Skip to main content

ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲିଜନ ଅଫ ମେରିଟ ‘ ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୂଟନୈତିକ ଜଗତରେ ତାଙ୍କ ଅଭିନବ,ମହତ୍ବପୂର୍ଣ୍ଣ ଏବଂ ସୃଜନଶୀଳ ପଦକ୍ଷେପ ଯୋଗୁଁ ତାଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ “ଲିଜନ ଅଫ୍ ମେରିଟ୍” ପୁରସ୍କାରରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହା ପୂର୍ବରୁ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍, ରୁଷ, ମାଲଦ୍ୱୀପ ଏବଂ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହୋଇସାରିଛନ୍ତି। ଏହି ସମସ୍ତ ପୁରସ୍କାର ବିଶ୍ୱବ୍ୟାପାରରେ ପ୍ରଧାନମନ୍ତ୍ରୀ ଯେଉଁ ଭୂମିକା ଗ୍ରହଣ କରିଛନ୍ତି ଏବଂ ବ୍ୟାପକ ବିବାଦ, ଯୁଦ୍ଧ, ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟଚାଲେଞ୍ଜ ଗୁଡିକ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ସ୍ଥାପନ ପାଇଁ ତାଙ୍କର ନିରନ୍ତର ପ୍ରୟାସର ଆନ୍ତର୍ଜାତୀୟ ସ୍ୱୀକୃତିର ପ୍ରତୀକ ଅଟେ | 

ଭାରତ-ଆମେରିକା ରଣନୀତିକ ଭାଗିଦାରୀକୁ ଏକ ନୂତନଶିଖରରେ ପହଞ୍ଚାଇବାରେ ତାଙ୍କ ବଳିଷ୍ଠ ନେତୃତ୍ଵ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକା “ଲିଜନ ଅଫ୍ ମେରିଟ୍” ପୁରସ୍କାରରେ ବିଭୂଷିତ କରିଛି । ମାର୍ଚ୍ଚ 2000 ମସିହାରୁ ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଙ୍କ ଭାରତ ଗସ୍ତ ପର ଠାରୁ ଏବଂ ତାଙ୍କ ଓ ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବେହେରୀ ବାଜପେୟୀଙ୍କ ଦ୍ଵାରା ଏକ ଭିଜନ୍ ଷ୍ଟେଟମେଣ୍ଟ ସ୍ୱାକ୍ଷର ହେବା ପରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀ ଏକ ଉନ୍ନତ ପଥରେ ଆଗେଇ ଚାଲିଛି । ତେବେ ଏହି ଦଶନ୍ଧି ମଧ୍ୟରେ ଦୁଇ ଦେଶର ସମ୍ପର୍କରେ ଅନେକ ବାଧାବିଘ୍ନ ଏବଂ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଛି |

2014 ରେ ବିଜେପି ନେତୃତ୍ବରେ ଶ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବିପୁଳ ଜନମତ ହାସଲ କରି ଭାରତର ପ୍ରଧାନମନ୍ତ୍ରୀ ଭାବେ ଅଧିଷ୍ଠିତ ହୋଇଥିଲେ, ସେତେବେଳେ ଅନେକ ବିଶ୍ଳେଷକ ଏହି ରଣନୀତିକ ଭାଗିଦାରୀତାର ଭବିଷ୍ୟତ ଉପରେ ସନ୍ଦେହ ସୃଷ୍ଟି କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହା ଅତ୍ୟନ୍ତ ଫଳପ୍ରଦ ହୋଇଥିଲା | ପ୍ରଧାନମନ୍ତ୍ରୀ ମୋଦୀ ଖୁବ କମ ସମୟ ମଧ୍ୟରେ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ଏକ ସକରାତ୍ମକ ଯୋଗାଯୋଗ ସ୍ଥାପନ କରିଥିଲେ, ଖୁବ ଶୀଘ୍ର ନିମନ୍ତ୍ରଣ ପାଇ ୱାଶିଂଟନ୍ ଗସ୍ତ କରିଥିଲେ ଏବଂ ଆମେରିକାର ତତ୍କାଳୀନ ରାଷ୍ଟ୍ରପତିଙ୍କ ସହ ଏକ ବ୍ୟକ୍ତିଗତ ସୁସମ୍ପର୍କ ପ୍ରତିଷ୍ଠା କରିପାରିଥିଲେ । ଫଳତଃ ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଅଧିକ ବିସ୍ତାରିତ ହେବା ସହିତ ଆହୁରି ମଜବୁତ ହୋଇଥିଲା | 2015 ରେ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଲାଗି ରାଷ୍ଟ୍ରପତି ଓବାମାଙ୍କ ଭାରତ ଗସ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସମ୍ମିଳନୀ ସ୍ତରୀୟ କଥାବାର୍ତ୍ତା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ଅନେକ ଚୁକ୍ତିନାମା ସ୍ୱାକ୍ଷର କରିବା ଆଦି ହେଉଛି ଆମେରିକା ସହ ଭାରତର ଅତୁଟ ସମ୍ପର୍କ ଇତିହାସରେ ଉଲ୍ଲେଖନୀୟ ଘଟଣାବଳୀ ।


ନଭେମ୍ବର 2016 ରେ ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜିତିଲେ ସେତେବେଳେ ଆମେରିକା ସହ ଭାରତର ସମ୍ପର୍କ ଅନିଶ୍ଚିତତା ଦେଇ ଗତି କରିପାରେ ତଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ବିଶ୍ଳେଷକ ମାନଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଥିଲା । ଆମେରିକା ଇତିହାସରେ ପ୍ରଥମ ଥର ଲାଗି ରାଜନୀତିରେ ଅଳ୍ପ ଅଭିଜ୍ଞତା ଥିବା ଜଣେ ଶିଲ୍ପପତି ରାଷ୍ଟ୍ରପତି ଭାବେ କ୍ଷମତାସୀନ ହୋଇଥିଲେ | ତାଙ୍କୁ ଜଣେ ସ୍ଵତନ୍ତ୍ର ଚିନ୍ତାଧାରା ସମ୍ପର୍ଣ୍ଣ , ଚଞ୍ଚଳ ଏବଂ ବଳିଷ୍ଠ ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଉଥିଲା | ସେ ବିଦେଶୀ ନେତା ତଥା ବିଶ୍ଵ ବ୍ୟାପାରରେ ସିଧାସଳଖ ତଥା ଖୋଲାଖୋଲି ମନ୍ତବ୍ୟ ଦେଇଥାନ୍ତି । ଆମେରିକାର ପୂର୍ବତନ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ଅନେକ ବୈଦେଶିକ ନୀତି ନିଷ୍ପତ୍ତି ପ୍ରତି ମଧ୍ୟ ଶ୍ରୀ ଟ୍ରମ୍ପ ଆପତ୍ତି ଉଠାଇଥିଲେ ।

ତଥାପି ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆମେରିକାର ନୂତନ ରାଷ୍ଟ୍ରପତିଙ୍କ ସହ ଅତ୍ୟନ୍ତ କୌଶଳପୂର୍ଣ୍ଣ ଭାବେ ସମ୍ପର୍କ ସ୍ଥାପନ କରିଥିଲେ। ଏହା ଭାରତୀୟ ତଥା ଅନ୍ୟ ବିଶ୍ଳେଷକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା ​​| ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ପ୍ରଥମ ଶିଖର ସମ୍ମିଳନୀ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ୱାଶିଂଟନ୍ ଗସ୍ତରେ ଯାଇଥିଲେ ସେତେବେଳେ ଅନେକ ଲୋକ ଏହାର ପରିଣାମ କଣ ହେବ ବୋଲି ସଂଶୟ ପ୍ରକଟ କରିଥିଲେ । ହେଲେ ଏହି ଗସ୍ତ ଅତ୍ୟନ୍ତ ଫଳପ୍ରଦ ରହିଥିଲା | ରାଷ୍ଟ୍ରପତି ଟ୍ରମ୍ପ ନାଟୋ ସଦସ୍ୟ, ଜାପାନ ଏବଂ ଦକ୍ଷିଣ କୋରିଆ ସମେତ ଆମେରିକାର ସହଯୋଗୀ ଭାଗିଦାରୀଙ୍କ ସହ କଡ଼ା ଆଲୋଚନା କରିଥିବାବେଳେ ସେ ଭାରତ ସହିତ ତାଙ୍କ ଦେଶର ରଣନୀତିକ ଭାଗିଦାରୀକୁ ଆହୁରି ସଦୃଢ କରିବାକୁ ପ୍ରତିବଦ୍ଧ ଥିଲେ । 

ରାଷ୍ଟ୍ରପତି ଟ୍ରମ୍ପ ଅନେକ ଥର ବାଣିଜ୍ୟ ଏବଂ ପୁଞ୍ଜି ନିବେଶ ପ୍ରସଙ୍ଗ ନେଇ ଭାରତ ସହିତ କଠୋର କଥାବାର୍ତ୍ତା କରିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମଧ୍ୟରେ ଥିବା ଉତ୍ତମ ସଂପର୍କ ଯୋଗୁଁ ଟ୍ରମ୍ପ ପ୍ରଶାସନ ସହିତ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ ପ୍ରାୟ କିଛି ବର୍ଷ ମଧ୍ୟରେ ଅତି ନିବିଡ ହୋଇପଡ଼ିଥିଲା ​​| ରାଷ୍ଟ୍ରପତି ଟ୍ରମ୍ପ ଭାରତର ପଡ଼ୋଶୀ ମାନଙ୍କ ଗତିବିଧି- ପଶ୍ଚିମରେ ଆତଙ୍କବାଦର ପ୍ରଯୋଜକ ପାକିସ୍ତାନ ତଥା ଉତ୍ତରରେ ଜିଦଖୋର ଚୀନ ବିଷୟରେ ବେଶ ଅବଗତ ଥିଲେ | ଉଭୟ ଦେଶ ମନ୍ଦ ଉଦ୍ଦେଶ୍ୟ ନେଇ ଏକତ୍ର ମେଣ୍ଟ ହୋଇଛନ୍ତି । ଟ୍ରମ୍ଫ ପ୍ରଶାସନ, ଏକ ଅବିଶ୍ୱସନୀୟ ରାଷ୍ଟ୍ର ପାକିସ୍ତାନକୁ ଏହାର ପାଣ୍ଠି ଯୋଗାଣ ବନ୍ଦ କରିଥିବା ବେଳେ ଚୀନ ବିରୋଧରେ ବହୁ କ୍ଷେତ୍ରରେ କଟକଣା ଲଗାଇଛି ଯାହା ନିଶ୍ଚିତ ଭାବରେ ଭାରତୀୟ ସ୍ୱାର୍ଥ ପାଇଁ ଲାଭଦାୟକ ହେବ। 

ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହଷ୍ଟନ ଏବଂ ଅହମ୍ମଦାବାଦର ରାଲି ଆମେରିକା ଓ ଭାରତ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ସଫଳତାର ଏକ ଜ୍ଵଳନ୍ତ ଉଦାହରଣ ଏବଂ ବିଶ୍ଵ ବ୍ୟାପାରରେ ଭାରତର ଭୂମିକା ଏକ ନୂତନ ପ୍ରମୁଖ ଶକ୍ତି ଭାବରେ ଉଭାହେଉଛି । ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲିଜନ ଅଫ୍ ମେରିଟ୍’ ରେ ଅଳଙ୍କୃତ ହେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ଯୋଗ୍ୟ ବ୍ୟକ୍ତିତ୍ଵ କହିଲେ ଅତ୍ୟୁକ୍ତି ହେବ ନାହିଁ | 

ଆଲେଖ୍ୟ : ପ୍ରଫେସର ଚିନ୍ତାମଣି ମହାପାତ୍ର, ଜେଏନୟୁ 

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...