Skip to main content

ସନ୍ତ୍ରାସବାଦ ସହ ପାକିସ୍ତାନର ଅପ୍ରତିହତ ସମର୍ଥନ

ପାକିସ୍ତାନରେ ଏକ ସନ୍ତ୍ରାସବାଦ ନିରୋଧୀ ଅଦାଲତ ଏକ ଆତଙ୍କବାଦ ଅର୍ଥ ଯୋଗାଣ ମାମଲାରେ 26/11 ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସଇଦକୁ 15 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବହୁ ଆତଙ୍କବାଦୀ ଅର୍ଥ ଯୋଗାଣ ମାମଲାରେ ସଇଦ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇସାରିଛି । ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଦିଆଯାଇଥିବା ସର୍ବଶେଷ ଦଣ୍ଡ ଓ ପୂର୍ବରୁ ଦଣ୍ଡିତ କରାଯାଇଥିବା କାରାଦଣ୍ଡ ପ୍ରାୟ 36 ବର୍ଷରୁ ଅଧିକ ହେବ । ଭାରତ ବିରୋଧରେ ଆତଙ୍କବାଦ କାର୍ଯ୍ୟ ଚଳାଇବାରେ ପାକିସ୍ତାନର ରଣନୀତିକୁ କାର୍ଯ୍ୟକାରୀ କରିବାରେ 70 ବର୍ଷୀୟ ସଇଦ ପ୍ରମୁଖ ଭୂମିକା ନିଭାଇଛି । ସଇଦର ସନ୍ତ୍ରାସବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲଇଟି) ବର୍ଷ ବର୍ଷ ଧରି ଜାମ୍ମୁ କାଶ୍ମୀରରେ ଆତଙ୍କ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ତେବେ ଏଫଏଟିଏଫର କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ସଇଦକୁ ଦଣ୍ଡିତ କରାଯାଇଥିବା ପରି ଜଣାପଡୁଛି | "ଗ୍ରେ ତାଲିକା" ରୁ ମୁକୁଳିବା ଲାଗି ପାକିସ୍ତାନ ସବୁ ମନ୍ତେ ଉଦ୍ୟମ ଚଳେଇଥିବା ବେଳେ ଏପର୍ଯ୍ୟନ୍ତ ବିଫଳ ହୋଇଛି। ପାକିସ୍ତାନ ଫେବୃଆରୀ 2021 ରେ ହେବାକୁ ଥିବା ଏଫଏଟିଏଫ ର ଅଧିବେଶନକୁ ଧ୍ୟାନରେ ରଖି ଆତଙ୍କବାଦ ଅର୍ଥ ଯୋଗାଣ ନେଟୱାର୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରହସନ କରୁଛି। ଏହି ବାହାନାରେ ପାକିସ୍ତାନ ଅତୀତରେ ମଧ୍ୟ ହାଫିଜ ସଇଦ ନେତୃତ୍ଵାଧୀନ ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ଏହିପରି ସବୁ ସଙ୍ଗଠନ ଗୁଡିକ ବିଭିନ୍ନ ନାମରେ ନୂତନ ଅବତାର ଧାରଣ କରିଛନ୍ତି ଏବଂ ସେମାନଙ୍କର ଚିରାଚରିତ ମନ୍ଦ କାର୍ଯ୍ୟକଳାପ ପୁନର୍ବାର ଆରମ୍ଭ କରିଛନ୍ତି |

ଏଥି ସହିତ, ସିନ୍ଧ ହାଇକୋର୍ଟ ଅହମ୍ମଦ ଓମାର ସୟଦ ଶେଖ ନାମକ ଜଣେ ବ୍ରିଟିଶ ଜନ୍ମିତ ଆତଙ୍କବାଦୀକୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ 2002 ମସିହାରେ ପାକିସ୍ତାନ ଆତଙ୍କବାଦ ବିରୋଧୀ ଅଦାଲତ, ଡାନିଏଲ ପର୍ଲ ହତ୍ୟା ମାମଲାରେ ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ଏହାପୂର୍ବରୁ ସିନ୍ଧ ହାଇକୋର୍ଟ ବିଚାର ମାମଲାରେ ଅସାମଞ୍ଜସ୍ୟତା ତଥା ବଳିଷ୍ଠ ପ୍ରମାଣ ଅଭାବରୁ ମୃତ୍ୟୁ ଦଣ୍ଡାଦେଶକୁ ହଟେଇ ଜେଲଦଣ୍ଡାଦେଶରେ ଦଣ୍ଡିତ କରିଥିଲେ । ଆମେରିକାର ନାଗରିକ ତଥା ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଦକ୍ଷିଣ ଏସିଆ ବ୍ୟୁରୋ ମୁଖ୍ୟ ପର୍ଲଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗରେ ଶେଖକୁ ମୁଶରଫଙ୍କ ଶାସନ ଅମଳ ସମୟରେ ଗିରଫ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ପର୍ଲ ହତ୍ୟାକାଣ୍ଡର ଏକ ଭିଡିଓ କରାଚିରେ ଥିବା ଆମେରିକାର ଦୂତାବାସକୁ ପଠାଯାଇଥିଲା । ଆମେରିକାର ବୈଦେଶିକ ବିଭାଗ, ଓମାର ଶେଖଙ୍କ ମାମଲା ଉପରେ ପ୍ରକାଶ ପାଇଥିବା ସର୍ବଶେଷ ରାୟ ପ୍ରତି କ୍ଷୁବ୍ଧ ହୋଇ ଏହା ଅତ୍ୟନ୍ତ ଉଦବେଗର କାରଣ ବୋଲି କହିଛି, ହେଲେ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ମୁକ୍ତ କରାଯାଇ ନାହିଁ ବୋଲି ପାକିସ୍ତାନୀ କର୍ତ୍ତୁପକ୍ଷଙ୍କ ଦ୍ଵାରା ସୂଚନା ଦିଆଯାଇଛି । ଆମେରିକାର ଅସନ୍ତୋଷ ଯୋଗୁଁ ଓମାର ଶେଖଙ୍କ ମୁକ୍ତିକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ପରି ମନେ କରାଯାଉଛି ।

2001 ମସିହାରେ ଆତଙ୍କବାଦ ବିରୋଧରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ଆମେରିକା-ପାକିସ୍ତାନ ସମ୍ପର୍କ ଖରାପ ହୋଇପଡିଛି। ପାକିସ୍ତାନର ଆବୋଟାବାଦରେ ଓସାମା ବିନ୍ ଲାଦେନକୁ ଠାବ କରିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା । ତେବେ ଆଫଗାନିସ୍ତାନରେ ଆମେରିକାର ରଣନୀତିକ ଉଦ୍ଦେଶ୍ୟ ହାସଲ କରିବାରେ ପାକିସ୍ତାନର ପ୍ରମୁଖ ଭୂମିକାକୁ ଦୃଷ୍ଟିରେ ରଖି ଉଭୟଙ୍କ ମଧ୍ୟରେ ଥିବା ସମୀକରଣ କୌଣସି ପ୍ରକାରେ ଅଚଳାବସ୍ଥାରୁ ରକ୍ଷା ପାଇଛି । ତେଣୁ ଏହି ସୀମିତ ବିକଳ୍ପଗୁଡିକ ମଧ୍ୟରେ ଆମେରିକା ପ୍ରଶାସନ ଓମାର ଶେଖଙ୍କ ମୁକ୍ତିକୁ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ଏହି ମାମଲାକୁ ନେଇ ସଂଯମତା ରକ୍ଷା କରିବ ତାହା ଦେଖିବାକୁ ବାକି ରହିଛି ।

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତର ବହୁ ଦଶନ୍ଧି ଧରି ଚାଲିଥିବା ଅନୁସନ୍ଧାନରେ ଉଭୟ ହାଫିଜ ସଇଦ ଏବଂ ଶେଖ ଓମାରଙ୍କର ସିଧାସଳଖ ସମ୍ପର୍କ ରହିଛି । ସଇଦ ଭାରତ ବିରୁଦ୍ଧରେ ଏକାଧିକ ଆକ୍ରମଣର ଷଡଯନ୍ତ୍ରକାରୀ ହୋଇଥିବାବେଳେ ଓମାର ଶେଖ IC814 ବିମାନ ଅପହରଣ ଏବଂ ବନ୍ଧକ ମାମଲାରେ ଖଲାସ ହୋଇଥିବା ତିନିଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଥିଲା ।

ଖଲାସ ହେବା ପୂର୍ବରୁ ଓମାର ଏକ ଭାରତୀୟ ଜେଲରେ ବନ୍ଦୀ ଥିଲା । ସେ 1995 ମସିହାରେ ତତ୍କାଳୀନ ଜାମ୍ମୁ କାଶ୍ମୀର ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲା । ସେତେବେଳେ ଓମାର ଶେଖ ଅଲ-ଫାରାନ ଗୋଷ୍ଠୀର ଜଣେ କାର୍ଯ୍ୟକର୍ତ୍ତା ଥିଲା। 9/11 ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ ବେଳେ ମଧ୍ୟ ଏହାର ନାମଉଲ୍ଲେଖ କରାଯାଇଥିଲା ଏବଂ ସେ ବିଶ୍ଵ ବାଣିଜ୍ୟ କେନ୍ଦ୍ରର ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କ ପାଇଁ ଆର୍ଥିକ ବ୍ୟବସ୍ଥା କରିଥିବାର ଜଣାପଡିଥିଲା । ଏଥି ସହିତ ଓମାର ଶେଖ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ ତାଙ୍କ ପାକିସ୍ତାନୀ ଜେଲ ଭିତରୁ ଫୋନ ଯୋଗେ ଠକେଇ କରିଥିବା ଅଭିଯୋଗ ମଧ୍ୟ ହୋଇଛି ।

ଅଦାଲତ ଦ୍ଵାରା ଦେଇଥିବା ଏହିପରି ଦୁଇଟି ଏକକାଳୀନ ବିପରୀତ ରାୟ ଆତଙ୍କବାଦ ମୁକାବିଲା ଦିଗରେ ପାକିସ୍ତାନର ଦ୍ଵେତବାଦୀ ଏବଂ ବିଭ୍ରାନ୍ତିକାରୀ ଆଭିମୁଖ୍ୟକୁ ସ୍ମରଣ କରାଇଥାଏ | ଏହା ଆତଙ୍କବାଦ ସହ ପାକିସ୍ତାନର ଦୀର୍ଘକାଳୀନ ଯୋଗାଯୋଗକୁ ରାଷ୍ଟ୍ରନୀତିର ପ୍ରମୁଖ ଉପକରଣ ଭାବେ ପ୍ରତିଫଳିତ କରିଛି। ପାକିସ୍ତାନ,ଏହାର ନିକଟପଡୋଶୀ ତଥା ବାହାରେ ଆତଙ୍କ ସୃଷ୍ଟି କରିବା ପାଇଁ ଆତଙ୍କବାଦୀ ସଙ୍ଗଠନ ମାନଙ୍କୁ ତଥା ହାଫିଜ ସଇଦ ଏବଂ ଓମାର ଶେଖ ଭଳି କୁଖ୍ୟାତ ଆତଙ୍କବାଦୀଙ୍କୁ ପ୍ରତିପୋଷଣ କରିଆସୁଛି । ତେବେ ବର୍ତ୍ତମାନ ଏହାସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ପାକିସ୍ତାନ ଏହାର ଆତଙ୍କବାଦୀ କାର୍ଯ୍ୟକଳାପର ମୂଳୋପୋଛ କରିବାକୁ ପ୍ରସ୍ତୁତ ନୁହେଁ ତେଣୁ ସେ ଏହି ଆତଙ୍କବାଦୀ ତଥା ସେମାନଙ୍କର ହିଂସାତ୍ମକ ଜଘନ୍ୟ କାର୍ଯ୍ୟକଳାପ ଜାରି ରଖିଛି ।

ଆଲେଖ୍ୟ : ଡଃ ପ୍ରିୟଙ୍କା ସିଂ, ଆଫଗାନିସ୍ତାନ ପାକିସ୍ତାନ ମାମଲାରେ ରଣନୀତିକ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...