Skip to main content

Posts

ଉପସାଗରୀୟ ଅଞ୍ଚଳରେ ଶାନ୍ତି ପାଇଁ ଆହ୍ୱାନ ଦେଲା ଭାରତ

ଇରାନର କମାଣ୍ତର ମେଜର ଜେନେରାଲ କାସିମ ସୋଲେମାନିଙ୍କୁ ଗତ ଶୁକ୍ରବାର ଦିନ ଆମେରିକା ଦ୍ୱାରା ହତ୍ୟା କରାଗଲା ପରେ ପାରସ୍ୟ ଉପସାଗରରେ ଉତ୍ତେଜନା ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଇରାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜାରିଫଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ବେଳେ ସେହି ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ନେଇ ଭାରତର ଉଦବେଗ ଜଣାଇବା ସଙ୍ଗେ ସଙ୍ଗେ ଉଭୟ ପକ୍ଷ ସଂପର୍କରେ ରହିବେ ବୋଲି ରାଜି ହୋଇଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଉନବିଂଶ ଯୁଗ୍ମ କମିଶନରେ ଯୋଗ ଦେବା ପାଇଁ କେଇ ସପ୍ତାହ ପୂର୍ବେ ତେହରାନ ଯାଇଥିବା ଅବସରରେ ରାଷ୍ଟ୍ରପତି ହସନ ରୁହାନି ଓ ଶ୍ରୀ ଜରିଫଙ୍କ ସମେତ ଇରାନର ବରିଷ୍ଠ ଅଧିକାରୀମାନଙ୍କ ସହ ସାକ୍ଷାତ କରିଥିଲେ। ଆସନ୍ତା 14 ତାରିଖ ଦିନ ରାଇସିନା କଥାବାର୍ତ୍ତାରେ ଯୋଗଦେବା ପାଇଁ ଶ୍ରୀ ଜରିଫ ଭାରତ ଆସିବାର ଆଶା କରାଯାଉଛି। ସୁଲେମାନଙ୍କ ହତ୍ୟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନର ନେତାମାନଙ୍କ ମଧ୍ୟରେ ଯୁଦ୍ଧ ହୁଁକାର ଦିଆଯାଇଥିବା ବେଳେ ଶ୍ରୀ ଜୟଶଙ୍କର ସେ ଅଞ୍ଚଳର ପ୍ରଭାବଶାଳି ବ୍ୟକ୍ତି ଜାଭେଦ ଜରିଫଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ଜାଭେଦ ଜରିଫ ଇରାକ, ସିରିଆ, ୟମେନ ଓ ଲେବାନନକୁ କଥାବାର୍ତ୍ତା ଜରିଆରେ ନିୟନ୍ତ୍ରଣରେ ରଖିଥିବାରୁ ତାଙ୍କୁ ସେ ଅଞ୍ଚଳର ଜଣେ ପ୍ରଭାବଶାଳି ନେତା ବୋଲି ବିବେଚନା କରାଯାଉଛି। ଇରାନର ...

ପାକିସ୍ତାନରେ ନିମ୍ନଗାମିତାର ନୂଆ ସ୍ତର

ଗତ ଶୁକ୍ରବାର ଦିନ ପାକିସ୍ତାନ ସ୍ଥିତ ପବିତ୍ର ଶିଖ ପୀଠ ବିଶ୍ୱ ପ୍ରସିଦ୍ଧ ଗୁରୁଦ୍ୱାର ନାନକ ଶାହିବରେ ପ୍ରାୟ 400ରୁ ଅଧିକ ଉପଦ୍ରବି ଶିଖ ବିରୋଧି ସ୍ଲୋଗାନ ସହିତ ଉପଦ୍ରବ କରିଥିଲେ। ସେମାନେ ଗୁରୁଦ୍ୱାରକୁ ଘେରାଉ କରି ଟେକା ପଥର ଫିଙ୍ଗିଥିଲେ। ଏହି ଉପଦ୍ରବିମାନଙ୍କର ନେତୃତ୍ୱ ନେଇଥିଲା ମହମ୍ମଦ ହୋସେନର ପରିବାର ଯିଏକି ଗୁରୁଦ୍ୱାରର ପୂଜକଙ୍କ ଝିଅ ଜଗଜୀତ କୋରକୁ ଅପହରଣ କରି ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲା। ହସନର ଏହି କାର୍ଯ୍ୟକୁ ଶିଖ ସଂପ୍ରଦାୟ ବିରୋଧ କରିବା ପରେ ଏହି ଉପଦ୍ରବ କରାଯାଇଛି । ଏକ ଭିଡିଓରେ ଦେଖାଯାଇଛି ଯେ ଉପଦ୍ରବିମାନେ ଗୁରୁଦ୍ୱାର ନିକଟରେ ବିଭିନ୍ନ ଗାଳିଗୁଲଜ ସହିତ ନାନକ ଶାହିବ ସ୍ଥାନକୁ ପରିବର୍ତ୍ତନ କରି ଗୁଲାମେ ମୁସ୍ତଫା ନାମରେ ଖୁବ ଶିଘ୍ର ପରିବର୍ତ୍ତନ କରିବେ ବୋଲି ଧମକ ଦେଉଥିଲେ। ଗୁରୁଦ୍ୱାର ମଧ୍ୟରେ ବହୁ ସଂଖ୍ୟାରେ ଶିଖ ଶ୍ରଦ୍ଧାଳୁମାନେ ଅଟକି ରହିଥିବା ଯୋଗୁଁ ପରିସ୍ଥିତି ଅତି ଗୁରୁତର ବୋଲି କୁହାଯାଇ ପାରିବ। ପାକିସ୍ତାନ ସରକାରଙ୍କ ପକ୍ଷରୁ ଅବହେଳା ଓ ନିଷ୍କ୍ରିୟତା ପାକିସ୍ତାନରେ ରହୁଥିବା ଶିଖ ସଂପ୍ରଦାୟର ଲୋକମାନଙ୍କ ନିରାପତ୍ତା ପ୍ରତି ଘୋର ପ୍ରଶ୍ନବାଚି ସୃଷ୍ଟି କରିଛି। 1469 ମସିହାରେ ଶିଖମାନଙ୍କର ପ୍ରଥମ ଗୁରୁ ଗୁରୁ ନାନକଦେବ ଜୀଙ୍କର ଜନ୍ମସ୍ଥାନ ନାନକନା ଶାହିବ ଗୁରୁଦ୍ୱାରକୁ ଏକ ପବିତ୍ର ସ୍ଥଳି ବୋଲି ଶିଖମାନଙ୍କର ବିଶ୍ୱାସ ରହିଛି। ଗତ ବର୍ଷ ସମଗ୍ର ବିଶ୍...

ବାଗଦାଦରେ ଆମେରିକା-ଇରାନ ଛାୟା ଯୁଦ୍ଧ 

ଇରାନ ସମର୍ଥନକାରୀ ମାନେ ବାଗଦାଦର ‘ଗ୍ରୀନ ଜୋନ’ରେ ଆମେରିକା ଦୂତାବାସ ଆଖ ପାଖରେ ବିକ୍ଷୋଭ ପ୍ରଦର୍ଶନ ପରେ ଅଚଳାବସ୍ଥା ଜାରି ରହିଛି । ଆମେରିକାର ଜଣେ ଠିକାଦାରକୁ ହତ୍ୟା କରାଯିବା ଓ ଇରାନ ସମର୍ଥନକାରୀ ମାନଙ୍କ ଆକ୍ରମଣରେ ଆମେରିକାର କେତେ ଜଣ ଯବାନ ଆହତ ହେବା ପରେ ଟ୍ରମ୍ଫ ପ୍ରଶାସନ ଓ ଇରାନର ଇସଲାମିକ ରିପବ୍ଲିକ ମଧ୍ୟରେ ଦୀର୍ଘଦିନରୁ ଜାରି ରହିଥିବା ବାକ ଯୁଦ୍ଧ ଏକ ନୂଆଁ ମୋଡ ନେଇଛି | ଏହି ଘଟଣା ପରେ ରାଷ୍ଟ୍ରପତି ଟ୍ରମ୍ଫ ଅର୍ଦ୍ଧସାମରିକ ବାହିନୀର ପାଞ୍ଚୋଟି ସ୍ଥାନ ଉପରେ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ ଅତିକମରେ 25 ଜଣ ମୃତ୍ୟୁ ବରଣ କରିଥିଲେ ଓ ବହୁ ଜଣ ଆହତ ହୋଇଥିଲେ | ଏହି ଆକ୍ରମଣ ଘଟଣା ଇରାନ ସମର୍ଥନକାରୀ ମାନଙ୍କୁ କ୍ରୋଧାନ୍ଵିତ କରିଥିଲା ତେଣୁ ସେମାନେ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିଲେ ଓ ପାଚେରି ଡେଇଁ ଭିତରକୁ ପ୍ରବେଶ କରିବା ଲାଗି ଚେଷ୍ଟା କରିଥିଲେ | ତେବେ ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ଏହାର ପାଲଟା ଆକ୍ରମଣରେ ଆମେରିକୀୟ ମରିନ୍ସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା |  ଇରାକ-ସିରିଆ ସୀମା ସଂଲଗ୍ନ ଇଲାକାରେ ଆମେରିକା ଉପରେ କାଟାଏବ ହିଜବୁଲ୍ଲା ପ୍ରଥମେ ଆକ୍ରମଣ କରିଥିଲା | କାଟାଏବ ହିଜବୁଲ୍ଲା ହେଉଛି ସିଆ ସମ୍ପ୍ରଦାୟର ଏକ ଅର୍ଦ୍ଧସାମରିକ ବାହିନୀ ଓ ଇରାନ ଦ୍ଵାରା ସମର୍ଥିତ ପପୁଲାର ମୋବିଲାଇଜେସନ ଫୋର୍ସ (ପିଏମଏଫ)ର ଏକ ଅଂଶ ବିଶେଷ...

ପାକିସ୍ତାନରେ ଆହୁରି ପରିବର୍ତ୍ତନର ଆବଶ୍ୟକତା ଅଛି

ସମ୍ପ୍ରତ୍ତି ପାକିସ୍ତାନରେ ସଲିମ ସଫି ନାମକ ଜଣେ ବରିଷ୍ଠ ସାମ୍ବାଦିକ ‘ଡେଲି ଜଙ୍ଗ’ ପତ୍ରିକାରେ ଏକ ଲେଖା ଲେଖି ଦେଶରେ ଜାରି ରହିଥିବା ପରିସ୍ଥିତି ତଥା ପାକିସ୍ତାନକୁ ଏକ ନୂତନ ସାମାଜିକ ଅନୁବନ୍ଧକୁ ତତ୍କାଳ ବିକଶିତ କରିବାର ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇ କହିଥିଲେ ‘ଏବେ ନୁହେଁ ତ କେବେ ନୁହେଁ’ ...... ତାଙ୍କ ମତରେ ପାକିସ୍ତାନ ଏକ ଏପରି ସ୍ଥିତିରେ ପହଞ୍ଚିଛି ଯେଉଁଠି ରାଷ୍ଟ୍ରର ବିଭିନ୍ନ ପ୍ରତିଷ୍ଠାନ ପରସ୍ପର ମଧ୍ୟରେ ଟଣା ଓଟରା ହେଉଛନ୍ତି ଓ ପରସ୍ପର ପ୍ରତି ଉତ୍ତମ ହାବଭାବ ପ୍ରଦର୍ଶନ କରୁନାହାନ୍ତି ଏପରିକି ଗୋଟିଏ ଅନୁଷ୍ଠାନ ଅସୁବିଧାର ସମ୍ମୁଖୀନ ହେଲେ ଅନ୍ୟଟି ଖୁସି ହେଉଛି | ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଲେଖିଛନ୍ତି ଯେ ପାକିସ୍ତାନକୁ ଅତୀତରେ କରାଯାଇଥିବା ଭୁଲ ଗୁଡିକୁ ଅବଲୋକନ କରିବା ଓ ଭବିଷ୍ୟତରେ ରାଜନୀତି କ୍ଷେତ୍ରରେ ଏକ ନୂତନ ଦୃଷ୍ଟାନ୍ତ ବିକଶିତ କରିବା ପାଇଁ ଏକ ସତ୍ୟତା ଓ ପୁନଃସ୍ଥାପନ କମିଶନ ଗଠନ କରିବାର ଆବଶ୍ୟକତା ହେବ | ଦେଶ ବର୍ତ୍ତମାନ ଅନେକ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହିପରି ବିଳାପ ପାକିସ୍ତାନରେ ସଂକ୍ରାମକ ଭଳି ବ୍ୟାପିଚାଲିଛି | ରାଜନୈତିକ ସ୍ତରରେ, ବିରୋଧୀ ନେତାମାନଙ୍କ ବିରୁଦ୍ଧରେ ତଦନ୍ତ ଚଳାଯାଉଥିବାରୁ, .ବିରୋଧୀ ପକ୍ଷର ଅଧିକାଂଶ ରାଜନୈତିକ ନେତା ମାନେ କ୍ଷମତାରେ ଥିବା ବେଳେ ଭ୍ରଷ୍ଟାଚାର, ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣରେ ଜଡିତ ଥିବା ଅଭିଯ...

ପଡୋଶୀ ରାଷ୍ଟ୍ର ପ୍ରଥମେ ନୀତିକୁ ଭାରତ ଦୋହରାଇଛି

ଭାରତ ଏହାର ପଡୋଶୀ ରାଷ୍ଟ୍ର ପ୍ରଥମେ ନୀତି ପ୍ରତି ଦୃଢ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛି। ନରେନ୍ଦ୍ର ମୋଦି 2014 ମେ ମାସରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହି ନୀତିକୁ ବହୁବାର ଦୋହରାଇଛନ୍ତି। 2014 ମେ 26ରେ ତାଙ୍କର ଶପଥ ଗ୍ରହଣ ସମାରୋହକୁ ସେ ସାର୍କ ଦେଶର ମୁଖ୍ୟମାନଙ୍କୁ ଆମନ୍ତ୍ରଣ କରିଥିଲେ। ସେହି ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭୁଟାନ ଯାଇଥିଲେ। ଦାରିଦ୍ର, କୁପୋଷଣ ଓ ସର୍ବ ଶିକ୍ଷା ସମସ୍ୟା ଦୂର କରିବା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଶ୍ରୀ ମୋଦି ଦକ୍ଷିଣ ଏସିଆ ପଡୋଶୀ ରାଷ୍ଟ୍ରମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ପଡୋଶୀ ରାଷ୍ଟ୍ରଗୁଡିକର କଲ୍ୟାଣ ପାଇଁ ଭା4ରତ ତାର ଅଭିଜ୍ଞତା ଏବଂ ବିଶେଷ ଜ୍ଞାନ ଆଦାନପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି। 2020 ନୂଆ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆଭିମୁକ୍ୟକୁ ଆଗେଇ ନେବାକୁ ଯାଇ ଭୁଟାନର ରାଜା ଜିଗମେ କେଶର ନାମଗ୍ୟେଲ ୱାଙ୍ଗଚୁକ, ଭୁଟାନ ପ୍ରଧାନ ମନ୍ତ୍ରୀ ଡକ୍ଟର ଲୋଟେ ଶେରିଙ୍ଗ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଦେଶବାସୀ ଓ ନିଜ ତରଫରୁ ଏହି ନେତାମାନଙ୍କୁ ଶ୍ରୀ ...

ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ଲାଗି ମୌଳିକଢାଞ୍ଚା ପ୍ରକଳ୍ପ ଗୁଡିକ ପାଇଁ ବହୁ କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ଭାରତର ଘୋଷଣା

କେନ୍ଦ୍ରସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରକୁ ସଂଶ୍ଳିଷ୍ଟ କରି ସରକାର ଏକ ବୃହତ ପୁଞ୍ଜି ନିବେଶ ଘୋଷଣା କରିଛନ୍ତି | 2024-25 ବର୍ଷ ସୁଦ୍ଧା 102 ଲକ୍ଷ କୋଟି ଟଙ୍କା ସମ୍ବଳିତ ମୌଳିକ ଢାଞ୍ଚା ପ୍ରକଳ୍ପ ଗୁଡିକର କାର୍ଯ୍ୟକାରୀ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଜଣେଇଛନ୍ତି | ଏହି ପୁଞ୍ଜି ନିବେଶ ବ୍ୟୟ ସୀମା ଅନୁପାତ ହାର ଯଥାକ୍ରମେ 39: 39 : 22 ସୂତ୍ର ଆଧାରରେ ପ୍ରସ୍ତୁତ କରାଯାଇଛି | ଗତ 6 ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଭିତ୍ତିଭୂମି ବାବଦରେ ଯେଉଁ 51 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ତାହାକୁ ଆଗକୁ ବଢାଇବା ଦିଗରେ ଏହା ଉପଯୁକ୍ତ ହେବ ବୋଲି ବିବେଚନା କରାଯାଉଛି | ଦେଶୀୟ ଅର୍ଥନୀତିରେ ଚାହିଦା ହ୍ରାସ ପାଉଥିବା ବେଳେ ଚାହିଦା ବୃଦ୍ଧି ପାଇଁ ସରକାରଙ୍କ ଏହି ପୁଞ୍ଜି ନିବେଶ ଯୋଜନା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି | ଅନ୍ୟ ଦୁଇଟି ପଦକ୍ଷେପ ହେଲା ସରକାରୀ ଖର୍ଚ୍ଚ ଓ ରପ୍ତାନି ବୃଦ୍ଧି | ଏହାର ଅର୍ଥ ହେଲା ସରକାରଙ୍କ ପୁଞ୍ଜି ବ୍ୟୟ ବୃଦ୍ଧି ଏବଂ କେନ୍ଦ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ରାଜ୍ୟ ସମୂହ ତଥା ଘରୋଇ କ୍ଷେତ୍ର ନିଜର କ୍ଷମତା ଅନୁଯାୟୀ ପୁଞ୍ଜି ନିବେଶ ବ୍ୟୟ ବୃଦ୍ଧି କଲେ ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ସୁଧୁରିବ ଏବଂ ପୁଞ୍ଜି ନିବେଶ ବୃଦ୍ଧି ପାଇଲେ ଅଭିବୃଦ୍ଧି ଓ ଉନ୍ନୟନ ସାଧନ ହେବ | 2019 ବର୍ଷ ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍...

ଭାରତର ଆଞ୍ଚଳିକ ଆର୍ଥିକ ନୀତି:2020 ଏବଂ ତତ୍ପଶ୍ଚାତ

ଆମେ 2020 ନୂଆ ବର୍ଷରେ ନୂଆ ପ୍ରସ୍ତୁତି ସହ ପ୍ରବେଶ କରିବାକୁ ଯାଉଛନ୍ତି। ଏକ ସ୍ପଷ୍ଟ ଏବଂ ମଜବୁତ ତଥା ଶକ୍ତିଶାଳି ଭାରତୀୟ କ୍ଷେତ୍ରୀୟ ଆର୍ଥିକ ନୀତିର ପ୍ରାରମ୍ଭିକ ରୂପରେଖ, ଭାରତୀୟ ରାଜନୈତିକ ଗତିବିଧି ମାଧ୍ୟମରେ ସ୍ପଷ୍ଟ ଭାବେ ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୁକ୍ତ ବ୍ୟବସାୟିକ ବୁଝାମଣା ଅର୍ଥାତ ଏଫଟିଏ ଠିକଠାକ ରହିନଥିଲେ ମଧ୍ୟ କ୍ଷେତ୍ରୀୟ ଦୃଷ୍ଟିକୋଣରୁ ଏହାକୁ ପ୍ରାସଙ୍ଗିକ ମନେ କରାଯାଉଛି। ଭାରତ ପାଇଁ ଏହାକୁ ଏକମାତ୍ର ବିକଳ୍ପ ବୋଲି ମନେ କରାଯାଇଛି ଯାହାଦ୍ୱାରା ଭାରତ ଏହା ନିଶ୍ଚିତ କରିପାରିବ ଯେ ଏହାପରେ ବ୍ୟବସାୟିକ ସଂପ୍ରଦାୟ ଏଥିପ୍ରତି ଧ୍ୟାନ ଦେଇପାରିବ। ଭାରତରେ ଯେତେବେଳେ କ୍ଷେତ୍ରିୟ ଆର୍ଥିକ ବ୍ୟାପକ ଭାଗିଦାରୀ(ଆରସିଇପି)ରେ ନିଜକୁ ପୃଥକ କରିଦେଇଥିଲା ସେତେବେଳେ ଏହି ଧାରଣା ନାଟକୀୟ ଭାବେ ପରିବର୍ତ୍ତନ ହୋଇଥିଲା। ଏହା ଆମର ବୈଦେଶିକ ଆର୍ଥିକ ନୀତିରେ ଏକ ରଣନୈତିକ ପରିବର୍ତ୍ତନକୁ ପ୍ରଦର୍ଶିତ କଲା ଏବଂ ଏହି ଚିନ୍ତାଧାରାକୁ ସମାପ୍ତ କରିଦେଲା ଯେ କ୍ଷେତ୍ରୀୟ ରୂପେ ପ୍ରାସଙ୍ଗିକ ରଣନୀତିଗୁଡିକୁ ପାଳନ କରିବାକୁ ହେଲେ ସହାନୁଭୁତିପୂର୍ଣ୍ଣ ବ୍ୟାପାର ବୁଝାମଣା ପ୍ରତି କୋହଳ ମନୋଭାବ ପୋଷଣ କରିବାର ଆବଶ୍ୟକତା ରହିଛି। ଆରସିଇପିରୁ ଓହରି ଯିବା ନିର୍ଣ୍ଣୟ ବ୍ୟାଙ୍କକ ଶୀଖର ବୈଠକରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ ଅନ୍ୟ କେହି ନେଇନଥିଲେ। ଭାରତ ଯେଉଁ ସନ୍ଦେଶ ପଠାଇଥିଲା ତାହା ବ...