥିଲା। ସେନାର ହସ୍ତକ୍ଷେପ ଅଭିଯୋଗ କରୁଥିବା ଅଧିକାଂଶ ପିଡିଏମ୍ ନେତାଙ୍କ ସ୍ୱର ଅତ୍ୟନ୍ତ ନିରବ ହୋଇଯାଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କ ସରକାର ଏବଂ ବ୍ୟବସ୍ଥା ବିରୁଦ୍ଧରେ ଦୃଢ ସ୍ଵର ଉତ୍ତୋଳନ କରିଛନ୍ତି ଏବଂ “କିଛି ସ୍ୱାର୍ଥପର ଜେନେରାଲ୍” ମାନଙ୍କୁ ନିନ୍ଦା କରିଛନ୍ତି ଏବଂ ପାକିସ୍ତାନୀ ସେନା ମୁଖ୍ୟ ଏବଂ ଆଇଏସଆଇ ମୁଖ୍ୟଙ୍କ ନାମ ନେଇଛନ୍ତି।

ବିଶେଷ କରି ବାଲୁଚିସ୍ତାନ, ଆଦିବାସୀ ଅଞ୍ଚଳ ଏବଂ ସିନ୍ଧରେ ସଂଖ୍ୟାଲଘୁ ଜନଜାତିଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । 

ପାକିସ୍ତାନର ଅନେକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି ଯେ ଏହି ସଙ୍କଟ ଦୂର କରିବା ପାଇଁ ସରକାର ବ୍ୟାପକ ଆଲୋଚନା କରିବା ଦରକାର ଏବଂ ଆସ୍ଥା ଏବଂ ସମନ୍ଵୟ ସୃଷ୍ଟି ପାଇଁ ଚେଷ୍ଟା କରିବା ଦରକାର | କିନ୍ତୁ ଇମ୍ରାନ ବିରୋଧୀ ଦଳର ନେତାଙ୍କ ବିରୁଦ୍ଧରେ ନିଜର ଅଭିଯାନ ଜାରି ରଖିଛନ୍ତି ଏବଂ ସେମାନଙ୍କୁ ମାଫିଆ ଏବଂ ଜାତୀୟ ସମ୍ପଦର ଲୁଟେରା ବୋଲି ବର୍ଣ୍ଣନା କରିଛନ୍ତି। 

ଏସବୁ ମଧ୍ୟରେ ପାକିସ୍ତାନ ଭାରତକୁ ବିଭିନ୍ନ କ୍ଷେତ୍ରରେ ଦୋଷାରୋପ କରି ଲୋକମାନଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି, ପାକିସ୍ତାନ ଦେଶ ବାହାରେ ଏବଂ ଭିତରେ ସମନ୍ଵୟ ରକ୍ଷା କରି ପାକିସ୍ତାନ ଏହାର ଭବିଷ୍ୟତକୁ ରକ୍ଷା କରିପାରିବ।

ଆଲେଖ୍ୟ: ଡକ୍ଟର ଅଶୋକ ବେହୁରିଆ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...