Skip to main content

ହଙ୍ଗକଙ୍ଗର ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ଚୀନର ଅଭିଯାନ

ଚୀନ୍‌ର ନୂତନ ଜାତୀୟ ସୁରକ୍ଷା ଆଇନ ଲଙ୍ଘନ କରିଥିବା ଅଭିଯୋଗରେ ହଙ୍ଗକଙ୍ଗ ପୋଲିସ ପ୍ରାୟ 50 ଜଣ ଗଣତନ୍ତ୍ର ସମର୍ଥକଙ୍କୁ ଗିରଫ କରିଛି । ଏହି ଗଣତନ୍ତ୍ର ସମର୍ଥକ କାର୍ଯ୍ୟକର୍ତ୍ତା ମାନେ ଗତ ବର୍ଷ ଏକ ଅଣାନୁଷ୍ଠାନିକ ପ୍ରାଥମିକ ନିର୍ବାଚନରେ ​​ଭାଗ ନେଇଥିଲେ । ହଙ୍ଗକଙ୍ଗ ବିଧାନସଭାକୁ ନିୟନ୍ତ୍ରଣ କରିବା ପାଇଁ ଗଣତନ୍ତ୍ର ସମର୍ଥକ ସାଂସଦଙ୍କ ସଂଖ୍ୟା ବୃଦ୍ଧିକରି ସଭାଗୃହରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ସମ୍ଭାବନା ନେଇ ଏହା ଅନୁଷ୍ଠିତ ହୋଇଥିଲା ।

ଗତ ବର୍ଷ ଜୁନ୍ ମାସରେ ସ୍ଵୟଂ ଶାସିତ ଅଞ୍ଚଳ ପାଇଁ ବେଜିଙ୍ଗ ଦ୍ଵାରା ଚୀନ୍‌ର ଜାତୀୟ ସୁରକ୍ଷା ଆଇନ ଗୃହିତ ହେବା ପରେ ଏତେ ସଂଖ୍ୟାରେ କର୍ମୀଙ୍କୁ ଗିରଫ କରିବା ଘଟଣା ହଙ୍ଗକଙ୍ଗର ଗଣତନ୍ତ୍ର ଆନ୍ଦୋଳନ ବିରୁଦ୍ଧରେ ଏକ ବଡ ପଦକ୍ଷେପ | ତେଣେ ହଙ୍ଗକଙ୍ଗ ପୋଲିସ ଏହି ଗିରଫ ବିଷୟ ନେଇ ସ୍ପଷ୍ଟ କରିନାହିଁ।

ଦ୍ୱୀପପୁଞ୍ଜର ସବୁଠାରୁ ବଡ ବିରୋଧୀ ଦଳ ହଙ୍ଗକଙ୍ଗ ଡେମୋକ୍ରାଟିକ୍ ପାର୍ଟିର ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ଅତି କମରେ ସାତ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ପୂର୍ବତନ ସାଂସଦମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ହଙ୍ଗକଙ୍ଗର 2014 ପ୍ରତିବାଦ ପ୍ରଦର୍ଶନର ଜଣେ ପ୍ରମୁଖ ବ୍ୟକ୍ତି ତଥା ପୂର୍ବତନ ଆଇନ ପ୍ରଫେସର ବେନି ତାଇଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ବୋଲି ଖବର ମିଳିଛି । ସେ ଗତ ବର୍ଷ କରାଯାଇଥିବା ଅଣାନୁଷ୍ଠାନିକ ପ୍ରାଥମିକ ନିର୍ବାଚନର ମୁଖ୍ୟ ଆୟୋଜକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ |

ଗତ ବର୍ଷ ଏକ ବିରୋଧ ପ୍ରଦର୍ଶନର ଆୟୋଜନ କରିବା ତଥା ଅଂଶଗ୍ରହଣ ପାଇଁ ଦୀର୍ଘଦିନ ଧରି ଜେଲ ଦଣ୍ଡ ଭୋଗୁଥିବା ବିଶିଷ୍ଟ ଗଣତନ୍ତ୍ର ସମର୍ଥକ କାର୍ଯ୍ୟକର୍ତ୍ତା ଜୋଶୁଆ ୱଙ୍ଗଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା। ଅଣଆନୁଷ୍ଠାନିକ ପ୍ରାଥମିକ ନିର୍ବାଚନ ରେ ଅଂଶଗ୍ରହଣ କରିଥିବା ସବୁ ଗଣତନ୍ତ୍ର ସମର୍ଥକ ପ୍ରାର୍ଥୀଙ୍କୁ ଗିରଫ କରାଯାଇଥିବା ବିଷୟ ଖବର ମିଳିଛି ।

ତଦନ୍ତରେ ସହାୟତା ଲୋଡି କୋର୍ଟଙ୍କ ନିର୍ଦ୍ଦେଶରେ ହଙ୍ଗକଙ୍ଗରେ ଏକ ପ୍ରମୁଖ ଗଣତନ୍ତ୍ର ସମର୍ଥକ ଅନ୍ଲାଇନ୍ ନ୍ୟୁଜ୍ ସାଇଟର ମୁଖ୍ୟାଳୟ ଉପରେ ମଧ୍ୟ ପୋଲିସ ଚଢାଉ କରିଥିଲା । ହଙ୍ଗକଙ୍ଗ ଗତ କିଛି ମାସ ମଧ୍ୟରେ, ସରକାର ବିରୋଧୀ ବିକ୍ଷୋଭ ପ୍ରଦର୍ଶନରେ ଜଡିତ ବହୁ ଗଣତନ୍ତ୍ର ସମର୍ଥକ କାର୍ଯ୍ୟକର୍ତ୍ତାଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଛି । ଗଣମାଧ୍ୟମର ବ୍ୟକ୍ତିବିଶେଷ ତଥା ଗଣତନ୍ତ୍ର ସମର୍ଥକ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନ୍ୟମାନଙ୍କ ବିରୁଦ୍ଧରେ ଜାତୀୟ ସୁରକ୍ଷା ଆଇନ ଅନ୍ତର୍ଗତ ମାମଲା ଦାୟର କରାଯାଇଛି ।

ଚୀନ୍‌ର ଜାତୀୟ ସୁରକ୍ଷା ଆଇନ ଅଧିନରେ ସହରର କାର୍ଯ୍ୟରେ ହସ୍ତକ୍ଷେପ କରିବା ପାଇଁ ବିଦ୍ରୋହ, ବିଚ୍ଛିନ୍ନତା, ଆତଙ୍କବାଦ ଏବଂ ବିଦେଶୀ ଶକ୍ତିଙ୍କ ସହ ମେଣ୍ଟକୁ ଅପରାଧ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ସଙ୍ଗୀନ ଅପରାଧୀମାନେ ସର୍ବାଧିକ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇପାରନ୍ତି। ହେଲେ ଏହି ଆଇନକୁ ଅନେକ ଦେଶ ଏବଂ ଜାତିସଂଘ ତୀବ୍ର ସମାଲୋଚନା କରିଛି।

ବିଧାନସଭା ନିର୍ବାଚନ (ଯାହାକି କୋଭିଡ-19 ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିଲା) ପାଇଁ ​ପ୍ରାର୍ଥୀ ଚୟନର ଆକଳନ ଲାଗି ଗତ ଜୁଲାଇରେ ଗଣତନ୍ତ୍ର ସମର୍ଥକ କାର୍ଯ୍ୟକର୍ତ୍ତା ତଥା ସାଂସଦ ମାନେ ଏକ ଅଣଆନୁଷ୍ଠାନିକ ପ୍ରାଥମିକ ନିର୍ବାଚନ କରିଥିଲେ । ଗଣତନ୍ତ୍ର ସମର୍ଥକ ଗୋଷ୍ଠୀ ମତଦାନରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଚାହୁଁଥିଲେ ଏବଂ ଚୀନ୍ ସମର୍ଥକ ବୋଲି ବିବେଚନା କରାଯାଉଥିବା ବିଲ୍ ବିରୋଧରେ ସେମାନେ ଭୋଟ୍ ଦେବାକୁ ଚାହୁଁଥିଲେ।

ପ୍ରାଥମିକ ନିର୍ବାଚନରେ ହଙ୍ଗକଙ୍ଗର 600,000 ରୁ ଅଧିକ ନାଗରିକ ଭୋଟ୍ ଦେଇଥିଲେ ଯଦିଓ ବେଜିଂ ସମର୍ଥକ ସାଂସଦ ତଥା ରାଜନେତାମାନେ ଏହି ଘଟଣାକୁ ସମାଲୋଚନା କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ସରକାର ବିରୋଧୀ ପ୍ରତିବାଦ ଗୁଡିକ ସହରରେ ଲାଗୁ କରାଯାଇଥିବା ସୁରକ୍ଷା ଆଇନର ଲଙ୍ଘନ କରିପାରେ |

ଗତ ବର୍ଷ ହଙ୍ଗକଙ୍ଗର ମୁଖ୍ୟ କାର୍ଯ୍ୟନିର୍ବାହୀ କାରୀ ଲାମ କହିଥିଲେ ଯେ ଯଦି ଏହି ପ୍ରାଥମିକ ନିର୍ବାଚନ ହଙ୍ଗକଙ୍ଗ ସରକାରଙ୍କ ପ୍ରତ୍ୟେକ ନୀତିଗତ ପଦକ୍ଷେପକୁ ପ୍ରତିରୋଧ କରିବାକୁ ଲକ୍ଷ୍ୟ ରଖାଯାଇଥାଏ, ତେବେ ଏହା ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ଏକ ଅପରାଧ ବୋଲି ବିବେଚନା କରାଯାଇପାରେ। ତେଣେ ବେଜିଙ୍ଗ ପ୍ରାଥମିକତା ନିର୍ବାଚନକୁ ଅବୈଧ ବୋଲି କହିଛି ଏବଂ ଏହାକୁ ହଙ୍ଗକଙ୍ଗର ନିର୍ବାଚନ ବ୍ୟବସ୍ଥା ଉପରେ ଏକ ଗୁରୁତର ଆଘାତ ବୋଲି କହିଛି।

1997 ରେ ବ୍ରିଟିଶମାନେ ହଙ୍ଗକଙ୍ଗକୁ ଚୀନ୍ କୁ ହସ୍ତାନ୍ତର କରିବା ପରେ, ଏହି ସହର ଏକ “ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା” ଢାଞ୍ଚାରେ କାର୍ଯ୍ୟ କରିଆସିଛି । ହେଲେ ବେଜିଙ୍ଗ ନିକଟ ଅତୀତରେ, ଏହି ଦ୍ୱୀପ-ସହର ଉପରେ ଅଧିକ ନିୟନ୍ତ୍ରଣ କରି ହଙ୍ଗକଙ୍ଗର ସ୍ୱାଧୀନତା ପ୍ରତି ଆଞ୍ଚ ଆଣିଛି ବୋଲି ସମାଲୋଚନା କରାଯାଉଛି । ଗତ ନଭେମ୍ବରରେ ଚୀନ୍ ରେ ଏକ ପ୍ରସ୍ତାବ ଗୃହିତ ହେବା ପରେ ହଙ୍ଗକଙ୍ଗ ର ସମସ୍ତ ଗଣତନ୍ତ୍ର ସମର୍ଥକ ସାଂସଦ ଇସ୍ତଫା ଦେଇଥିଲେ | ଏହି ପ୍ରସ୍ତାବ ଯୋଗୁଁ ଚାରି ଜଣ ସାଂସଦଙ୍କୁ ଅଯୋଗ୍ୟ ଘୋଷିତ କରଯାଇଥିଲା ।

ହଙ୍ଗକଙ୍ଗରେ ଅତୀତରେ କରାଯାଇଥିବା ଭୁଲରୁ ଚୀନ୍ ଶିକ୍ଷା ପାଇବାରେ ବିଫଳ ହୋଇଛି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି । ହଙ୍ଗକଙ୍ଗର ଲକ୍ଷ ଲକ୍ଷ ଲୋକ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରରେ ଭୋଟ୍ ଦେବାର ତଥା ନିର୍ବାଚନ ଲଢିବାର ଅଧିକାର ପାଇଁ ସେମାନଙ୍କ ସଂଗ୍ରାମ ଅବ୍ୟାହତ ରଖିବେ ବୋଲି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।

ମାନବାଧିକାର ଗୋଷ୍ଠୀ କହିଛି ଯେ, ଚୀନ୍‌ର ଜାତୀୟ ସୁରକ୍ଷା ଆଇନ ହେଉଛି ଏକ କଠୋର ଆଇନ ଯାହା ସାମ୍ବିଧାନିକ ସଂରକ୍ଷିତ ଅଧିକାର ବ୍ୟବହାର କରୁଥିବା ଲୋକଙ୍କୁ ଗିରଫ କରି ଦୀର୍ଘ ଦିନ ଧରି ବନ୍ଦୀ କରି ରଖିବାକୁ ଚୀନ୍ ସରକାରଙ୍କୁ କ୍ଷମତା ଦେଇଥାଏ । ଅନ୍ୟ ପକ୍ଷରେ ବେଜିଙ୍ଗ ହଙ୍ଗକଙ୍ଗକୁ ଚୀନ୍‌ର ଏକ ବିସ୍ତାରିତ ଅଞ୍ଚଳ କରିବାକୁ ଲକ୍ଷ୍ୟ ରଖିଛି ବୋଲି ବିଶ୍ଳେଷକ ମାନେ ମତ ଦେଇଛନ୍ତି । ଏହା ହଙ୍ଗକଙ୍ଗର ଲୋକମାନଙ୍କୁ ଗ୍ରହଣୀୟ ନୁହେଁ, କାରଣ ଏହାର ନାଗରିକ ମାନେ 1997 ପର୍ଯ୍ୟନ୍ତ ବ୍ରିଟିଶ ଉପନିବେଶର ନାଗରିକ ହୋଇ ଗଣତାନ୍ତ୍ରିକ ଅଧିକାର ଉପଭୋଗ କରିଆସୁଥିଲେ।

ଆଲେଖ୍ୟ : ପଦମ ସିଂ , ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...